Categories
ଆଞ୍ଚଳିକ

ମହତପଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ମହତପଲ୍ଲl ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ସି.ଆର.ସି.ସି. ଅକ୍ଷୟ ମହାପାତ୍ର, ରଣପୁର ବ୍ଲକ ଶିକ୍ଷକ ସମନ୍ଵୟ ସମିତିର ସଭାପତି ପ୍ରଫୁଲ୍ଲ କୁମାର ବିଶ୍ବାଳ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁ ରଞ୍ଜନ ସାହୁ, ଆଲୁମିନି କମିଟି ସଭାପତି ଦୁର୍ଯ୍ୟୋଧନ ବାଲିଆରସିଂ ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଓ ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ସଭାପତିତ୍ବ କରିଥିଲା ବେଳେ ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କଳ୍ପନା ଦେଇ ଓ ଭାସ୍କର ସ୍ବାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା। ଏହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶହ ଶହ ଲୋକେ ଉପସ୍ଥିତ ରହି ଉପଭୋଗ କରିଥିଲେ। ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କ ଅନ୍ତାନିର୍ହିତ ଗୁଣାବଳୀର ବିକାଶ ହୋଇ ପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ଆର୍ ଏନ୍ ଏସ ଗୁରୁକୂଳର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡ଼ା ସ୍ଥିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆର୍ ଏନ୍ ଏସ ଗୁରୁକୂଳର ଦଶମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଅଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି ଓ ଯୁଗ୍ମ କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଶିକ୍ଷକ ଆର ରଘୁନାଥ ଦୋରା ଉଦ୍ଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ କୋଦଳା ସ୍ଥିତ ଏଲ ଏନ୍ ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼ଃ ବିଷ୍ଣୁ ନାରାୟଣ ସେଠୀ ଯୋଗଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଦେବେନ୍ଦ୍ର କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ରଙ୍କନାଥ ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶିକ୍ଷା, ଆଦର୍ଶ ଓ ସଂସ୍କାର ଉପରେ ମାର୍ଗଦର୍ଶନ କରିଥଲେ।

ଅନୁଷ୍ଠାନର ଅଧକ୍ଷା ସୋନାଲି ସୁମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତପସ୍ଵିନୀ ଜେନା କାର୍ଯକ୍ରମ ପରିଚାଳନା କରିଥଲେ। ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥଲା। ଶେଷରେ ଅନୁଷ୍ଠାନର ମୁଖ୍ୟ ପୁରୁଷୋତ୍ତମ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥଲେ। ଗୁରୁକୂଳର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ସତସଙ୍ଗ ବାର୍ଷିକ ଉତ୍ସବ ପାଳିତ

ବାଣପୁର: ବାଣପୁର ବ୍ଲକ ନିକଟସ୍ଥ ଗମ୍ଭାରୀମୁଣ୍ଡା ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଶୁଭ ଆବିର୍ଭାବ ଦିବସ ଓ ଗମ୍ଭାରୀମୁଣ୍ଡା ସତସଙ୍ଗ କେନ୍ଦ୍ରର ୨୭ତମ ବାର୍ଷିକ ଉତ୍ସବ ସହିତ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ୬ଷ୍ଠ ବାର୍ଷିକ ପଦାର୍ପଣ ଦିବସ ମହାସମାରୋହରେ ପାଳନ କରାଯାଇଛି। ସହ-ପ୍ରତି-ଋତ୍ବିକ ସୁରେନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସତସଙ୍ଗରେ ସହ ପ୍ରତି ଋତ୍ବିକ ଇଂ କୁମୁଦ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ପ୍ରଫେସର ତ୍ରିନାଥ ମହାରଣା, ଶ୍ରୀଶ୍ରୀ ଠାକୁରଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ଅଧୂର୍ଯୁ ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯାଜକ ମହେଶ୍ୱର ଜେନା, ଡଃ.ସୁକାନ୍ତ ବେହେରା ସଙ୍ଗୀତାଞ୍ଜାଳୀ ପରିଚାଳନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ର ଗୁରୁଭାଇ ଓ ମାଆ ମାନେ ଯୋଗ ଦେଇଥିଲେ। ପରିଶେଷରେ ସମସ୍ତ ଭକ୍ତ ଜନ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ ଭଵ୍ୟ ସମାରୋହରେ ନୂତନ ଓଡିଶା ଉନ୍ନତ ଓଡିଶା ଆନୁକୂଲ୍ୟରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ବିନାୟକ ହୋତା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।କ୍ରୀଡାପରିଷଦର ଉପ ସଭାପତି ପୁଲୀନ ବିହାରୀ ଜେନା ବିବରଣୀ ପିଠ କରିଥିଲେ ଅତିଥିଭାବରେ ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୁ ମିଟୁ ନାୟକ ପୁରସ୍କାର ପ୍ରଦାନକରି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପୁରାତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଓ ବର୍ତ୍ତମାନର କ୍ରୀଡା ଶିକ୍ଷକ ଦେବାଶିଷ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ନୋଡାଲ ଅଫିସର ଜୟନ୍ତ କୁମାର ବିହିରୀ, କ୍ରୀଡାପରିଷଦର ସହ ଉଫ ସଭାପତି ଅଜୟ କୁମାର ଦାଶ, ପ୍ରଭାତ କୁମାର ଶାସମଲ, ଆଶ୍ଵିନୀ ବାରିକ, ଚିତ୍ରସେନ ପ୍ରଧାନ ଓ ଏନ୍ ସି ସି ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

ଏନ୍ ସି ସି ଅଧିକାରୀ ଡ଼ ଗୁରୁକିଶୋର ନାୟକ ମ°ଚ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

