ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଫେଡେରାଲ୍ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ କରିବା ହେତୁ ଫ୍ରେଡ୍ରିଚ୍ ମର୍ଜଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି;
“ଜର୍ମାନୀର ଫେଡେରାଲ୍ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ କରିବା ପାଇଁ @_FriedrichMerzଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଁ ଏକାଠି କାମ କରିବାକୁ ଆଶା କରୁଛି।”