Categories
ଆଞ୍ଚଳିକ

ଚିଲିକା ଗସ୍ତରେ ଛତିଶଗଡ ରାଜ୍ୟପାଳ: ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଦେଲେ ଆହ୍ଵାନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଚିଲିକା ଓ ବାଣପୁର ଦିନିକିଆ ଗସ୍ତରେ ଆସି ବିଭିନ୍ନ ଶୈବ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବା ସହ ବନ୍ଧୁ ମିଳନରେ ଯୋଗ ଦେଇଛନ୍ତି। ଚିଲିକା ଅଞ୍ଚଳର ଚଣ୍ଡେଶ୍ୱର ଠାରେ ଥିବା ଚଣ୍ଡହର ଦେବଙ୍କ ଦର୍ଶନ, ହରିପୁର ଠାରେ ଥିବା ପ୍ରତାପଶ୍ୱର ଦେବଙ୍କ ଦର୍ଶନ ପରେ ବାଣପୁର ଠାରେ ଥିବା ଭେଟିନାଥ ଦେବଙ୍କ ଦର୍ଶନ କରି ପ୍ରତ୍ୟେକ ସ୍ଥାନରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ସହିତ ତାଙ୍କର ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ବନ୍ଧୁ ମିଳନରେ ଆପଣମାନେ ସମସ୍ତେ ମୋ ନିଜ ପରିବାରର ଲୋକ ବୋଲି ରାଜ୍ୟପାଳ ସମ୍ବୋଧନ କରିଥିଲେ। ଏ ମାଟି ବୀର ପାଇକ ମାଟି ହୋଇଥିବା ବେଳେ ଆପଣ ମାନେ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ। ଏବଂ ଲଢେଇକୁ ବ୍ୟାପକ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହ ତୋଷାମଦ ଠାରୁ ଦୁରେଇ ରହି ସ୍ୱାଭିମାନ ସହକାରେ ବଞ୍ଚିବାକୁ କହିଥିଲେ।

ବାଲୁଗାଁ ଠାରେ ଥିବା ଶ୍ରୀ ଉମା ମହେଶ୍ୱର ବଣିକ ସଙ୍ଘ ଅଡ଼ିଟୋରିଅମ ହଲରେ ‘ଚିଲିକା ବିକାଶ ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ଡ଼ଃ. ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ‘ବିକଶିତ ଭାରତ ନିର୍ମାଣରେ ଆମ ଅଞ୍ଚଳର ଭୂମିକା ଓ ଯୋଗଦାନ’ ଶୀର୍ଷକ ଏକ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ସାହିତ୍ୟିକ ସଂଗ୍ରାମ କେଶରୀ ସାହୁ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ବିଜୟା ନନ୍ଦ ସିଂ , ପରିଷଦର ସମ୍ପାଦକ ରଂଜିତ ବଡ଼ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିକଶିତ ଚିଲିକାର ସମ୍ଭାବନା ଅନେକ ଅଛି ଏବଂ ତାହାକୁ ସାକାର କରିବା ମଧ୍ୟ ସମ୍ଭବ। ଚିଲିକା ହ୍ରଦ ଓ ଜଙ୍ଗଲର ବିକାଶ ହେଲେ ଅଂଚଳର ବିକାଶ ସମ୍ଭବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଆମ ଅଂଚଳର ସେହିଦିନ ବିକାଶ ହେବ ଯେଉଁଦିନ ଏ ଜାତି ପାଇଁ ଓ ମାଟି ପାଇଁ ଆମେ ଆନ୍ଦୋଳନ କରିବା। ସେହିପରି ଭାବେ ଆପଣ ମାନଙ୍କ ଅଞ୍ଚଳର ବିକାଶ ପାଇଁ ଯୋଗଦାନ ସମ୍ପର୍କରେ ଆପଣଙ୍କୁ ଅନୁସନ୍ଧାନ କରିବାକୁ ପଡିବ ଏବଂ ବିଧାନସଭା ଓ ଲୋକସଭାରେ ଯେଉଁଦିନ ଚିଲିକା ଚିଲିକା ଶୁଭିବ ସେହିଦିନ ବିକାଶ ହେବ ବୋଲି ଆମ୍ଭେ ଅନୁଭବ କରିବା ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଦିନିକିଆ ଚିଲିକା ଗସ୍ତରେ ଆସିବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଜାଣନ୍ତୁ କାର୍ଯ୍ୟକ୍ରମ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଚିଲିକା ଗସ୍ତରେ ଆସୁଛନ୍ତି। ସେଠାରେ ବିଭିନ୍ନ ଶିବ ମନ୍ଦିର ଦର୍ଶନ କରିବା ସହ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆସନ୍ତାକାଲି ପୂର୍ବାହ୍ନରେ ଚଣ୍ଡେଶ୍ୱର ସ୍ଥିତ ବାବା ଚଣ୍ଡହରି ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ। ଏହାପରେ ରାଜ୍ୟପାଳ ନାଚୁଣୀ ହରିପୁରସ୍ଥିତ ବାବା ପ୍ରତାପେଶ୍ୱର ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ।

ଏହାପରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ନାଚୁଣୀସ୍ଥିତ ବାସଭବନରେ ପହଞ୍ଚି ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩.୩୦ ଘଟିକା ସମୟରେ ବାଣପୁର ଭେଟଶ୍ୱର ଗ୍ରାମ ସ୍ଥିତ ବାବା ଭେଟିନାଥ ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ ରାଜ୍ୟପାଳ।

ପରିଶେଷରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଅପରାହ୍ନ ୪.୩୦ ଘଟିକାରେ ବାଲୁଗାଁ ଅଶୋକ ନଗରସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଅଡିଟୋରିଅମ ହଲରେ ଚିଲିକା ବିକାଶ ଓ ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ସନ୍ଧ୍ୟାରେ ଭୁବନେଶ୍ୱର ବାସଭବନ ଫେରିଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବୀର ଛବିଳ ସାଏଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ

କୁଦୋପାଲି/ସମ୍ବଲପୁର: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ। ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କୁଦୋପାଲିକୁ ଏକ ଜାତୀୟ ସ୍ତରର ରମଣୀୟ ପ୍ରେରଣାର ତୀର୍ଥ କ୍ଷେତ୍ର ଭାବରେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବୀର ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସ ପାଳନ କରୁଥିବାରୁ ସ୍ଥାନୀୟ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି।

