ଭୁବନେଶ୍ବର: ନିର୍ବାଚନ ଜିତିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଥମ ଥର ପାଇଁ ସେ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରି ଏହି ବାଜି ମାରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦିଙ୍କୁ ଅଠର ଖଣ୍ଡ ଭୋଟରେ ହରାଇ ସେ ବିଜୟ ଲାଭ କରିଛନ୍ତି। ଫଳରେ ତାଙ୍କର ପ୍ରଶଂସକ ପ୍ରଦୀପଙ୍କୁ ଟେକି ଧରି ଖୁସିରେ ନାଚି ଉଠିଥିଲେ। ଦୀର୍ଘବର୍ଷ ଧରି ଶାସନ କରିଥିବା ଅନ୍ୟତମ ମୁଖ୍ୟଶାସନ ସଚିବଙ୍କୁ ହରାଇ ସେ ଏହି ଜିତାପଟ ହାତେଇଛନ୍ତି।
ଗତକାଲି ରାଜ୍ୟର ସଂଭ୍ରାନ୍ତ ଅନୁଷ୍ଠାନ ଭୁବନେଶ୍ବର କ୍ଲବରେ ସଭାପତି ପାଇଁ ନିର୍ବାଚନ ହେଉଥିଲା। ଏଥିରେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ସହିତ ପ୍ରଦୀପ ଜେନାଙ୍କ ଲଢେଇ ହେଉଥିଲା। ଏଥିରେ ପ୍ରଦୀପ ଜେନାଙ୍କୁ ୮୯୧ ଭୋଟ ମିଳିଥିବାବେଳେ ଅସିତ ତ୍ରିପାଠୀ ପାଇଛନ୍ତି ୮୭୩ ଭୋଟ୍। ଅସୀତ ତ୍ରିପାଠୀ ଲଗାତର ଦୁଇଥର ସଭାପତି ଭାବେ ନିର୍ବାଚିତ ହୋଇ ଆସିଛନ୍ତି।
ତେବେ ଏହି ନିର୍ବାଚନ ଜିତିବା ପରେ ପ୍ରଦୀପ ଜେନା କହିଛନ୍ତି ଯେ, କ୍ଲବର କେତେକ ବ୍ୟବସ୍ଥାରେ ସଂଶୋଧନ କରାଯିବ। ଯେପରିକି ଜଣେ ଦୁଇଥର ସଭାପତି ରହିବା ପରେ ସେ ଆଉ ସଭାପତି ପାଇଁ ପ୍ରତିଦ୍ବନ୍ଦିତା କରିପାରିବ ନାହିଁ। ସେହିପରି ସଭାପତି ଏକ ରୁଦ୍ଧ ଚ୍ୟାମ୍ବରରେ ନ ବସି ସମସ୍ତେ ଦେଖିବା ପାଇଁ ଚ୍ୟାମ୍ବରରେ ବସିବା ବ୍ୟବସ୍ଥା କରାଯିବ। ପ୍ରଦୀପ ଜେନା ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଲଳିତ ଦାସ ନିର୍ବାଚିତ ହୋଇଛନ୍ତି।
Next-Gen GST Reforms: PM Addresses Nation Ahead of Sept 22 Rollout
Prime Minister Shri Narendra Modi addressed the nation via video conferencing today. Extending heartfelt greetings to all citizens on the commencement of Navratri, the festival of worshipping Shakti, he remarked that from the very first day of Navratri, the nation is taking a significant step forward in the Aatmanirbhar Bharat campaign. ( CLICK HERE TO READ MORE)