Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ଧମୁଣ୍ଡା ରେଳ କ୍ୱାର୍ଟରରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ
ଆଜିର ଖବର

ବନ୍ଧମୁଣ୍ଡା ରେଳ କ୍ୱାର୍ଟରରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

November 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ରେଳବାଇ କ୍ୱାର୍ଟର୍ସ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। ମାଆଙ୍କୁ ଡାକି ଡାକି ନିରାଶ ହେବା ପରେ ପଡ଼ୋଶୀଙ୍କ ଘରକୁ ଦୌଡ଼ିଲା ୮ ବର୍ଷର ନିଷ୍ପାପ ଶିଶୁ। ଏଭଳି ଏକ ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବନ୍ଧମୁଣ୍ଡାର ଏ-ସେକ୍ଟରସ୍ଥିତ ରେଳବାଇ କ୍ୱାର୍ଟର୍ସ ନମ୍ବର ୫୨ରୁ ଜଣେ ୩୫ ବର୍ଷୀୟ ମହିଳାଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ରୋଶନୀ କୁମାରୀ। ସେ ରେଳବାଇ କର୍ମଚାରୀ ବିନୟ ସାହାନୀଙ୍କ ପତ୍ନୀ। ମହିଳାଙ୍କ ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ରୋଶନୀଙ୍କ ସ୍ୱାମୀ ବିନୟ ସାହାନୀ ଭାଲୁଲତା ରେଳ ଷ୍ଟେସନରେ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟରତ। ଦୁଇ ଦିନ ପୂର୍ବରୁ ସେ କୌଣସି କାମରେ କୋଲକାତାସ୍ଥିତ ନିଜ ଘରକୁ ଯାଇଥିଲେ। ଏହି ସମୟରେ ରୋଶନୀ ନିଜର ପୁଅ ଓ ଝିଅଙ୍କ ସହ ବନ୍ଧମୁଣ୍ଡା ରେଳବାଇ କ୍ୱାର୍ଟର୍ସରେ ରହୁଥିଲେ।

ତେବେ ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଘରେ ଥିବା ୮ ବର୍ଷର ପୁଅ ମାଆଙ୍କ ନିକଟରେ କୌଣସି ଚଳପ୍ରଚଳ ଦେଖିବାକୁ ପାଇନଥିଲା। ବାରମ୍ବାର ମାଆଙ୍କୁ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଏଥିରେ ଭୟଭୀତ ହୋଇପଡ଼ିଥିଲା ଶିଶୁଟି। ଶେଷରେ ସେ ଘରୁ ବାହାରି ପଡ଼ୋଶୀଙ୍କ କବାଟ ବାଡ଼େଇ ସେମାନଙ୍କୁ ଡାକିଥିଲା। ମାଆ ଦୀର୍ଘ ସମୟ ଧରି କୌଣସି ପ୍ରତିକ୍ରିୟା ଦେଉନଥିବା କଥା ସେ ପଡ଼ୋଶୀଙ୍କୁ ଜଣାଇଥିଲା।

ଶିଶୁଟିର କଥା ଶୁଣି ପଡ଼ୋଶୀମାନେ ତୁରନ୍ତ କ୍ୱାର୍ଟର୍ସରେ ପହଞ୍ଚିଥିଲେ। ସେଠାରୁ ରୋଶନୀଙ୍କୁ ଉଦ୍ଧାର କରି ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଅନ୍ୟପଟେ ପତ୍ନୀଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ୱାମୀ ବିନୟ ସାହାନୀ କୋଲକାତାରୁ ତୁରନ୍ତ ସଡ଼କ ପଥରେ ରାଉରକେଲା ଅଭିମୁଖେ ବାହାରିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦିଆଯାଇଛି। ମହିଳାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ହେଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ସ୍ୱାମୀ ପହଞ୍ଚିବା ପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହେବା ସହ ଶବ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ହିଁ ମହିଳାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।

Show less

Bandhamunda Woman Death Mysterious Death
Share. Facebook Twitter LinkedIn Email WhatsApp Copy Link

Related Posts

ନିବେଶକଙ୍କୁ ଝଟକା! ସୁନାର ଚମକ ଫିକା, ଦର ହ୍ରାସ ପଛରେ ରହିଛି ଏହି ୫ କାରଣ

November 17, 2026

ଏଣିକି ଡେଲିଭରି ବୟ ଓ କ୍ୟାବ୍ ଡ୍ରାଇଭରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଜାଣନ୍ତୁ ୧୨ଟି ଅଧିକାର

November 17, 2026

ଋଷିକେଶରେ ଭୟଙ୍କର ବସ୍ ଦୁର୍ଘଟଣା: ୧୦୦ ମିଟର ଘାଟିକୁ ଖସିଲା ବସ୍, ୬ ମୃତ; ୨୦ରୁ ଅଧିକ ଆହତ

November 17, 2026

ୟୁପି ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ମୋଡ଼, ସ୍ଥଗିତ ହେଲା SP-କଂଗ୍ରେସ ଆସନ ବଣ୍ଟନ ବୈଠକ

November 17, 2026
Latest News

ବନ୍ଧମୁଣ୍ଡା ରେଳ କ୍ୱାର୍ଟରରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ରହସ୍ୟ

November 17, 2026

ନିବେଶକଙ୍କୁ ଝଟକା! ସୁନାର ଚମକ ଫିକା, ଦର ହ୍ରାସ ପଛରେ ରହିଛି ଏହି ୫ କାରଣ

November 17, 2026

ଆଥ୍‌ଲେଟିକ୍ସ ଟିମ୍ ମୁଖ୍ୟ କୋଚ୍ ପରବୀର ସିଂହ

November 17, 2026

ଏଣିକି ଡେଲିଭରି ବୟ ଓ କ୍ୟାବ୍ ଡ୍ରାଇଭରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଜାଣନ୍ତୁ ୧୨ଟି ଅଧିକାର

November 17, 2026

ଋଷିକେଶରେ ଭୟଙ୍କର ବସ୍ ଦୁର୍ଘଟଣା: ୧୦୦ ମିଟର ଘାଟିକୁ ଖସିଲା ବସ୍, ୬ ମୃତ; ୨୦ରୁ ଅଧିକ ଆହତ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.