ସେହିଭଳି ଭାବେ ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା।  ଆଜି ମଧ୍ୟ ଲୋକମୁଖରେ ଉଚ୍ଚାରିତ ହୁଏ, “ଉଲି… ଉଲି… ଉଲି…, ଛବିଲ୍ ସାଏ ଦିହେ ବାଜଲା ଗୁଲି, କୁଦୋପାଲିର୍ ମଝା ଖୁଲି”। ଏହା ଲୋକ ଅଭିବ୍ୟକ୍ତି ଓ କୁଦୋପାଲି ଅଞ୍ଚଳର ସ୍ୱାଭିମାନର ବଡ ପରିଚୟ। ଆଇସିଏଚଆର ଆନୁକୂଲ୍ୟରେ ଏହି ଘଟଣାବଳୀର ଗବେଷଣା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦିଆଯିବ। କୁଦୋପାଲି ଗାଁର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଭୂମିର ସୁରକ୍ଷା ପାଇଁ ଉଦନ୍ତ ସାଏ, ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ ଓ ହଟେ ସିଂହଙ୍କ ଅବଦାନ ଅତୁଳନୀୟ । ୧୮୫୭ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢିଥିଲା ।  ଏହି ସଂଗ୍ରାମୀଙ୍କ ତ୍ୟାଗ ପାଇଁ ଆଜି ଆମ ଦେଶ ଭାରତ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଭାରତର ଯୁବକଙ୍କ ପରିଶ୍ରମ ବଳରୁ ଆମ ଦେଶ ଗୌରବର ଅର୍ଜନ କରିଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କୁ ସ୍ମୃତିଚାରଣ କରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବା ସହ ମଶାଲ ଜାଳିଥିଲେ । ମା’ ଓ ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ କଲେ, ଫାଶୀ ଦଣ୍ଡ ପାଇଲେ ସେହି ରଣଭୂମି କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସେ କହିଥିଲେ ଓଡ଼ିଆ ଜାତି ସାହସୀ । ପାଇକ ବିଦ୍ରୋହ ତା’ର ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଆ  ଜାତି କେବେ ପରାଧୀନତାକୁ ସ୍ୱୀକାର କରିନାହିଁ । ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ । ଦେଶକୁ ନିର୍ମାଣ କରିବାକୁ ହେବେ ଜାତିପ୍ରେମର ଆବଶ୍ୟକତା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ଛତିଶଗଡ ରାଜ୍ୟପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତିନିଦିନ ଧରି ପାଳନ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି। ସକାଳେ କଳସ ଓ ମଶାଲ ଶୋଭାଯାତ୍ରା ମା’ଭଗବତୀ ମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଲା ପରେ ଅପରାହ୍ନରେ ଗାୟତ୍ରୀ ମହାଯଂଜ୍ଞ, ଏବଂ ଶାରୀରିକ ଓ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଥିଲା।

ଆଜିର ଉଦଘାଟନ ଉତ୍ସବର ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ସଭାପତି କୁଳମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁଜୁରାଟ ବାନପ୍ରସ୍ତ ସାଧକ ଆଶ୍ରମ ସଚିବ ସ୍ୱାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ ଯୋଗ ଦେଇଥିଲେ।

ମୁଖ୍ୟବକ୍ତାଙ୍କ ଅଭିଭାଷଣରେ ଅଭିଭାବକମାନେ ନିଜ ମନର କଥାକୁ ପିଲା ଉପରେ ଲଦି ଦିଅନ୍ତୁ ନାହିଁ ବୋଲି କହିଥିଲେ। ପିଲାର ମସ୍ତିକ ଧାରଣ କ୍ଷମତାଠାରୁ ଅଧିକ ବୋଝ ନ ଲଦି ପିଲା ଉପରେ ଭରସା ରଖନ୍ତୁ। ଏହି ବିଦ୍ୟାମନ୍ଦିରରେ ଖାଲି ବିଦ୍ୟା ଅଧ୍ୟୟନ କରାଯାଇ ନଥାଏ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାକୁ ମଧ୍ୟ ପିଲା ମାନଙ୍କୁ ଶିକ୍ଷା ଦିଆଯାଏ।

ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଭାରତର ସଂସ୍କୃତିକୁ ସାରା ବିଶ୍ୱ ଆଜି ଗ୍ରହଣ କରିଛି ବୋଲି କହିଥିଲେ। ଭାରତର ସଂସ୍କୃତି ଯୁଦ୍ଧ ନୁହେଁ ସର୍ବଦା ଶାନ୍ତିର ବାର୍ତ୍ତାଦିଏ। ଭାରତୀୟ ଦର୍ଶନ ହେଉଛି ବସୁଧେୟିବ କୁଟୁମ୍ବକମ। ତେଣୁ ଏହି ଦର୍ଶନରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଣପୁର ମାଟି ହେଉଛି ଏକ ବୀର ମାଟି, ଏହାର ଐତିହ୍ୟ ବହୁ ପ୍ରାଚୀନ, ଏ ଜାତି ହେଉଛି ସ୍ୱାଭିମାନର ଜାତି। ଏହାକୁ ରକ୍ଷା କରିବା ଦାୟିତ୍ୱ ହେଉଛି ପିଲା ମାନଙ୍କର। ମୋ ମା, ମୋ ମାଟି, ମୋ ଭାଷା ଓ ମୋ ଦେଶକୁ ରକ୍ଷା କରିବାକୁ ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବାଣପୁର ଅଂଚଳର ବିଭିନ୍ନ ବର୍ଗ ଯଥା ଶିକ୍ଷାବିତ, ଡାକ୍ତର ଏବଂ ସମାଜସେବୀଙ୍କୁ ଉପଢୌକନ ଦେଇ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଜ୍ୟପାଳଙ୍କ ଆଗରେ ପାଇକ ଆଖଡ଼ାର କଳା କୌଶଳ ପ୍ରଦର୍ଶନ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଡକ୍ଟର ଫକୀର ମୋହନ ନାହାକଙ୍କ ରଚିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର ଉଦଘାଟନୀ ସମାରୋହରେ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି।

ପୁସ୍ତକ ଦୁଇଟି ହେଉଛି ହେଲଥ କମ୍ୟୁନିକେସନ ଏବଂ ଗାଁ କଥା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ,ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି. ପି. ସଞ୍ଜୟ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀ ଉଭୟ ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ଇଂରାଜୀ ପୁସ୍ତକ ହେଲଥ କମ୍ୟୁନିକେସନ ସ୍ୱାସ୍ଥ୍ୟ ସଂଚାର ବିଷୟ ଉପରେ ଏକ ନୂଆ ବହି। ସଂପ୍ରତି ରାଜସ୍ଥାନର ମଣିପାଲ ୟୁନିଭରସିଟି ଜୟପୁରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ପ୍ରଫେସର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର କମଲଜିତ୍ କୌର ମିଳିତ ଭାବେ ଏହି ପୁସ୍ତକକୁ ରଚନା କରିଛନ୍ତି। ଏହା ସ୍ୱାସ୍ଥ୍ୟ ସଂଚାର କ୍ଷେତ୍ରରେ କାମ କରୁଥିବା ଛାତ୍ରାଛାତ୍ରୀ, ଗବେଷକ ଏବଂ କର୍ମଚାରୀଙ୍କ ପାଇଁ ଏକ ଉପାଦେୟ ପୁସ୍ତକ।

