Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଲୁରୀ ସୀତାରାମ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଲୁରୀ ସୀତାରାମ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ

July 4, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶର ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି, କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡି ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୃଦ୍ଧ ଅତୀତ ସମ୍ପନ୍ନ ଆନ୍ଧ୍ର ପ୍ରଦେଶର ଏହି ପବିତ୍ର ମାଟିକୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କୁ ସୁଯୋଗ ପ୍ରାପ୍ତ ହୋଇଛି। ଆଜାଦୀ କା ଅମୃତ ମହୋତ୍ସବ ସହ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜୟନ୍ତୀ ଓ ରାମ୍ଫା ବିଦ୍ରୋହର ୧୦୦ ବର୍ଷ ପୂରଣର ଅପୂର୍ବ ମିଳନ ଘଟିଥିବା ସେ କହିଥିଲେ। ପ୍ରଧାନମନ୍ତ୍ରୀ ମହାନ ‘ମାନ୍ୟମ ଭୀରୁଡୁ’ ଆଲୁରୀ ସୀତାରାମ ରାଜୁଙ୍କ ସ୍ମୃତିରେ ନତମସ୍ତକ ହେବା ସହ ସମଗ୍ର ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ‘ଆଦିବାସୀ ପରମ୍ପରା’ ପ୍ରତି ଶ୍ରଦ୍ଧା ବ୍ୟକ୍ତି କରିବା ସହ ଆନ୍ଧ୍ର ପ୍ରଦେଶର ଏହି ପରମ୍ପରାରୁ ଜନ୍ମ ନେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଆଲୁରୀ ସୀତରାମ ରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଓ ରାମ୍ଫା କ୍ରାନ୍ତିର ଶତବାର୍ଷିକୀ ବର୍ଷ ବ୍ୟାପୀ ହେବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ । ତାଙ୍କ ଜନ୍ମସ୍ଥାନ ପଣ୍ଡରଙ୍ଗୀ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ମୋଗାଲୁରେ ଆଲୁରୀ ଧ୍ୟାନ ମନ୍ଦିର ପ୍ରତିଷ୍ଠା ଅମୃତ ମହୋତ୍ସବର ଉତ୍ସାର ପ୍ରତୀକ ବୋଲି ସେ କହିଥିଲେ । ଆଜିର କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କେତେ ବର୍ଷ, କେତେକ ଅଞ୍ଚଳ ଓ କେତେକ ଲୋକଙ୍କ ଇତିହାସ ନୁହେଁ । ଏହି ଇତିହାସ ତ୍ୟାଗର ଟାଣପଣର ଓ ଦେଶର କୋଣ ଅନୁକୋଣରେ ବଳିଦାନର । “ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ ଆମ ଶକ୍ତି ଓ ବିବିଧତା, ସଂସ୍କୃତି ଓ ଆମ ଜାତିର ଐକ୍ୟର ପ୍ରତୀକ ବୋଲି ସେ କହିଥିଲେ । ଆଲୁରୀ ସୀତାରାମ ରାଜୁଙ୍କୁ ଭାରତୀୟ ସଂସ୍କୃତି, ଆଦିବାସୀ ମାନ୍ୟତା, ମୌର୍ଯ୍ୟ, ଆଦର୍ଶ ଓ ଗୁଣର ପ୍ରତୀକ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ ସୀତାରାମ ରାଜୁ ମହାଶୟଙ୍କ ଜନ୍ମରୁ ଯୋଗ ଓ ସମ୍ପୂର୍ଣ୍ଣ ଜୀବନଯାତ୍ରା ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ସେ ଆଦିବାସୀ ସମାଜ, ସେମାନଙ୍କ ସୁଖ ଓ ଦେଶର ସ୍ୱାଧୀନତା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ । ଆଲୁରୀ ସୀତାରାମ ରାଜୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହର ପ୍ରତିନିଧିତ୍ୱ କରନ୍ତି ଯାହାର ଉଦେଶ୍ୟ ହେଉଛି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଆଧ୍ୟାତ୍ମିକବାଦ ଆଲୁରୀ ସୀତାରାମ ରାଜୁଙ୍କୁ ଦୟା ଓ କରୁଣା ଆଦି ସେବା ସମାଜ ପାଇଁ ଏକ ପରିଚୟ ଓ ସମାନତା ଜ୍ଞାନ ଓ ସାହସିକତାକୁ ମୁଖରେ ଭରି ଦେଇଥିଲା । ରାମ୍ଫା ବିଦ୍ରୋହରେ ଆଲୁରୀ ସୀତାରାମ ରାଜୁ ଓ ଅନ୍ୟ ଯେଉଁମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ, ସେମାନଙ୍କ ତ୍ୟାଗ ଆଜି ମଧ୍ୟ ସମଗ୍ର ଦେଶ ପାଇଁ ଏକ ପ୍ରେରଣାର ସ୍ରୋତ ହୋଇ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ । “ଦେଶର ଯୁବ ସମାଜ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଆଜି ଦେଶ ବିକାଶ ପାଇଁ ଯୁବ ଶକ୍ତି ପାଇଁ ଅପୂର୍ବ ସୁଯୋଗ ରହିଛି ଆଗେଇ ଆସିବାକୁ” ସେ କହିଥିଲେ ଯେ “ଆଜି ନୂତନ ସୁଯୋଗ, ରାସ୍ତା, ଚିନ୍ତାଧାରା ଓ ନବ ଭାରତ ନିମନ୍ତେ ଅନେକ ସମ୍ଭାବନା ଥିବାବେଳେ ଆମର ଯୁବ ସମାଜ ଏହିସବୁ ସମ୍ଭାବନାକୁ ସାକାର କରିବାରେ ଲାଗିପଡ଼ିଛନ୍ତି ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ପ୍ରଦେଶ ହେଉଛି ବୀର ଓ ଦେଶପ୍ରେମୀଙ୍କ ମାଟି । ଦେଶର ପତାକା ତିଆରି କରିଥିବା ପିଙ୍ଗାଲୀ ଭେଙ୍କେୟା ହେଉଛନ୍ତି ଏହି ମାଟିର ବୀର ସନ୍ତାନ । ଏହି ମାଟିରେ କେନେଗାଛି ହନୁମାନଥୁ, କୁଣ୍ଡକୁରୀ ନିରେସାଲିଙ୍ଗମ ପାନ୍ତୁଲୁ ଓ ପୋଟ୍ଟିୀ ସୀତାରାମୁଲୁ ଭଳି ବୀରମାନେ ଜନ୍ମ ନେଇଛନ୍ତି । ଅମୃତ କାଳରେ ଏ ସମସ୍ତ ବୀରମାନଙ୍କ ସ୍ୱପ୍ନକୁ ସାକାର କରିବା ହେଉଛି ଆମ ସମସ୍ତ ଦେଶବାସୀଙ୍କ ଦାୟିତ୍ୱ । ଏକ ଭାରତ ଯେଉଁଠି ଗରିବ, ଚାଷୀ, ଅନଗ୍ରସର, ଆଦିବାସୀ ସମସ୍ତଙ୍କ ପାଇଁ ସମାନ ସୁଯୋଗ । ଗତ ଆଠ ବର୍ଷ ମଧ୍ୟରେ ସରକାର ଆଦିବାସୀମାନଙ୍କ କଲ୍ୟାଣ ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସ କରି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଦେଶରେ ଆଦିବାସୀ ସଂଗ୍ରହାଳୟମାନଙ୍କ ପ୍ରତିଷ୍ଠା କରାଯାଇ ଆଦିବାସୀମାନଙ୍କ ଗର୍ବ ଓ ଐତିହ୍ୟର ପ୍ରଦର୍ଶନ ହୋଇଛି । ଆନ୍ଧ୍ର ପ୍ରଦେଶର ଲାମ୍ବାସିଂ ଠାରେ “ଆଲୁରୀ ସୀତାରାମ ରାଜୁ ସ୍ମାରକୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ” ସଂଗ୍ରହାଳୟ ନିର୍ମାଣ କରାଯାଇଛି । ସେହିପରି ନଭେମ୍ବର ୧୫ ତାରିଖକୁ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ବିଦେଶୀ ଶାସକମାନେ ଆଦିବାସୀମାନଙ୍କ ଉପରେ ସର୍ବାଧିକ ଅତ୍ୟାଚାର କରି ସେମାନଙ୍କ ସଂସ୍କୃତିକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ଆଜି ଆଦିବାସୀ କଳା କୁଶଳତା ସ୍କିଲ୍ ଇଣ୍ଡିଆ ମିଶନ ଜରିଆରେ ଏକ ନୂତନ ପରିଚୟ ଲାଭ କରିଛି। ‘ଭୋକାଲ ଫର ଲୋକାଲ’ ଆଦିବାସୀ କଳା କୌଶଳକୁ ଏକ ଆୟର ମାଧ୍ୟମ କରିପାରିଛି । ଯୁଗ ଯୁଗ ଧରି ଯେଉଁ ଆଇନ ବଳରେ ଆଦିବାସୀମାନେ ବାଉଁଶ ଭଳି ଜଙ୍ଗଲଜାତ ଦ୍ରବ୍ୟ କାଟି ପାରୁ ନଥିଲେ ଆମେ ଆଇନରେ ପରିବର୍ତ୍ତନ କରି ସେମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର ଦେଇଛୁ । ସେହିପରି ଜଙ୍ଗଲଜାତ ଦ୍ରବ୍ୟ ଏମଏସପି ସଂଖ୍ୟ ୧୨ରୁ ୯ଠରୁ ଅଧିକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୩ଠଠଠରୁ ଅଧିକ ବନଗନ ବିକାଶ କେନ୍ଦ୍ର ଓ ୫ଠ ହଜାରରୁ ଅଧିକ ବନଗନ ସ୍ୱୟଂ ସହାୟକ ଗୋଷ୍ଠୀ ଆଦିବାସୀମାନଙ୍କ କଳା ଓ ପ୍ରସ୍ତୁତ ସାମଗ୍ରୀ ଆଧୁନିକ ସୁଯୋଗ ପାଉଛନ୍ତି । ଆକାଂକ୍ଷିତ ଜିଲ୍ଲା ଯୋଜନା ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ଅନେକ ସାହାଯ୍ୟ କରିବ । ଶିକ୍ଷା ଦୃଷ୍ଟିରୁ ଦେଖିଲେ ୭୫ଠ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ଓ ଜାତୀୟ ଶିକ୍ଷାନୀତି ଅଧିନରେ ମାତୃଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମାନ୍ୟମ ଭୀରୁଡୁ” ଆଲୁରୀ ସୀତାରାମ ରାଜୁ ତାଙ୍କର ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମ କାଳରେ କହିଥିଲେ ‘ଦମ ହେ ତୋ ମୁଝେ ରୋକ ଲୋ’ ଯଦି ପାରୁଛ ମୋତେ ରୋକ । ଆଜି ମଧ୍ୟ ଦେଶ ସେ ଆହ୍ୱାନର ମୁକାବିଲା କରୁଛି । ୧୩ଠ କୋଟି ଦେଶବାସୀ ଏକାକୀ ଓ ଶକ୍ତିର ସହ ସବୁ ଆହ୍ୱାନ ପ୍ରତି ସେହି ଗୋଟିଏ କଥା କହୁଛନ୍ତି ‘ଦମ ହୋ ତୋ ରୋକ ଲୋ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଘଟଣାର ପୃଷ୍ଠଭୂମି

