Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ନ ଦେବା ପାଇଁ ଭିନ୍ନ ରାସ୍ତା ବାଛିଲେଣି ଭାରତୀୟ କଂପାନୀ
ଜାତୀୟ ଖବର

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ନ ଦେବା ପାଇଁ ଭିନ୍ନ ରାସ୍ତା ବାଛିଲେଣି ଭାରତୀୟ କଂପାନୀ

August 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରମ୍ପ
ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା!: H-1B ଭିସା ଉପରେ ମାମଲା ଦାୟର କଲେ 19ଟି ରାଜ୍ୟ

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେପରି ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ତାହା ସାରା ବିଶ୍ବରେ ଚର୍ଚ୍ଚା କେନ୍ଦ୍ର ପାଲଟିଛି। ଭାରତୀୟ କଂପାନୀମାନେ ଆମେରିକାକୁ ବିଭିନ୍ନ ଖାଦ୍ୟ ଜିନିଷ ରପ୍ତାନୀ କଲେ 50 ପ୍ରତିଶତ ଅଧିକ ଶୁଳ୍କ ଦେବାକୁ ପଡିବ। ଏହା ଭାରତୀୟ କଂପାନୀଙ୍କ ପାଇଁ ମଧ୍ୟ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେମାନେ ବର୍ତ୍ତମାନ ତାଙ୍କ କଂପାନୀର ଆର୍ଥିକ ସ୍ଥିତି ନେଇ ବ୍ୟସ୍ତ ବିବ୍ରତ ହେବାକୁ ଲାଗିଲେଣି।

ତେବେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ, ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ନ ଦେବା ପାଇଁ ଏହି କଂପାନୀଗୁଡିକ ବିକଳ୍ପ ରାସ୍ତା ବାଛି ନେଲେଣି।  ବହୁ କଂପାନୀ ଭାରତ ବାହାରେ ସେମାନଙ୍କୁ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା କରିବାକୁ ଚିନ୍ତା କଲେଣି। ସେହି କଂପାନୀ ମଧ୍ୟରେ ଅଛନ୍ତି  ଅମୁଲ, ପାର୍ଲେ, ଆଇଟିସି ଏବଂ ଗଡରେଜ। ଇକୋନମିକ୍ସ ଟାଇମ ରିପୋର୍ଟ ଅନୁସାରେ ଏହି କଂପାନୀ ଭାରତ ବାହାରେ ନିଜର ଉତ୍ପାଦନ ପ୍ରକଳ୍ପ କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଖୁବ ଶିଘ୍ର ତାହାର କାମ ଆରମ୍ଭ ହେବ ବୋଲି ଜଣାପଡିଛି।

ତେବେ କେତେକ କଂପାନୀ ଆମେରିକାରେ ମଧ୍ୟ ନିଜର ଉତ୍ପାଦନ କରିବେ ବୋଲି ଯୋଜନା କରୁଛନ୍ତି। ପାର୍ଲେ ପ୍ରଡକ୍ଟସ୍, ଏଡବ୍ଲୁଏଲ୍ ଏଗ୍ରି ବିଜନେସ୍, ଏବଂ ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟସ୍ ଭଳି କମ୍ପାନୀଗୁଡ଼ିକ ଆମେରିକାରେ ମଇଦା, ନୁଡୁଲ୍ସ, ବିସ୍କୁଟ, ଫ୍ରୋଜେନ୍ ଖାଦ୍ୟ ଏବଂ କ୍ଷୀର ଭଳି ଉତ୍ପାଦ ବିକ୍ରି କରନ୍ତି। ମୁଖ୍ୟତଃ ଦେଶରେ ଭାରତୀୟମାନଙ୍କ ପାଇଁ ତିଆରି ଷ୍ଟୋର ମାଧ୍ୟମରେ ସେମାନେ ଏହି ଖାଦ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି। ହେଲେ ପ୍ରବାସୀ ଭାରତୀୟଙ୍କ ପାଇଁ ବିକ୍ରି ହେଉଥିବା ଏହି ଖାଦ୍ୟ ସାମଗ୍ରୀର ଦର ବର୍ତ୍ତମାନ ଆକାଶ ଛୁଆଁ ହୋଇଯିବ।