ସେହିଭଳି ଭାବେ ଗାଁ ସମ୍ପର୍କୀୟ ବିଭିନ୍ନ ଅଙ୍ଗେନିଭା କଥାର ଏକ ସଂକଳନ ହେଉଛି “ଗାଁ କଥା”। ଏହା ଫକୀର ମୋହନ ନାହାକଙ୍କ ଚତୁର୍ଥ ଗଳ୍ପ ସଂକଳନ। ହେଲଥ କମ୍ୟୁନିକେସନ୍ ପୁସ୍ତକକୁ ନୂଆଦିଲ୍ଲୀ ସ୍ଥିତ ଜଗରନଟ୍ ପବ୍ଲେକସନ୍ ପ୍ରକାଶ କରିଥିବା ବେଳେ ଗାଁ କଥା ପୁସ୍ତକଟି ପ୍ରକାଶ କରିଛନ୍ତି ଭୁବନେଶ୍ୱରର ପଶ୍ଚିମା ପବ୍ଲିକେସନ୍।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ୬ ଦିନିଆ ଓଡ଼ିଶା ଗସ୍ତ, ଜାଣନ୍ତୁ କେଉଁଠି କଣ ଅଛି

ଭୁବନେଶ୍ବର: ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିବସ ୨୦ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରି ନିଜ ବାସଭବନକୁ ଯିବେ।

ସେଦିନ ସଂଧ୍ୟାରେ କଟକର ଶତାବ୍ଦୀ ଭବନ ଠାରେ ଅନୁଷ୍ଠିତ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ସମ୍ମାନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ୨୧ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଅନୁଷ୍ଠିତ କଳିଙ୍ଗ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଏବଂ ପରେ ପରେ କିଟ୍ ୟୁନିଭରସିଟି ଠାରେ ଅନୁଷ୍ଠିତ ୭ମ ଜାତୀୟ ମିଡ଼ିଆ କନ୍‌କ୍ଲେଭ – ୨୦୨୩ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ।

୨୩ ତାରିଖ ଦିନ ପୂର୍ବାହ୍ନରେ ଜୟଦେବ ଭବନ ଭୁବନେଶ୍ୱରଠାରେ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂଗଠନ ଆନୁକୂଲ୍ୟରେ ‘ମା’, ମାଟି, ମାନବିଧିକାର’ ଉପରେ ଆୟୋଜିତ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଏବଂ ୨୫ ତାରିଖ ପୂର୍ବାହ୍ନରେ କିଟ୍ ଓ କିସ୍ ୟୁନିଭରସିଟି, କନଭେନ୍‌ସେଂଟର, ଭୁବନେଶ୍ୱର ଠାରେ କିସ୍ ୟୁନିଭରସିଟିର ତୃତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ସେହିପରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୨୨ ଓ ୨୪ ତାରିଖରେ ତାଙ୍କର ପୂର୍ବ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବେ ଓ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏବଂ ୨୬ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦନରରୁ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ମାଟିର ବିକାଶ ପାଇଁ ଲଢ଼େଇ ଚାଲିଛି ଓ ଚାଲିବ: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ

ଭୁବନେଶ୍ଵର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ମା’ ଭଗବତୀଙ୍କ ଦର୍ଶନରେ ଆସିଥିଲେ। ଏହି ଅବସରରେ ରାଜ୍ୟପାଳ ତାଙ୍କର ନିଜସ୍ୱ ଗ୍ରାମ ଗୋଡ଼ିଝରକୁ ଯାଇଥିଲେ। ସେଠାରେ ତାଙ୍କ ସ୍ୱର୍ଗତ ପିତାଙ୍କର ଆରାଧ୍ୟ ବାଲୁଙ୍କେଶ୍ୱରଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ମାତାପିତାଙ୍କ ସମାଧି ସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ରାଜ୍ୟପାଳ ଶ୍ରୀହରିଚନ୍ଦନଙ୍କୁ ନାଚୁଣି, ବାଣପୁର, ଗମ୍ଭାରିମୁଣ୍ଡା ଆଦି କେତେକ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ପରୀପ୍ରେକ୍ଷିରେ ରାଜ୍ୟପାଳ ବାଣପୁର ଓ ଚିଲିକାବାସୀଙ୍କୁ ତାଙ୍କର ପୂର୍ବକୀର୍ତ୍ତି, ଗୌରବକୁ ମନେପକାଇ କହିଥିଲେ, ତୁମର ପୂର୍ବପୁରୁଷମାନେ ଲଢ଼ୁଆ ବୀର ଯୋଦ୍ଧା ଥିଲେ। ଯାହାଙ୍କ ପରାକ୍ରମ ଓ ସାହାସିକତା ଫିରିଙ୍ଗିମାନଙ୍କୁ ଭୟଭୀତ କରି ରଖିଥିଲା। ତୁମର ରକ୍ତରେ ସେଇ ବୀର ଦାୟଦଙ୍କର ପରାକର୍ମର ରକ୍ତ ବହୁଛି।

ବାଣପୁର, ଚିଲିକାର ମାଟି ହେଉଛି ଏକ ବୀରଜାତୀର ମାଟି। ଏ ମାଟିକୁ ଚୁପୁଡ଼ି ଦେଲେ ଝରି ପଡ଼ିବ ବୀରତ୍ୱର ରକ୍ତ। ଏଇ ମାଟି ଫିରିଙ୍ଗିମାନଙ୍କୁ ବାଣପୁର ପଲଟଣ ପଡ଼ିଆଠାରେ ଯୁଦ୍ଧରେ ପରାସ୍ତ କରି ବିଜୟର ଧ୍ୱଜା ଉଡାଇ ଓଡ଼ିଶାର ମାନ ବୃଦ୍ଧି କରିଛି।

ଏଇମାଟିରୁ ଆରମ୍ଭ ହୋଇଥିଲା ସମଗ୍ର ରାଜ୍ୟ ଓ ଦେଶକୁ ସ୍ୱାଧୀନ କରିବାର ମାନସିକତା। ଫିରିଙ୍ଗିମାନଙ୍କୁ ଦେଶରୁ ବିତାଡ଼ିତ କରିଦେବାର ଅଦମ୍ୟ ସାହାସ।ପାଇକ ବିଦ୍ରୋହ ଦେଶର ଅନ୍ୟତମ ସ୍ୱାଧୀନତା ସଂଗ୍ରାମ ଯାହାକି ବାଣପୁର ଓ ଚିଲିକା ମାଟିରୁ ଆରମ୍ଭ ହୋଇ ଏହାକ୍ରମେ ଦାବାନଳ ପରି ସମଗ୍ର ଓଡ଼ିଶାକୁ ବ୍ୟାପିଯାଇଥିଲା।

