ନୂଆଦିଲ୍ଲୀ: ୨୦୨୫ କ୍ରିକେଟ୍ ଏସିଆ କପ୍ ଆରମ୍ଭ ହେବାକୁ ପ୍ରାୟ ୧୫ ଦିନ ବାକି ଅଛି, ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ପ୍ରାୟୋଜକ ଡ୍ରିମ-୧୧ ସହିତ BCCI ର ଚୁକ୍ତି ଶେଷ ହୋଇଛି। ‘ଅନଲାଇନ୍ ଗେମିଂ (ପ୍ରମୋସନ୍ ଏବଂ ନିୟନ୍ତ୍ରଣ) ବିଲ୍ ୨୦୨୫’ କାର୍ଯ୍ୟକାରୀ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। BCCI ସଚିବ ଦେବଜିତ ସାଇକିଆ ଏହି ସୂଚନା ଦେଇଛନ୍ତି।
BCCI ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, “ଅନଲାଇନ୍ ଗେମିଂ ପ୍ରମୋସନ୍ ଏବଂ ନିୟନ୍ତ୍ରଣ ବିଲ୍, ୨୦୨୫ କାର୍ଯ୍ୟକାରୀ ହେବା ପରେ BCCI ଏବଂ ଡ୍ରିମ-୧୧ ସେମାନଙ୍କର ଚୁକ୍ତି ଶେଷ କରୁଛନ୍ତି। BCCI ନିଶ୍ଚିତ କରିବ ଯେ, ଭବିଷ୍ୟତରେ ଏପରି କୌଣସି ସଂଗଠନ ସହିତ ଏହାର କୌଣସି ସମ୍ପର୍କ ରହିବ ନାହିଁ।”