Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟ୍ରମ୍ପଙ୍କ ଘୋଷଣା: ଭୋଟ ଜାଲିଆତିର ସୂଚନା ଦେଲେ ମିଳିବ ୧୦ ଲକ୍ଷ ଡଲାର
ଅନ୍ତରାଷ୍ଟ୍ରୀୟ

ଟ୍ରମ୍ପଙ୍କ ଘୋଷଣା: ଭୋଟ ଜାଲିଆତିର ସୂଚନା ଦେଲେ ମିଳିବ ୧୦ ଲକ୍ଷ ଡଲାର

October 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Trump's announcement: $1 million reward for information on voter fraud

ଓ୍ବାସିଂଟନ୍‌: ଆମେରିକାରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରଚାର ସର୍ବାେଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନକୁ ମାତ୍ର ଆଠ ଦିନ ବାକି ଥିବା ବେଳେ, ନିର୍ବାଚନୀ ଜାଲିଆତି କିମ୍ବା ଭୋଟ ଦୁର୍ନୀତି ସମ୍ପର୍କରେ ସୂଚନା ଦେଇ ଅପରାଧୀଙ୍କୁ ଗିରଫ ଓ ଦଣ୍ଡବିଧାନ କରାଇବାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଡଲାର (ପ୍ରାୟ ୮.୩ କୋଟି ଟଙ୍କା) ର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ ମାଧ୍ୟମରେ ଟ୍ରମ୍ପ ଏହି ଆର୍ଥିକ ପୁରସ୍କାର ବିଷୟରେ ଜଣାଇବା ସହ ପୂର୍ବ ନିର୍ବାଚନଗୁଡ଼ିକରେ ହୋଇଥିବା ଅଭିଯୋଗକୁ ପୁଣି ଦୋହରାଇଛନ୍ତି।

ଟ୍ରମ୍ପ ନିଜ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ବିଗତ ଦିନର ନିର୍ବାଚନ କିମ୍ବା ଆସନ୍ତା ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ହୋଇଥିବା କୌଣସି ବି ଭୋଟ ଜାଲିଆତି ବିଷୟରେ ସୂଚନା ଦେଇ ଯଦି କେହି ଅଭିଯୁକ୍ତଙ୍କୁ ଗିରଫ ଓ ଦଣ୍ଡିତ କରାଇପାରିବେ, ତେବେ ତାଙ୍କୁ ୧୦ ଲକ୍ଷ ଡଲାରର ଅର୍ଥରାଶି ପ୍ରଦାନ କରାଯିବ। ତେବେ ଏହି ବିଶାଳ ପୁରସ୍କାର ରାଶି କେଉଁ ପାଣ୍ଠିରୁ ଦିଆଯିବ, ଏହାର ପରିଚାଳନା କିଏ କରିବ କିମ୍ବା ଏହା ପଛରେ କେଉଁ ଆଇନଗତ ପ୍ରକ୍ରିୟା ରହିବ, ସେ ନେଇ ଟ୍ରମ୍ପ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

ନିର୍ବାଚନୀ ପ୍ରଚାରର ଶେଷ ପର୍ଯ୍ୟାୟରେ ଟ୍ରମ୍ପଙ୍କର ଏହି ଭଳି ଘୋଷଣାକୁ ନେଇ ଆମେରିକା ରାଜନୀତି ସରଗରମ ହୋଇଉଠିଛି। ୨୦୨୦ ମସିହାର ରାଷ୍ଟ୍ରପତି ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଟ୍ରମ୍ପ ପୂର୍ବରୁ ଅନେକ ଅଭିଯୋଗ ଆଣିଛନ୍ତି, ଯଦିଓ ସେତେବେଳେ ଆମେରିକାର ବିଭିନ୍ନ ଆଦାଲତ, ରାଜ୍ୟ ନିର୍ବାଚନ ଅଧିକାରୀ, ସ୍ୱାଧୀନ ଅଡିଟ୍ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଅଭିଯୋଗର କୌଣସି ଆଧାର ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି। ବିଭିନ୍ନ ସର୍ବେକ୍ଷଣ ଓ ଗବେଷଣାରୁ ମଧ୍ୟ ଦର୍ଶାଯାଇଛି ଯେ, ଆମେରିକା ନିର୍ବାଚନରେ ବେଆଇନ ଭୋଟ ଗ୍ରହଣ କିମ୍ବା ନାଗରିକ ନ ହୋଇଥିବା ବ୍ୟକ୍ତି ଭୋଟ ଦେବା ଅତ୍ୟନ୍ତ ବିରଳ।