ବକ୍ସିଙ୍କ ନେତୃତ୍ୱରେ ଇଂରେଜମାନଙ୍କୁ ପରାଜିତ, ପରାଭୂତ କରି ବାଣପୁର ମାଟିକୁ ରକ୍ତାକ୍ତ କରିଥିଲେ ଆମରବୀର ପାଇକମାନେ। ତୁମ ପରାମ୍ପରାରେ ରହିଛି ଲଢ଼େଇ କରି ବଞ୍ଚିବାର ଅଦମ୍ୟ ପରାକ୍ରମ। କାହାର ଅନୁକମ୍ପା ଓ ଦୟାର ପାତ୍ର ନହୋଇ ନିଜ ଅଧିକାର ପାଇଁ ଲଢ଼େଇ କରିବାକୁ ରାଜ୍ୟପାଳ କହିଥିଲେ।

ମୋ ପରିବାରର ପୂର୍ବପୁରୁଷମାନେ ବାଣପୁର ଓ ଚିଲିକାର ମାଟି, ମା’ର ସମ୍ମାନ, ମର୍ଯ୍ୟାଦା ଓ ବିକାଶ ପାଇଁ ଲଢ଼େଇ କରିବାର ନେତୃତ୍ୱ ନେଇଥିଲେ ଓ ଆପଣମାନଙ୍କର ସେବା କରିଥିଲେ। ଆପଣମାନଙ୍କ ପାଇଁ ଏ ଲଢ଼େଇ ଜାରି ରହିଛି ଓ ଆଗକୁ ସେହିଭଳି ଜାରି ରହିବ ବୋଲି ମୋର ଗଭୀର ବିଶ୍ୱାସ ଅଛି ବୋଲି ରାଜ୍ୟପାଳ ଶ୍ରୀହରିଚନ୍ଦନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ।

ଏହିସବୁ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମ ପରେ ରାଜ୍ୟପାଳ ଶ୍ରୀହରିଚନ୍ଦନ ବାଣପୁରର ଆରାଧ୍ୟ ଦେବୀମା’ ଭଗବତୀଙ୍କମନ୍ଦିରକୁ ଯାଇଥିଲେ ଓ ମା’ଙ୍କ ଦର୍ଶନ ସାରି ଭୂବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।

Categories
ଆଞ୍ଚଳିକ

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବାଣପୁର ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ଜନ୍ମମାଟି ବାଣପୁର ଆସିବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ରାଜ୍ୟପାଳଙ୍କ ଗସ୍ତ ପୁର୍ବରୁ ତତ୍ପର ହୋଇଉଠିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଅପରପକ୍ଷେ ଛତିଶଗଡ ପୋଲିସ ମଧ୍ୟ ବାଣପୁରରେ ପଇଁତରା ମାରୁଛି। ତେବେ ଶ୍ରୀ ହରିଚନ୍ଦନ ଆସନ୍ତାକାଲି ଭୁବନେଶ୍ୱର ସ୍ଥିତ ବାସଭବନରୁ ବାହାରି ଦିବା ୧୧.୩୦ ମିନିଟ ସମୟରେ ନାଚୁଣୀ ସ୍ଥିତ ପୂର୍ବତନ ବିଧାୟକ ତଥା ରାଜ୍ୟପାଳଙ୍କ ଭାଇ ଡଃ ବିଭୁତି ଭୂଷଣ ହରିଚନ୍ଦନଙ୍କ ବାସଭବନରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଦୀର୍ଘ ତିନି ଘଣ୍ଟା ଅବସ୍ଥାପନ କରିବେ।

ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳୀର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ରାଜ୍ୟପାଳଙ୍କ ସହ ଭେଟିବେ ଓ ସମ୍ବର୍ଦ୍ଧନା ଦେବେ। ଏହାପରେ ଅପରାହ୍ନ ୩ ଘଟିକା ସମୟରେ ରାଜ୍ୟପାଳ ନିଜର ଜନ୍ମସ୍ଥାନ ଗୋଡ଼ିଝର ଗ୍ରାମ ସ୍ଥିତ ବାସଭବନରେ ପହଞ୍ଚିବେ। ସେ ନିଜ ପିତାଙ୍କ ଆରଧ୍ୟ ଠାକୁର ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରିବେ। ଏଥିସହିତ ସେ ନିଜ ପିତାମାତାଙ୍କ ସମାଧିସ୍ଥଳରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଏହାପରେ ଅପରାହ୍ନ ୪ ଘଟିକା ସମୟରେ ରାଜ୍ୟପାଳ ଗମ୍ଭାରୀମୁଣ୍ଡା ଗସ୍ତ କରିବେ।  ସେଠାରେ ବିଭିନ୍ନ ସାମାଜିକ ସଂଗଠନ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଦେବେ।

ଏହାପରେ ଅପରାହ୍ନ ୫.୩୦ ଘଟିକା ସମୟରେ ରାଜ୍ୟପାଳ ବାଣପୁର ମା’ ଭଗବତୀ ମନ୍ଦିର ପହଞ୍ଚି ମା’ ଙ୍କ ଦର୍ଶନ କରିବେ। ସେଠାରେ କିଛି ସମୟ ଅତିବାହିତ କଲାପରେ ସେ ଭୁବନେଶ୍ୱର ବାସଭବନ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ: ବିଶ୍ୱଭୂଷଣ ହରିଚନ୍ଦନ

ରାୟପୁର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମୂଳ ଓଡ଼ିଆ ଆତ୍ମଜୀବନୀ ପୁସ୍ତକର ‘ସଂଗ୍ରାମ ସରିନାହିଁ’ର ଇଂରାଜି ଅନୁବାଦ ପୁସ୍ତକ ‘ବ୍ୟାଟେଲ୍ ନଟ୍ ୟେଟ୍ ଓଭର’ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଂଟରନ୍ୟାସ୍‌ନାଲ ସେଂଟରର, ସି.ଡି. ଦେଶମୁଖ ଅଡ଼ିଟୋରିୟମ ଠାରେ ମହାସମାରୋହରେ ଉନ୍ମୋଚିତ ହୋଇସାରିଛି। ଉକ୍ତ ପୁସ୍ତକ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଛାତ୍ରରାଜନୀତି ଠାରୁ ଆରମ୍ଭ କରି ତାଙ୍କର ସଂଗ୍ରାମରତ ମହତ୍ୱପୂର୍ଣ୍ଣ ଘଟଣାର ବାସ୍ତବ ଉପସ୍ଥାପନା ପୁସ୍ତକକୁ ଆକର୍ଷଣୀୟ କରିଛି। ଜରୁରିକାଳୀନ ଅବସ୍ଥା ବେଳେ ଓଡ଼ିଶା ତଥା ଭାରତୀୟ ଲୋକମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ଅନୀତି ବିରୋଧରେ ତାଙ୍କର ସ୍ୱର ଉତୋଳନ ଓ ପଦଦଳିତ ହୋଇଥିବା ନ୍ୟାୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତାଙ୍କ ଲଢ଼େଇ ଅଭିପ୍ରେତ ବୋଲି ପୁସ୍ତକରେ ସୂଚିତ ହୋଇଛି। ସେହିପରି ରାଜନୀତିରେ ତାଙ୍କ ମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ପାଇଁ ସେ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ତାଙ୍କ ରାଜନୈତିକ ଜୀବନର ଲକ୍ଷ ପୂରଣ ହୋଇଛି ବୋଲି ବର୍ଣ୍ଣିତ ହୋଇଥିବା ବେଳେ ପରବର୍ତୀ ସମୟରେ ସାଧାରଣ ଲୋକଙ୍କ ମୌଳିକ ଅଧିକାର ପାଇଁ ସ୍ୱର ଉଠାଇବା କଥା ପୁସ୍ତକ ଉଲ୍ଲେଖ ହୋଇଥିବା ଜଣାପଡ଼ିଛି।

