ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ସଂଗୀତ ପ୍ରତି ତାଙ୍କର ସମୃଦ୍ଧ ଅବଦାନ ପାଇଁ ତାଙ୍କୁ ମନେ ରଖାଯିବ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ମୁଁ ମର୍ମାହତ। ସଂଗୀତ ପ୍ରତି ତାଙ୍କର ସମୃଦ୍ଧ ଅବଦାନ ପାଇଁ ତାଙ୍କୁ ମନେ ରଖାଯିବ। ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କ ମଧ୍ୟରେ ତାଙ୍କ ଗୀତ ବହୁତ ଲୋକପ୍ରିୟ ଥିଲା। ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ସମବେଦନା। ଓମ୍ ଶାନ୍ତି।”