Categories
ଆଞ୍ଚଳିକ

ଚିଲିକା ଗସ୍ତରେ ଛତିଶଗଡ ରାଜ୍ୟପାଳ: ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଦେଲେ ଆହ୍ଵାନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଚିଲିକା ଓ ବାଣପୁର ଦିନିକିଆ ଗସ୍ତରେ ଆସି ବିଭିନ୍ନ ଶୈବ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବା ସହ ବନ୍ଧୁ ମିଳନରେ ଯୋଗ ଦେଇଛନ୍ତି। ଚିଲିକା ଅଞ୍ଚଳର ଚଣ୍ଡେଶ୍ୱର ଠାରେ ଥିବା ଚଣ୍ଡହର ଦେବଙ୍କ ଦର୍ଶନ, ହରିପୁର ଠାରେ ଥିବା ପ୍ରତାପଶ୍ୱର ଦେବଙ୍କ ଦର୍ଶନ ପରେ ବାଣପୁର ଠାରେ ଥିବା ଭେଟିନାଥ ଦେବଙ୍କ ଦର୍ଶନ କରି ପ୍ରତ୍ୟେକ ସ୍ଥାନରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ସହିତ ତାଙ୍କର ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ବନ୍ଧୁ ମିଳନରେ ଆପଣମାନେ ସମସ୍ତେ ମୋ ନିଜ ପରିବାରର ଲୋକ ବୋଲି ରାଜ୍ୟପାଳ ସମ୍ବୋଧନ କରିଥିଲେ। ଏ ମାଟି ବୀର ପାଇକ ମାଟି ହୋଇଥିବା ବେଳେ ଆପଣ ମାନେ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ। ଏବଂ ଲଢେଇକୁ ବ୍ୟାପକ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହ ତୋଷାମଦ ଠାରୁ ଦୁରେଇ ରହି ସ୍ୱାଭିମାନ ସହକାରେ ବଞ୍ଚିବାକୁ କହିଥିଲେ।

ବାଲୁଗାଁ ଠାରେ ଥିବା ଶ୍ରୀ ଉମା ମହେଶ୍ୱର ବଣିକ ସଙ୍ଘ ଅଡ଼ିଟୋରିଅମ ହଲରେ ‘ଚିଲିକା ବିକାଶ ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ଡ଼ଃ. ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ‘ବିକଶିତ ଭାରତ ନିର୍ମାଣରେ ଆମ ଅଞ୍ଚଳର ଭୂମିକା ଓ ଯୋଗଦାନ’ ଶୀର୍ଷକ ଏକ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ସାହିତ୍ୟିକ ସଂଗ୍ରାମ କେଶରୀ ସାହୁ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ବିଜୟା ନନ୍ଦ ସିଂ , ପରିଷଦର ସମ୍ପାଦକ ରଂଜିତ ବଡ଼ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିକଶିତ ଚିଲିକାର ସମ୍ଭାବନା ଅନେକ ଅଛି ଏବଂ ତାହାକୁ ସାକାର କରିବା ମଧ୍ୟ ସମ୍ଭବ। ଚିଲିକା ହ୍ରଦ ଓ ଜଙ୍ଗଲର ବିକାଶ ହେଲେ ଅଂଚଳର ବିକାଶ ସମ୍ଭବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଆମ ଅଂଚଳର ସେହିଦିନ ବିକାଶ ହେବ ଯେଉଁଦିନ ଏ ଜାତି ପାଇଁ ଓ ମାଟି ପାଇଁ ଆମେ ଆନ୍ଦୋଳନ କରିବା। ସେହିପରି ଭାବେ ଆପଣ ମାନଙ୍କ ଅଞ୍ଚଳର ବିକାଶ ପାଇଁ ଯୋଗଦାନ ସମ୍ପର୍କରେ ଆପଣଙ୍କୁ ଅନୁସନ୍ଧାନ କରିବାକୁ ପଡିବ ଏବଂ ବିଧାନସଭା ଓ ଲୋକସଭାରେ ଯେଉଁଦିନ ଚିଲିକା ଚିଲିକା ଶୁଭିବ ସେହିଦିନ ବିକାଶ ହେବ ବୋଲି ଆମ୍ଭେ ଅନୁଭବ କରିବା ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଦିନିକିଆ ଚିଲିକା ଗସ୍ତରେ ଆସିବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଜାଣନ୍ତୁ କାର୍ଯ୍ୟକ୍ରମ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଚିଲିକା ଗସ୍ତରେ ଆସୁଛନ୍ତି। ସେଠାରେ ବିଭିନ୍ନ ଶିବ ମନ୍ଦିର ଦର୍ଶନ କରିବା ସହ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆସନ୍ତାକାଲି ପୂର୍ବାହ୍ନରେ ଚଣ୍ଡେଶ୍ୱର ସ୍ଥିତ ବାବା ଚଣ୍ଡହରି ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ। ଏହାପରେ ରାଜ୍ୟପାଳ ନାଚୁଣୀ ହରିପୁରସ୍ଥିତ ବାବା ପ୍ରତାପେଶ୍ୱର ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ।

ଏହାପରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ନାଚୁଣୀସ୍ଥିତ ବାସଭବନରେ ପହଞ୍ଚି ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩.୩୦ ଘଟିକା ସମୟରେ ବାଣପୁର ଭେଟଶ୍ୱର ଗ୍ରାମ ସ୍ଥିତ ବାବା ଭେଟିନାଥ ଦେବ ଶିବ ମନ୍ଦିର ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରି ସ୍ଥାନୀୟ ଅଞ୍ଚଳବାସିଙ୍କୁ ଭେଟିବେ ରାଜ୍ୟପାଳ।

ପରିଶେଷରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଅପରାହ୍ନ ୪.୩୦ ଘଟିକାରେ ବାଲୁଗାଁ ଅଶୋକ ନଗରସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଅଡିଟୋରିଅମ ହଲରେ ଚିଲିକା ବିକାଶ ଓ ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ସନ୍ଧ୍ୟାରେ ଭୁବନେଶ୍ୱର ବାସଭବନ ଫେରିଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବୀର ଛବିଳ ସାଏଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ

କୁଦୋପାଲି/ସମ୍ବଲପୁର: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ। ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କୁଦୋପାଲିକୁ ଏକ ଜାତୀୟ ସ୍ତରର ରମଣୀୟ ପ୍ରେରଣାର ତୀର୍ଥ କ୍ଷେତ୍ର ଭାବରେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବୀର ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସ ପାଳନ କରୁଥିବାରୁ ସ୍ଥାନୀୟ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି।

ସେହିଭଳି ଭାବେ ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା।  ଆଜି ମଧ୍ୟ ଲୋକମୁଖରେ ଉଚ୍ଚାରିତ ହୁଏ, “ଉଲି… ଉଲି… ଉଲି…, ଛବିଲ୍ ସାଏ ଦିହେ ବାଜଲା ଗୁଲି, କୁଦୋପାଲିର୍ ମଝା ଖୁଲି”। ଏହା ଲୋକ ଅଭିବ୍ୟକ୍ତି ଓ କୁଦୋପାଲି ଅଞ୍ଚଳର ସ୍ୱାଭିମାନର ବଡ ପରିଚୟ। ଆଇସିଏଚଆର ଆନୁକୂଲ୍ୟରେ ଏହି ଘଟଣାବଳୀର ଗବେଷଣା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦିଆଯିବ। କୁଦୋପାଲି ଗାଁର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଭୂମିର ସୁରକ୍ଷା ପାଇଁ ଉଦନ୍ତ ସାଏ, ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ ଓ ହଟେ ସିଂହଙ୍କ ଅବଦାନ ଅତୁଳନୀୟ । ୧୮୫୭ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢିଥିଲା ।  ଏହି ସଂଗ୍ରାମୀଙ୍କ ତ୍ୟାଗ ପାଇଁ ଆଜି ଆମ ଦେଶ ଭାରତ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଭାରତର ଯୁବକଙ୍କ ପରିଶ୍ରମ ବଳରୁ ଆମ ଦେଶ ଗୌରବର ଅର୍ଜନ କରିଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କୁ ସ୍ମୃତିଚାରଣ କରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବା ସହ ମଶାଲ ଜାଳିଥିଲେ । ମା’ ଓ ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ କଲେ, ଫାଶୀ ଦଣ୍ଡ ପାଇଲେ ସେହି ରଣଭୂମି କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସେ କହିଥିଲେ ଓଡ଼ିଆ ଜାତି ସାହସୀ । ପାଇକ ବିଦ୍ରୋହ ତା’ର ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଆ  ଜାତି କେବେ ପରାଧୀନତାକୁ ସ୍ୱୀକାର କରିନାହିଁ । ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ । ଦେଶକୁ ନିର୍ମାଣ କରିବାକୁ ହେବେ ଜାତିପ୍ରେମର ଆବଶ୍ୟକତା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଦ୍ଵାରା ଲିଖିତ ‘ଦିବସ ୧୦୧’ ପୁସ୍ତକ ଛତିଶଗଡ ମହାମହିମ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଙ୍କ ଦ୍ଵାରା ଭୁବନେଶ୍ଵର ସ୍ଥିତ ବାସଭବନ ପରିସରରେ ଉନ୍ମୋଚନ ହୋଇଯାଇଛି। ଏଥିସହିତ ପୂର୍ବରୁ ମଧ୍ୟ ଓଡିଶାର ପ୍ରାକ୍ତନ ମହାମହିମ ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲଙ୍କ ଦ୍ଵାରା ଶ୍ରୀ ନାୟକଙ୍କ ଲିଖିତ ପୁସ୍ତକ ‘ଶରିର ଗାଥା’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଉକ୍ତ ପୁସ୍ତକରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଥିବା ୧୦୧ ଟି ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡିକର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଓ କାରଣ ସମ୍ପର୍କରେ ବିଶଦ ଭାବରେ କବିତା ମାଧ୍ୟମରେ ପ୍ରକାଶ କରାଯାଇଛି।

