ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ୯୨ ତମ ଜନ୍ମଦିବସ ଅବସରରେ ତାଙ୍କର ସୁଦୀର୍ଘ ଓ ନିରାମୟ ଜୀବନ କାମନା କରି ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ତତ୍ୱାବଧାନରେ ମା’ ଭଗବତୀ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି। ଶ୍ରୀ ହରିଚନ୍ଦନ ବାଣପୁର ମାଟିର ଗର୍ବ, ଗୌରବ ଓ ସୁଯୋଗ୍ୟ ସନ୍ତାନ ହୋଇଥିବାବେଳେ ସେ ଓଡ଼ିଶାର ଜନାଦୃତ ଜନନେତା, ବିଶିଷ୍ଟ ନାଟ୍ୟକାର, ଖ୍ୟାତନାମା ସ୍ତମ୍ଭକାର, ବିଶିଷ୍ଟ ଆଇନଜ୍ଞ, ଓଡ଼ିଶା ରାଜନୀତିର ଭୀଷ୍ମ ପିତାମହ, ବହୁମୁଖି ପ୍ରତିଭାର ଅଧିକାରୀ, ପ୍ରାକ୍ତନ ମନ୍ତ୍ରୀ, ସମ୍ମାନନୀୟ ରାଷ୍ଟ୍ରନେତା, କଳିଙ୍ଗ ରତ୍ନ ଓ ଉତ୍କଳ ରତ୍ନ ଉପାଧିରେ ବିଭୂଷିତ ହୋଇଛନ୍ତି।
ଏହି ଅବସରରେ ବାଣପୁର ଅଞ୍ଚଳର ଜନସାଧାରଣ ମାନେ ମଧ୍ୟ ଉକ୍ତ ମହତ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। ଉକ୍ତ ଦୀପଦାନ କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଆଗଧାଡିର ବିଜେପି ନେତା,ସ୍ଥାନୀୟ ବ୍ୟକ୍ତି,ବୁଦ୍ଧିଜୀବୀ, ସେବାୟତ ଓ ସମାଜସେବୀ ମାନେ ଯୋଗଦେଇଥିବାବେଳେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋଷ୍ଣାରାଣୀ ବେହେରା, ଗାଲୁଆ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ, ଭବାନୀପୁର ସରପଞ୍ଚ କାର୍ତ୍ତିକ ବାରିକ, ସଂଗଠକ ଜିତେନ୍ଦ୍ର ଭୋଳ, ଏନଏସି ସଂଗଠକ ନନ୍ଦ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଶ୍ରୀ ହରିଚନ୍ଦନଙ୍କର ରାଜନୈତିକ ଓ ସାମାଜିକ ଜୀବନ ସମ୍ବଦ୍ଧରେ ଆଲୋକପାତ କରି ତାଙ୍କର ଦୀର୍ଘାୟୁ କାମନା କରିଥିଲେ।