ସମ୍ବଲପୁର: ଏକବିଂଶ ଶତାବ୍ଦୀର ଆଧୁନିକ ଦୁନିଆକୁ ଧ୍ୟାନରେ ରଖି ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି। ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାକୁ ପ୍ରାଧାନ୍ୟ ସହ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବା ଏବଂ ସବୁ ବିଷୟକୁ ଯୋଡି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଅଙ୍ଗ ହୋଇଛି ବୋଲି ଶନିବାର ସମ୍ବଲପୁର ସ୍ଥିତ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନରେ ଭାରତ ସମେତ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଆଜି ଆମ ସମସ୍ତଙ୍କ ସାମ୍ନାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ନୂଆ ଦୁନିଆ ଛିଡା ହୋଇଛି। ପରିବେଶ ସୁରକ୍ଷା ଭଳି ଗୁରୁ ଦାୟିତ୍ୱ ଆଜିର ଯୁବପିଢିଙ୍କ ହାତରେ ନ୍ୟସ୍ତ ରହିଛି। ତେଣୁ ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ନୂଆ ପିଢି ପାଇଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି। ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ କ୍ରିଟିକାଲ ଥିଙ୍କିଂ ବଢାଇବା ସହ ସେମାନଙ୍କୁ ତର୍କ ଓ ଗବେଷଣା କରିବାର କ୍ଷମତା ବୃଦ୍ଧି କରାଇବା ପାଇଁ ମାତୃଭାଷାରେ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ମାତୃଭାଷା ଶିକ୍ଷାଦାନକୁ ଅଭ୍ୟାସରେ ପରିଣତ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସୁଥିବା ପାର୍ଥକ୍ୟ ଉପରେ ଗବେଷଣା କରିବା ଦରକାର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଶିକ୍ଷା ନୀତିରେ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତି ଦେବା ପାଇଁ ଆଗାମୀ ଶିକ୍ଷା ବର୍ଷରୁ ବର୍ଷକୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇ ଥର କରାଯିବ। ଏହି ଦୁଇଟି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ପରୀକ୍ଷାରେ ଭଲ ନମ୍ବର ଆଣିଥିବେ, ସେହି ଅନୁସାରେ ସେମାନଙ୍କୁ ମାର୍କିଂ କରାଯିବ। ଏହାବ୍ୟତିତ ପିଲାଙ୍କ ପାଇଁ ନୂତନ ପାଠ୍ୟ ପୁସ୍ତକ ବିକଶିତ କରାଯିବା ଉପରେ ମଧ୍ୟ ପ୍ରାଥମିକତା ଦିଆଯାଉଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦକ୍ଷତାକୁ ପାଠ୍ୟକ୍ରମ ଖସଡାରେ ଅନ୍ତର୍ଭୃକ୍ତ କରାଯିବା ସହ ଆଗାମୀ ଦିନରେ ସେମାନଙ୍କୁ ସେହି ସ୍କିଲର ଅଭ୍ୟାସ କରାଯିବ।

ପ୍ରଧାନମନ୍ତ୍ରୀ ଯେତେବେଳେ ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି ଆଜିର ପିଲାଙ୍କୁ ରୋଜଗାର କରିବା ନୁହେଁ ବରଂ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ଭଳି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ଏବଂ ଉଦ୍ୟମିତା ମନୋବୃତ୍ତି କରାଇବା ପାଇଁ ପଡିବ। ରାମ ରାଜ୍ୟ ତଥା ଦେଶରେ ସୁଶାସନ ପ୍ରତିଷ୍ଠା କରିବା ପାଇଁ ପଡିବ। ଆଜି ଜନ୍ମ ହେଉଥିବା ପିଲାଙ୍କର ଉତ୍ତମ ସ୍ୱାସ୍ଥ୍ୟ ରଖିବା ପାଇଁ ଯତ୍ନ ନେବାକୁ ପଡିବ।  ମର୍ଯ୍ୟାଦାପୁରୁଷ ଶ୍ରୀରାମ ଲଙ୍କା ବିଜୟ କରିବା ପାଇଁ ଯେଉଁଭଳି ଭାବେ ରାମସେତୁ ନିର୍ମାଣ କରିଥିଲେ ଏବଂ ଏହାକୁ ନିର୍ମାଣ କରିବାରେ ଗୁଣ୍ଡୁଚିମୂଷା ନିଜର ବାଲି ଝାଡିଥିଲା ସେହଭଳି ଭାବେ ଆମେ ‘ବିକଶିତ ଭାରତ’ ପାଇଁ ପରିଶ୍ରମ କରିବା ସହ ନିଜ ନିଜର ସାମର୍ଥ୍ୟ ଅନୁସାରେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମାଜ ସହ ତୃଣମୂଳ ସ୍ତରରେ ଯୋଡି ହୋଇ ପୂର୍ବଜ ମାନଙ୍କ ସଂଗ୍ରାମକୁ ମନେପକାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଦୁନିଆର ସବୁଠୁ ପୁରୁଣା ଗ୍ରନ୍ଥ ବେଦର ମାହାତ୍ମ୍ୟ ଉପରେ ପିଲାଙ୍କୁ ଅଧ୍ୟୟନ କରାଇବା ପାଇଁ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲକୁ ପରାମର୍ଶ ଦେବା ସହ ସମାଜର ଏକ କ୍ୟାଟାଲିଷ୍ଟ ହେବାକୁ ଆହ୍ୱାନ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ।

ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ସୁଧୀର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ଉପସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର କୁମାର ନାୟକ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ଯଥା ଦେବବ୍ରତ ବଡ଼ଜେନା, ପ୍ରଶାନ୍ତ ମହାନ୍ତି ଆଦି ସକ୍ରିୟ ସହଯୋଗ କରିଥିବା ବେଳେ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା ଏବଂ ଜଗଦିଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ପରିଶେଷରେ ସଂଘର ଉପସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ଓକିଲ ସଂଘର କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବାଣପୁର ଅଞ୍ଚଳର ବହୁ ସମାଜସେବୀ ଏବଂ ସାମ୍ବାଦିକ ମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଓକିଲ ସଂଘର ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା।

Categories
ଆଞ୍ଚଳିକ

ଅଗ୍ରଣୀ ଶିକ୍ଷାନୁଷ୍ଠାନ କେମେଷ୍ଟ୍ରୀ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହରରେ ଅବସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେମେଷ୍ଟ୍ରୀ ଫୋରମ୍ ର ବାର୍ଷିକ ଉତ୍ସବ ପାଳନ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ସମାଧାନ ପଣ୍ଡାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନିଷ୍ଟ୍ ମହାବିଦ୍ୟାଳୟର କେମେଷ୍ଟ୍ରୀ ବିଭାଗ ମୁଖ୍ୟ ଡଃ ଦୁର୍ଯୋଧନ ସାହୁ, ସମ୍ମାନିତ ଅତିଥି ଭାବେ ଭିତମ୍ ଶିକ୍ଷାନୁଷ୍ଠାନ ର ପ୍ରଫେସର ଡ଼ଃ ଅନୁପ କୁମାର ପଣ୍ଡା ଓ ବ୍ରହ୍ମପୁର ପୌର ନିଗମ ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ (ଟୁନା) ପ୍ରମୁଖ ଯୋଗ ଦେଇ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କୁ ରାସାୟନିକ ବିଜ୍ଞାନର ପ୍ରୟୋଗ ଓ ବିକଶିତ ବିଷୟରେ ଦିଗଦର୍ଶନ ଦେଇଥିଲେ।

ଏଥି ସହିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମୁଳକ କାର୍ଯ୍ୟକ୍ରମରେ କ୍ରୁତିତ୍ବ ହାସଲ କରିଥିବା ପ୍ରତିଯୋଗି ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଶିକ୍ଷାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସାମାଜିକ ଅନୁଷ୍ଠାନ “ବିପଦର ବଂଧୁ” ରାଜ୍ୟ ସଭାପତି ଟି କ୍ରିଷ୍ଣା ରାଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀ ଓ ଅନୁଷ୍ଠାନ ର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Categories
ଆଞ୍ଚଳିକ