ଏକାଧାରରେ ଶ୍ରୀ ନାୟକ ଜଣେ ଉତ୍ତମ ଶିକ୍ଷକ ସହ ଜଣେ ସୁନାମଧନ୍ୟ ସାହିତ୍ୟିକ ଓ ଲେଖକ। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ ଗୋଟି ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ଛତିଶଗଡ ରାଜ୍ୟପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତିନିଦିନ ଧରି ପାଳନ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି। ସକାଳେ କଳସ ଓ ମଶାଲ ଶୋଭାଯାତ୍ରା ମା’ଭଗବତୀ ମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଲା ପରେ ଅପରାହ୍ନରେ ଗାୟତ୍ରୀ ମହାଯଂଜ୍ଞ, ଏବଂ ଶାରୀରିକ ଓ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଥିଲା।

ଆଜିର ଉଦଘାଟନ ଉତ୍ସବର ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ସଭାପତି କୁଳମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁଜୁରାଟ ବାନପ୍ରସ୍ତ ସାଧକ ଆଶ୍ରମ ସଚିବ ସ୍ୱାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ ଯୋଗ ଦେଇଥିଲେ।

ମୁଖ୍ୟବକ୍ତାଙ୍କ ଅଭିଭାଷଣରେ ଅଭିଭାବକମାନେ ନିଜ ମନର କଥାକୁ ପିଲା ଉପରେ ଲଦି ଦିଅନ୍ତୁ ନାହିଁ ବୋଲି କହିଥିଲେ। ପିଲାର ମସ୍ତିକ ଧାରଣ କ୍ଷମତାଠାରୁ ଅଧିକ ବୋଝ ନ ଲଦି ପିଲା ଉପରେ ଭରସା ରଖନ୍ତୁ। ଏହି ବିଦ୍ୟାମନ୍ଦିରରେ ଖାଲି ବିଦ୍ୟା ଅଧ୍ୟୟନ କରାଯାଇ ନଥାଏ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାକୁ ମଧ୍ୟ ପିଲା ମାନଙ୍କୁ ଶିକ୍ଷା ଦିଆଯାଏ।

ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଭାରତର ସଂସ୍କୃତିକୁ ସାରା ବିଶ୍ୱ ଆଜି ଗ୍ରହଣ କରିଛି ବୋଲି କହିଥିଲେ। ଭାରତର ସଂସ୍କୃତି ଯୁଦ୍ଧ ନୁହେଁ ସର୍ବଦା ଶାନ୍ତିର ବାର୍ତ୍ତାଦିଏ। ଭାରତୀୟ ଦର୍ଶନ ହେଉଛି ବସୁଧେୟିବ କୁଟୁମ୍ବକମ। ତେଣୁ ଏହି ଦର୍ଶନରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଣପୁର ମାଟି ହେଉଛି ଏକ ବୀର ମାଟି, ଏହାର ଐତିହ୍ୟ ବହୁ ପ୍ରାଚୀନ, ଏ ଜାତି ହେଉଛି ସ୍ୱାଭିମାନର ଜାତି। ଏହାକୁ ରକ୍ଷା କରିବା ଦାୟିତ୍ୱ ହେଉଛି ପିଲା ମାନଙ୍କର। ମୋ ମା, ମୋ ମାଟି, ମୋ ଭାଷା ଓ ମୋ ଦେଶକୁ ରକ୍ଷା କରିବାକୁ ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବାଣପୁର ଅଂଚଳର ବିଭିନ୍ନ ବର୍ଗ ଯଥା ଶିକ୍ଷାବିତ, ଡାକ୍ତର ଏବଂ ସମାଜସେବୀଙ୍କୁ ଉପଢୌକନ ଦେଇ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଜ୍ୟପାଳଙ୍କ ଆଗରେ ପାଇକ ଆଖଡ଼ାର କଳା କୌଶଳ ପ୍ରଦର୍ଶନ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ବଭୂଷଣଙ୍କ ଉପରେ ବିଜେଡି ଖପ୍ପା, ପୁଅର ରାଜନୈତିକ ଭବିଷ୍ୟତ ପାଇଁ ସେ ବ୍ୟଗ୍ର ବୋଲି ଅଭିଯୋଗ

