Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ: ସନ୍ଦେହ ଘେରରେ ଆତ୍ମହତ୍ୟା ଅଭିଯୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ମୁଖ୍ୟ ରାସ୍ତାରେ ଏକ ଘର ବାହାରେ ଜଣେ ଯୁବକଙ୍କ ଶବକୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁଚନା ଅନୁଯାୟୀ ମୃତ ଯୁବକ ଆତ୍ମହତ୍ୟା କରିଛି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦିଆଯାଇଛି, ଏନେଇ ପ୍ରଶ୍ନ ଉଠିଛି। ଶବ ବ୍ୟବଚ୍ଛେଦ ପରେ ସଠିକ ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟା ଯୋଜନା ବିଫଳ, ୬ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଯୋଗୀ ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରୁଥିବା ବେଳେ ବ୍ରହ୍ମପୁର ଟାଉନ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଉଦୟନାଥ ସେଠୀ ସମେତ ୫ ଜଣ ସୁପାରୀ କିଲର ଯଥା ରୁପକ ସେଠୀ, ଅନୁଜ ସେଠୀ, ସୁରଜ୍ ସେଠୀ ସୁରଜ ପରିଡ଼ା ଓ ନିରାକାର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ କୁମାର ସୁଚନା ଦେଇଛନ୍ତି ଯେ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ଉଦୟନାଥ ସେଠୀ ଖଜୁରିପଲୀ ଗ୍ରାମର ନିଜ ଶଳା ଭାଉଜଙ୍କ ସହ ସମ୍ପର୍କ ରଖିବାକୁ ନେଇ ମହିଳାଙ୍କ ଭାଇ ଯୋଗୀ ସେଠୀ ଆପତ୍ତି କରିଥିଲା। ଯ’ଦ୍ଵାରା ଉଦୟ ଓ ଯୋଗୀ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇ ବଢ଼ି ବଢ଼ି ଚାଲିଲା। ଏହି ଭଳି ପରିସ୍ଥିତିରେ ଉଦୟ ଯୋଗୀକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରି ଉକ୍ତ ୫ ଜଣ ସୁପାରୀ କିଲରକୁ ୪ ଲକ୍ଷ ର ଡିଲ୍ କରିଥିଲା। ଚୁକ୍ତି ଅନୁଯାୟୀ ସେମାନେ ପ୍ରଥମେ ଯୋଗୀକୁ ହତ୍ୟା କରିବେ ଓ ପରେ ଟଙ୍କା ନେବେ।

ଗତକାଲି ଯୋଗୀ କୌଣସି କାମରେ ବ୍ରହ୍ମପୁର ଆସିଥିଲେ। ଉକ୍ତ ଯୁବକମାନେ ତାଙ୍କୁ ଅନୁସରଣ କରିଥିଲେ। ସେତିକି ବେଳେ ଟାଉନ ଥାନା ପୋଲିସ ଆସ୍କା ରୋଡ଼ରେ ଯାନବାହାନ ଯାଞ୍ଚ କରିବା ବେଳେ ସମସ୍ତେ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲେ ଓ ଏହି ଯୁବକ ମାନଙ୍କ ଠାରୁ ଖଣ୍ଡା ଓ ବୋମା ଜବତ କରାଯାଇଥିଲା। ପୋଲିସ ଏହି ମାନଙ୍କୁ ନେଇ ଥାନାରେ ଜେରା କରିବା ବେଳେ ସେମାନେ ଯୋଗୀକୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସ୍ବୀକାର କରିଥିଲେ।

ଏହି ସବୁ ଘଟଣା ପରେ ପୋଲିସ ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ ପାର୍କ ପୋଖରୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ଭିତରେ ଥିବା ପୋଖରୀରୁ ଦୁଇ ଭାଇ ରଙ୍ଗା ଆଚାରୀ ଓ ଜନାର୍ଦ୍ଦନ ଆଚାରୀଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନବିନ୍ ତଦନ୍ତ ଆରମ୍ଭ କରିଛି।

ଆଜି ସକାଳୁ ପାର୍କ କର୍ମଚାରୀଙ୍କ ପକ୍ଷରୁ ଉକ୍ତ ପୋଖରୀରେ ଦୁଇ ଜଣ ବ୍ୟକ୍ତିଙ୍କର ଶବ ଭାସୁଥିବା ଖବର ମିଳିବା ପରେ ଟାଉନ ଥାନା ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିଶମ ବିଭାଗ ଶବ ଉଦ୍ଧାର କରିବା ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅପରପକ୍ଷରେ ମୃତ ରଙ୍ଗା ଆଚାରୀଙ୍କ ପୁତ୍ର ଘଟଣାସ୍ଥଳରେ ପହଞ୍ଚି ବାପା ଓ ଦାଦାଙ୍କ ଶବକୁ ଚିହ୍ନଟ କରିଛନ୍ତି ଓ ବାପା ଓ ଦାଦା ମଦ ପିଇ ସବୁ ଦିନେ ଘରେ ଗଣ୍ଡଗୋଳ କରିବା ସହ ଅଶାନ୍ତି କରୁଥିଲେ। ଗତକାଲି ସନ୍ଧ୍ୟାରୁ ଉକ୍ତ ଦୁଇ ଭାଇ ଘରୁ ଆସି ଆଉ ଘରକୁ ଫେରି ନଥିଲେ। ସାଙ୍ଗ ଠାରୁ ଖବର ପାଇ ମୁଁ ଆସି ବାପା ଓ ଦାଦାକୁ ଚିହ୍ନଟ କରିଲି ବୋଲି ବୟାନ ଦେଇଛନ୍ତି।