ଭୁବନେଶ୍ଵର: ଓଲଟପୁର ସ୍ଥିତ ଜାତୀୟ ପୁନର୍ବାସ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ସଂସ୍ଥାନ ଓ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଆଞ୍ଚଳିକ ମେରୁଦଣ୍ଡ ଆଘାତ ପ୍ରତିଷ୍ଠାନ ମିଳିତ ଭାବରେ ବିଶ୍ୱ ମେରୁଦଣ୍ଡ ଆଘାତ ଦିବସ ପାଳନ କରିଛନ୍ତି। ଏହି ଅବସରରେ ହୁଇଲ ଚେୟାର ମାରାଥନ ଏବଂ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ମେରୁଦଣ୍ଡ ଆଘାତ ପ୍ରତିଷ୍ଠାନ ପରିସରରେ ଏକ ସମୂହ ଆଲୋଚନା ଚକ୍ରକୁ ନିର୍ତାର ର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଏବଂ ଆଞ୍ଚଳିକ ମେରୁଦଣ୍ଡ ଆଘାତ ବିଭାଗ ନିର୍ଦ୍ଦେଶକ ଡକ୍ଟର ନିର୍ମଳ ମହାପାତ୍ର ଉଦଘାଟନ କରିଥିଲେ।
ସାଂପ୍ରତିକ ସଡ଼କ ଦୁର୍ଘଟଣା କ୍ରମଶଃ ବୃଦ୍ଧି ପାଉଥିବାରୁ ଆଞ୍ଚଳିକ ମେରୁଦଣ୍ଡ ଆଘାତ ପ୍ରତିଷ୍ଠାନରେ ଅଧିକ ସଂଖ୍ୟକ ଶଯ୍ୟାର ଆବଶ୍ୟକତା ପଡୁଛି। ରାଜ୍ୟ ସରକାର ଏହାର ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।