ଭୁବନେଶ୍ୱର: ଛତିଶଗଡ ରାଜ୍ୟପାଳ ବିଭିନ୍ନ ସମୟରେ ଦେଉଥିବା ବିବୃତିକୁ ନେଉ ଖପ୍ପା ହୋଇଛି ବିଜୁ ଜନତା ଦଳ। ନିକଟରେ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏବଂ ରତ୍ନଭଣ୍ଡାର ଖୋଲା ପ୍ରସଂଗରେ ବିବୃତି ପ୍ରଦାନ କରିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି ସବୁ ବିବୃତି ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବଭୂଷଣଙ୍କୁ ସମାଲୋଚନା କରିଛି।

ବିଜେଡି କହିଛି ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ସେ ଆସାମର ରାଜ୍ୟପାଳ ଭାବେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଯିଏକି ଏବେ ଛତିଶଗଡର ରାଜ୍ୟପାଳ ଅଛନ୍ତି, ଆମେ ସମସ୍ତେ ସବୁବେଳେ ଖୁସି ହୋଇଛୁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୫୩ ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି। ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି।

ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ। ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ।

ତେବେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ଆରମ୍ଭ କରିଛନ୍ତି ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ। ଆମେ ବୁଝିପାରୁଛୁ ଯେ ସେ ତାଙ୍କ ପୁଅ ପାଇଁ ଏକ ରାଜନୈତିକ ପଦବୀ ଖୋଜିବା ପାଇଁ ବ୍ୟଗ୍ର ଅଛନ୍ତି, ଯିଏ କି ତାଙ୍କ ଜୀବନରେ କେବେବି ନିର୍ବାଚନ ଜିତି ନାହାନ୍ତି ଏବଂ ପୌର ନିର୍ବାଚନରେ କାଉନସିଲରର ନିର୍ବାଚନ ମଧ୍ୟ ହାରିଛନ୍ତିା

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ସେ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ, ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେବି ଦେଖିବାକୁ ମିଳି ନ ଥିଲା।

ଆସାମର ରାଜ୍ୟପାଳ ଥିବା ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଝାଡଖଣ୍ଡର ରାଜ୍ୟପାଳ ଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଓଡ଼ିଆଙ୍କୁ ଓଡିଶା ଦେଖିଛି। ସେମାନେ ରାଜ୍ୟପାଳ ଥିଲେ ମଧ୍ୟ କେବେ ବି ଏପରି ଶବ୍ଦ ଉଚ୍ଚାରଣ କରି ନ ଥିଲେ ଯାହା ସେମାନଙ୍କ ପଦ ଓ ମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯିବ। ଏହା ହେଉଛି ଜଣେ ଭଲ ରାଜ୍ୟପାଳଙ୍କ ପ୍ରକୃତ ମାନ୍ୟତା, ଯିଏ କି ରାଜ୍ୟପାଳ ପଦର ପବିତ୍ରତା ଏବଂ ମର୍ଯ୍ୟାଦା ବଜାୟ ରଖନ୍ତି।

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ଏଭଳି ବୟାନ ଦେବାରୁ ଦୂରେଇ ରହିବେ ଯାହା ତାଙ୍କଠାରୁ ଏବଂ ଛତିଶଗଡ଼ର ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟାଳୟଠାରୁ ଆଶା କରାଯାଉ ନାହିଁ। ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଏବଂ ବର୍ତ୍ତମାନ ଛତିଶଗଡର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ସମୟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେଉଁ ଶପଥ ନେଇଛନ୍ତି ତଦନୁଯାୟୀ ତାଙ୍କର ଦାୟିତ୍ୱ ଅଣ ରାଜନୈତିକ ରହିବା ଉଚିତ୍‍ ବୋଲି ଡକ୍ଟର ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ସମାରୋହରେ ଯୋଗଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

କଟକ: ଗତକାଲି କଟକସ୍ଥ ଶତାବ୍ଦି ଭବନରେ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାନ୍ତକବିଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ କବିତା ଓ ସମସ୍ତ ଲେଖାରେ ମୁକ୍ତି ସଂଗ୍ରାମର ଝଙ୍କାର ରହିଥିଲା ବୋଲି କହିଥିଲେ।