ଚିଲିକା ସଂଗୀତ ନାଟକ ଏକାଡେ଼ମୀର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକା ସଂଗୀତ ନାଟକ ଏକାଡେ଼ମୀ ବାଲୁଗାଁର ବାର୍ଷିକ ଉତ୍ସବ -୨୦୨୩ ବାଣପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ସ୍ବାଧୀନତା ଦିବସ ଅବସରରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ଼ଃ ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ଭାବେ ବାଣପୁର ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ତଥା ବାଗ୍ମୀ ବାଳମୁକୁନ୍ଦ ଦାସ, ରବିନ୍ଦ୍ର ନାଥ ମାନସିଂହ ପ୍ରମୁଖ ଯୋଗ ଦେଇ ଓଡ଼ିଆ ନାଟକ, ଓଡିଶି ନୃତ୍ୟର ପ୍ରସାରରେ ଏହି ଅନୁଷ୍ଠାନର ଭୂମିକା ସଂପର୍କରେ ଉଦବୋଧନ ଦେଇଥିଲେ।

ଓଡିଶି ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀ ଅପୂର୍ଭା, ମାନ୍ୟମୟୀ ସାଇପ୍ରୀୟା, ପ୍ରତିକ୍ଷା, ସିତଲ, ଆରୂଷି, ଅନୁଲିପ୍ତା, ହଂସିନି, ବିଷ୍ଣୁପ୍ରିୟା, ସାଧନା, ରିତାଞ୍ଜଳି, ଆଲିଶାରାଣୀ, ଗାୟତ୍ରୀ, ମୋନାଲିସା ଚିତ୍ତାକର୍ଷକ ଓଡିଶି ନୃତ୍ୟ ପରିବେଷଣ କରିଥିଲେ।

ସଂଗୀତ ନିର୍ଦ୍ଦେଶକ ସରୋଜ କାନ୍ତ ସାସମଲଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ସଂଗୀତ ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନ ସଂଗୀତ ଗାନ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ଓ ହିନ୍ଦୁସ୍ତାନୀ କଂଠ ଶିଳ୍ପୀ ଓ ଗୁରୁ ଉମା ମିଶ୍ର, ଅଜିତ ମିଶ୍ର, ସମାଜସେବୀ ଗୋଲଖ ବିହାରୀ ପରିଡ଼ା ଏବଂ ସଂଗୀତ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ମୁଦୁଲିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରାଯାଇଥିଲା।

ଶୁଭ କଲ୍ୟାଣ ମଣ୍ଡପର ତତ୍ତ୍ୱାବଧାରକ ଗୋଲଖ ବିହାରୀ ପରିଡ଼ା ଉତ୍ସବର ସାମଗ୍ରିକ ଆୟୋଜନ କରିଥିବା ବେଳେ ଏକାଡେମୀର ସଭାପତି ଭିକାରୀ ଚରଣ ପ୍ରଧାନ ଓ ସଂପାଦିକା ସୁନିତା ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏକୋଏନ୍ ଓଡ଼ିଶା ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଏକୋଏନ୍ ଓଡିଶା ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଏବଂ ଓଡିଶା ବାହାରୁ ୧୫୦ ଜଣ ଚକ୍ଷୁ ଡାକ୍ତର ପିଜି ଛାତ୍ର ଏବଂ ଚକ୍ଷୁ ସହାୟକ ଯୋଗ ଦେଇଥିଲେ। ଚକ୍ଷୁର ଯତ୍ନ ଓ ଚକ୍ଷୁର ସମସ୍ୟା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସବୁ ଗ୍ରାମାଞ୍ଚଳ ଲୋକମାନଙ୍କର ଚକ୍ଷୁ ସମସ୍ୟାର କିଭଳି ଯତ୍ନବାନ୍ କରାଯିବ ଏହା ଉପରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ଡ଼ଃ ବି ଏନ୍ ଆର ସୁବୁଦ୍ଧି, ଡ଼ଃ ପ୍ରଶାନ୍ତ ନନ୍ଦ, ଡ଼ଃ ସରୋଜ ତ୍ରିପାଠୀ, ଡ଼ଃ ସବ୍ୟସାଚି ପଟ୍ଟନାୟକ, ତତ୍ତ୍ୱ ବଧାନରେନରେ ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ଏବଂ ଅତିରିକ୍ତ ଅତିଥି ଭାବେ ଖୋର୍ଦ୍ଧା ସି ଡି ଏମ୍ ଓ ଆର୍ତ୍ତବନ୍ଧୁ ନାୟକ ଯୋଗ ଦେଇ ଅଭିଭାଷଣରେ କହିଥିଲେ ଆଖିର ସମସ୍ୟା କିଭଳି ସୁଚାର ରୂପେ ଚକ୍ଷୁ ଯତ୍ନ ନିଆଯାଇ ପାରିବ ସମସ୍ତ ଡାକ୍ତର ଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟ ଉପଦେଷ୍ଟା ଭାବେ କଲିକତାର ଡ଼ଃ ସପନ ସାମନ୍ତ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ମୁଖ୍ୟ ଚକ୍ଷୁ ଡାକ୍ତର ଡ଼ଃ ଅଜୟ କୁମାର ସିଂ ସୁଚାର ରୂପେ ତୁଲାଇଥିଲେ। ଖୋର୍ଦ୍ଧା ଚକ୍ଷୁ ଵିଭାଗର ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ବାର୍ଷିକ ଉତ୍ସବ

 ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ, ବାଲୁଗାଁର ବାର୍ଷିକ ଉତ୍ସବ ସଂଘର ନିଜସ୍ବ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଭୁ ଶ୍ରୀ ଉମାମହେଶ୍ବରଙ୍କ ପୂଜାର୍ଚ୍ଚନା ପରେ ମା’ କାଳିଜାଇ କଳା ନିକେତନର ପିଲା ମାନଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ ପରେ କର୍ମକର୍ତ୍ତା ମାନେ ମଞ୍ଚାସୀନ ହେବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବିଶ୍ବଶାନ୍ତି ସକାଶେ ନୀରବ ପ୍ରାର୍ଥନା କରାଯିବା ପରେ ସଂପାଦକ ସରୋଜ କୁମାର ପାତ୍ର ସଂଘର ହିସାବ ପ୍ରଦାନ କରିବା ସହିତ ହିସାବ ତନଖି କରିଥିବା ରାମେଶ୍ବର ପାତ୍ର ଏବଂ ତାଙ୍କର ଟିମ୍ ତାଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ ସଂଘର ବିବରଣୀ ପ୍ରଦାନ କରିଥିଲେ। ସଭ୍ୟ କିରଣ କୁମାର ପାତ୍ର, ବିପିନ ପ୍ରହରାଜ, ଶ୍ୟାମସୁନ୍ଦର ପୃଷ୍ଟି, ଗୌରୀପ୍ରସାଦ ସୁବୁଦ୍ଧି ଏବଂ ଉପ ସଭାପତି ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍ ନିଜର ବକ୍ତବ୍ୟରେ ସଂଘର ଉତ୍ତରତ୍ତୋର ଉନ୍ନତି ତଥା ଯୁବ ସଦସ୍ୟମାନେ ଆଗେଇ ଆଗେଇ ଆସିବା ସକାଶେ ଆହ୍ବାନ ଦେଇଥିଲେ।

