Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା, ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି, ଜାଣନ୍ତୁ କାରଣ
ବିଶେଷ ଖବର

ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା, ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି, ଜାଣନ୍ତୁ କାରଣ

September 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା
ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା, ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ମଧ୍ୟ ବିଧାନସଭା ଚାଲିପାରିଲା ନାହିଁ। ବିରୋଧୀ ବିଜେଡିର ହଟ୍ଟଗୋଳ ପାଇଁ ଗୃହ ପୁଣି ମୁଲତବି ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି। ବାଚସ୍ପତି ବାରମ୍ବାର ବିଜେଡି ବିଧାୟକଙ୍କୁ ଗୃହରେ ହଟ୍ଟଗୋଳ ନ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ବିଧାୟକମାନେ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ଆଜି ଛୁଟି ପରେ ବିଧାନସଭା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଶ୍ନକାଳ ପାଇଁ ବାଚସ୍ପତି କହିବା ପରେ ବିଧାୟକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ହେଲେ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସକୁ ବିରୋଧ କରି ହୋହାଲ୍ଲା କରିଥିଲେ। ବାଚସ୍ପତି ଯେତେ ବୁଝାଇଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା।

ଅନ୍ୟପଟେ ଅନାସ୍ଥା ନୋଟିସ ଦେଇଥିବା କଂଗ୍ରେସ ପ୍ଲାକାର୍ଡ ଧରି ନିଜନିଜ ଆସନରେ ପ୍ରତିବାଦ କରିଥିଲେ। ଅନାସ୍ଥା ପ୍ରସ୍ତାବ ସରକାର କାହିଁକି ଗୃହିତ କରୁ ନାହାଁନ୍ତି ସେ ନେଇ ଦାବୀ କରିଥିଲେ। କଂଗ୍ରେସ ବିଧାୟକ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ଗୃହରେ ଅନାସ୍ଥା ପ୍ରସ୍ତାବକୁ ଗୃହିତ ନ କରିବା ପାଇଁ ଉଭୟ ଦଳ ସଲାସୁତରା ହୋଇ ଚକ୍ରାନ୍ତ କରିଛନ୍ତି। ଗୃହରେ କଂଗ୍ରେସ ବିଧାୟକମାନେ ବିଜେଡି ବିଜେପି ଭାଇଭାଇ ବୋଲି ଲେଖାଥିବା ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ।

ତେବେ ଏ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ଅଯଥାରେ ଗୃହରେ ହଟ୍ଟଗୋଳ କରୁଛି। ଯଦି ତାଙ୍କର ସାର ଅଭାବ କିମ୍ବା ପଞ୍ଚାୟତ ପ୍ରତିନିଧୀଙ୍କ କ୍ଷମତା ସଂକୋଚିତ ଉପରେ ଆଲୋଚନା କରିବାକୁ ଅଛି ତେବେ ସେମାନେ ଲିଖିତ ଭାବେ ଦିଅନ୍ତୁ। ତାହା ନ କରି ବିଜେଡି ଗୃହ ଭିତରେ କାହିଁକି ହୋ ହାଲ୍ଲା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Following the announcement made in May 2025, IIM Sambalpur launched these two cutting-edge programmes in Delhi, and has now welcomed the inaugural batch of its first-ever B.S. Programme in Data Science & AI and B.S. Programme in Management & Public Policy at the Sambalpur campus in Odisha. ( CLICK HERE TO READ)

ଅନାସ୍ଥା ପ୍ରସ୍ତାବ ବିଧାନସଭା ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025
Latest News

ଅନ୍ଧାର ରାତିରେ ସାଧାରଣ ଲୋକଙ୍କ ଘର ଉପରେ ବୋମା ମାଡ କଲା ପାକିସ୍ତାନୀ ସେନା: ୩୦ ରୁ ଉର୍ଦ୍ଧ୍ଵ ମୃତ

September 22, 2025

ନିର୍ବାଚନ ଜିତିଲେ ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନା, ଖୁସିରେ ନାଚିଲେ ପ୍ରଶଂସକ

September 22, 2025

ବ୍ୟାଟିଂ ସମୟରେ ICC ନିୟମ ଭାଙ୍ଗିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ, ଲାଗିପାରେ ଜରିମାନା

September 22, 2025

ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା, ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି, ଜାଣନ୍ତୁ କାରଣ

September 22, 2025

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.