ଭୁବନେଶ୍ୱର: ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ ହୋଇଯାଇଛି। ଇଣ୍ଡସ୍ ଭ୍ୟାଲି ଟାଇମ୍ସ ଏବଂ ସାମାଜିକ-ଅର୍ଥନୈତିକ ଅଧ୍ୟୟନ କେନ୍ଦ୍ର-CSES ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଡାକ୍ତରୀ ସେବାକୁ ବ୍ରତ ଭାବେ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି।
ସେ କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ସହ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଚାଲିଛି। ଖୁବଶୀଘ୍ର ଡାକ୍ତର ଅଭାବ ପୂରଣ ହୋଇଯିବ। ଏଥିପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଚଲାଇଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।