ସଭାପତି ତାଙ୍କର ଅଭିଭାଷଣରେ ସଂଘର ସମାଜ ପ୍ରତି ଥିବା ସେବା ମନୋଭାବ ତଥା ରାଜ୍ୟ ତଥା ଜାତୀୟ ସ୍ତରରେ ସଂଘର ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେଇ ବ୍ଯବସାୟ ସମ୍ବନ୍ଧୀୟ ସମସ୍ତ ଆଲୋଚନାରେ ସକ୍ରୀୟ ଭାଗ ନେଇଛନ୍ତି।

ସଭାପତିଙ୍କ ଅଭିଭାଷଣ ପରେ ସଭାପତି ଏବଂ ତାଙ୍କର ସହକର୍ମୀ ମାନେ ସେମାନଙ୍କ ପଦବୀରୁ ଅପସାରିତ ହେବା ପରେ ନିର୍ବାଚନ ଦାୟିତ୍ବରେ ଥିବା ସଦସ୍ୟ ଜଗନ୍ନାଥ ସେନାପତି ଏବଂ ତାଙ୍କର ଟିମ ଦ୍ବାରା ନିର୍ବାଚନ ପରିଚାଳନା କରିଥିଲେ। ରବିନାରାୟଣ ନାୟକ ପୂନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଉପ ସଭାପତି ଭାବେ ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍, ସଂପାଦକ ସରୋଜ କୁମାର ପାତ୍ର, ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ, ସର୍ବେଶ୍ବର ସୁବୁଦ୍ଧି ଓ କୋଷାଧକ୍ଷ ଭାବେ ଚୈତନ୍ୟ କୁମାର ପୃଷ୍ଟିଙ୍କୁ ସଭାପତି ଦାୟିତ୍ବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ରାମକୃଷ୍ଣ ମଠର ୧୨୫ ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ଚେନ୍ନାଇ ସ୍ଥିତ ବିବେକାନନ୍ଦ ହାଉସରେ ଶ୍ରୀ ରାମକୃଷ୍ଣ ମଠର ୧୨୫ ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାମୀ ବିବେକାନନ୍ଦଙ୍କ କୋଠରୀରେ ପୂଜା ଓ ଧ୍ୟାନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ହୋଲି ଟ୍ରିଓ ଉପରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ।

ଚେନ୍ନାଇରେ ୧୮୯୭ ମସିହାରେ ସ୍ୱାମୀ ରାମକୃଷ୍ଣାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନ ହେଉଛି ବିଭିନ୍ନ ପ୍ରକାରର ମାନବିକ ତଥା ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ଆଧ୍ୟାତ୍ମିକ ଅନୁଷ୍ଠାନ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚେନ୍ନାଇରେ ରାମକୃଷ୍ଣ ମଠର ୧୨୫ ତମ ବାର୍ଷିକୀ ପାଳନ ଅବସରରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେ ତାଙ୍କ ଜୀବନରେ ରାମକୃଷ୍ଣ ମଠକୁ ଗଭୀର ସମ୍ମାନ କରନ୍ତି ବୋଲି କହିଛନ୍ତି। ତାମିଲି ଲୋକମାନଙ୍କ ପ୍ରତି ତାଙ୍କର ସ୍ନେହ ଏବଂ ପ୍ରେମ, ତାମିଲ ଭାଷା, ତାମିଲ ସଂସ୍କୃତି ଏବଂ ଚେନ୍ନାଇର ଆଭିମୁଖ୍ୟ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଚେନ୍ନାଇରେ ସ୍ୱାମୀ ବିବେକାନନ୍ଦଙ୍କ ଘର ପରିଦର୍ଶନ କରିବା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ସେ ବିଦେଶରୁ ଫେରିବା ପରେ ରହିଥିଲେ। ସେ କହିଥିଲେ ଯେ ଏହି ଘରେ ଧ୍ୟାନ କରିବା ତାଙ୍କ ପାଇଁ ଏକ ବିଶେଷ ଅନୁଭୂତି ଏବଂ ସେ ବର୍ତ୍ତମାନ ଅନୁପ୍ରାଣିତ ଏବଂ ଶକ୍ତିପ୍ରାପ୍ତ ଅନୁଭବ କରୁଛନ୍ତି। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଯୁବ ପୀଢ଼ିଙ୍କୁ ପ୍ରାଚୀନ ଚିନ୍ତାଧାରାର ପ୍ରସାର ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ଥିରୁଭାଲୁଭାରଙ୍କ ଗୋଟିଏ ପଦରୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ଦୁନିଆରେ ଏବଂ ଭଗବାନଙ୍କ ଦୁନିଆରେ ଦୟା ଠାରୁ ଆଉ କିଛି ନାହିଁ। ତାମିଲନାଡୁର ରାମକୃଷ୍ଣ ମଠର ସେବା କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶିକ୍ଷା, ଲାଇବ୍ରେରୀ, କୁଷ୍ଠରୋଗ ସଚେତନତା ଏବଂ ପୁନର୍ବାସ, ସ୍ୱାସ୍ଥ୍ୟ ସେବା, ନର୍ସିଂ ଏବଂ ଗ୍ରାମୀଣ ବିକାଶର ଉଦାହରଣ ଦେଇଛନ୍ତି। ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ରାମକୃଷ୍ଣ ମଠର ସେବା ପୂର୍ବରୁ ତାମିଲନାଡୁର ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଏହାର ପ୍ରଭାବ ସାମ୍ନାକୁ ଆସିଥିଲା।

ସେ ସ୍ପଷ୍ଟ କରିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ତାଙ୍କ ଜୀବନର ଉଦ୍ଦେଶ୍ୟକୁ କନ୍ୟାକୁମାରୀର ପ୍ରସିଦ୍ଧ ଶିଳାରୁ ପାଇଥିଲେ ଯାହା ତାଙ୍କୁ ପରିବର୍ତ୍ତନ କରିଥିଲା ଏବଂ ଏହାର ପ୍ରଭାବ ଚିକାଗୋରେ ଦେଖିବାକୁ ମିଳିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ପ୍ରଥମେ ତାମିଲନାଡୁର ପବିତ୍ର ଭୂମିରେ ପାଦ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମନାଡର ରାଜା ତାଙ୍କୁ ବହୁତ ସମ୍ମାନର ସହ ପାଛୋଟି ନେଇଥିଲେ ଏବଂ ନୋବେଲ ପୁରସ୍କାର ପ୍ରାପ୍ତ ଫରାସୀ ଲେଖକ ରୋମେନ ରୋଲାଣ୍ଡ ଏହାକୁ ଏକ ଉତ୍ସବ ଭାବରେ ବର୍ଣ୍ଣନା କରିଛନ୍ତି ଯେଉଁଠାରେ ସତରଟି ବିଜୟ ସ୍ମାରକୀ ପାଳନ କରାଯାଇଥିଲା ଏବଂ ଏକ ସପ୍ତାହ ପାଇଁ ସାଧାରଣ ଜୀବନଯାତ୍ରା ଅଟକି ଯାଇଥିଲା।

