Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ସମାରୋହରେ ଯୋଗଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ
ରାଜ୍ୟ ଖବର

କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ସମାରୋହରେ ଯୋଗଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

November 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Biswabhusan
କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ସମାରୋହରେ ଯୋଗଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

କଟକ: ଗତକାଲି କଟକସ୍ଥ ଶତାବ୍ଦି ଭବନରେ ଫତୁରାନନ୍ଦ ସ୍ମୃତି ସମାରୋହ ଆନୁକୂଲ୍ୟରେ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାନ୍ତକବିଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରି ତାଙ୍କ କବିତା ଓ ସମସ୍ତ ଲେଖାରେ ମୁକ୍ତି ସଂଗ୍ରାମର ଝଙ୍କାର ରହିଥିଲା ବୋଲି କହିଥିଲେ।

ହାସ୍ୟବିକାଶ କେନ୍ଦ୍ର କଟକ ଆନୁକୂଲ୍ୟରେ ଫତୁରାନନ୍ଦଙ୍କ ସ୍ମୃତି ସମାରୋହ ଅବସରରେ କାନ୍ତକବି ପୁରସ୍କାର ଉତ୍ସବ ପାଳନ କରାଯାଉ ଥିବାରୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡିଶାର ବିଶିଷ୍ଟ ହାସ୍ୟ ଲେଖକ ଫତୁରାନନ୍ଦଙ୍କୁ ମନେ ପକାଇଥିଲେ। ଫତୁରାନନ୍ଦଙ୍କ ଲେଖାରେ ବ୍ୟଙ୍ଗ ଓ ହାସ୍ୟରସହରେ ଭରପୁର ଥିଲା। ଏଭଳି ଲେଖା ସମାଜରେ ସଂସ୍କାର ଆଣିବା ସହିତ ସମାଜକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଏହି ଅବସରରେ ରାଜ୍ୟପାଳ କାନ୍ତକବିଙ୍କ ଦେଶାତ୍ମବୋଧ ଓ ବୈପ୍ଳବିକ ପୂର୍ଣ୍ଣ ସମସ୍ତ ରଚନାଗୁଡ଼ିକୁ ଲୋଚଲୋଚନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ ।ଉକ୍ତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ବିଜୟାନନ୍ଦ ସିଂହଙ୍କ “ଅତୀତ ଓ ଅସ୍ମୀତା” ପୁସ୍ତକକୁ ରାଜ୍ୟପାଳ ଲୋକର୍ପଣ କରିଥିଲେ ଓ ପୁସ୍ତକ ଖୁବ୍ ପାଠକୀୟ ଆଦୃତି ଲାଭ କରୁ ବୋଲି କହିଥିଲେ ।

ଉକ୍ତ ଉତ୍ସବରେ ରାଜ୍ୟପାଳଙ୍କ ସମତେ ବିପିନ୍‌ ବିହାରୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଓ କାନ୍ତକବି ପୁରସ୍କାର ରାଜ୍ୟପାଳଙ୍କଠାରୁ ଗ୍ରହଣ କରିଥିଲେ। ସେହିପରି ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବିଙ୍କ କବିତା ଓ ଲେଖାର ପ୍ରଶଂସା କରିବା ସହିତ ତାଙ୍କ ଲେଖାକୁ ଉଚ୍ଚକୋଟିର ଓ ଜାତୀୟତା ଭାବରେ ପରିପୂର୍ଣ୍ଣ ବୋଲି କହିଥିଲେ। ଉକ୍ତ ଉତ୍ସବକୁ ବରିଷ୍ଟ ଆଡ୍‌ଭୋକେଟ୍‌ ଶ୍ରୀ ଗିରିଜାନନ୍ଦ ନାୟକ ସଭାପତିତ୍ୱ କରୁଥିଲା ବେଳେ ସାହିତ୍ୟିକ ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଗାଳ୍ପିକ ରଘୁନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଡ. ଅଭୟ କୁମାର ରାଉତ ମାନପତ୍ର ପାଠ କରିଥିଲେ। ସୁଶ୍ରୀ ଦିପ୍ତି ଦାସ କାନ୍ତକବିଙ୍କ ରଚିତ ପାରମ୍ପରିକ ସଂଗୀତଗାନ କରିଥିଲେ ଏବଂ ନାଟ୍ୟକାର ସୁଜାତା ପ୍ରିୟଦର୍ଶିନୀ, ପ୍ରକାଶକ ଶିବାଶିଷ କର ଓ କମଳ ମାହୁନ୍ତ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ।

Biswabhusan biswabhusanharichandan ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.