Categories
ଆଞ୍ଚଳିକ

ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହୋଇଥିବା ବିକେ କେତକୀ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ବ୍ରହ୍ମା କୁମାରୀ ଉପସ୍ଥିତ ରହି ଆସନ୍ତା ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: “ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା” ଆଲୋଚନା ଚକ୍ର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଏକ ଆଲୋଚନା ଚକ୍ର ‘ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା’ ଉପରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ସୁକାନ୍ତ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ରାଜସ୍ଥାନ ମାଉଣ୍ଟଆବୁର ସୁଶାନ୍ତ ଭାଇ, ରାଜ୍ୟ ମିଡିଆ କୋର୍ଡିନେଟର ବି କେ ନାଥମଲ, ମୁଖ୍ୟ ବକ୍ତା ଭାବେ ଫରିଦାବାଦର ବ୍ରହ୍ମକୁମାରୀ ପୁନମ ବର୍ମା ଯୋଗ ଦେଇ ଆଜିର ଆଧୁନିକ ସମାଜରେ ସାମ୍ବାଦିକ ମାନଙ୍କର ଆବଶ୍ୟକତା ଓ ସମାଜ ପାଇଁ ପ୍ରତିଟି ମୁହୂର୍ତ୍ତରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ନିଜର କର୍ମମୟ ଜୀବନ ଭିତରେ ସଦାସର୍ବଦା ଜାଗ୍ରତ ପ୍ରହରୀର ମୁଖ୍ୟ ସ୍ରୋତ ପାଲଟିଥିବା ସାମ୍ବାଦିକ ଆଜି ବି ଆକ୍ରୋଶର ଶିକାର ହେଉଥିବା ବେଳେ ଅନେକ ସମୟରେ ସାଧାରଣରେ ଉପେକ୍ଷିତ ହେଉଥିବା ନଜିର ରହିଛି। ସେମାନେ ସଦା ସର୍ବଦା ନିଜକୁ ଜଗତ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଛନ୍ତି।

ଏହିପରିପ୍ରେକ୍ଷୀରେ କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ମାନସିକ ସ୍ତରରେ କିଛି ମାତ୍ରାରେ ଶାନ୍ତ୍ୱନା ତଥା ଚାପ ମୁକ୍ତ ଉଦ୍ବେଶ ନେଇ ଛୋଟ ପ୍ରୟାସ କରାଯାଇଥିବା ବ୍ରହ୍ମା କୁମାରୀ ପୁନମ ବର୍ମା କହିଛନ୍ତି। ଏଥିସହିତ କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି କିପରି ନିଜର ମାନସିକ ଶାନ୍ତି ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବାନେଇ ଆଲୋଚନା କରାଯାଇଥିଲା।ଏଥିସହିତ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଓ ବାଣପୁର ବ୍ଲକ ଅନ୍ତର୍ଗତ ସାମ୍ବାଦିକମାନେ ଯୋଗ ଦେଇ ଆଧ୍ୟାତ୍ମିକ ଦିଗଦର୍ଶନ ଉପରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଉପଲବ୍ଧିର ସତ୍ତା ଖୋଜିବାକୁ ଉପକ୍ରମ କରିଥିଲେ।

ପରିଶେଷରେ ଉପସ୍ଥିତ ସାମ୍ବାଦିକ ଓ ବିଭିନ୍ନ ବର୍ଗରେ ସାମାଜିକ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନରେ ସହଯୋଗ ପାଇଁ ମିଡ଼ିଆ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସାମ୍ବାଦିକଙ୍କ ମାନସିକ ସ୍ଥିତିକୁ ଖୁବ ନିକଟରୁ ପରଖି ଏଭଳି ନିଆରା କାର୍ଯ୍ୟକ୍ରମ କରିଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୋ କଲେଜ ଅଭିଯାନ: ବାଣପୁରରେ ଛାତ୍ରୀମାନଙ୍କ ଦ୍ଵାରା ସାଇକେଲ ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା।

ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବାଣପୁରର ବିଶିଷ୍ଟ ଅବଦାନ ଥିବା ଉକ୍ତ ନାଟକରେ ଦର୍ଶାଯାଇଥିଲା।  ଉକ୍ତ ପଥପ୍ରାନ୍ତ ନାଟକଟି ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ, କୁମାରାଙ୍ଗ ଛକ, ମା’ ଭଗବତୀ ମନ୍ଦିର ସମ୍ମୁଖ, ବାଣପୁର ଥାନା ଏବଂ ପଲଟନ ପଡିଆରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ ମିଶନ’ (ଜେଜେଏମ୍) ୧୦କୋଟି ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେଇ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।

୨୦୧୯ ଅଗଷ୍ଟ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲା ଉପରୁ ଏହି ଜଳଜୀବନ ମିଶନର ଆରମ୍ଭ ବିଷୟ ଘୋଷଣା କରିଥିଲେ। ସେତେବେଳେ ଦେଶର ଗ୍ରାମାଞ୍ଚଳରେ ମାତ୍ର ୩. ୨୩କୋଟି (୧୬.୯୦%) ପରିବାରକୁ ଟ୍ୟାପ୍ ଜଳର ସୁବିଧା ମିଳୁଥିଲା। ଯୋଜନା ଆରମ୍ଭର ତିନିବର୍ଷ ମଧ୍ୟରେ ଏବେ ୨୦୨୨ ଅଗଷ୍ଟ ୧୯ସୁଦ୍ଧା ୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳଯୋଗାଇ ଦେବା ସମ୍ଭବ ହୋଇଛି।

ଆଜିର ତାରିଖ ସୁଦ୍ଧା ଗୋଆ, ତେଲଙ୍ଗାନା ଓ ହରିଆଣା ରାଜ୍ୟ ଏବଂ ପୁଡୁଚେରୀ, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ ଏବଂ ଅଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳରେ ଶତ ପ୍ରତିଶତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି।
ଏହା ବ୍ୟତୀତ ପଞ୍ଜାବରେ ଏହି ଜଳ ଯୋଗାଣ ୯୯.୯୩%, ଗୁଜରାଟରେ ୯୭.୦୩%, ବିହାରରେ ୯୫. ୫୧%, ହିମାଚଳ ପ୍ରଦେଶରେ ୯୪.୮୮%ରେ ପହଞ୍ôଚ ଶତ ପ୍ରତିଶତ ଲକ୍ଷ୍ୟ ହାସଲର ନିକଟତର ହୋଇଛି।

୨୦୨୨ ଅଗଷ୍ଟ ସାତ ତାରିଖରେ ଗୋଆ, ଦାଦ୍ରା ଓ ନଗର ହାବେଳି, ଡାମନ ଓ ଡିଉରେ ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ ଜଳ ଯୋଗାଇ ଦିଆଯାଇ “ହର ଘର୍ ଜଲ୍” ଯୋଜନାର ପ୍ରଥମ ସଫଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଗ୍ରାମସଭା ଜରିଆରେ ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସବୁ ଗ୍ରାମାଞ୍ଚଳ ପରିବାର ଟ୍ୟାପ୍ ଯୋଗେ ନିୟମିତ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାନୀୟ ଜଳ ପାଉଛନ୍ତି।