ଏହି ଅବସରରେ ରାଜ୍ୟପାଳ ନିଜ ବକ୍ତବ୍ୟରେ ତାଙ୍କ ଜୀବନ ମାଟି, ମା ଓ ମଣିଷ ପାଇଁ ସମର୍ପିତ ବୋଲି ସେ କହିଥିଲେ। ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସାଧାରଣ, ଅସହାୟ ଓ ନିସ୍ପେଷିତ ମଣିଷ ପାଇଁ କାର୍ଯ୍ୟ କରିବେ ଓ ସାଧାରଣ ମଣିଷର ଅଧିକାର ସୁରକ୍ଷା ପାଇଁ ସେ ନିଷ୍ଠାର ସଂଗ୍ରାମ ଜାରି ରଖିବେ ବୋଲି ସେ କହିଥିଲେ। ଏହି ଅବସରରେ ରାଜ୍ୟପାଳ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସହିତ ସମାଜର ବିକାଶ ପାଇଁ ତାଙ୍କର ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ।

ବିଶିଷ୍ଟ କବି ପ୍ରଫେସର ଭଗବାନ ଜୟସିଂହ ଉକ୍ତ ପୁସ୍ତକକୁ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିଥିବା ବେଳେ ମୁମ୍ବାଇ ଓ ଦିଲ୍ଳୀର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ପ୍ରଲେକ ପ୍ରକାଶନ ସଂସ୍ଥା ପ୍ରକାଶ କରିଛନ୍ତି।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଜଷ୍ଟିସ୍ ଭି. ଗୋପାଳଗୌଡ଼ା ସଭାପତିତ୍ୱ କରିବା ସହିତ ଭାରତୀୟ ରାଜନୀତିରେ ବିଶ୍ୱଭୂଷଣ ହରିଚନ୍ଦନ ସ୍ୱତନ୍ତ୍ର ବୋଲି ଅଭିହିତ କରିଥିଲେ ଏବଂ ପୁସ୍ତକର ଉନ୍ମୋଚନ କରିଥିଲେ। ଭାରତ ଆଇନ କମିସନର ଅଧ୍ୟକ୍ଷ ଜଷ୍ଟସ ଋତୁରାଜ ଅବସ୍ତି ରାଜ୍ୟପାଳକୁ ସମ୍ବର୍ଦ୍ଧିତ କରି ଶ୍ରୀଯୁକ୍ତ ହରିଚନ୍ଦନ ବହୁମୁଖୀ ପ୍ରତିଭାର ଅଧିକାର ବୋଲି କହିଥିଲେ।

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା କିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ବକ୍ତବ୍ୟ ଦେଇ ଓଡ଼ିଆ ଆତ୍ମଜୀବନରେ ଏ ପୁସ୍ତକର ସଂଯୋଗ ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିବ ବୋଲି କହିଥିଲେ। ପୁସ୍ତକର ଅନୁବାଦକ ଭଗବାନ ଜୟସିଂହ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆତ୍ମଚରିତରେ ଜାତୀୟ ଜୀବନ ପ୍ରତିଫଳିତ ହୋଇଥିବାରୁ ଏହାର ଅନୁବାଦର ଆବଶ୍ୟକତା ପ୍ରାସଂଗିତକା ଯଥେଷ୍ଟ ରହିଛି। ଏହି ଅନୁବାଦ ଜଣେ ନିଷ୍ଠାପର ଦେଶସେବକର ଜୀବନକୁ ବିସ୍ତାର କରିବା ଦିଗରେ ସହାୟକ ବୋଲି କହିଥିଲେ। ସାହିତ୍ୟ ଏକାଡେମିର ସଚିବ କେ ଶ୍ରୀବିନିବାସ ରାଓ ବିିଶ୍ୱଭୂଷଣଙ୍କ ଜୀବନ ଏକ ମହତ୍ୱପୂର୍ଣ୍ଣ ଦେଶସେବାର ପରିଚୟ ପ୍ରଦାନ କରେ।

ଉକ୍ତ ଉତ୍ସବରେ ଅନ୍ୟଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ, କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌, ଇଣ୍ଡିଆନ୍ କନଖଫରେନ୍ସ ଅଫ ଇଟେଂଲେକ୍‌ଚୁଆଲର ସଂପାଦକ ଶିବଶଙ୍କରାଚାର ପ୍ରମୁଖ ରାଜ୍ୟପାଳଙ୍କ ସାହିତ୍ୟ, ରାଜନୀତି, ସମାଜସେବା ବିଶ୍ୱଭୂଷଣକୁ ଅନନ୍ୟ କରି ଗଢ଼ିତୋଳିଛି ବୋଲି କହିଥିଲେ। ଉଦୟ ଇଣ୍ଡିଆ ନଲେଜ୍ ଟ୍ରିର ସଭାପତି ଦିପକ ରଥ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡ଼ ରାଜଭବନରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ ନିର୍ଦ୍ଦେଶ: ବିଶ୍ୱଭୂଷଣ ହରିଚନ୍ଦନ

ରାୟପୁର: ଆଜି ଅନ୍ତରାଷ୍ଟ୍ରିୟ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ମୁକ୍ତ ଦିବସ ଅବସରରେ ଛତିଶଗଡ଼ ରାଜଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଉପସ୍ଥିତ ଅଧିକାରୀଙ୍କୁ ରାଜଭବନରେ ସଂପୂର୍ଣ୍ଣ ରୂପେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌କୁ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନରେ ବ୍ୟବହୃତ ସମସ୍ତ ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତେ କପଡା, କାଗଜ, ଝୋଟ ପ୍ରସ୍ତୁତ ସାମଗ୍ରୀକୁ ବ୍ୟବହାର କରିବାକୁ ଆଦେଶ ଜାରିକରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଛନ୍ତି ବର୍ତମାନ ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁଁ ହେଉଥିବା ପ୍ରଦ୍ୟୁଷଣ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟିଛି। ଆମେ ସମସ୍ତେ ମିଳିତ ଭାବରେ ଏହା ଉପରେ ସଚେତନ ହେବା ସହିତ ଏହାର ଉପଯୋଗକୁ କମାଇବା ଏବଂ ଏହାର ବିକଳ୍ପ ବ୍ୟବହାର କରିବା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ କାର୍ଯ୍ୟକାରି କରିବା। ଯେତେବେଳେ ଆମର ନିତ୍ୟ ବ୍ୟବହାର ସାମଗ୍ରୀ ପାଇଁ ବଜାର, ହାଟି ସ୍ଥାନକୁ ଗଲାବେଳେ କପଡା ଓ ଝୋଟ ଆଦି ବ୍ୟାଗର ବ୍ୟବହାର କରିବା। ଆମକୁ ବଂଚାଇ ରଖିବା ପାଇଁ ପ୍ରକୃତି ଯେଉଁଭଳି ତାର ଉପାଦାନ ମାନ ଆମର ବ୍ୟବହାର ଯୋଗାଇ ଦେଉଛି ସେହିଭଳି ଆମେ ପ୍ରକୃତି ବଂଚାଇ ରଖିବା ପାଇଁ ଏହିଭଳି ଛୋଟ ଛୋଟ ପଦକ୍ଷେପମାନ ଗ୍ରହଣ କରିବା ଉଚିତ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି।

ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାଗ ମୁକ୍ତ ଦିବସ ଅବସରରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରି ପ୍ରକୃତିକୁ ବଂଚାଇବା ସହିତ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ନିର୍ମାଣ କରିବାରେ ସହାୟକ ହେବା ପାଇଁ ସମସ୍ତ ରାଜ୍ୟବାସୀଙ୍କ ସମେତ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

Categories
ବିଶେଷ ଖବର

ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପରୋକ୍ଷରେ ଦାୟୀ କରୁଛନ୍ତି ବିଜେପି ନେତା: ବିଜେଡ଼ି

ଭୁବନେଶ୍ୱର: ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ବୋଧହୁଏ ଆଜିକାଲି ସେମାନେ ଘରେ ବସି ଅଧିକ ବଲିଉଡ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଛନ୍ତି ଏବଂ ଏହାର ପ୍ରଭାବରେ ମନଗଢ଼ା କାହାଣୀ ତିଆରି କରି ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ଗପୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ପୀତାମ୍ବର ଆଚାର‌୍ୟ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ତାଙ୍କୁ ଏମିତି କଟାକ୍ଷ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ. ମହାନ୍ତି କହିଛନ୍ତି ଯେ, ଆଜି ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି। ସେମାନେ ସମ୍ଭବତଃ ଜାଣି ନାହାନ୍ତି ଯେ ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ। ଆଜିର ସାମ୍ବାଦିକ ସମ୍ମିଳନୀ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। କାରଣ ୨୦୦୦ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ମିଳିତ ସରକାରରେ ଆଇନ ମନ୍ତ୍ରୀ ଥିବା ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେପି ପରୋକ୍ଷରେ ଦାୟୀ କରିଛି।

ଡ. ମହାନ୍ତି ଆହୁରି କହିଛନ୍ତି, ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି। ଓଡ଼ିଶାରେ ସ୍ୱାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ। ମାତ୍ର ସେପରି ନ କରି ସେମାନେ ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି। ସେମାନେ ମନେ ରଖିବା ଉଚିତ ଯେ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଲୁଗାଁ: ୨୯ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୨୯ ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଶିକ୍ଷା ପ୍ରଦାନ କରାଯାଇଥିଲା।

ଅପରାହ୍ନରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସଂଚାଳିକା ବି.କେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ ତମବର୍ଷ ତଥା ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହାମହିମ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜୋନର ସହ ନିର୍ଦ୍ଦେଶିକା ବି.କେ ସୁଲୋଚନା, ବି.କେ କମଲେସ ଦିଦି, ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବି.କେ ଲିନା,ରାଜ୍ୟ ସଂଯୋଜକ ବି. କେ ନଥମଲ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବି.କେ ଅରୁଣ ପଣ୍ଡା, ବିଶିଷ୍ଟ ସମାଜସେବୀ ପୃଥ୍ୱୀରାଜ ହରିଚନ୍ଦନ, ରଘୁନାଥ ସାହୁ ଆଦି ଯୋଗଦେଇ ଆଧୁନିକ ସମାଜରେ ଶିବ ଜ୍ୟୋତି ଧାମ ତରଫରୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରେମ, ମୈତ୍ରୀ ଓ ଭ୍ରାତୃତ୍ବ ମନୋଭାବ ନେଇ ନୂତନ ଦିଗଦର୍ଶନ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିଚନ୍ଦନ ନିଜ ଅଭିଭାଷଣ ରେ ଆଧ୍ୟାତ୍ମିକତା ହେଉଛି ଶାନ୍ତିର ପ୍ରତୀକ।ଶାନ୍ତି ହେଉଛି କାମ୍ୟ, ଅଶାନ୍ତ ସମାଜକୁ ଶାନ୍ତ ଦିଗରେ ଆଧ୍ୟାତ୍ମିକତା ଚେତନା ସଫଳୟନ ରୂପ ଦେଇପାରିବ ବୋଲି କହିଥିଲେ।