ହାସ୍ୟବିକାଶ କେନ୍ଦ୍ର କଟକ ଆନୁକୂଲ୍ୟରେ ଫତୁରାନନ୍ଦଙ୍କ ସ୍ମୃତି ସମାରୋହ ଅବସରରେ କାନ୍ତକବି ପୁରସ୍କାର ଉତ୍ସବ ପାଳନ କରାଯାଉ ଥିବାରୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡିଶାର ବିଶିଷ୍ଟ ହାସ୍ୟ ଲେଖକ ଫତୁରାନନ୍ଦଙ୍କୁ ମନେ ପକାଇଥିଲେ। ଫତୁରାନନ୍ଦଙ୍କ ଲେଖାରେ ବ୍ୟଙ୍ଗ ଓ ହାସ୍ୟରସହରେ ଭରପୁର ଥିଲା। ଏଭଳି ଲେଖା ସମାଜରେ ସଂସ୍କାର ଆଣିବା ସହିତ ସମାଜକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଏହି ଅବସରରେ ରାଜ୍ୟପାଳ କାନ୍ତକବିଙ୍କ ଦେଶାତ୍ମବୋଧ ଓ ବୈପ୍ଳବିକ ପୂର୍ଣ୍ଣ ସମସ୍ତ ରଚନାଗୁଡ଼ିକୁ ଲୋଚଲୋଚନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ ।ଉକ୍ତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ବିଜୟାନନ୍ଦ ସିଂହଙ୍କ “ଅତୀତ ଓ ଅସ୍ମୀତା” ପୁସ୍ତକକୁ ରାଜ୍ୟପାଳ ଲୋକର୍ପଣ କରିଥିଲେ ଓ ପୁସ୍ତକ ଖୁବ୍ ପାଠକୀୟ ଆଦୃତି ଲାଭ କରୁ ବୋଲି କହିଥିଲେ ।

ଉକ୍ତ ଉତ୍ସବରେ ରାଜ୍ୟପାଳଙ୍କ ସମତେ ବିପିନ୍‌ ବିହାରୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଓ କାନ୍ତକବି ପୁରସ୍କାର ରାଜ୍ୟପାଳଙ୍କଠାରୁ ଗ୍ରହଣ କରିଥିଲେ। ସେହିପରି ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବିଙ୍କ କବିତା ଓ ଲେଖାର ପ୍ରଶଂସା କରିବା ସହିତ ତାଙ୍କ ଲେଖାକୁ ଉଚ୍ଚକୋଟିର ଓ ଜାତୀୟତା ଭାବରେ ପରିପୂର୍ଣ୍ଣ ବୋଲି କହିଥିଲେ। ଉକ୍ତ ଉତ୍ସବକୁ ବରିଷ୍ଟ ଆଡ୍‌ଭୋକେଟ୍‌ ଶ୍ରୀ ଗିରିଜାନନ୍ଦ ନାୟକ ସଭାପତିତ୍ୱ କରୁଥିଲା ବେଳେ ସାହିତ୍ୟିକ ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଗାଳ୍ପିକ ରଘୁନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଡ. ଅଭୟ କୁମାର ରାଉତ ମାନପତ୍ର ପାଠ କରିଥିଲେ। ସୁଶ୍ରୀ ଦିପ୍ତି ଦାସ କାନ୍ତକବିଙ୍କ ରଚିତ ପାରମ୍ପରିକ ସଂଗୀତଗାନ କରିଥିଲେ ଏବଂ ନାଟ୍ୟକାର ସୁଜାତା ପ୍ରିୟଦର୍ଶିନୀ, ପ୍ରକାଶକ ଶିବାଶିଷ କର ଓ କମଳ ମାହୁନ୍ତ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ୬ ଦିନିଆ ଓଡ଼ିଶା ଗସ୍ତ, ଜାଣନ୍ତୁ କେଉଁଠି କଣ ଅଛି

ଭୁବନେଶ୍ବର: ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିବସ ୨୦ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରି ନିଜ ବାସଭବନକୁ ଯିବେ।

ସେଦିନ ସଂଧ୍ୟାରେ କଟକର ଶତାବ୍ଦୀ ଭବନ ଠାରେ ଅନୁଷ୍ଠିତ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ସମ୍ମାନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ୨୧ ତାରିଖ ଦିନ ପୂର୍ବାହ୍ନରେ ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ଅନୁଷ୍ଠିତ କଳିଙ୍ଗ କେଶରୀ ଡ. ହରେକୃଷ୍ଣ ମହତାବଙ୍କର ୧୨୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଏବଂ ପରେ ପରେ କିଟ୍ ୟୁନିଭରସିଟି ଠାରେ ଅନୁଷ୍ଠିତ ୭ମ ଜାତୀୟ ମିଡ଼ିଆ କନ୍‌କ୍ଲେଭ – ୨୦୨୩ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ।

୨୩ ତାରିଖ ଦିନ ପୂର୍ବାହ୍ନରେ ଜୟଦେବ ଭବନ ଭୁବନେଶ୍ୱରଠାରେ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂଗଠନ ଆନୁକୂଲ୍ୟରେ ‘ମା’, ମାଟି, ମାନବିଧିକାର’ ଉପରେ ଆୟୋଜିତ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଏବଂ ୨୫ ତାରିଖ ପୂର୍ବାହ୍ନରେ କିଟ୍ ଓ କିସ୍ ୟୁନିଭରସିଟି, କନଭେନ୍‌ସେଂଟର, ଭୁବନେଶ୍ୱର ଠାରେ କିସ୍ ୟୁନିଭରସିଟିର ତୃତୀୟ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ସେହିପରି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୨୨ ଓ ୨୪ ତାରିଖରେ ତାଙ୍କର ପୂର୍ବ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବେ ଓ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏବଂ ୨୬ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦନରରୁ ରାୟପୁର ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଞ୍ଚଳିକ