ଜଳଜୀବନ ମିଶନର ଲକ୍ଷ୍ୟ ହେଲା ଦେଶର ସବୁ ଗ୍ରାମୀଣ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ନିରାପଦ ପାନୀୟ ଜଳ ଦୈନିକ ପାଇପ୍ ଯୋଗେ ଯୋଗାଇ ଦେବା। ଏହା ଏକ ଦୀର୍ଘ ମିଆଦି ଯୋଜନା ଏବଂ ସବୁ ଗ୍ରାମାଞ୍ଚଳ ଲୋକେ ଯେପରି ନିରାପଦ ଓ ସ୍ୱଚ୍ଛ ପାନୀୟ ଜଳ ନିୟମିତଭାବେ ପାଆନ୍ତି ତାହାକୁ ନିଶ୍ଚିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। କରୋନା ମହାମାରୀ ସମେତ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଓ ଅସୁବିଧା ସତ୍ତ୍ୱେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କାମ ନିରନ୍ତର ଚାଲିଛି। ବଣ, ଜଙ୍ଗଲ, ଅଗମ୍ୟ ଇଲାକା, ପାହାଡ ପର୍ବତ ଓ ପ୍ରତିକୂଳ ପାଗକୁ ଖାତିର ନ କରି ଏହି ମିଶନ ତାହାର ଲକ୍ଷ୍ୟ ପଥରେ ଆଗେଇ ଚାଲିଛି, ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ। ଯେଉଁଠି ଯୋଗାଯୋଗ ଓ ଗମନାଗମନର ସୁବିଧା ନାହିଁ ସେଠାରେ ହାତୀ, ଘୋଡା, ଓଟ, ଗଧ, ହେଲିକପ୍ଟର ଓ ଡଙ୍ଗା ସାହାଯ୍ୟରେ ପାଇପ୍ ଏବଂ ଅନ୍ୟାନ୍ୟ ଉପକରଣକୁ ପରିବହନ କରାଯାଉଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିରନ୍ତର ଉଦ୍ୟମ ଫଳରେ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶର ୮.୬୭ ଲକ୍ଷ (୮୪.୩୫%) ସ୍କୁଲ ଓ ୮.୯୬(୮୦.୩୪%) ଅଙ୍ଗନବାଡି କେନ୍ଦ୍ରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଦେଶର ୧୧୭ ଆକାଂକ୍ଷୀ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବା ବେଳକୁ ମାତ୍ର ୨୪. ୩୨ଲକ୍ଷ (୭.୫୭%) ପରିବାର ପାଖରେ ପାଇପ୍ ଜଳ ସୁବିଧା ଥିଲା। ଏବେ ସେ ସଂଖ୍ୟା ୧. ୫୪କୋଟି (୪୮.୦୦%)ରେ ପହଞ୍ôଚଛି। ତେଲଙ୍ଗାନାର ତିନିଟି ଆକାଂକ୍ଷୀ ଜିଲ୍ଲା ଯଥା ଆସିଫାବାଦ୍, ଭୂପଲପାଲି ଓ କୋଠଗୁଡେମ୍ ଏବଂ ପଞ୍ଜାବର ମୋଗା, ହରିଆଣାର ମେ ୱାଟ, ହିମାଚଳ ପ୍ରଦେଶର ଚାମ୍ବା ଆଦି ଆକାଂକ୍ଷୀ ଜିଲ୍ଲାରେ ଶତ ପ୍ରତିଶତ ଗ୍ରାମୀଣ ପରିବାର ଏବେ ଟ୍ୟାପ୍ ଯୋଗେ ପାନୀୟ ଜଳ ପାଉଛନ୍ତି।

ଜଳଜୀବନ ମିଶନ ଦ୍ୱାରା ଗ୍ରାମାଞ୍ଚଳ ଜନତାଙ୍କ ସାମାଜିକ -ଆର୍ଥିକ ସ୍ଥିତି ଉପରେ ପ୍ରକାଣ୍ଡ ଅନୁକୂଳ ପ୍ରଭାବ ପଡିଛି। ଏହାଦ୍ୱାରା ଲୋକେ ବିଶେଷକରି ପରିବାରର ମହିଳା ଓ ଝିଅମାନେ ଦୈନିକ ପାନୀୟ ଜଳ ସଂଗ୍ରହର ଜଞ୍ଜାଳରୁ ମୁକ୍ତ ହୋଇଛନ୍ତି। ପୂର୍ବରୁ ସେମାନେ ହାଣ୍ଡି, ମାଠିଆ, ବାଲ୍ଟି ଆଦି ଧରି ବହୁ ଦୂରକୁ ଯାଇ ପାଣି ସଂଗ୍ରହ କରି ତାହାକୁ ଅତି କଷ୍ଟରେ ଘରକୁ ଆଣୁଥିଲେ। ଏବେ ସେମାନଙ୍କର ପିଇବା ପାଣି ସଂଗ୍ରହର ଜଞ୍ଜାଳ ଦୂର ହୋଇଥିବାରୁ ବଳୁଥିବା ସମୟକୁ ସେମାନେ ବିଭିନ୍ନ ପ୍ରକାର ଆୟ ପନ୍ଥାରେ ବିନିଯୋଗ କରିପାରୁଛନ୍ତି। ସମୟ ପାଇବାରୁ ସେମାନେ ବିଭିନ୍ନ ଦକ୍ଷତା ବିକାଶ କାମ ଶିଖୁଛନ୍ତି ଏବଂ ପିଲାଙ୍କୁ ପାଠ ପଢାଉରେ ସାହାଯ୍ୟ କରୁଛନ୍ତି।

