Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: “ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା” ଆଲୋଚନା ଚକ୍ର ଅନୁଷ୍ଠିତ
ଆଜିର ଖବର

ବାଲୁଗାଁ: “ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା” ଆଲୋଚନା ଚକ୍ର ଅନୁଷ୍ଠିତ

November 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଏକ ଆଲୋଚନା ଚକ୍ର ‘ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା’ ଉପରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ସୁକାନ୍ତ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ରାଜସ୍ଥାନ ମାଉଣ୍ଟଆବୁର ସୁଶାନ୍ତ ଭାଇ, ରାଜ୍ୟ ମିଡିଆ କୋର୍ଡିନେଟର ବି କେ ନାଥମଲ, ମୁଖ୍ୟ ବକ୍ତା ଭାବେ ଫରିଦାବାଦର ବ୍ରହ୍ମକୁମାରୀ ପୁନମ ବର୍ମା ଯୋଗ ଦେଇ ଆଜିର ଆଧୁନିକ ସମାଜରେ ସାମ୍ବାଦିକ ମାନଙ୍କର ଆବଶ୍ୟକତା ଓ ସମାଜ ପାଇଁ ପ୍ରତିଟି ମୁହୂର୍ତ୍ତରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ନିଜର କର୍ମମୟ ଜୀବନ ଭିତରେ ସଦାସର୍ବଦା ଜାଗ୍ରତ ପ୍ରହରୀର ମୁଖ୍ୟ ସ୍ରୋତ ପାଲଟିଥିବା ସାମ୍ବାଦିକ ଆଜି ବି ଆକ୍ରୋଶର ଶିକାର ହେଉଥିବା ବେଳେ ଅନେକ ସମୟରେ ସାଧାରଣରେ ଉପେକ୍ଷିତ ହେଉଥିବା ନଜିର ରହିଛି। ସେମାନେ ସଦା ସର୍ବଦା ନିଜକୁ ଜଗତ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଛନ୍ତି।

ଏହିପରିପ୍ରେକ୍ଷୀରେ କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ମାନସିକ ସ୍ତରରେ କିଛି ମାତ୍ରାରେ ଶାନ୍ତ୍ୱନା ତଥା ଚାପ ମୁକ୍ତ ଉଦ୍ବେଶ ନେଇ ଛୋଟ ପ୍ରୟାସ କରାଯାଇଥିବା ବ୍ରହ୍ମା କୁମାରୀ ପୁନମ ବର୍ମା କହିଛନ୍ତି। ଏଥିସହିତ କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି କିପରି ନିଜର ମାନସିକ ଶାନ୍ତି ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବାନେଇ ଆଲୋଚନା କରାଯାଇଥିଲା।ଏଥିସହିତ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଓ ବାଣପୁର ବ୍ଲକ ଅନ୍ତର୍ଗତ ସାମ୍ବାଦିକମାନେ ଯୋଗ ଦେଇ ଆଧ୍ୟାତ୍ମିକ ଦିଗଦର୍ଶନ ଉପରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଉପଲବ୍ଧିର ସତ୍ତା ଖୋଜିବାକୁ ଉପକ୍ରମ କରିଥିଲେ।

ପରିଶେଷରେ ଉପସ୍ଥିତ ସାମ୍ବାଦିକ ଓ ବିଭିନ୍ନ ବର୍ଗରେ ସାମାଜିକ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନରେ ସହଯୋଗ ପାଇଁ ମିଡ଼ିଆ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସାମ୍ବାଦିକଙ୍କ ମାନସିକ ସ୍ଥିତିକୁ ଖୁବ ନିକଟରୁ ପରଖି ଏଭଳି ନିଆରା କାର୍ଯ୍ୟକ୍ରମ କରିଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

ଆଜାଦି କି ଅମୃତ ମହୋତ୍ସବ ପ୍ରଜାପିତା ବ୍ରହ୍ମା କୁମାରୀ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.