ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ଭାବରେ ରଖି ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ-ନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ର ଧାରା ୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର କାର୍ଯ୍ୟସୂଚୀ ନିମ୍ନଲିଖିତ:
ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ / ପରିବର୍ତ୍ତନ-
୧୪.୦୯.୨୦୨୫ ସୁଦ୍ଧା (ରବିବାର)
ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶନ ତାରିଖ-
୧୫.୦୯.୨୦୨୫ (ସୋମବାର)
ଦାବି ଏବଂ ଆପତ୍ତି ଦାଖଲ କରିବାର ଅବଧି-
୧୫.୦୯.୨୦୨୫ (ସୋମବାର) ରୁ ୨୯.୦୯.୨୦୨୫ (ସୋମବାର)
ଦାବି ଏବଂ ଆପତ୍ତିର ସମାଧାନ
୦୭.୧୦.୨୦୨୫ ସୁଦ୍ଧା (ମଙ୍ଗଳବାର)
ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ତାରିଖ
୦୯.୧୦.୨୦୨୫ (ଗୁରୁବାର)
ମତଦାନ କେନ୍ଦ୍ରଗୁଡ଼ିକର ପୁନଃବ୍ୟବସ୍ଥିକରଣ/ ପରିବର୍ତ୍ତନ:
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ସେହିପରି, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, ଏହି ପୁନଃବ୍ୟବସ୍ଥିକରଣ ପ୍ରକ୍ରିୟା ସମୟରେ ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି।
ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର: ୩୫୮
ସହରାଞ୍ଚଳ: ୩୬
ଗ୍ରାମାଞ୍ଚଳ: ୩୨୨
୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକାର ପ୍ରକାଶନ:
୭୧-ନୂଆପଡା ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ୧୫.୦୯.୨୦୨୫ କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକାର ପ୍ରକାଶନ କରାଯାଇଛି।
୭୧-ନୂଆପଡା ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ମତଦାତା ସ୍ଥିତିର ବିବରଣୀ ନିମ୍ନରେ ସୂଚିତ କରାଯାଇଛି:
ମୋଟ ମତଦାତା: ୨,୪୮,୨୫୬
ପୁରୁଷ: ୧,୨୨,୧୦୩
ମହିଳା: ୧,୨୬,୧୩୨
ତୃତୀୟ ଲିଙ୍ଗ: ୨୧
ବରିଷ୍ଠ ନାଗରିକ: ୨୦୦୭
ଯୁବ ମତଦାତା: ୬୦୦୩
ଭିନ୍ନକ୍ଷମ ମତଦାତା (PwD): ୪୦୦୦
ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ବୈଠକ
୭୧-ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ସମ୍ପର୍କିତ ବୈଠକ ୧୫.୦୯.୨୦୨୫ ତାରିଖରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସଂଶୋଧନର ସମସ୍ତ ପର୍ଯ୍ୟାୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲା ୟୁନିଟଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି
୭୧-ନୂଆପଡ଼ା ବିଧାନସଭା ମଣ୍ଡଳୀର ଚିଠା ଭୋଟର ତାଲିକାର ସଫ୍ଟ କପି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଛି।
ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ
୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ୦୯.୧୦.୨୦୨୫ ତାରିଖରେ କରାଯିବ।