ମହତପଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Published: Mar 16, 2024, 6:15 pm IST

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ମହତପଲ୍ଲl ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ସି.ଆର.ସି.ସି. ଅକ୍ଷୟ ମହାପାତ୍ର, ରଣପୁର ବ୍ଲକ ଶିକ୍ଷକ ସମନ୍ଵୟ ସମିତିର ସଭାପତି ପ୍ରଫୁଲ୍ଲ କୁମାର ବିଶ୍ବାଳ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁ ରଞ୍ଜନ ସାହୁ, ଆଲୁମିନି କମିଟି ସଭାପତି ଦୁର୍ଯ୍ୟୋଧନ ବାଲିଆରସିଂ ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଓ ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ ସଭାପତିତ୍ବ କରିଥିଲା ବେଳେ ସହକାରୀ ଶିକ୍ଷକ ସଞ୍ଜୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କଳ୍ପନା ଦେଇ ଓ ଭାସ୍କର ସ୍ବାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା। ଏହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶହ ଶହ ଲୋକେ ଉପସ୍ଥିତ ରହି ଉପଭୋଗ କରିଥିଲେ। ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କ ଅନ୍ତାନିର୍ହିତ ଗୁଣାବଳୀର ବିକାଶ ହୋଇ ପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

Related posts