Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ବାର୍ଷିକ ଉତ୍ସବ
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ବାର୍ଷିକ ଉତ୍ସବ

April 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

 ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ, ବାଲୁଗାଁର ବାର୍ଷିକ ଉତ୍ସବ ସଂଘର ନିଜସ୍ବ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଭୁ ଶ୍ରୀ ଉମାମହେଶ୍ବରଙ୍କ ପୂଜାର୍ଚ୍ଚନା ପରେ ମା’ କାଳିଜାଇ କଳା ନିକେତନର ପିଲା ମାନଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ ପରେ କର୍ମକର୍ତ୍ତା ମାନେ ମଞ୍ଚାସୀନ ହେବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବିଶ୍ବଶାନ୍ତି ସକାଶେ ନୀରବ ପ୍ରାର୍ଥନା କରାଯିବା ପରେ ସଂପାଦକ ସରୋଜ କୁମାର ପାତ୍ର ସଂଘର ହିସାବ ପ୍ରଦାନ କରିବା ସହିତ ହିସାବ ତନଖି କରିଥିବା ରାମେଶ୍ବର ପାତ୍ର ଏବଂ ତାଙ୍କର ଟିମ୍ ତାଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ ସଂଘର ବିବରଣୀ ପ୍ରଦାନ କରିଥିଲେ। ସଭ୍ୟ କିରଣ କୁମାର ପାତ୍ର, ବିପିନ ପ୍ରହରାଜ, ଶ୍ୟାମସୁନ୍ଦର ପୃଷ୍ଟି, ଗୌରୀପ୍ରସାଦ ସୁବୁଦ୍ଧି ଏବଂ ଉପ ସଭାପତି ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍ ନିଜର ବକ୍ତବ୍ୟରେ ସଂଘର ଉତ୍ତରତ୍ତୋର ଉନ୍ନତି ତଥା ଯୁବ ସଦସ୍ୟମାନେ ଆଗେଇ ଆଗେଇ ଆସିବା ସକାଶେ ଆହ୍ବାନ ଦେଇଥିଲେ।

ସଭାପତି ତାଙ୍କର ଅଭିଭାଷଣରେ ସଂଘର ସମାଜ ପ୍ରତି ଥିବା ସେବା ମନୋଭାବ ତଥା ରାଜ୍ୟ ତଥା ଜାତୀୟ ସ୍ତରରେ ସଂଘର ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେଇ ବ୍ଯବସାୟ ସମ୍ବନ୍ଧୀୟ ସମସ୍ତ ଆଲୋଚନାରେ ସକ୍ରୀୟ ଭାଗ ନେଇଛନ୍ତି।

ସଭାପତିଙ୍କ ଅଭିଭାଷଣ ପରେ ସଭାପତି ଏବଂ ତାଙ୍କର ସହକର୍ମୀ ମାନେ ସେମାନଙ୍କ ପଦବୀରୁ ଅପସାରିତ ହେବା ପରେ ନିର୍ବାଚନ ଦାୟିତ୍ବରେ ଥିବା ସଦସ୍ୟ ଜଗନ୍ନାଥ ସେନାପତି ଏବଂ ତାଙ୍କର ଟିମ ଦ୍ବାରା ନିର୍ବାଚନ ପରିଚାଳନା କରିଥିଲେ। ରବିନାରାୟଣ ନାୟକ ପୂନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଉପ ସଭାପତି ଭାବେ ଧୀରେନ୍ଦ୍ରନାଥ ପାତ୍ର, ସେଖ୍ ଗନିଫ୍, ସଂପାଦକ ସରୋଜ କୁମାର ପାତ୍ର, ସହ ସଂପାଦକ ପ୍ରଦୀପ କୁମାର ସ୍ବାଇଁ, ସର୍ବେଶ୍ବର ସୁବୁଦ୍ଧି ଓ କୋଷାଧକ୍ଷ ଭାବେ ଚୈତନ୍ୟ କୁମାର ପୃଷ୍ଟିଙ୍କୁ ସଭାପତି ଦାୟିତ୍ବ ଦେଇଥିଲେ।

ବାର୍ଷିକ ଉତ୍ସବ ବାଲୁଗାଁ ମା' କାଳିଜାଇ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026

ଜାତିସଂଘର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଭାରତ ସପକ୍ଷରେ ଠିଆ ହେଲା ଏହି ଦେଶ

September 25, 2026

ବାଘ ଆତଙ୍କ: ଘରେ ପଶିଲା ମହାବଳ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

September 25, 2026

୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟରେ ସୁଧାର: କ୍ୱାରେଣ୍ଟାଇନ୍‌ରେ ଚାଲିଛି ନିୟମିତ ଡାକ୍ତରୀ ଯାଞ୍ଚ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.