ଦେଶର ସବୁ ଗ୍ରାମୀଣ ପରିବାରକୁ ନିରାପଦ ପାନୀୟ ଜଳଯୋଗାଣ ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଏକ ଦୀର୍ଘ ମିଆଦି ଯୋଜନା। ଏଥିପାଇଁ ଉପଯୁକ୍ତ ଯୋଜନା, ରୂପାୟନ ଓ ବ୍ୟବସ୍ଥା କରାଯାଇଛି। ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଏବଂ ପାଇପ ଲାଇନର ରକ୍ଷଣାବେକ୍ଷଣ କରିବାକୁ ଉପଯୁକ୍ତ ନୀତି ପ୍ରସ୍ତୁତ କରାଯାଇ ଏଥିରେ ଗ୍ରାମ କମିଟିକୁ ନିୟୋଜିତ କରାଯାଉଛି। ଏଥି ପାଇଁ ମୋଟ ୫. ୦୮ ଲକ୍ଷ ଗ୍ରାମ ଜଳ ଓ ପରିମଳ କମିଟି/ ପାଣି ସମିତି ଗଠନ କରାଯାଇଛି। ଏହା ବ୍ୟତୀତ ୪. ୭୮ ଲକ୍ଷ ଭ୍ୟାପ୍ ପ୍ରସ୍ତତ କରାଯାଇ ତା’ ମାଧ୍ୟମରେ ଜଳ ଉତ୍ସ ଠାବ, ଏହାର ଜଳସ୍ତର ବୃଦ୍ଧି, ପରିତ୍ୟକ୍ତ ଜଳର ବିଶୋଧନ ଓ ପୁନଃ ବ୍ୟବହାର ତଥା ଗ୍ରାମ ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ତଥା ରକ୍ଷଣାବେକ୍ଷଣ କାମ ହାତକୁ ନିଆଯାଇଛି।

ଏହି ଯୋଜନାରେ ଜଳର ମାନ ଉପରେ ସବୁଠୁ ଅଧି୍କ ଗୁରୁତ୍ୱ ଦିଆଯାଉଛି। ସେଥି ପାଇଁ ୨୦୭୦ ଜଳ ପରୀକ୍ଷା ଲାବରେଟୋରୀ ସ୍ଥାପନ କରାଯାଇଛି। ଆଜି ସୁଦ୍ଧା ଦେଶରେ ୪. ୫୧ ଲକ୍ଷ ଗ୍ରାମରେ ୬୪ଲକ୍ଷରୁ ଅଧିକ ଜଳର ମାନ ଏହି ଲାବରେଟୋରୀ ମାଧ୍ୟମରେ ପରୀକ୍ଷା କରାଯାଇଛି।

ରାଜ୍ୟମାନଙ୍କରେ ଥିବା ଜଳ ମାନ ପରୀକ୍ଷା କେନ୍ଦ୍ରରେ ଲୋକେ ପାଣିର ନମୁନା ସ୍ୱଳ୍ପ ମୂଲ୍ୟରେ ପରୀକ୍ଷା କରିବାର ସୁଯୋଗ ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଆଜି ସୁଦ୍ଧା ଦେଶର ୧୦. ୮ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଫିଲ୍ଡ ଟେଷ୍ଟିଂ କିଟ୍ସ ମାଧ୍ୟମରେ ଜଳର ମାନ ପରୀକ୍ଷା ତାଲିମ ପ୍ରଦାନ କରାଯାଇଛି। ଏହି ମହିଳାମାନେ ୧.୭ଲକ୍ଷ ଗାଁରେ କିଟ୍ ମାଧ୍ୟମରେ ୫୮ଲକ୍ଷ ଜଳ ନମୁନା ପରୀକ୍ଷା କରିଛନ୍ତି। (ପିଆଇବି)