ପରିଶେଷରେ ଗମ୍ଭାରୀମୁଣ୍ଡା ଅଞ୍ଚଳର ସୁନାମ ଧନ୍ୟ ଡାକ୍ତର ସୁରେନ୍ଦ୍ରନାଥ ଦାସ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, କ୍ରୀଡ଼ାବିତ କ୍ରିଷ୍ଣା ଶିକାରୀ ଏବଂ ଆଶିଷ ସ୍ୱାଇଁଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହୋଇଥିବା ବିକେ କେତକୀ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ବ୍ରହ୍ମା କୁମାରୀ ଉପସ୍ଥିତ ରହି ଆସନ୍ତା ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଛି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଲୁରୀ ସୀତାରାମ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶର ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି, କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡି ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୃଦ୍ଧ ଅତୀତ ସମ୍ପନ୍ନ ଆନ୍ଧ୍ର ପ୍ରଦେଶର ଏହି ପବିତ୍ର ମାଟିକୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କୁ ସୁଯୋଗ ପ୍ରାପ୍ତ ହୋଇଛି। ଆଜାଦୀ କା ଅମୃତ ମହୋତ୍ସବ ସହ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜୟନ୍ତୀ ଓ ରାମ୍ଫା ବିଦ୍ରୋହର ୧୦୦ ବର୍ଷ ପୂରଣର ଅପୂର୍ବ ମିଳନ ଘଟିଥିବା ସେ କହିଥିଲେ। ପ୍ରଧାନମନ୍ତ୍ରୀ ମହାନ ‘ମାନ୍ୟମ ଭୀରୁଡୁ’ ଆଲୁରୀ ସୀତାରାମ ରାଜୁଙ୍କ ସ୍ମୃତିରେ ନତମସ୍ତକ ହେବା ସହ ସମଗ୍ର ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ‘ଆଦିବାସୀ ପରମ୍ପରା’ ପ୍ରତି ଶ୍ରଦ୍ଧା ବ୍ୟକ୍ତି କରିବା ସହ ଆନ୍ଧ୍ର ପ୍ରଦେଶର ଏହି ପରମ୍ପରାରୁ ଜନ୍ମ ନେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଆଲୁରୀ ସୀତରାମ ରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଓ ରାମ୍ଫା କ୍ରାନ୍ତିର ଶତବାର୍ଷିକୀ ବର୍ଷ ବ୍ୟାପୀ ହେବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ । ତାଙ୍କ ଜନ୍ମସ୍ଥାନ ପଣ୍ଡରଙ୍ଗୀ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ମୋଗାଲୁରେ ଆଲୁରୀ ଧ୍ୟାନ ମନ୍ଦିର ପ୍ରତିଷ୍ଠା ଅମୃତ ମହୋତ୍ସବର ଉତ୍ସାର ପ୍ରତୀକ ବୋଲି ସେ କହିଥିଲେ । ଆଜିର କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କେତେ ବର୍ଷ, କେତେକ ଅଞ୍ଚଳ ଓ କେତେକ ଲୋକଙ୍କ ଇତିହାସ ନୁହେଁ । ଏହି ଇତିହାସ ତ୍ୟାଗର ଟାଣପଣର ଓ ଦେଶର କୋଣ ଅନୁକୋଣରେ ବଳିଦାନର । “ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ ଆମ ଶକ୍ତି ଓ ବିବିଧତା, ସଂସ୍କୃତି ଓ ଆମ ଜାତିର ଐକ୍ୟର ପ୍ରତୀକ ବୋଲି ସେ କହିଥିଲେ । ଆଲୁରୀ ସୀତାରାମ ରାଜୁଙ୍କୁ ଭାରତୀୟ ସଂସ୍କୃତି, ଆଦିବାସୀ ମାନ୍ୟତା, ମୌର୍ଯ୍ୟ, ଆଦର୍ଶ ଓ ଗୁଣର ପ୍ରତୀକ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ ସୀତାରାମ ରାଜୁ ମହାଶୟଙ୍କ ଜନ୍ମରୁ ଯୋଗ ଓ ସମ୍ପୂର୍ଣ୍ଣ ଜୀବନଯାତ୍ରା ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ସେ ଆଦିବାସୀ ସମାଜ, ସେମାନଙ୍କ ସୁଖ ଓ ଦେଶର ସ୍ୱାଧୀନତା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ । ଆଲୁରୀ ସୀତାରାମ ରାଜୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହର ପ୍ରତିନିଧିତ୍ୱ କରନ୍ତି ଯାହାର ଉଦେଶ୍ୟ ହେଉଛି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଆଧ୍ୟାତ୍ମିକବାଦ ଆଲୁରୀ ସୀତାରାମ ରାଜୁଙ୍କୁ ଦୟା ଓ କରୁଣା ଆଦି ସେବା ସମାଜ ପାଇଁ ଏକ ପରିଚୟ ଓ ସମାନତା ଜ୍ଞାନ ଓ ସାହସିକତାକୁ ମୁଖରେ ଭରି ଦେଇଥିଲା । ରାମ୍ଫା ବିଦ୍ରୋହରେ ଆଲୁରୀ ସୀତାରାମ ରାଜୁ ଓ ଅନ୍ୟ ଯେଉଁମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ, ସେମାନଙ୍କ ତ୍ୟାଗ ଆଜି ମଧ୍ୟ ସମଗ୍ର ଦେଶ ପାଇଁ ଏକ ପ୍ରେରଣାର ସ୍ରୋତ ହୋଇ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ । “ଦେଶର ଯୁବ ସମାଜ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଆଜି ଦେଶ ବିକାଶ ପାଇଁ ଯୁବ ଶକ୍ତି ପାଇଁ ଅପୂର୍ବ ସୁଯୋଗ ରହିଛି ଆଗେଇ ଆସିବାକୁ” ସେ କହିଥିଲେ ଯେ “ଆଜି ନୂତନ ସୁଯୋଗ, ରାସ୍ତା, ଚିନ୍ତାଧାରା ଓ ନବ ଭାରତ ନିମନ୍ତେ ଅନେକ ସମ୍ଭାବନା ଥିବାବେଳେ ଆମର ଯୁବ ସମାଜ ଏହିସବୁ ସମ୍ଭାବନାକୁ ସାକାର କରିବାରେ ଲାଗିପଡ଼ିଛନ୍ତି ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ପ୍ରଦେଶ ହେଉଛି ବୀର ଓ ଦେଶପ୍ରେମୀଙ୍କ ମାଟି । ଦେଶର ପତାକା ତିଆରି କରିଥିବା ପିଙ୍ଗାଲୀ ଭେଙ୍କେୟା ହେଉଛନ୍ତି ଏହି ମାଟିର ବୀର ସନ୍ତାନ । ଏହି ମାଟିରେ କେନେଗାଛି ହନୁମାନଥୁ, କୁଣ୍ଡକୁରୀ ନିରେସାଲିଙ୍ଗମ ପାନ୍ତୁଲୁ ଓ ପୋଟ୍ଟିୀ ସୀତାରାମୁଲୁ ଭଳି ବୀରମାନେ ଜନ୍ମ ନେଇଛନ୍ତି । ଅମୃତ କାଳରେ ଏ ସମସ୍ତ ବୀରମାନଙ୍କ ସ୍ୱପ୍ନକୁ ସାକାର କରିବା ହେଉଛି ଆମ ସମସ୍ତ ଦେଶବାସୀଙ୍କ ଦାୟିତ୍ୱ । ଏକ ଭାରତ ଯେଉଁଠି ଗରିବ, ଚାଷୀ, ଅନଗ୍ରସର, ଆଦିବାସୀ ସମସ୍ତଙ୍କ ପାଇଁ ସମାନ ସୁଯୋଗ । ଗତ ଆଠ ବର୍ଷ ମଧ୍ୟରେ ସରକାର ଆଦିବାସୀମାନଙ୍କ କଲ୍ୟାଣ ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସ କରି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଦେଶରେ ଆଦିବାସୀ ସଂଗ୍ରହାଳୟମାନଙ୍କ ପ୍ରତିଷ୍ଠା କରାଯାଇ ଆଦିବାସୀମାନଙ୍କ ଗର୍ବ ଓ ଐତିହ୍ୟର ପ୍ରଦର୍ଶନ ହୋଇଛି । ଆନ୍ଧ୍ର ପ୍ରଦେଶର ଲାମ୍ବାସିଂ ଠାରେ “ଆଲୁରୀ ସୀତାରାମ ରାଜୁ ସ୍ମାରକୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ” ସଂଗ୍ରହାଳୟ ନିର୍ମାଣ କରାଯାଇଛି । ସେହିପରି ନଭେମ୍ବର ୧୫ ତାରିଖକୁ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ବିଦେଶୀ ଶାସକମାନେ ଆଦିବାସୀମାନଙ୍କ ଉପରେ ସର୍ବାଧିକ ଅତ୍ୟାଚାର କରି ସେମାନଙ୍କ ସଂସ୍କୃତିକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ଆଜି ଆଦିବାସୀ କଳା କୁଶଳତା ସ୍କିଲ୍ ଇଣ୍ଡିଆ ମିଶନ ଜରିଆରେ ଏକ ନୂତନ ପରିଚୟ ଲାଭ କରିଛି। ‘ଭୋକାଲ ଫର ଲୋକାଲ’ ଆଦିବାସୀ କଳା କୌଶଳକୁ ଏକ ଆୟର ମାଧ୍ୟମ କରିପାରିଛି । ଯୁଗ ଯୁଗ ଧରି ଯେଉଁ ଆଇନ ବଳରେ ଆଦିବାସୀମାନେ ବାଉଁଶ ଭଳି ଜଙ୍ଗଲଜାତ ଦ୍ରବ୍ୟ କାଟି ପାରୁ ନଥିଲେ ଆମେ ଆଇନରେ ପରିବର୍ତ୍ତନ କରି ସେମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର ଦେଇଛୁ । ସେହିପରି ଜଙ୍ଗଲଜାତ ଦ୍ରବ୍ୟ ଏମଏସପି ସଂଖ୍ୟ ୧୨ରୁ ୯ଠରୁ ଅଧିକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୩ଠଠଠରୁ ଅଧିକ ବନଗନ ବିକାଶ କେନ୍ଦ୍ର ଓ ୫ଠ ହଜାରରୁ ଅଧିକ ବନଗନ ସ୍ୱୟଂ ସହାୟକ ଗୋଷ୍ଠୀ ଆଦିବାସୀମାନଙ୍କ କଳା ଓ ପ୍ରସ୍ତୁତ ସାମଗ୍ରୀ ଆଧୁନିକ ସୁଯୋଗ ପାଉଛନ୍ତି । ଆକାଂକ୍ଷିତ ଜିଲ୍ଲା ଯୋଜନା ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ଅନେକ ସାହାଯ୍ୟ କରିବ । ଶିକ୍ଷା ଦୃଷ୍ଟିରୁ ଦେଖିଲେ ୭୫ଠ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ଓ ଜାତୀୟ ଶିକ୍ଷାନୀତି ଅଧିନରେ ମାତୃଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମାନ୍ୟମ ଭୀରୁଡୁ” ଆଲୁରୀ ସୀତାରାମ ରାଜୁ ତାଙ୍କର ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମ କାଳରେ କହିଥିଲେ ‘ଦମ ହେ ତୋ ମୁଝେ ରୋକ ଲୋ’ ଯଦି ପାରୁଛ ମୋତେ ରୋକ । ଆଜି ମଧ୍ୟ ଦେଶ ସେ ଆହ୍ୱାନର ମୁକାବିଲା କରୁଛି । ୧୩ଠ କୋଟି ଦେଶବାସୀ ଏକାକୀ ଓ ଶକ୍ତିର ସହ ସବୁ ଆହ୍ୱାନ ପ୍ରତି ସେହି ଗୋଟିଏ କଥା କହୁଛନ୍ତି ‘ଦମ ହୋ ତୋ ରୋକ ଲୋ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଘଟଣାର ପୃଷ୍ଠଭୂମି

