ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କୁ କମ୍ରେଡ଼ ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ

Published: Mar 29, 2022, 6:23 pm IST

ଭୁବନେଶ୍ୱର: କମ୍ରେଡ଼ ବନମାଳୀ ଜେନା ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କମ୍ରେଡ଼ ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି।

ସ୍ମୃତି କମିଟି ତରଫରୁ ଆଜି ପୂର୍ବାହ୍ନରେ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ବାସଭବନରେ ରୌପ ମୟୁର ଏବଂ ଉତ୍ତରୀୟ ଦେଇ ଏହି ସମ୍ମାନିତ କରାଯାଇଥିଲା। ସ୍ମୃତି କମିଟିର ଆୟୋଜକ ଅଭୟ ବଡ଼ଜେନା, ଅକ୍ଷୟ କୁମାର ଦାସ, ରଞ୍ଜନ କୁମାର ଜେନା, ବିଜୟ କୁମାର ଜେନା ଓ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ।

ସମ୍ମାନ ଗ୍ରହଣ ପରେ ଶ୍ରୀଯୁକ୍ତ ହରିଚନ୍ଦନ କହିଥିଲେ ଯେ, ବନମାଳୀ ଜେନା ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠାପର ଯୋଗୁ ସେ ସାରା ଭୁବନେଶ୍ୱରରେ ଲୋକପ୍ରିୟତା ଅର୍ଜନ କରିଥିଲେ। ସେ ମଣିଷ ଭିତରେ ହୀରା ଓ ସଚ୍ଚୋଟ ଓଡ଼ିଆ ଭାବରେ ଗର୍ବିତ ଥିଲେ। ତାଙ୍କ ଆଦର୍ଶରେ ଆଜିର ଯୁବପିଢି ଅନୁପ୍ରାଣିତ ହେଲେ ଓଡ଼ିଶା ବିଶେଷ କରି ରାଜଧାନୀବାସୀଙ୍କ ସାମୂହିକ ସମସ୍ୟା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

Related posts