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ବାଣପୁରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଣପୁର ବିଷରପାଟଣା ଛକରୁ ବାହାରି ମା’ ଭଗବତୀ ମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ମା’ ଙ୍କ ନିକଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଗୋଟି ଦୀପ ଦାନ କରାଯାଇଥିଲା।

ଅତିଥି ଭାବେ ଡାକ୍ତର ସୁରେନ୍ଦ୍ର ନାଥ ପାତ୍ର ପ୍ରଥମ ଦୀପଦାନ କରିଥିଲେ। ଏହାପରେ ଶୋଭାଯାତ୍ରା ସମଗ୍ର ବାଣପୁର ସହର ପରିକ୍ରମା କରି ପଲଟନ ପଡିଆଠାରେ ଶେଷ ହୋଇଥିଲା।

ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର, ବିଜୁ ପଟ୍ଟନାୟକ ଏବଂ ସହିଦ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁରର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ଭାରତ ମାତା କି ଜୟ ଧ୍ୱନିରେ ବାଣପୁର ସହର ପ୍ରକମ୍ପିତ ହୋଇଉଠିଥିଲା।

ତେବେ ଶୋଭାଯାତ୍ରା କିଛି ବାଟ ଅତିକ୍ରମ କଲା ପରେ ପ୍ରବଳ ବର୍ଷା ହୋଇଥିବା ସତ୍ତ୍ୱେ ସମସ୍ତେ ଦେଶପ୍ରମକୁ ଉଜ୍ଜୀବିତ କରି ବର୍ଷାରେ ଭିଜି ନିରନ୍ତର ତ୍ରିରଙ୍ଗା ଯାତ୍ରା କରିଚାଲିଥିଲେ। ଶୋଭାଯାତ୍ରା ଶେଷ ହେବା ପରେ ପଲଟନ ପଡିଆ ନିକଟରେ ବାଲୁଗାଁସ୍ଥିତ କାଳିଜାଇ କଳା ନିକେତନ ପକ୍ଷରୁ ଚିତାକର୍ଷକ ଦେଶାତ୍ମକବୋଧକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବ ସମାରୋହ ସମିତି, ବାଣପୁର ଖଣ୍ଡ ପରିଚାଳିତ କରିଥିଲା। ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ପରିଚାଳନା ନିମନ୍ତେ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ପାଳିତ ହେଲା ସ୍ୱାଧୀନତା ଦିବସ, ମୁଖ୍ୟ ଅତିଥୀ ଭାବେ ଯୋଗ ଦେଲେ ସାଂସଦ ମାନସ ମଙ୍ଗରାଜ

ଟାଙ୍ଗୀ: ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କି ଅମୃତ ମହୋତ୍ସବ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ ସମାରୋହ।

ଉକ୍ତ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜିଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥୀ ଶ୍ରୀ ମଙ୍ଗରାଜ ସ୍ଥାନୀୟ ଅଞ୍ଚଳର କୃତି ପ୍ରତିଭା, ମେଧା ଛାତ୍ରଛାତ୍ରୀ, ବରିଷ୍ଠ ଶତାୟୁ ନାଗରିକ, ଶିଳ୍ପପତିଓ ସାମ୍ବାଦିକମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ନିରାକାରପୁରବାସୀଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପହାର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନିରାକାରପୁର ବାସୀଙ୍କର ଉନ୍ନତି ପାଇଁ ମାନ୍ୟବର ସାଂସଦ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବିପିନ ବିହାରୀ ଜୟ ସିଂ, ଯୁବ ନେତା ଶୁଭମ୍ ଦାସ ଓ ପ୍ରଭାତ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର କୋର୍ଟରେ ସ୍ୱାଧୀନତା ଦିବସ ପାଳିତ, ଆଇନଜୀବୀଙ୍କ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଦୀପଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଆଜାଦି କି ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି ସମଗ୍ର ଦେଶ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ।

ଏହାପରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ ପଟ୍ଟଯୋଶୀ ଏବଂ ସମ୍ପାଦକ ଜଗନ୍ନାଥ ଭୋଳ ନିଜର ଅଭିଭାଷଣ ରଖିଥିଲେ। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ଆଇନଜୀବୀ ମାନେ କୋର୍ଟ ପରିସରରୁ ତ୍ରିରଙ୍ଗା ପତାକା ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ପରିଶେଷରେ ମା’ ଭଗବତୀ ମନ୍ଦିର ଠାରେ ଶୋଭାଯାତ୍ରାକୁ ଶେଷ କରିଥିଲେ।

ମନ୍ଦିର ପରିସରରେ ୭୫ ଗୋଟି ଦୀପଦାନ କରିବା ସହ ସାରା ଦେଶବାସୀଙ୍କ ପାଇଁ ଆଇନଜୀବୀ ମାନେ ମଙ୍ଗଳ ମନାସିଥିଲେ। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ଦିବସରେ ଆଇନଜୀବୀମାନଙ୍କ ପକ୍ଷରୁ ଏପରି ଅଭିନବ ପ୍ରୟାସ ପ୍ରଥମ ଥର ଲାଗି ହାତକୁ ନିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା, ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ଅବସରରେ ବାଲୁଗାଁରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଲୁଗାଁ ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ସମଗ୍ର ବାଲୁଗାଁ ସହର ପରିକ୍ରମା କରିଥିଲେ। ଏବଂ ପରିଶେଷରେ ବାଲୁଗାଁ ରେଳ ଓଭରବ୍ରିଜ ଉପରେ ଏହା ସମାପ୍ତ ହୋଇଥିଲା।

ଉକ୍ତ ଶୋଭାଯାତ୍ରାରେ ସ୍ୱତଃପ୍ରବୃତ ଭାବେ ବହୁ ଜନସାଧାରଣ ସାମିଲ ହୋଇଥିଲେ।  ଏତଦବ୍ୟତିତ ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲୁଗାଁର ମଧ୍ୟ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଥିବା ବେଳେ ଭାରତ ମାତା କି ଜୟ ଧ୍ୱନିରେ ବାଲୁଗାଁ ସହର ପ୍ରକମ୍ପିତ ହୋଇଉଠିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ଅମୃତ ମହୋତ୍ସବ ସମାରୋହ ସମିତି, ବାଲୁଗାଁ ପରିଚାଳିତ କରିଥିଲା।  ଆଇନ ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ପରିଚାଳନା ନିମନ୍ତେ ବାଲୁଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ନିରାକାରପୁର ସାମ୍ବାଦିକ ସଂଘ ଓ ଶାଳିଆ ପ୍ରେସ କ୍ଳବ

ଚିଲିକା: ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ଏବଂ ବାଲୁଗାଁସ୍ଥିତ ଶାଳିଆ ପ୍ରେସ କ୍ଲବର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଛି। ପ୍ରଥମେ ନିରାକାରପୁର ସାମ୍ବାଦିକ ମାନେ ଶ୍ରୀରାମ ମନ୍ଦିର ପରିସରରୁ ବାଣପୁର ଅଭିମୁଖେ ତ୍ରିରଙ୍ଗା ପତାକା ଧରି ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ନିରାକାରପୁର ଠାରେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ପ୍ରଥମେ ଜାତୀୟ ପତାକା ଦେଖାଇ ଉକ୍ତ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ଶୋଭାଯାତ୍ରାଟି ବାଲୁଗାଁ ପହଞ୍ଚିବା ପରେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ଏଥିରେ ସାମିଲ ହୋଇ ଅଜାଦି କି ଅମୃତ ମହୋତ୍ସବର ନାରା ଦେଇ ବାଲୁଗାଁ ଓ ବାଣପୁର ସହର ପରିକ୍ରମା କରିଥିଲେ ଏବଂ ପରିଶେଷରେ ମା’ ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରାକୁ ସମାପନ କରିଥିଲେ। ପରବର୍ତ୍ତୀ ସମୟରେ ବଡ଼କୁଳସ୍ଥିତ ରାମେଶ୍ୱର ମନ୍ଦିରରେ ସମସ୍ତ ସାମ୍ବାଦିକମାନେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ଅଶୋକନଗରର ସ୍ୱର୍ଣ୍ଣ ପଦକଧାରୀ କ୍ରିଷ୍ଣା ଶିକାରୀଙ୍କୁ ଉଭୟ ସଂଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଭୟ ସଂଘର ସଭାପତି ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ଓଡିଶାରେ ଆରଇସି ଦ୍ୱାରା ‘ବିଜୁଳି ଉତ୍ସବ’ ପାଳିତ

