Categories
ଆଞ୍ଚଳିକ

ବୀଜୟାନି ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ବୀଜୟାନି ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ବାର୍ଷିକ ଉତ୍ସବ ନୂଆ ଦିଲ୍ଲୀ ଜେଏନ୍‌ୟୁ ଗାନ୍ଧୀ ମଞ୍ଚ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ପଦ୍ମଶ୍ରୀ ଶିଶିର ମିଶ୍ର ଯୋଗ ଦେଇଥିଲେ।

ଏହି ଅବସରରେ ମୁମ୍ବାଇ ଓଡ଼ିଆ ମହାସଂଘ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ଼ଃ ବିପିନ ମିଶ୍ରଙ୍କୁ ମନ୍ତ୍ରୀ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ। ପ୍ରବାସୀ ଓଡ଼ିଆମାନଙ୍କ ଆୟୋଜିତ ଏହି ଶୁଭେଚ୍ଛା ସମାରୋହରେ ବହୁ ବ୍ୟକ୍ତି ଯୋଗଦେଇ ଡ଼ଃ ମିଶ୍ରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦ୍ୱାରା ଓଡ଼ିଆ ଉପକୃତ ହେଉଥିବାରୁ ଉକ୍ତ ସଂସ୍ଥାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ଡ଼ଃ ମିଶ୍ର ମୁଖ୍ୟ ଆୟୋଜକଙ୍କୁ ସାଂଗଠନିକ ଦକ୍ଷତାର ଭୂରୀ ଭୂରୀ ପ୍ରଶଂସା କରିଥିଲେ।

ଏହି ଉପଲକ୍ଷେ ଅନୁଷ୍ଠିତ ଉକ୍ତ ପ୍ରବାସୀ ବନ୍ଧୁମିଳନ ଉତ୍ସବରେ ଡ଼ଃ ମିଶ୍ରଙ୍କର ବନ୍ଧୁ, ଶୁଭଚିନ୍ତକ ଓ ପ୍ରଶଂସକମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଏଠାରେ କୋଭିଡ୍ ଯୋଗୁଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଡ଼ ମିଶ୍ର ଦିଲ୍ଲୀରେ ଗତ ସପ୍ତାହରେ ପଦାର୍ପଣ କରିଥିଲେ।

ଏହି ଅବସରରେ ନୃତ୍ୟ ଯଥା ଓଡ଼ିଶୀ, ମୋ କୋଣାର୍କ, ଆମ ପର୍ବ ପର୍ବାଣୀ, ସମ୍ବଲପୁରୀ, ଆମ ଗାଁର କଥା, ଆମ ରାଜ୍ୟ ଓଡ଼ିଶା, ଆମେ ଦୁହିତା, କୋରାପୁଟିଆ ନୃତ୍ୟ, ଜଙ୍ଗଲୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ସେହିପରି ଧେତ୍ ତେରିକା ନାଟକ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ରିତା ପାତ୍ର, ମୀନକେତନ ସାମଲ, ମୀନକେତନ ମିଶ୍ର, ପ୍ରବୀର କୁମାର ଓ ସଭ୍ୟମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଗଭର୍ଣ୍ଣର ଇଂ ଶାନ୍ତନୁ କୁମାର ପାଣି କହିଲେ ଯେ, ସେବାର ଅନ୍ୟ ନାମ ରୋଟାରୀ। ସାରା ପୃଥିବୀରେ ଆନ୍ତର୍ଜାତିକ ରୋଟାରୀ ଅନୁଷ୍ଠାନ ସାଧାରଣ ଜନତାକୁ ବିଭିନ୍ନ ସେବା ଦେଇଆସୁଛି। ଜଳଦାନ ସେବା ଠାରୁ, ଚକ୍ଷୁଦାନ, ରକ୍ତଦାନ, ଶରୀର ଦାନ ସବୁରେ ଅଗ୍ରଭାଗରେ ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତାମାନେ ନିଃସ୍ୱାର୍ଥପର ଭାବେ ବର୍ଷ ବର୍ଷ ହେବ କାର୍ଯ୍ୟ କରୁଛନ୍ତି।