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସରକାର ଅଙ୍ଗୀକାରବଦ୍ଧ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷ ବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି ।

ଜୁଲାଇ ୪, ୧୮୯୭ ମସିହାରେ ଭୀମାଭରମ ଠାରେ ଜନ୍ମିତ ଆଲୁରୀ ସୀତାରାମ ପୂର୍ବଘାଟ ଅଞ୍ଚଳର ଆଦିବାସୀମାନଙ୍କ ସ୍ୱାର୍ଥ ପାଇଁ ବ୍ରିଟିଶ ସରକାର ବିରୁଦ୍ଧରେ ତାଙ୍କର ସଂଗ୍ରାମ ନିମନ୍ତେ ସ୍ମରଣୀୟ ହୋଇ ରହିଛନ୍ତି । ୧୯୨୨ ମସିହାରେ ସଂଗଠିତ ରାମ୍ଫା ବିଦ୍ରୋହରେ ସେ ନେତୃତ୍ୱ ନେଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସେ (ମାନ୍ୟମ ଭୀରୁଡୁ) ବା ଜଙ୍ଗଲର ନାୟକ ଭାବେ ପରିଚିତ ।

ଏକ ବର୍ଷବ୍ୟାପୀ ଉତ୍ସବ ପାଳନ ନିମନ୍ତେ ସରକାର ଅନେକ ପଦକ୍ଷେପ ମାନ ଦେବାକୁ ଯୋଜନା କରିଛନ୍ତି । ବିଜୟ ନଗରମ ଜିଲ୍ଲାର ପାଣ୍ଡରଙ୍ଗୀ ତଥା ଆଲୁରୀ ସୀତାରାମ ରାଜୁଙ୍କ ଜନ୍ମ ସ୍ଥାନ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ରାମ୍ଫା ବିଦ୍ରୋହର ସୂତ୍ରପାତ ହୋଇଥିଲା । ଧ୍ୟାନ ମୁଦ୍ରାରେ ଆଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି ସହ ମୋଗୁଲୁ ଠାରେ ଆଲୁରୀ ଧ୍ୟାନ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି ।

 

SM/MB

Release Id-1839058

ଆଜାଦୀ କା ଅମୃତ ମହୋତ୍ସବ ଆନ୍ଧ୍ର ପ୍ରଦେଶ ନରେନ୍ଦ୍ର ମୋଦୀ ବିଶ୍ୱଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.