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବାଣପୁର ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ଜନ୍ମମାଟି ବାଣପୁର ଆସିବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ରାଜ୍ୟପାଳଙ୍କ ଗସ୍ତ ପୁର୍ବରୁ ତତ୍ପର ହୋଇଉଠିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଅପରପକ୍ଷେ ଛତିଶଗଡ ପୋଲିସ ମଧ୍ୟ ବାଣପୁରରେ ପଇଁତରା ମାରୁଛି। ତେବେ ଶ୍ରୀ ହରିଚନ୍ଦନ ଆସନ୍ତାକାଲି ଭୁବନେଶ୍ୱର ସ୍ଥିତ ବାସଭବନରୁ ବାହାରି ଦିବା ୧୧.୩୦ ମିନିଟ ସମୟରେ ନାଚୁଣୀ ସ୍ଥିତ ପୂର୍ବତନ ବିଧାୟକ ତଥା ରାଜ୍ୟପାଳଙ୍କ ଭାଇ ଡଃ ବିଭୁତି ଭୂଷଣ ହରିଚନ୍ଦନଙ୍କ ବାସଭବନରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଦୀର୍ଘ ତିନି ଘଣ୍ଟା ଅବସ୍ଥାପନ କରିବେ।

ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳୀର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ରାଜ୍ୟପାଳଙ୍କ ସହ ଭେଟିବେ ଓ ସମ୍ବର୍ଦ୍ଧନା ଦେବେ। ଏହାପରେ ଅପରାହ୍ନ ୩ ଘଟିକା ସମୟରେ ରାଜ୍ୟପାଳ ନିଜର ଜନ୍ମସ୍ଥାନ ଗୋଡ଼ିଝର ଗ୍ରାମ ସ୍ଥିତ ବାସଭବନରେ ପହଞ୍ଚିବେ। ସେ ନିଜ ପିତାଙ୍କ ଆରଧ୍ୟ ଠାକୁର ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରିବେ। ଏଥିସହିତ ସେ ନିଜ ପିତାମାତାଙ୍କ ସମାଧିସ୍ଥଳରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଏହାପରେ ଅପରାହ୍ନ ୪ ଘଟିକା ସମୟରେ ରାଜ୍ୟପାଳ ଗମ୍ଭାରୀମୁଣ୍ଡା ଗସ୍ତ କରିବେ।  ସେଠାରେ ବିଭିନ୍ନ ସାମାଜିକ ସଂଗଠନ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଦେବେ।

ଏହାପରେ ଅପରାହ୍ନ ୫.୩୦ ଘଟିକା ସମୟରେ ରାଜ୍ୟପାଳ ବାଣପୁର ମା’ ଭଗବତୀ ମନ୍ଦିର ପହଞ୍ଚି ମା’ ଙ୍କ ଦର୍ଶନ କରିବେ। ସେଠାରେ କିଛି ସମୟ ଅତିବାହିତ କଲାପରେ ସେ ଭୁବନେଶ୍ୱର ବାସଭବନ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଓଡିଶା ଗସ୍ତ, ବାଣପୁର ମା ଭଗବତୀଙ୍କୁ କରିବେ ଦର୍ଶନ

ରାୟପୁର: ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୬ ଦିନିଆ ଓଡିଶା ଗସ୍ତରେ ଆସୁଥିବାର ରାଜଭବନ ସୁତ୍ରରୁ ଜଣାପଡିଛି। ସେ ଆସନ୍ତାକାଲି ୨୦ ତାରିଖ ସଂଧ୍ୟାରେ ରାୟପୁରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ନିଜ ବାସଭବନରେ ଅବସ୍ଥାନ କରିବେ।

ତାପରଦିନ ୨୧ ତାରିଖରେ ସେ କେତେକ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଂଧ୍ୟାରେ ସେ ଜୟଦେବ ଭବନରେ ଆୟୋଜିତ ସ୍ବାଭିମାନ ସମ୍ମିଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

୨୩ ତାରିଖରେ ତାଙ୍କର ଜନ୍ମମାଟି ବାଣପୁର ଗସ୍ତ ରହିଛି। ସେ ଭୁବନେଶ୍ବରରୁ ବାହାରି ମା ଭଗବତୀ ମନ୍ଦିର ଯିବେ। ସେଠାରେ ମାଆଙ୍କୁ ଦର୍ଶନ କରିବା ସହିତ ନିଜ ଜନ୍ମସ୍ଥାନ ଗୋଡିଝର ଗ୍ରାମକୁ ଗସ୍ତ କରିବେ। ସେଠାରେ ସେ ନିଜ ପିତାଙ୍କ ଆରଧ୍ୟ ଠାକୁର ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରିବେ। ଏଥିସହିତ ସେ ନିଜ ପିତାମାତାଙ୍କ ସମାଧିସ୍ଥଳରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ସଂଧ୍ୟାରେ ସେ ବାଲୁଗାଁ, ଗମ୍ଭାରୀମୁଣ୍ଡା ଏବଂ ବାଣପୁରଠାରେ ଆୟୋଜିତ ବିଭିନ୍ନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ। ସେଠାରେ ଚିଲିକାର ନାଗରିକମାନେ ଛତିଶଗଡ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା କରିବେ। ସେ ବାଲୁଗାଁରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ: ବିଶ୍ୱଭୂଷଣ ହରିଚନ୍ଦନ