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବାରିପଦା ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତା ନିରଜ ପଣ୍ଡା ବିଶ୍ୱରୁ ପୋଲିଓମୁକ୍ତ ନିରାକରଣରେ ରୋଟାରୀର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ। କ୍ଲବ ମେଣ୍ଟର ପିପି ଶୁଭେନ୍ଦୁ ପରିଡ଼ା ରୋଟାରୀକୁ ଏକ ସାମାଜିକ ଆନ୍ଦୋଳନ ବୋଲି କହିଥିଲେ। କ୍ଲବର ପ୍ରତିଷ୍ଠାତା ସଭାପତି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କରୋନା ସମୟରେ ରୋଟାରୀ ପକ୍ଷରୁ ସଚେତନତା ରଥ ଓ ମାସ୍କ ବଣ୍ଟନ ସହ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ରାସନ ପ୍ରଦାନରେ ଏକ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି କହିଥିଲେ।

ବୁଦ୍ଧିଜୀବୀ ସ୍ୱାଗତ ରାଉତରାୟ ସ୍ୱାଗତ ଭାଷଣ ଓ କ୍ଲବ ସମ୍ପାଦକ ଶିକ୍ଷାବିତ୍ ଜ୍ୟୋତିଶଙ୍କର ମହାନ୍ତି ବାର୍ଷିକ ବିବରଣୀ ସହ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଟୋରାରୀ ଜିଲ୍ଲାର ପ୍ରଥମ ମହିଳା ଡଃ ଝରଣା ପାଣିଙ୍କୁ ଡଃ ନିବେଦିତା ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ପରେ ଶ୍ରୀମତୀ ମିତ୍ରା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଉତ୍ସବରେ ଡଃ କରୁଣାକର ପ୍ରଧାନ ଓ ଶ୍ରୀମତୀ ମହାନ୍ତିଙ୍କୁ ରୋଟାରୀର ସଭ୍ୟଭୁକ୍ତ କରାଯାଇଥିଲା।

ଡଃ ଜ୍ଞାନେନ୍ଦ୍ର ରୋଟାରୀ କ୍ଲବ ଭୁବନେଶ୍ୱରର ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ଓ ଶ୍ରୀ ସୁଖଧାମ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଦେବଜାନୀ ରାୟଙ୍କୁ ଉତ୍ତରୀୟ ଓ ରୋଟାରୀ ବ୍ୟାଚ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ରୋଟାରିଆନ ଡଃ ଏଲୋରା ରାୟ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

କୋର୍ଟ ପରିସର ନିକଟରେ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ

ଭୁବନେଶ୍ୱର: ମହାବୀର ମନ୍ଦିରର ବାର୍ଷିକ ଉତ୍ସବ କୋର୍ଟ ପରିସର ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ କୋର୍ଟ ପରିସର ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟ ଗେଟ୍ ନଂ-୮ଠାରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି। ଏଥିରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସୁଶାନ୍ତ କୁମାର ପଟ୍ଟନାୟକ, ସି. ଜଗଦୀଶ, ଉମେଶ କୁମାର ବିଶ୍ୱାଳ, ସି. ମୁନିକୁମାରୀ, ଡ଼େଜି ଶତପଥୀ, ସବିତା କୁମାରୀ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ।

ଉକ୍ତ ଉତ୍ସବରେ ଭୁବନେଶ୍ୱର ବାର୍ ଆସୋସିଏସନର ଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରରାୟଣ ସାହୁ, ସଂଘ କାର୍ଯ୍ୟକାରୀ କମିଟି ସଭ୍ୟ ସୁରେଶ କୁମାର ଦାସ, ଅଭିଜିତ ମିଶ୍ର, ସବ୍ୟାସାଚି ସୂତାର, ଅସିତ ମହାପାତ୍ର, ଅମୂଲ୍ୟ ପ୍ରସାଦ ନାୟକ, ଅମରେଶ ସ୍ୱାଇଁ, ଲିନା ପଟ୍ଟନାୟକ, ପ୍ରମିଳା ଜାଲି ନାରାୟଣ ଜେନାଙ୍କ ସମେତ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀ ସାମିଲ୍ ହୋଇଥିଲେ ବୋଲି ବାର୍ ଆସୋସିଏସନର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ସମାରୋହ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗୁରୁ କେଳୁୁଚରଣ ମହାପାତ୍ର ଓଡ଼ିଶୀ ରସର୍ଚ୍ଚ ସେଣ୍ଟର, ଭୁବନେଶ୍ୱରଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ସଦସ୍ୟ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇ କହିଲେ ଯେ, ସାମାଜିକ କାର୍ଯ୍ୟ ଦ୍ୱାରା ହିଁ ସମାଜର ସାମଗ୍ରିକ ବିକାଶ ସମ୍ଭବ। ସାରା ଦେଶରେ କ୍ୟାନ୍ସର ସଚେତନତା ଦିଗରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର କାର୍ଯ୍ୟକୁ ଅନ୍ୟମାନେ ଅନୁସରଣ କରିବା ଉଚିତ୍।

ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଡଃ ହିମାଂଶୁ ଭୂଷଣ ପଣ୍ଡା, ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭୁବନେଶ୍ୱର ବ୍ରହ୍ମାକୁମାରୀ ସେଣ୍ଟରର ମୁଖ୍ୟ ପ୍ରଜାପିତା ବ୍ରହ୍ମାକୁମାରୀ ତପସ୍ୱିନୀ, ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଆ ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଲାୟନ ଇଂ ବିପିନ ବିହାରୀ ନାୟକ, ଖଦୀ ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଲୋକସେବକ ମଣ୍ଡଳ, ପଶ୍ଚିମବଙ୍କର ଅଧ୍ୟକ୍ଷ ରବି ମହାପାତ୍ର, ସ୍ୱେଚ୍ଛାସେବୀ ସଂଗଠନ ସ୍ୱାଗତିକାର ଅଧ୍ୟକ୍ଷ ଅସିତ୍ ମହାନ୍ତି, ଟ୍ରଷ୍ଟି ଆଡ଼ଭୋକେଟ ବିବେକାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଅନିନ୍ଦ୍ୱିତା ଦାସଙ୍କ ସୁମଧୁର ସଙ୍ଗୀତ ପରିବେଷଣ ପରେ ଆରମ୍ଭ ହୋଇଥିବା ସଭାକାର୍ଯ୍ୟରେ ଡଃ ଶିବ ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସାମାଜିକ ସଶକ୍ତିକରଣ କାର୍ଯ୍ୟର ଅଂଶ ରୂପେ ଦୁଇଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ ସହ କେନ୍ଦୁଝର ଜିଲ୍ଲାର ଦଶଜଣ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ପରି ବିଭିନ୍ନ ବର୍ଗରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସୂର୍ଯ୍ୟକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯିବା ସହ ଶିଶୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଧୀରମୋହନ ରାୟ ଧନ୍ୟବାଦ ଦେଇଥିବା ବେଳେ ମିଲନ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲ।

Categories
ଆଞ୍ଚଳିକ

ରାଧାକୃଷ୍ଣ ସୋସିଓ କଲଚୁରାଲ ଆଣ୍ଡ ଦରିଦ୍ର ନାରାୟଣ ସେବା ସଂଘର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା; ଗଙ୍ଗପଡା ସ୍ଥିତ ଭାତଖୁରୀ ମନ୍ଦିର ପରିସରରେ ରାଧାକୃଷ୍ଣ ସୋସିଓ କଲଚୁରାଲ ଆଣ୍ଡ ଦରିଦ୍ର ନାରାୟଣ ସେବା ସଂଘର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।ମ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଞ୍ଜୀବ ଭରଦ୍ୱାଜ ଓଡିଶା ମୁଖ୍ୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସମ୍ମାନୀତ ଅତିଥି ଭାବେ ଜେନେରାଲ ମ୍ୟାନେଜର ପରେଶ କୁମାର ଦାସ, ଡି.ଜି. ଏମ ସାଇ ଆଦିତ୍ୟ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇ ସଙ୍ଘର ଉତ୍ତର ଉତ୍ତର ଉର୍ଣ୍ଣତି କାମନା କରିବା ସହିତ ସ୍ଥାୟୀ ସଭା ଗୃହ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ସଙ୍ଘର ସମ୍ପାଦକ ଲଲାଟ ପୃଷ୍ଟି କୁହନ୍ତି ଜୀବନ ଥିବା ପର୍ଯ୍ୟନ୍ତ ସମସ୍ତ ଦୁଃଖୀ ରଙ୍କିଙ୍କ ସେବା କରିବି ବୋଲି ସଭାରେ ଉପସ୍ଥିତ ଥିବା ଅଭିବକ୍ତ ପୁରୀ ଜିଲ୍ଲାର ସମସ୍ତ ଦୁଃଖି ରଙ୍କିକୁ କହିଥିଲେ।ତେବେ ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସମେତ ଖୋର୍ଦ୍ଧା ଓ ନୟାଗଡ଼ ରୁ ଆସିଥିବା ହାଜରରୁ ଉର୍ଦ୍ଧ୍ଵ ଦୁଃଖୀରଙ୍କିଙ୍କୁ ଔଷଧ, କମ୍ବଳ, ଓ ଅନ୍ନ ଆଧାରରେ ଅପାୟତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଭରତ ରାଉତରାୟ ସଙ୍ଘର ଉତ୍ତର ଉତ୍ତର କାମନା କରିବା ସହିତ ସଂଘ ଏଭଳି ସେବା ଯୋଗାଇ ଦେବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାରି ହେଲା ବିଏମସିର ନୂଆ ଗାଇଡ଼ଲାଇନ୍: ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା ହେଲା କଡାକଡି