ସ୍ୱାମୀ ବିବେକାନନ୍ଦ ବଙ୍ଗଳାର ଥିଲେ, କିନ୍ତୁ ଭାରତର ସ୍ୱାଧୀନତାର ବହୁ ପୂର୍ବରୁ ତାମିଲନାଡୁରେ ତାଙ୍କୁ ବୀର ଭଳି ସ୍ୱାଗତ କରାଯାଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ହଜାର ହଜାର ବର୍ଷ ଧରି ଭାରତ ଏକ ଦେଶ ବୋଲି ଦେଶବାସୀଙ୍କର ସ୍ପଷ୍ଟ ଧାରଣା ରହିଛି ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ କୁ ସୂଚିତ କରେ। ପ୍ରଧାନମନ୍ତ୍ରୀ ରାମକୃଷ୍ଣ ମଠ ସଂକ୍ରାନ୍ତରେ ବକ୍ତବ୍ୟ ଜାରି ରଖି କହିଥିଲେ ଯେ ସମାନ ଆବେଗ ସହିତ କାର୍ଯ୍ୟ କରିଥାଏ ଏବଂ ଭାରତରେ ବ୍ୟାପିଥିବା ଏହାର ଅନେକ ଅନୁଷ୍ଠାନ ଯାହା ଲୋକମାନଙ୍କୁ ନିଃସ୍ୱାର୍ଥପର ଭାବରେ ସେବା ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ କାଶୀ-ତାମିଲ ସଙ୍ଗମମର ସଫଳତା ଉପରେ ଆଲୋକପାତ କରିବା ସହ ସୌରାଷ୍ଟ୍ର-ତାମିଲ ସଙ୍ଗମମ ମଧ୍ୟ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି । ଭାରତର ଏକତାକୁ ଆହୁରି ଆଗକୁ ନେବା ପାଇଁ ସେ ଏପରି ସମସ୍ତ ପ୍ରୟାସର ବଡ ସଫଳତାର କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ଆମର ଶାସନ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଦ୍ୱାରା ଅନୁପ୍ରାଣିତ। ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିକୋଣରୁ ଏକ ଅନୁରୂପ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ଧନୀ ଦରିଦ୍ର ମଧ୍ୟରେ ପାର୍ଥକ୍ୟ ଦୂର ହୁଏ ଏବଂ ସମାନତା ସୁନିଶ୍ଚିତ ହୁଏ ସେତେବେଳେ ସମାଜ ଅଗ୍ରଗତି କରେ, ସରକାରଙ୍କ ସମସ୍ତ ଫ୍ଲାଗସିପ୍ କାର୍ଯ୍ୟକ୍ରମରେ ସମାନ ଦୃଷ୍ଟିକୋଣ ପ୍ରୟୋଗ କରାଯାଇଛି।

ସେ ଦର୍ଶାଇଛନ୍ତି ଯେ ପୂର୍ବରୁ ମୌଳିକ ସୁବିଧା କ୍ଷେତ୍ରରେ ମଧ୍ୟ ଭେଦଭାବ କରାଯାଉଥିଲା ଏବଂ କେବଳ ହାତଗଣତି ଲୋକ କିମ୍ବା ଛୋଟ ଗୋଷ୍ଠୀ ଆଦିଙ୍କୁ ବ୍ୟବହାର କରିବାକୁ ଅନୁମତି ମିଳୁଥିଲା। କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ବିକାଶର ଦ୍ୱାର ଖୋଲାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଆମର ଅନ୍ୟତମ ସଫଳ ଯୋଜନା ମଧ୍ୟରୁ ମୁଦ୍ରା ଯୋଜନା ଆଜି ଏହାର ୮ମ ବାର୍ଷିକୀ ପାଳନ କରୁଛି ଏବଂ ତାମିଲନାଡୁର କ୍ଷୁଦ୍ର ଉଦ୍ୟୋଗୀଙ୍କ ଉଦ୍ୟମକୁ ଆଲୋକିତ କରିଛି ଯେଉଁମାନେ ଏହି ଯୋଜନାରେ ରାଜ୍ୟକୁ ଅଗ୍ରଣୀ କରାଇଛନ୍ତି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି, କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରାୟ ୩୮ କୋଟି ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଛି । ସେ ଦୋହରାଇଛନ୍ତି ଯେ ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ପାଇବା ପୂର୍ବରୁ ଏକ ସୌଭାଗ୍ୟ ଥିଲା, କିନ୍ତୁ ଏହାର ଉପଲବ୍ଧତା ବର୍ତ୍ତମାନ ବୃଦ୍ଧି କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଘର, ବିଦ୍ୟୁତ୍‍, ଏଲପିଜି ସଂଯୋଗ, ଶୌଚାଳୟ ଇତ୍ୟାଦି ମୌଳିକ ଭିତ୍ତିଭୂମି ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚୁଛି।

ସ୍ୱାମୀ ବିବେକାନନ୍ଦଙ୍କର ଭାରତ ପାଇଁ ଏକ ବଡ଼ ଦର୍ଶନ ଥିଲା। ଆଜି ମୁଁ ନିଶ୍ଚିତ ଯେ ସେ ନିଜ ଦୃଷ୍ଟିକୋଣକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଥିବା ଭାରତକୁ ଗର୍ବିତ ଭାବେ ସେ ଦେଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ନିଜ ତଥା ଆମ ଦେଶରେ ବିଶ୍ୱାସ ବିଷୟରେ ତାଙ୍କର ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ଯେ ଏହା ଆମର ସମୟ ଏବଂ ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏହା ଭାରତର ଶତାବ୍ଦୀ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ବିଶ୍ୱ ସହିତ ବିଶ୍ୱାସ ଏବଂ ପାରସ୍ପରିକ ସମ୍ମାନର ସହ ଜଡିତ।