ନିର୍ବାଚନ ପୂର୍ବରୁ ଟ୍ରମ୍ପ ଆଣିଥିବା ଏହିପରି ଆକର୍ଷଣୀୟ ଘୋଷଣା ପ୍ରଥମ ନୁହେଁ। ଗତ ସେପ୍ଟେମ୍ବର ମାସରେ ସେ ପ୍ରସ୍ତାବ ଦେଇଥିଲେ ଯେ, ଯଦି ଆସନ୍ତା ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି କଂଗ୍ରେସର ଉଭୟ ସଦନ-‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ ଏବଂ ‘ସେନେଟ୍’ରେ ନିଜର ବହୁମତ ବଜାୟ ରଖେ, ତେବେ ପ୍ରତ୍ୟେକ ବୟସ୍କ ଆମେରିକୀୟ ନାଗରିକଙ୍କୁ ୫,୦୦୦ ଡଲାର ଲେଖାଏଁ ପ୍ରଦାନ କରାଯିବ। ବଜେଟ୍ ବିଶ୍ଲେଷକଙ୍କ ଅନୁଯାୟୀ, ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦର ମଞ୍ଜୁରୀ ଆବଶ୍ୟକ ଏବଂ ଏଥିପାଇଁ ୧ ଟ୍ରିଲିୟନ୍ ଡଲାରରୁ ଅଧିକ ଅର୍ଥ ଖର୍ଚ୍ଚ ହେବ।

ଏଥର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସଂସଦର କ୍ଷମତା ହାସଲ ପାଇଁ ରିପବ୍ଲିକାନ୍ ଓ ଡେମୋକ୍ରାଟିକ୍ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ସମ୍ପ୍ରତି ପ୍ରକାଶିତ କେତେକ ଜନମତ ସର୍ବେକ୍ଷଣ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକରେ ଡେମୋକ୍ରାଟିକ୍ ପ୍ରାର୍ଥୀମାନେ ବେଶ୍ ଆଗୁଆ ରହିଛନ୍ତି। ଯଦି ଡେମୋକ୍ରାଟ୍ସ ଦଳ କଂଗ୍ରେସର କୌଣସି ଗୋଟିଏ କିମ୍ବା ଉଭୟ ସଦନରେ ବହୁମତ ହାସଲ କରେ, ତେବେ ଟ୍ରମ୍ପଙ୍କ ଅବଶିଷ୍ଟ କାର୍ଯ୍ୟକାଳ ମଧ୍ୟରେ ସରକାରୀ ନୀତି ଓ ଆଇନ ପ୍ରଣୟନ ପ୍ରକ୍ରିୟାରେ ବଡ଼ ଧରଣର ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଏଣୁ ନିର୍ବାଚନର ଠିକ୍ ପୂର୍ବରୁ ନିଜର ଭୋଟରଙ୍କୁ ଏକାଠି କରିବା ଏବଂ ନିର୍ବାଚନର ସ୍ୱଚ୍ଛତା ପ୍ରତି ପ୍ରଶ୍ନ ଉଠାଇବା ପାଇଁ ଟ୍ରମ୍ପ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ଆମେରିକା ନିର୍ବାଚନ ଡୋନାଲ୍ଡ ଟ୍ରମ୍ପ ଭୋଟ ଜାଲିଆତି
Share. Facebook Twitter LinkedIn Email WhatsApp Copy Link

Related Posts

ୱେଲିଂଟନ୍‌ରେ ଆଜି ତୃତୀୟ ଟି-୨୦: ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

October 27, 2026

ଇଶାନ କିଶନ ତୃତୀୟ ଟି୨୦ ମ୍ୟାଚରୁ ବାଦ୍: ବୈଭବ ନୁହେଁ ଏହି ଖେଳାଳି ନେବ ସ୍ଥାନ

October 26, 2026

ଇସ୍ରାଏଲରେ କାହାର ସରକାର? ନେତାନ୍ୟାହୁଙ୍କ ପାଇଁ ଅଗ୍ନିପରୀକ୍ଷା

October 26, 2026

ଦେବଦତ୍ତ ପଡିକ୍କଲ ୧୯୯ରେ ଆଉଟ୍: ଅମ୍ପାୟାରଙ୍କ କାରଣରୁ ‘ଡବଲ୍ ସେଞ୍ଚୁରୀ’ରୁ ବଞ୍ଚିତ

October 26, 2026
Latest News

ୱେଲିଂଟନ୍‌ରେ ଆଜି ତୃତୀୟ ଟି-୨୦: ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

October 27, 2026

ନ୍ୟୁଜିଲାଣ୍ଡ-ଏ’ ବିପକ୍ଷରେ ମୈଦାନକୁ ଫେରିବେ ବୁମ୍‌ରା ଓ ପନ୍ତ୍

October 27, 2026

ଆଜିଠୁ ରେଳବାଇର ନୂଆ ନିୟମ: କାଉଣ୍ଟର ଟିକେଟରେ ମଧ୍ୟ ମିଳିବ ୧୦ ଲକ୍ଷର ବୀମା

October 27, 2026

ଏଆଇଟିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ସାନିଆ-ଭୂପତି

October 27, 2026

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଅହମ୍ମଦାବାଦ ଜେଲର କଡ଼ା ସୁରକ୍ଷା ବ୍ଲକକୁ ସ୍ଥାନାନ୍ତର

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.