ଭୁବନେଶ୍ବର: କରୋନାର ଦ୍ଵିତୀୟ ଲହର ଏବେ ଭୟଙ୍କର ରୂପ ନେଉଛି। ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢିଚାଲିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ ଆଜି ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ଏକ ନୂଆ ଗାଇଡ଼ଲାଇନ୍ ଜାରି କରିଛି। ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା କଡାକଡି କରିଛି। ବିବାହ ଉତ୍ସବରେ ସର୍ବାଧିକ ୧୦୦ ଜଣ ଲୋକ ଭାଗ ନେବାକୁ ଥିବା ବେଳେ ଶୁଦ୍ଧ କ୍ରିୟାରେ ସର୍ବାଧିକ ୫୦ ଜଣ ପାଇଁ ଅନୁମତି ରହିଛି।

ସେହିପରି କୌଣସି ଅନୁଷ୍ଠାନର ରୋପ୍ୟ, ସୁବର୍ଣ୍ଣ କିମ୍ବା ଶତବାର୍ଷିକୀ ଉତ୍ସବ ଉପରେ କଟକଣା ଲାଗିଛି। କୌଣସି ସଂସ୍ଥା କିମ୍ବା ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ପାଇଁ ଅନୁମତି ନାହିଁ। ଏହି ମାର୍ଗଦର୍ଶିକା ଆସନ୍ତା ୬ ତାରିଖରୁ ଲାଗୁ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

Categories
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅରୁଣ କୁମାର ପ୍ରଧାନ

ନାକ୍ଟିଦେଉଳ: ନାକ୍‌ଟିଦେଉଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଅଭୟ ଚୈତନ୍ୟଜୀ ମହାରାଜ। ସେହିପରି ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ରହିଥିଲେ ନାକ୍‌ଟିଦେଉଳର ଅତିରିକ୍ତ ବିଡିଓ ରବି ରଣା, ଜିଲ୍ଲା ପରିଷଦ ସଭ୍ୟ ଜୋନ୍‌ ଦୁଇର ପୂଣ୍ଣ ଗଡତ୍ୟା, ନାକ୍‌ଟିଦେଉଳ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ରାମଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସମ୍ପାଦକ ଋତୁପୂର୍ଣ୍ଣା ପ୍ରଧାନ ସମ୍ପାଦକୀୟ ପାଠ କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ମିନି ଷ୍ଟାଡିୟମ୍‌ ନେଇ କ୍ରୀଡାମନ୍ତ୍ରୀଙ୍କ ଘୋଷଣା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ସର୍ବପୁରାତନ କଲେଜ ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏକ ମିନି ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀଙ୍କ ବ୍ୟତିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗ୍‌ଦ୍ଦେବ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଉତ୍ତମ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଉପସ୍ଥିତ ଅତିଥି ଗଣ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କଲେଜ ପରିସରରେ ଏକ ମିନି ଷ୍ଟାଡିୟମ୍‌ ନିର୍ମାଣ ପାଇଁ କ୍ରୀଡାମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ। ଏହାପରେ ଚିଲିକା ବିଧାୟକଙ୍କ ଦ୍ବାରା ମହାବିଦ୍ୟାଳୟ ପରିସରରେ ଏକ ହାଇମାଷ୍ଟ ଲାଇଟର ଲୋକାର୍ପଣ କରାଯାଇଥିଲା। ଏହା ସହିତ ଭବିଷ୍ୟତରେ କଲେଜରେ ବିଜ୍ଞାନ ଲାବୋରୋଟାରୀ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ବିଧାୟକ ସୂଚନା ଦେଇଥିଲେ।