ଭୁବନେଶ୍ୱର: ସ୍ୱାଧୀନତାର ୭୫ତମ ବାର୍ଷିକ ଅବସରରେ ପାଳିତ ହେଉଥିବା ଆଜାଦି କି ଅମୃତ ମହୋତ୍ସବର ଅଂଶ ସ୍ୱରୂପ ଓଡିଶାରେ ଆର୍‌ଇସି ଲିମିଟେଡ ପକ୍ଷରୁ ‘ବିଜୁଳି ଉତ୍ସବ’ ଆୟୋଜିତ ହୋଇଯାଇଛି । ଆର୍‌ଇସି ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ଏହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ କାର‌୍ୟ୍ୟ କରୁଛି । ଏହି ବିଜୁଳିତ୍ତଉତ୍ସବ ପୁରୀ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମାଳତୀପାଟପୁର ପଂଚାୟତର ଜାନକାଦେଈପୁରଠାରେ ଗତକାଲି ଆୟୋଜିତ ହୋଇଥିଲା ।

ପୁରୀର ବିଧାନସଭା ସଦସ୍ୟ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ପୁରୀ ସଦର ବ୍ଲକର ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ର, ମାଳତୀପାଟପୁରର ସରପଞ୍ଚ ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର, ଟିପିସିଓଡିଏଲର କାର‌୍ୟ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶିବପ୍ରସାଦ ସ୍ୱାଇଁ, ଆର୍‌ଇସି ଓଡିଶାର ମୁଖ୍ୟ କାର‌୍ୟ୍ୟକ୍ରମ ପରିଚାଳକ ଶ୍ରୀ ବିଜୟ କୁମାର ମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି କାର‌୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଆର୍‌ଇସି ଓ ଟିପିସିଓଡିଏଲ୍‌ର ଅଧିକାରୀଗଣ ଉପସ୍ଥିତ ଥିଲେ ।
ବିଧାୟକ ଶ୍ରୀ ଷଡଙ୍ଗୀ ତାଙ୍କ ଉଦ୍‌ବୋଧନରେ ବିଜୁଳିର ଆବଶ୍ୟକତା ଓ ଲାଭ ସମ୍ପର୍କରେ କହିବା ସହିତ ଏହା କିପରି ମଣିଷର ଜୀବନଧାରଣର ମାନ ବଢାଇବାରେ ସହାୟକ ହେଉଛି ତାହା ବୁଝାଇଥିଲେ ।

ଏହି ଅବସରରେ ସୌଭାଗ୍ୟ ଯୋଜନାର କେତେକ ହିତାଧିକାରୀଙ୍କୁ ମଂଚକୁ ନିମନ୍ତ୍ରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସହଜ ବିଜ୍‌ଲି ହରଘର ଯୋଜନା ବା ସୌଭାଗ୍ୟ ଯୋଜନାରେ ସେମାନେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ସେମାନେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଓଡିଶାର ଗ୍ରାମାଞ୍ଚଳରେ ବିଦ୍ୟୁତ୍‌କରଣ କାର‌୍ୟ୍ୟ କରିବା ସମୟରେ ସମ୍ମୁଖୀନ ହୋଇଥିବା ସମସ୍ୟା ଓ ଆହ୍ୱାନଗୁଡିକ ବିଷୟରେ ଆର୍‌ଇସିର ମୁଖ୍ୟ କାର‌୍ୟ୍ୟକ୍ରମ ପରିଚାଳକ ଶ୍ରୀ ବିଜୟ କୁମାର ମହାନ୍ତି କହିଥିଲେ ।