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସରକାର ଅଙ୍ଗୀକାରବଦ୍ଧ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷ ବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି ।

ଜୁଲାଇ ୪, ୧୮୯୭ ମସିହାରେ ଭୀମାଭରମ ଠାରେ ଜନ୍ମିତ ଆଲୁରୀ ସୀତାରାମ ପୂର୍ବଘାଟ ଅଞ୍ଚଳର ଆଦିବାସୀମାନଙ୍କ ସ୍ୱାର୍ଥ ପାଇଁ ବ୍ରିଟିଶ ସରକାର ବିରୁଦ୍ଧରେ ତାଙ୍କର ସଂଗ୍ରାମ ନିମନ୍ତେ ସ୍ମରଣୀୟ ହୋଇ ରହିଛନ୍ତି । ୧୯୨୨ ମସିହାରେ ସଂଗଠିତ ରାମ୍ଫା ବିଦ୍ରୋହରେ ସେ ନେତୃତ୍ୱ ନେଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସେ (ମାନ୍ୟମ ଭୀରୁଡୁ) ବା ଜଙ୍ଗଲର ନାୟକ ଭାବେ ପରିଚିତ ।

ଏକ ବର୍ଷବ୍ୟାପୀ ଉତ୍ସବ ପାଳନ ନିମନ୍ତେ ସରକାର ଅନେକ ପଦକ୍ଷେପ ମାନ ଦେବାକୁ ଯୋଜନା କରିଛନ୍ତି । ବିଜୟ ନଗରମ ଜିଲ୍ଲାର ପାଣ୍ଡରଙ୍ଗୀ ତଥା ଆଲୁରୀ ସୀତାରାମ ରାଜୁଙ୍କ ଜନ୍ମ ସ୍ଥାନ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ରାମ୍ଫା ବିଦ୍ରୋହର ସୂତ୍ରପାତ ହୋଇଥିଲା । ଧ୍ୟାନ ମୁଦ୍ରାରେ ଆଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି ସହ ମୋଗୁଲୁ ଠାରେ ଆଲୁରୀ ଧ୍ୟାନ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି ।

 

SM/MB

Release Id-1839058

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କୁ କମ୍ରେଡ଼ ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ

ଭୁବନେଶ୍ୱର: କମ୍ରେଡ଼ ବନମାଳୀ ଜେନା ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କମ୍ରେଡ଼ ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି।

ସ୍ମୃତି କମିଟି ତରଫରୁ ଆଜି ପୂର୍ବାହ୍ନରେ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ବାସଭବନରେ ରୌପ ମୟୁର ଏବଂ ଉତ୍ତରୀୟ ଦେଇ ଏହି ସମ୍ମାନିତ କରାଯାଇଥିଲା। ସ୍ମୃତି କମିଟିର ଆୟୋଜକ ଅଭୟ ବଡ଼ଜେନା, ଅକ୍ଷୟ କୁମାର ଦାସ, ରଞ୍ଜନ କୁମାର ଜେନା, ବିଜୟ କୁମାର ଜେନା ଓ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ।

ସମ୍ମାନ ଗ୍ରହଣ ପରେ ଶ୍ରୀଯୁକ୍ତ ହରିଚନ୍ଦନ କହିଥିଲେ ଯେ, ବନମାଳୀ ଜେନା ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠାପର ଯୋଗୁ ସେ ସାରା ଭୁବନେଶ୍ୱରରେ ଲୋକପ୍ରିୟତା ଅର୍ଜନ କରିଥିଲେ। ସେ ମଣିଷ ଭିତରେ ହୀରା ଓ ସଚ୍ଚୋଟ ଓଡ଼ିଆ ଭାବରେ ଗର୍ବିତ ଥିଲେ। ତାଙ୍କ ଆଦର୍ଶରେ ଆଜିର ଯୁବପିଢି ଅନୁପ୍ରାଣିତ ହେଲେ ଓଡ଼ିଶା ବିଶେଷ କରି ରାଜଧାନୀବାସୀଙ୍କ ସାମୂହିକ ସମସ୍ୟା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।