ଭୁବନେଶ୍ଵର: ବ୍ରିଟେନର କ୍ଲାସ୍-ସିକ୍ ୱାଫର୍ ଫାବ୍ ଲିମିଟେଡର ସହଯୋଗିତାରେ ସିକ୍ସେନ୍ ପ୍ରାଇଭେଟ୍ ଲିମିଟେଡ୍ ଓଡିଶାରେ ସେମିକଣ୍ଡକ୍ଟର ପ୍ରକଳ୍ପ ସ୍ଥାପନ କରିବ। ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏନେଇ ସିକ୍ସେନ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଗୁରୁ ଥାଲାପାନେନି କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ଏଠାରୁ ସୃଷ୍ଟ ଉତ୍ପାଦ ଆତ୍ମନିର୍ଭର ଭାରତକୁ ସମୃଦ୍ଧ କରିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।
