ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଟାଉନ ହଲ୍ ସାମ୍ନାରେ ଥିବା ଏକ ଲଜ୍ ରେ ଅତର୍କିତ ଚଢ଼ାଉ କରି ସଫଳତା ପାଇଛି। ଉକ୍ତ ଲଜ୍ ରେ ଯୌନ କାରବାର ଚାଲିଥିବା ବେଳେ ସଂମ୍ପୃକ୍ତ ୩ ଗ୍ରାହକ ଓ ହୋଟେଲ ପରିଚାଳକ ଯଥା ଆକାଶ, ବିଷୋୟୀ, ଅଜୟ ବେହେରା, ଚିନ୍ମୟ ପାତ୍ର ଓ ଗଣେଶ ପାତ୍ର ନାମକ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।
ଯୌନ କାରବାରରେ ଲିପ୍ତ ଜଣେ ଯୁବତୀକୁ ପୋଲିସ ଉଦ୍ଧାର କରି “ସଖୀ” କେନ୍ଦ୍ରରେ ସୁରକ୍ଷିତ ଭାବେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଚଢ଼ାଉ ବେଳେ ଲଜ୍ ରୁମ୍ ରୁ କିଛି ଆପତ୍ତିଜନକ ଜିନିଷ ଜବତ କରିଛି।