ସ୍ୱାମୀଜୀଙ୍କର ଶିକ୍ଷାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ କେହି ନଥାନ୍ତି ଏବଂ ଯେତେବେଳେ ଏକ ସଠିକ୍ ପ୍ଲାଟଫର୍ମ ମିଳିଥାଏ, ମହିଳାମାନେ ସମାଜକୁ ଆଗେଇ ନେଇଥାନ୍ତି ଏବଂ ନିଜେ ସମସ୍ୟାର ସମାଧାନ କରିଥାନ୍ତି ଏବଂ ଆଜିର ଭାରତ ମହିଳା ନେତୃତ୍ୱାଧୀନ ବିକାଶରେ ବିଶ୍ୱାସ କରେ । ସେ ଷ୍ଟାର୍ଟଅପ୍ ହେଉ କିମ୍ବା କ୍ରୀଡା, ସଶସ୍ତ୍ର ବାହିନୀ କିମ୍ବା ଉଚ୍ଚଶିକ୍ଷା ହେଉ, ମହିଳାମାନେ ଭେଦଭାବ ଭାଙ୍ଗୁଛନ୍ତି ଏବଂ ରେକର୍ଡ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାମୀ ଜୀ ଚରିତ୍ର ବିକାଶ ପାଇଁ କ୍ରୀଡା ଏବଂ ଫିଟନେସ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆଜି ସମାଜ ଏକ ଅତିରିକ୍ତ କାର୍ଯ୍ୟକଳାପ ଅପେକ୍ଷା କ୍ରୀଡ଼ାକୁ ଏକ ବୃତ୍ତିଗତ ଭାବରେ ଦେଖିବା ଆରମ୍ଭ କରିଛି। ଯୋଗ ଏବଂ ଫିଟ୍ ଇଣ୍ଡିଆ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସେ ଦର୍ଶାଇଛନ୍ତି। ସେ ମଧ୍ୟ ଜାତୀୟ ଶିକ୍ଷା ନୀତି ଉପରେ ମତ ରଖିଛନ୍ତି ଯାହା ଭାରତରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଆଣିବା ପାଇଁ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିଛି ଏବଂ ସ୍ୱାମୀଜୀଙ୍କର ବିଶ୍ୱାସକୁ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷା, ବୈଷୟିକ ତଥା ବିଜ୍ଞାନ ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ହାସଲ କରାଯାଇପାରିବ। ଆଜି ଦକ୍ଷତା ବିକାଶ ଅଭୂତପୂର୍ବ ସଫଳତା ପାଇଛି। ଆମ ନିକଟରେ ବିଶ୍ୱର ଅନ୍ୟତମ ବୈଷୟିକ ଏବଂ ବୈଜ୍ଞାନିକ ଇକୋସିଷ୍ଟମ ମଧ୍ୟ ଅଛି ବୋଲି ସେ କହିଛନ୍ତି।

ସ୍ୱାମୀ ବିବେକାନନ୍ଦଙ୍କ କଥାକୁ ମନେ ପକାଇ ପାଞ୍ଚଟି ଚିନ୍ତାଧାରାକୁ ଅନୁକରଣ କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରଦର୍ଶନ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ ଏବଂ ଆଗାମୀ ୨୫ ବର୍ଷକୁ ଅମୃତ କାଳ ଭାବରେ କରିବା ପାଇଁ ଦେଶ ନିଜର ଲକ୍ଷ୍ୟ ରଖିଛି। ଏହି ଅମୃତ କାଳ ପାଞ୍ଚଟି ଧାରଣା – ପଞ୍ଚ ପ୍ରାଣକୁ ଏକତ୍ର କରି ମହାନ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟବହାର କରାଯାଇପାରିବ। ଔପନିବେଶିକ ମାନସିକତାର ଚିନ୍ତାଧାରା ହଟାଇବା, ଆମର ଐତିହ୍ୟକୁ ପାଳନ କରିବା, ଏକତାକୁ ଦୃଢ କରିବା ଏବଂ ଆମର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବା ଏକ ବିକଶିତ ଭାରତର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ପାଞ୍ଚଟି ନୀତି ଅନୁସରଣ କରିବାକୁ ସାମୂହିକ ଏବଂ ବ୍ୟକ୍ତିଗତ ଭାବରେ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ। ଶ୍ରୀ ମୋଦୀ କହିଛନ୍ତି, ଯଦି ୧୪୦ କୋଟି ଲୋକ ଏପରି ସଂକଳ୍ପ ନେବେ, ତେବେ ଆମେ ୨୦୪୭ ସୁଦ୍ଧା ଏକ ବିକଶିତ, ଆତ୍ମର୍ନିଭରଶୀଳ ଏବଂ ଅନ୍ତର୍ଭୂକ୍ତ ଭାରତ ଗଠନ କରିପାରିବା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତାମିଲନାଡୁର ରାଜ୍ୟପାଳ ଆର ଏନ ରବି, ରାମକୃଷ୍ଣ ମଠର ଉପ ସଭାପତି ଶ୍ରୀମଦ ସ୍ୱାମୀ ଗୌତମାନନ୍ଦଜୀ ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ଉଡାଣ-୨୦୨୩ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି କେ ନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା କାରମେଲ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକ ସଂଜୀବିତୋ ପାଣି, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବିଦ୍ୟାଳୟର ସଭାପତି କିରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅରୁଣ କୁମାର ବରାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥି ସହିତ ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା, ଶୈକ୍ଷିକ ପରିବେଶ, ଖେଳକୁଦ ସାଙ୍ଗକୁ ବ୍ୟାୟାମ, ଯୋଗ, ଗୁରୁ ଶିଷ୍ୟର ସମ୍ପର୍କ ସୁଦୃଢ କରିବା ଦିଗରେ ମଞ୍ଚାସିନ ଅତିଥିମାନେ ଆଲୋକପାତ କରିଥିଲେ।

ଏଥିସହିତ ଆଗାମୀ ଦିନରେ ଶିକ୍ଷାପ୍ରଣାଳୀର ବିକାଶ ଦିଗରେ ଯୁବସମାଜ ପ୍ରେରିତ ହୋଇ ବିଦ୍ୟାଳୟର ସମୃଦ୍ଧି ସୁଦୃଢ କରିବା, ଅଭାବଗ୍ରସ୍ତ ଲୋକଙ୍କୁ ସାମାଜିକ କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ, ସୁନ୍ଦର, ସୁସମ୍ପନ ଓ ସୁସଂସ୍କୃତ କରିବାନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳାଦ୍ରୀ ଭୂଷଣ ବେହେରା ମତପୋଷଣ କରିଥିଲେ।

ବିଗତ ଦିନରେ ସମସ୍ତ ଅଭିଭାବକ ମାନେ ସାମଗ୍ରୀକ ଭାବେ ସକରାତ୍ମକ ମନଭାବ ପୋଷଣ କରି ପରିବାର ସଦସ୍ୟଙ୍କ ଭଳି ଅନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହାନୁଭୂତିର ସହ ପୂର୍ଣ୍ଣ ସହଯୋଗ କରିଥିବା ନେଇ ବିଦ୍ୟାଳୟର ସଭାପତି ଶ୍ରୀ ପାତ୍ର କହିଛନ୍ତି। ସାନ୍ଧ୍ୟ ଅଧିବେସନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏଥିସହିତ ମେଧାବୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପରୁସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି, ଅଭିଭାବକ, ଶୁଭେଚ୍ଛୁବୃନ୍ଦ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ମହାତପଲ୍ଲା ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଖୁବ ଧୁମଧାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ବିନୋଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଧୀରେନ୍ଦ୍ର ସାମନ୍ତରାୟ, ସି.ଆର.ସି.ସି. ଅକ୍ଷୟ ମହାପାତ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଶିକ୍ଷାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ହୃଷିକେଶ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ପିଲାମାନଙ୍କ ଶୈକ୍ଷିକ ଦିଗ ସହିତ ସହ-ଶୈକ୍ଷିକ ଦକ୍ଷତାର ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପିଲାମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଘୋଡା ନାଚ, ଚାକିରିଆ ପୁଅ, ସମୁଦୀ-ସମୁଦୁଣୀ, କୁଳମଣି ପ୍ରଭୃତି ନାଟକଗୁଡିକ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଥିଲା।

