Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ
ଆଞ୍ଚଳିକ

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ
ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ଵରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟାପକ ପ୍ରବୀଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲାକ ବିହାରୀ ଦଳବେହେରା, ମୁଖ୍ୟ ବକ୍ତା ଭାବେ ବାଣପୁର ବ୍ଲକ ସିଆରସିସି ପ୍ରମୋଦ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ବିଭୁତି ଭୂଷଣ ଦାସ, ଅନନ୍ତ ଚରଣ ଖଟେଇ, ବିଶ୍ଵନାଥ ନାୟକ, କଲ୍ୟାଣୀ ସାହୁ, ରଘୁନାଥ ମହାରଣା ଯୋଗଦେଇଥିଲେ।

ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ହୋତାଙ୍କ ସଂଯୋଜନା ପରେ ପ୍ରଧାନଶିକ୍ଷକ ସୋମନାଥ ପ୍ରଧାନ ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହା ସହିତ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ସ୍ଵାଗତ ଅଭିଭାଷଣରେ ଆସନ୍ତା ବର୍ଷ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ ସମ୍ପର୍କରେ ନିଜର ମତ ରଖିଥିଲେ।

ସମ୍ମାନିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ କିପରି ଏକ ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ ଏବଂ ସମାଜରେ ନିଜକୁ ପ୍ରତିଷ୍ଠା କରିପାରିବେ, ତାହା ଉପରେ ଆଲୋକପାତ କରିଥିଲେ।

ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ଯୋଜନା ଦ୍ଵାରା କିପରି ଉପକୃତ ହୋଇପାରିବେ, ତାହା ଉପରେ ମୁଖ୍ୟ ବକ୍ତା ନିଜର ବକ୍ତବ୍ୟ ରଖିଥିଲେ।

ସେହିଭଳି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନେ କିଭଳି ସର୍ବାଙ୍ଗୀନ ଉନ୍ନତି କରିପାରିବେ, ତାହା ଉପରେ ପରାମର୍ଶ ଦେଇଥିଲେ।

ପରେ ସଭାପତି ଆସନ୍ତା ବର୍ଷ ଶତ ବାର୍ଷିକୀ ଉତ୍ସବ କିଭଳି ଧୁମଧାମରେ ପାଳନ କରାଯାଇପାରିବ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହାକୁ ଓଡିଶାର ଏକ ସ୍ମରଣୀୟ ଉତ୍ସବ କରିପାରିବା ବୋଲି ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ପ୍ରାୟ ୩୩ ବିଭାଗର ୧୦୦ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ପ୍ରଧାନ, ସତ୍ୟ ନାରାୟଣ ପ୍ରଧାନ, ମାନସ ରଞ୍ଜନ ହୋତା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଶୁଭଲକ୍ଷ୍ମୀ କାଣ୍ଡି, ପ୍ରଜ୍ଞାପରମିତା ନାୟକ, ସୁରଞ୍ଜିକା ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ।

ଶିକ୍ଷକ ମାନସ ରଞ୍ଜନ ହୋତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାର ସଭାପତିଙ୍କ ଦ୍ଵାରା ସଭା ସାଙ୍ଗ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ପ୍ରତିଷ୍ଠା ଦିବସ ବାଣପୁର ବାର୍ଷିକ ଉତ୍ସବ ସାହାସପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026
Latest News

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026

 ହିନ୍ଦୀ ଦିବସ ୨୦୨୬ ଓ ଷଷ୍ଠ ସର୍ବଭାରତୀୟ ସରକାରୀ ଭାଷା ସମ୍ମିଳନୀକୁ ସମ୍ୱୋଧିତ କଲେ ଗୃହମନ୍ତ୍ରୀ

September 14, 2026

ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

September 14, 2026

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରାର ମୂଲ୍ୟ ୩୯୯୯ ଓ ୮୯୯୯: ଭଡା ଶସ୍ତା କଲା ଇଣ୍ଡିଗୋ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.