ଇକନୋମିକ ଟାଇମ୍ସ ରିପୋର୍ଟ ଅନୁସାରେ ଅମୂଲର ପରିଚାଳନା ନିର୍ଦ୍ଦେଶକ ଜୟେନ ମେହେଟା କହିଛନ୍ତି ଯେ କମ୍ପାନୀ ପୂର୍ବରୁ ଆମେରିକାରେ କ୍ଷୀର ଉତ୍ପାଦନ ଏବଂ ବିକ୍ରୟ କରୁଛି। ହେଲେ ବର୍ତ୍ତମାନ ତାହା ଅଧିକ ଖର୍ଚ୍ଚ ହେବ। ଫଳରେ ଭାରତରୁ ପନିର ଏବଂ ବଟର ପଠାଇବା ପରିବର୍ତ୍ତେ ଆମେରିକାରେ ତାହା ଉତ୍ପାଦନ କରିବାକୁ କଂପାନୀ ବିଚାର କରୁଛି। ତାଙ୍କର କହିବା କଥା ଯେ, ସେଠାରେ ପୂର୍ବରୁ 60-70% ଶୁଳ୍କ ଅଛି, ଏବଂ ଏବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଅତିରିକ୍ତ ଶୁଳ୍କ ସେଠାରେ ଭାରତୀୟ ଉତ୍ପାଦଗୁଡ଼ିକୁ ଅଧିକ ମହଙ୍ଗା କରିବ। ଏହା ଆମେରିକାରେ ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିପାରେ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ITC କାର୍ଯ୍ୟନିର୍ବାହୀ କହିଛନ୍ତି ଯେ କମ୍ପାନୀ ଦୁବାଇରୁ ଆମେରିକାକୁ ବିସ୍କୁଟ, ଫ୍ରୋଜେନ୍ ଖାଦ୍ୟ, ପ୍ରନ୍ ଏବଂ ଖାଇବା ପାଇଁ ପ୍ରସ୍ତୁତ ଉତ୍ପାଦନ ରପ୍ତାନି କରିପାରେ। ଆମେରିକା ଭାରତ ଉପରେ ଅଧିକ ଶୁଳ୍କ ଜାରି ରଖେ କି ନାହିଁ ତାହା ଉପରେ ନିର୍ଭର କରି କିଛି ମାସ ମଧ୍ୟରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। FMCG ଉତ୍ପାଦଗୁଡ଼ିକୁ ମୂଲ୍ୟ ସମ୍ବେଦନଶୀଳ ଉତ୍ପାଦକ ଭାବରେ ବିବେଚନା କରାଯାଏ। କାରଣ ଏଗୁଡିକର ମୂଲ୍ୟ ସାମାନ୍ୟ ବୃଦ୍ଧି ଘଟିଲେ ଗ୍ରାହକ ହଠାତ ମୁହଁ ଫେରାଇ ନେବାର ବହୁତ ସମ୍ଭାବନା ଥାଏ। ସେଥିପାଇଁ କଂପାନୀ ଦୁବାଇ ଫାକ୍ଟ୍ରିରୁ ତାହାର ବିଭିନ୍ନ ଖାଦ୍ୟ ସାମଗ୍ରୀ ପଠାଇବାକୁ ପ୍ରସ୍ତୁତି କରୁଛି।

Read More- PSU Oil Firms to Get ₹30,000 Cr LPG Loss Compensation
ଅତିରିକ୍ତି ଶୁଳ୍କ ଡୋନାଲ୍ଡ ଟ୍ରମ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Latest News

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026

ଆଜି ଓଡିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ–୨୦୨୬’

April 1, 2026

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.