ଚିଲିକା: ଆଇଏନଏସ ଚିଲିକାଠାରେ ଷଷ୍ଠ ବ୍ୟାଚ ର ଅଗ୍ନିବୀରମାନଙ୍କ ପାସିଂଆଉଟ ପରେଡ ଅନୁଷ୍ଠିତ ହେଉଛି। ଏହି ବ୍ୟାଚ୍ ରେ ମୋଟ ୨ହଜାର ୧୦ଜଣ ଅଗ୍ନିବୀର ଅଛନ୍ତି। ସେମାନଙ୍କ ମଧ୍ୟରେ ୩୦୯ଜଣ ମହିଳା ଅଗ୍ନିବୀର ଏବଂ ୨୭୬ଜଣ ନାବିକ ଜିଡି ସାମିଲ ଅଛନ୍ତି। ପାସିଂଆଉଟ୍ ପରେଡରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ ଆଡମିରାଲ ରାଜେଶ ପେନ୍ଧରକର ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି ଆଇଏନଏସ ଚିଲିକାର ଷ୍ଟେସନ କମାଣ୍ଡର କମୋଡୋର ବି.ଦୀପକ ଅନୀଲ।