ଗ୍ରାମବାସୀଙ୍କ ମନୋରଞ୍ଜନ ପାଇଁ ଏହି ଅବସରରେ ଓଡିଶୀ ଓ ଗୋଟିପୁଅ ନାଚ ଆଦି ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍କୁଲ ପିଲାମାନଙ୍କ ମଧ୍ୟରେ ମଧ୍ୟ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ଏଲ୍‌ଇଡି ବଲ୍‌ବ ପୁରସ୍କାର ଆକାରରେ ଦିଆଯାଇଥିଲା ।

ଏହି କାର‌୍ୟ୍ୟକ୍ରମରେ ଅଧିକ ଜନସମାଗମ ହୋଇଥିବାରୁ କୋଭିଡ ନିୟମ ପାଳନ କରାଯାଇଥିଲା । ସମସ୍ତେ ମାସ୍କ ପରିଧାନ କରିବା ସହିତ ଶାରୀରିକ ଦୂରତ୍ୱ ରକ୍ଷା କରିଥିଲେ । ଆୟୋଜକଙ୍କ ପକ୍ଷରୁ ସମସ୍ତଙ୍କୁ ମାସ୍କ ଯୋଗାଇ ଦିଆଯାଇଥିଲା ।
ଆର୍‌ଇସି ଲିମିଟେଡ ସମ୍ପର୍କରେ:- ଆର୍‌ଇସି ଲିମିଟେଡ ଏକ ଏନ୍‌‌ବିଏଫସି ବା ଏକ ଅଣବ୍ୟାଙ୍କିଙ୍ଗ୍ ଅର୍ଥ ଲଗାଣକାରୀ କମ୍ପାନୀ । ଏହା ଶକ୍ତି କ୍ଷେତ୍ରରେ ଅର୍ଥଲଗାଣ ଓ ବିକାଶ କାର‌୍ୟ୍ୟ ଭାରତରେ କରୁଛି ।

୧୯୯୬ରେ ପ୍ରତିଷ୍ଠିତ ଏହି ସଂସ୍ଥା ଏ କ୍ଷେତ୍ରରେ ୫୦ବର୍ଷ ପୂରଣ କରିସାରିଲାଣି । ଏହା ରାଜ୍ୟ ବିଦ୍ୟୁତ ବୋର୍ଡ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଷୟକ ସଂସ୍ଥା ଓ ଅନୁଷ୍ଠାନକୁ ଆର୍ଥିକ ସହାୟତା ଯୋଗାଇଥାଏ । ଏହା ମଧ୍ୟ ସ୍ୱାଧୀନ ଭାବେ ଶକ୍ତି ଉତ୍ପାଦନ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ପରାମର୍ଶ ଦିଏ । ଗ୍ରାମାଞ୍ଚଳ ବିଦ୍ୟୁତ୍‌କରଣ ଓ ଅନ୍ୟାନ୍ୟ ବିଜୁଳି କ୍ଷେତ୍ରରେ ଏହି ସଂସ୍ଥା କାମ କରିବା ସହିତ ଆଥିôର୍କ ସହାୟତା ଓ ବୈଷୟିକ ପରାମର୍ଶ ଯୋଗାଏ ।

ସଂକ୍ଷେପରେ କହିଲେ ବିଜୁଳି ଉତ୍ପାଦନଠାରୁ ଆରମ୍ଭ କରି ପରିବହନ, ବଂଟନ ଏବଂ ଅକ୍ଷୟଶକ୍ତି ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ଏହି ସଂସ୍ଥା କାମ କରୁଛି । ଆର୍‌ଇସିର ଅର୍ଥ ଯୋଗାଣ ଦ୍ୱାରା ଭାରତରେ ପ୍ରତି ଚାରିଟିରେ ଗୋଟିଏ ବଲ୍‌ବ ଏବେ ଜଳୁଛି ।
ଅଧିକ ଜାଣିବାକୁ ଯୋଗାଯୋଗ କରନ୍ତୁ କର୍ପୋରେଟ କମ୍ୟୁନିକେଶନ ଆଣ୍ଡ ପବ୍ଲିକ ରିଲେସନ ଟିମ୍ ଆର୍‌ଇସି ଲିମିଟେଡ ।