ଖୋର୍ଦ୍ଧା/ଟାଙ୍ଗୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଜଳବିଭାଜିକା ଅନ୍ତର୍ଗତ କ୍ଷେତ ପୋଖରୀ ହୁଡାରେ ନଡିଆ ଚାରା ରୋପଣ, ଭଜାଗଡ଼ ଚନ୍ଦନ ପୋଖରୀ ପାର୍ଶ୍ଵରେ ଥିବା ସରକାରୀ ପଡିଆରେ ମିଶ୍ରିତ ବୃକ୍ଷ ଯଥା ହରିଡା, ବାହାଡା, ଅଁଳା, ବେଲ, ଲେମ୍ବୁ ଇତ୍ୟାଦି ଚାରା ରୋପଣ କରାଯାଇଛି। ଏଥି ସହିତ ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ କାର୍ଯ୍ଯାଳୟରେ ମିଶ୍ରିତ ବୃକ୍ଷ ରୋପଣ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଜିଲ୍ଲା ଅଧିକାରୀ ଚକ୍ରଧର ମିଶ୍ର, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀ ଜି ମାନସୀ ମହାପାତ୍ର, ଅବସରପ୍ରାପ୍ତ କ୍ଷେତ୍ର ପରିଦର୍ଶକ ସୁକାନ୍ତ କୁମାର ବେହେରା ତଥା ମୃତ୍ତିକା ସଂରକ୍ଷଣ କାର୍ଯ୍ଯାଳୟର ସମସ୍ତ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ମା’ଙ୍କୁ ସମ୍ମାନ, ସବୁଜ ପୃଥିବୀର ସଙ୍କଳ୍ପ ନେଇ ଜଙ୍କିଆର ଭଗବତୀ ଦେବ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ଵାରା ସାମୁହିକ ଭାବେ ୨୦୦ ଟି ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ ବିଭାଗ ତରଫରୁ ସମୁଦାୟ ବ୍ଲକରେ ୧୨୫୦ ଟି ବୃକ୍ଷ ରୋପଣ କରାଯାଇଛି।
ଏତଦବ୍ୟତୀତ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ବର୍ତ୍ତମାନ ସମାଜରେ ବୃକ୍ଷର ଉପକାରିତା ଉପରେ କବିତା ଓ ବକ୍ତୃତା ପ୍ରତିଯୋଗୀତା କରାଯାଇଥିଲା। ଶେଷରେ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭାଗ ତରଫରୁ ପୁରସ୍କାର ବିତରଣ ସହ ମାନପତ୍ର ପ୍ରଦାନ କରଯାଇଥିଲା।