ଶିକ୍ଷକ ସଂଜୟ କୁମାର ଦାସ ଏହି କାର୍ଯ୍ୟକ୍ରମଗୁଡିକୁ ପରିଚାଳନା କରିଥିବା ବେଳେ ସଙ୍ଗୀତ ଶିକ୍ଷକ ଭାସ୍କର ସ୍ୱାଇଁ ନାଟକ ଗୁଡିକର ନିର୍ଦ୍ଦେଶନା ଦେଇଥିଲେ। ଶିକ୍ଷୟତ୍ରୀ କଳ୍ପନା ଜେନା, ସୁଶାନ୍ତ ସାମନ୍ତରାୟ, ମାଳତୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ ଆଜି ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଇଂ ପ୍ରବାସ କୁମାର ସୁନ୍ଦରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସେମାନଙ୍କୁ ମଞ୍ଚରେ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇ ଥିଲା।

ଛାତ୍ରୀମାନେ ଉଦବୋଧନୀ ସଂଗୀତ ଗାନ କରିବା ପରେ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତ ସ୍ୱାଗତ ଅଭିଭାଷଣ ଓ ବିବରଣୀ ଉପସ୍ଥାପନ କରିଥିଲେ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ଡକ୍ଟର କଳ୍ପନା ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଉତ୍ସବର ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ସ୍ଵାଗତିକା ଜଗଦେବ, ମୁଖ୍ୟ ବକ୍ତା ତଥା ଶତାଧିକ ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଲେଖକ ଓ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ରଜନୀ ରଞ୍ଜନ, ସମ୍ମାନିତ ଅତିଥି ପ୍ରଖ୍ୟାତ ନାଟ୍ୟକାର ବିଜୟ ଦାସ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ବ୍ୟକ୍ତିତ୍ୱ, ନେତୃତ୍ୱ,ମାନବିକତା ଓ ମାତୃଭାଷା ପ୍ରତି ଅନୁରାଗ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ମହାବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଅଧ୍ୟାପକ ଶାନ୍ତନୁ ଦାଶ ନାଟ୍ୟ ସମ୍ମାନ ବିଶିଷ୍ଟ ବାଦ୍ୟ ଶିଳ୍ପୀ ଓ ନାଟ୍ୟ ନିର୍ଦ୍ଦେଶକ ଅର୍ଜୁନ ସାହୁଙ୍କୁ ପ୍ରଦାନ କରାଯାଇଥିଲା ଓ ଏହି ସମ୍ମାନକୁ ତାଙ୍କ ଭାଇ କବି ପ୍ରଶାନ୍ତ ସାହୁ ଗ୍ରହଣ କରି ଥିଲେ।

ଏଥିସହ କ୍ରୀଡ଼ା ସଂସଦ ପକ୍ଷରୁ ତିରିଶ ବର୍ଷ ରେକର୍ଡ କିପର ଭାବେ ଦାୟିତ୍ୱ ନିର୍ବାହ କରିଥିବା ଗ୍ରନ୍ଥଗା ରିକ ଶଶାଙ୍କ ଶେଖର ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ଛାତ୍ର ପରିଷଦ, ସାଂସ୍କୃତିକ ପରିଷଦ, ନାଟ୍ୟ ସଂସଦ, କ୍ରୀଡ଼ା ସଂସଦ, ସାହିତ୍ୟ ପରିଷଦ ଓ ବିଜ୍ଞାନ ପରିଷଦ ଦ୍ୱାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଧନ୍ୟବାଦ ପ୍ରଦାନ କରିଥିଲେ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ବିଜୟ କୁମାର ରାଉତ। ଉତ୍ସବ ପରିଚାଳନା କରିଥିଲେ ଅଧ୍ୟାପକ ବିଦ୍ୟା ଧର ଜୁଝାରସିଂହ,ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ କୁମାର ଜେନା, ରୀନା ରାଉତ, ମନସ୍ବିନୀ ପଟ୍ଟନାୟକ ଓ ଧୋବୀ ଚରଣ ପରିଡା।

ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ପଦରବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପଦରବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଦେବକୀ ମଳିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଲାଞ୍ଜିଆ ପଞ୍ଚାୟତ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତି ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ସରପଞ୍ଚ ଅନୀଲ ମହାଙ୍କୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଶିକ୍ଷୟତ୍ରୀ କଲ୍ୟାଣୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ଯୋଗଦାନ କରି ଅତିଥି ମାନେ ବିଦ୍ୟାଳୟ କମିଟି ଓ ଅଭିଭାବକ ମାନେ ମିଶି ଛାତ୍ର ଓ ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ଭୁମିକା ତୁଲାଇବା ପାଇଁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟର “ବିଦ୍ୟା ଅର୍ଜନ” ପୁସ୍ତିକା ଅତିଥି ମାନଙ୍କ ଦ୍ଵାରା ପ୍ରକାଶ ପାଇଥିଲା। ଆଜିର ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ଅଭିଭାବକ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ନପଲ୍ଲୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ

ରଣପୁର: ରଣପୁର ବ୍ଲକ ନପଲ୍ଲୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞାଞ୍ଜଳୀ ଚହଟ୍ଟରାୟ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପାତାଳ ସିଂ, ସମିତି ସଭ୍ୟା ଦିପଞ୍ଜଳି ପାଇକରାୟ, ମୋ ସ୍କୁଲ ସଭାପତି ଗୋଦାବରୀ ପ୍ରଧାନ, କୃଷ୍ଣଚନ୍ଦ୍ର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଉଦ୍‌ଯାପିତ

ଭୁବନେଶ୍ଵର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଉଦ୍‌ଯାପିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭି ଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ସାମୂହିକ ସଙ୍ଗୀତ ଗାନ ପରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ଵାଗତ ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ବେଦ୍ କୁମାରୀ ଯୋଗଦାନ କରି ‘ସାମୂହିକ ସହଯୋଗ ଓ ଉଦ୍ୟମ ସଫଳତାର ମହାମନ୍ତ୍ର’ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ସହ ଆଞ୍ଚଳିକ ଅଧିକାରୀ ଡ. ସୁଜାତା ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ବ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ
କରିଥିଲେ।

ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଦଶମ ଶ୍ରେଣୀର କୃତିତ୍ବଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସାଂସ୍କୃତିକ
ବିଭାଗର ସହ-ସଂଯୋଜିକା ସ୍ନିତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାୟ ୬୦୦ ବିଦ୍ୟାର୍ଥୀଙ୍କ ଦ୍ଵାରା ଆକର୍ଷଣୀୟ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ୩୦୦୦ରୁ ଊର୍ଦ୍ଧ୍ବ ଦର୍ଶକ ମନଭରି ଉପଭୋଗ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ, ଫିଫା ଫିଭର, ଗଣତନ୍ତ୍ରର ଚାରୋଟି ସ୍ତମ୍ଭ, ଓଡ଼ିଆ ଡ୍ରାମା – ଯିଏ ସୁଖ ଦୁଃଖରେ ସାଥୀ, ଡିସ୍କୋ ଡ୍ୟାନ୍ସ ଆଦି କାର୍ଯ୍ୟକ୍ରମକୁ ଚିତ୍ତାକର୍ଷକ ଶୈଳୀରେ ଶିଶୁଶିଳ୍ପୀମାନେ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Categories
ଆଞ୍ଚଳିକ

ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ରଣପୁର: ରାଜସୁନାଖଳାସ୍ଥିତ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ବୁଧବାର ଦିନ ସପ୍ତବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରସାନନ୍ଦ ପ୍ରଧାନ ସହ -ଗୋଷ୍ଠୀ ଶିକ୍ଷାଅଧିକାରୀ, ରଣପୁର ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ କିଶୋର ଚନ୍ଦ୍ର ଭଞ୍ଜ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ତଥା ଅଧ୍ୟାତ୍ମିକ ପ୍ରବଚକ। ଶିଶୁଟିଏ କିପରି ଜଣେ ଭଲ ଦେଶ ସେବକ ହେବ ଏବଂ ତାର ଭାବନା ଆଧ୍ୟାତ୍ମିକ ଭାବନାରେ ପରିପୃଷ୍ଟ ହେବ ସେ ସମ୍ଭଧରେ ବକ୍ତବ୍ୟ ରଖିଥିଲେ।

ବିଦ୍ୟାଳୟର ସଭାପତି ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ।  ସମ୍ପାଦକ ସନ୍ତୋଷ କୁମାର ସାଥୁଆ ଅତିଥିମାନଙ୍କ ର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସେବା ଦେଇଥିବା ୭ ଜଣ ସେବାବ୍ରତୀ ମାନଙ୍କୁ ମାନପତ୍ର ଓ ଉପ ଢୋଉକୁନ ପ୍ରଦାନ କରି ସନମାନିତ କରାଯାଇଥିଲା। ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସୌମ୍ୟଶ୍ରୀ ସାହୁ ଓ ଅଂଶୁମାନ ପ୍ରସାଦଙ୍କୁ ଟ୍ରଫି ପ୍ରଦାନ କରାଯଇଥିଲା।

ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟର ସହ ସମ୍ପାଦକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୱତ ପରିଷଦ, ମାତୃଭାରତୀ ଓ ପରିଚାଳନା ସମିତିର ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ। ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଶିଶୁମନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମହ୍ଲାର ଅବିଭାବକମାନଙ୍କୁ ବେଶ ବିମୋହିତ କରିଥିଲା।

Categories
ଆଞ୍ଚଳିକ

ରଣପୁର ସରସ୍ବତୀ ଶିଶୁ ମନ୍ଦିରର ଚତୁରବିଂଶତମ ବାର୍ଷିକ ଉତ୍ସବ ପାଳିତ

ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁବାର ଦିନ ଚତୁରବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବରେଣ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତିର ନୟାଗଡ ଜିଲ୍ଲା ପ୍ରମୁଖ ହରେକୃଷ୍ଣ ମୁଦୁଲି, ସମ୍ମାନିତ ଅତିଥି ଭାବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ମଣ୍ଡଳ ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।  ପ୍ରିୟ ରଞ୍ଜନ ଦେଓ ସଭାଧକ୍ଷ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅତିଥିମାନେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ।  ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ସାମନ୍ତରାୟ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।

ପରିଶେଷରେ ବିଦ୍ୟାଳୟ ଶିକ୍ଷକ ଚିତ୍ତରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପରିଚାଳନା ସମିତିର ସଭ୍ୟବୃନ୍ଦ ଓ ଅଭିଭାବକ ଉପସ୍ଥିତ ରହିଥିଲେ। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବଳିଷ୍ଠ ନିର୍ଦେଶନାରେ ଶିଶୁମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅବିଭାବକ ମାନଙ୍କୁ ବେଶ ବିମୋହିତ କରିଥିଲା।  ବିଦ୍ୟାଳୟର ସହ

ସମ୍ପାଦକ ପ୍ରଦୀପ୍ତ ନନ୍ଦ, ଶିକ୍ଷକ ସନ୍ତୋଷ କୁମାର ଆଚାର୍ଯ୍ୟ, ସୁଶ୍ରୀ ସଙ୍ଗୀତା ତ୍ରିପାଠୀ, ଗୀତାରାଣୀ ମିଶ୍ରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହୋଇଥିବା ବିକେ କେତକୀ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ବ୍ରହ୍ମା କୁମାରୀ ଉପସ୍ଥିତ ରହି ଆସନ୍ତା ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ଗୌଡପଡା ଯୁବକ ସଙ୍ଘର ବାର୍ଷିକ ଉତ୍ସବ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତ ଗୌଡପଡା ଯୁବକ ସଙ୍ଘର ୫୪ ତମ ବାର୍ଷିକ ଉତ୍ସବ ତଥା ମହାତ୍ମାଗାନ୍ଧୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ଅଵସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ଵରୁପାରାଣୀ ସାହୁ, ମୁଖ୍ୟବକ୍ତା ଭାବରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧ୍ୟୀକ୍ଷକ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ସମ୍ମାନୀତ ଅତିଥି ଭାଵରେ ସରାପାଲି ପଞ୍ଚୀୟତର ସରପଞ୍ଚ ଶିବାନୀ ବାରିକ, ସମିତି ସଭ୍ୟା ନିରୁପମା ନାୟକ ଓ ଯୁବନେତା ଧୀରେନ୍ କୁମାର ସାହୁ ଯୋଗ ଦେଇ ଗାନ୍ଧିଜୀ ଓ ଲାଲଵାହାଦୂର ଶାସ୍ତ୍ରୀଙ୍କ ଜୀବନୀ ତଥା ଅଵଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଯୁଵକ ସଂଘର ଅଵଦାନ ଏଵ° ଗ୍ରାମ୍ୟ ସମସ୍ୟା ଵିଷୟରେ ଆଲୋଚନା କରିଥିଲେ।

ଯୁବକ ସଂଘର ସଭାପତି ଗୋଲକ ବିହାରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଵା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅଵସର ରେ ଆୟୋଜିତ ଵିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁର୍ବରୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ପ୍ରତିମୂର୍ତ୍ତି ଓ ତୈଳଚିତ୍ରରେ ମାଲ୍ୟାର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ମେଲୋଡି, ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।