ରାୟପୁର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମୂଳ ଓଡ଼ିଆ ଆତ୍ମଜୀବନୀ ପୁସ୍ତକର ‘ସଂଗ୍ରାମ ସରିନାହିଁ’ର ଇଂରାଜି ଅନୁବାଦ ପୁସ୍ତକ ‘ବ୍ୟାଟେଲ୍ ନଟ୍ ୟେଟ୍ ଓଭର’ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଂଟରନ୍ୟାସ୍‌ନାଲ ସେଂଟରର, ସି.ଡି. ଦେଶମୁଖ ଅଡ଼ିଟୋରିୟମ ଠାରେ ମହାସମାରୋହରେ ଉନ୍ମୋଚିତ ହୋଇସାରିଛି। ଉକ୍ତ ପୁସ୍ତକ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ଛାତ୍ରରାଜନୀତି ଠାରୁ ଆରମ୍ଭ କରି ତାଙ୍କର ସଂଗ୍ରାମରତ ମହତ୍ୱପୂର୍ଣ୍ଣ ଘଟଣାର ବାସ୍ତବ ଉପସ୍ଥାପନା ପୁସ୍ତକକୁ ଆକର୍ଷଣୀୟ କରିଛି। ଜରୁରିକାଳୀନ ଅବସ୍ଥା ବେଳେ ଓଡ଼ିଶା ତଥା ଭାରତୀୟ ଲୋକମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଓ ଅନୀତି ବିରୋଧରେ ତାଙ୍କର ସ୍ୱର ଉତୋଳନ ଓ ପଦଦଳିତ ହୋଇଥିବା ନ୍ୟାୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତାଙ୍କ ଲଢ଼େଇ ଅଭିପ୍ରେତ ବୋଲି ପୁସ୍ତକରେ ସୂଚିତ ହୋଇଛି। ସେହିପରି ରାଜନୀତିରେ ତାଙ୍କ ମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ପାଇଁ ସେ କରିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ତାଙ୍କ ରାଜନୈତିକ ଜୀବନର ଲକ୍ଷ ପୂରଣ ହୋଇଛି ବୋଲି ବର୍ଣ୍ଣିତ ହୋଇଥିବା ବେଳେ ପରବର୍ତୀ ସମୟରେ ସାଧାରଣ ଲୋକଙ୍କ ମୌଳିକ ଅଧିକାର ପାଇଁ ସ୍ୱର ଉଠାଇବା କଥା ପୁସ୍ତକ ଉଲ୍ଲେଖ ହୋଇଥିବା ଜଣାପଡ଼ିଛି।

ଏହି ଅବସରରେ ରାଜ୍ୟପାଳ ନିଜ ବକ୍ତବ୍ୟରେ ତାଙ୍କ ଜୀବନ ମାଟି, ମା ଓ ମଣିଷ ପାଇଁ ସମର୍ପିତ ବୋଲି ସେ କହିଥିଲେ। ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସାଧାରଣ, ଅସହାୟ ଓ ନିସ୍ପେଷିତ ମଣିଷ ପାଇଁ କାର୍ଯ୍ୟ କରିବେ ଓ ସାଧାରଣ ମଣିଷର ଅଧିକାର ସୁରକ୍ଷା ପାଇଁ ସେ ନିଷ୍ଠାର ସଂଗ୍ରାମ ଜାରି ରଖିବେ ବୋଲି ସେ କହିଥିଲେ। ଏହି ଅବସରରେ ରାଜ୍ୟପାଳ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସହିତ ସମାଜର ବିକାଶ ପାଇଁ ତାଙ୍କର ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ।

