ଭୁବନେଶ୍ଵର: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପିପିଲି- ନିମାପଡ଼ା-କୋଣାର୍କ, ଚାରିଛକ-ଅସ୍ତରଙ୍ଗ ରାସ୍ତା ଏବଂ ପୁରୀ ସହରର ପ୍ରମୁଖ ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ ପୂର୍ତ୍ତ ବିଭାଗ ଦ୍ଵାରା ପ୍ରସ୍ତୁତ ହୋଇଥିବା ଯୋଜନାର ସମୀକ୍ଷା କରିଥିଲେ। ଏହି ଅବସରରେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ବିଭିନ୍ନ ନୂତନ ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଉକ୍ତ ବୈଠକରେ ମାନ୍ୟବର ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା-I) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ଯନ୍ତ୍ରୀ (ରାସ୍ତା -II ) ଇଂ ସତ୍ୟବ୍ରତ ତରାଇ, ଖୋର୍ଦ୍ଧା (ଆର୍ ଆଣ୍ଡ ବି) ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ରାମଚନ୍ଦ୍ର ସେଠୀ, ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମୀ ରଞ୍ଜନ ସାହୁ , ଅଧିକ୍ଷଣ ଯନ୍ତ୍ରୀ ଇଂ ସୌମ୍ୟ ଦ୍ବିବେଦୀଙ୍କ ସମେତ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।