ବିଶିଷ୍ଟ କବି ପ୍ରଫେସର ଭଗବାନ ଜୟସିଂହ ଉକ୍ତ ପୁସ୍ତକକୁ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିଥିବା ବେଳେ ମୁମ୍ବାଇ ଓ ଦିଲ୍ଳୀର ପ୍ରସିଦ୍ଧ ପ୍ରକାଶନ ସଂସ୍ଥା ପ୍ରଲେକ ପ୍ରକାଶନ ସଂସ୍ଥା ପ୍ରକାଶ କରିଛନ୍ତି।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଜଷ୍ଟିସ୍ ଭି. ଗୋପାଳଗୌଡ଼ା ସଭାପତିତ୍ୱ କରିବା ସହିତ ଭାରତୀୟ ରାଜନୀତିରେ ବିଶ୍ୱଭୂଷଣ ହରିଚନ୍ଦନ ସ୍ୱତନ୍ତ୍ର ବୋଲି ଅଭିହିତ କରିଥିଲେ ଏବଂ ପୁସ୍ତକର ଉନ୍ମୋଚନ କରିଥିଲେ। ଭାରତ ଆଇନ କମିସନର ଅଧ୍ୟକ୍ଷ ଜଷ୍ଟସ ଋତୁରାଜ ଅବସ୍ତି ରାଜ୍ୟପାଳକୁ ସମ୍ବର୍ଦ୍ଧିତ କରି ଶ୍ରୀଯୁକ୍ତ ହରିଚନ୍ଦନ ବହୁମୁଖୀ ପ୍ରତିଭାର ଅଧିକାର ବୋଲି କହିଥିଲେ।

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା କିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ବକ୍ତବ୍ୟ ଦେଇ ଓଡ଼ିଆ ଆତ୍ମଜୀବନରେ ଏ ପୁସ୍ତକର ସଂଯୋଗ ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିବ ବୋଲି କହିଥିଲେ। ପୁସ୍ତକର ଅନୁବାଦକ ଭଗବାନ ଜୟସିଂହ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆତ୍ମଚରିତରେ ଜାତୀୟ ଜୀବନ ପ୍ରତିଫଳିତ ହୋଇଥିବାରୁ ଏହାର ଅନୁବାଦର ଆବଶ୍ୟକତା ପ୍ରାସଂଗିତକା ଯଥେଷ୍ଟ ରହିଛି। ଏହି ଅନୁବାଦ ଜଣେ ନିଷ୍ଠାପର ଦେଶସେବକର ଜୀବନକୁ ବିସ୍ତାର କରିବା ଦିଗରେ ସହାୟକ ବୋଲି କହିଥିଲେ। ସାହିତ୍ୟ ଏକାଡେମିର ସଚିବ କେ ଶ୍ରୀବିନିବାସ ରାଓ ବିିଶ୍ୱଭୂଷଣଙ୍କ ଜୀବନ ଏକ ମହତ୍ୱପୂର୍ଣ୍ଣ ଦେଶସେବାର ପରିଚୟ ପ୍ରଦାନ କରେ।

ଉକ୍ତ ଉତ୍ସବରେ ଅନ୍ୟଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ, କର୍ଣ୍ଣାଟକର ବାଚସ୍ପତି ୟୁ.ଟି. ଖାଦିର ଫରିଦ୍‌, ଇଣ୍ଡିଆନ୍ କନଖଫରେନ୍ସ ଅଫ ଇଟେଂଲେକ୍‌ଚୁଆଲର ସଂପାଦକ ଶିବଶଙ୍କରାଚାର ପ୍ରମୁଖ ରାଜ୍ୟପାଳଙ୍କ ସାହିତ୍ୟ, ରାଜନୀତି, ସମାଜସେବା ବିଶ୍ୱଭୂଷଣକୁ ଅନନ୍ୟ କରି ଗଢ଼ିତୋଳିଛି ବୋଲି କହିଥିଲେ। ଉଦୟ ଇଣ୍ଡିଆ ନଲେଜ୍ ଟ୍ରିର ସଭାପତି ଦିପକ ରଥ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ ରାଜ୍ୟପାଳ ଭାବେ ନେଲେ ଶପଥ, ଯୋଗଦେଲେ ଓଡିଶା ଅତିଥୀ

ରାୟପୁର: ଆଜି ପୂର୍ବାହ୍ନରେ ଛତିଶଗଡ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ରାୟପୁରର ରାଜଭବନରେ ଥିବା ଦରବାର ହଲରେ ତାଙ୍କୁ ଶପଥପାଠ କରାଇଥିଲେ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୂପ ଗୋସ୍ବାମୀ। ଏହି ସମାରୋହରେ ଛତିଶଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ସମାରୋହରେ ଲେଡି ଗଭର୍ଣ୍ଣର ସୁପ୍ରଭା ହରିଚନ୍ଦନ ଏବଂ ତାଙ୍କର ପୁତ୍ର ପୃଥୀରାଜ ହରିଚନ୍ଦନ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ଓଡିଶାରୁ କେତେକ ନେତା ତଥା ବରିଷ୍ଠ ବ୍ୟକ୍ତି ଏହି ସମାହୋରରେ ଯୋଗଦେବା ପାଇଁ ଯାଇଥିଲେ। ସେମାନେ ହେଲେ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଭ୍ରୁଗ ବକ୍ସିପାତ୍ର ଏବଂ ସାମ୍ବାଦିକ କିଶୋର ଦ୍ବିବେଦୀ ପ୍ରମୁଖ ଯୋଗଦେଇଥିଲେ।