Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜାତୀୟ ମେଡ଼ିଏସନ୍ କର୍ମଶାଳା: ଆଇନ ମନ୍ତ୍ରୀ କଲେ ସମୀକ୍ଷା
ଆଜିର ଖବର

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜାତୀୟ ମେଡ଼ିଏସନ୍ କର୍ମଶାଳା: ଆଇନ ମନ୍ତ୍ରୀ କଲେ ସମୀକ୍ଷା

September 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜାତୀୟ ମେଡ଼ିଏସନ୍ କର୍ମଶାଳା
ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜାତୀୟ ମେଡ଼ିଏସନ୍ କର୍ମଶାଳା: ଆଇନ ମନ୍ତ୍ରୀ କଲେ ସମୀକ୍ଷା

ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ମେଡ଼ିଏସନ୍ କର୍ମଶାଳା। ଏହାକୁ ସଫଳ କରିବା ପାଇଁ ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି କର୍ମଶାଳାର ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ।

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଥିବା ଏହି କର୍ମଶାଳାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗାଭାଇ, ବିଭିନ୍ନ ରାଜ୍ୟର ଆଇନ ମନ୍ତ୍ରୀ ଗଣ,ବିଭିନ୍ନ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଗଣ ,ବିଭିନ୍ନ ରାଜ୍ୟର ଆଡଭୋକେଟ୍ ଜେନେରାଲ ବୃନ୍ଦ , ଭାରତର ଆଟର୍ଣ୍ଣି ଜେନେରାଲ , ଭାରତର ସଲିସିଟର ଜେନେରାଲ, ଭାରତର ଅତିରିକ୍ତ ସଲିସିଟର ଜେନେରାଲଙ୍କ ସମେତ ବିଭିନ୍ନ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତିବୃନ୍ଦ ଏବଂ ମଧ୍ୟସ୍ଥତା ସହ ସମୃକ୍ତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗଦେବେ।

ଏହି ବୈଠକରେ ଜାତୀୟ କର୍ମଶାଳାରେ ଆଲୋଚନା ହେବାକୁ ଥିବା ବିଷୟ, ଉପବେଶନ ସ୍ଥଳ, ଅତିଥିମାନଙ୍କ ଯିବା ଆସିବା ଓ ରହଣି ସହ ପୁରୀ, କୋଣାର୍କ ଓ ଲିଙ୍ଗରାଜ ଭଳି ପର୍ଯ୍ୟଟନ କ୍ଷେତ୍ର ଭ୍ରମଣ ନେଇ ଆଲୋଚନା ହୋଇଥିଲା। କର୍ମଶାଳା ସମୟରେ ଟ୍ରାଫିକ୍‌ ପରିଚାଳନା ଓ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା ।ଓଡ଼ିଶାକୁ ଆସିଥିବା ସମସ୍ତ ଅତିଥିମାନେ ଯେପରି ସୁଖଦ ଅନୁଭୂତି ନେଇ ପ୍ରତ୍ୟାବର୍ତ୍ତନ କରିବେ ସେଥି ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକରେ ଗୁରୁତ୍ୱାରୋପ କରିଥିଲେ।

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ପୁଲିସ ଡିଜିପି ୱାଇ. ବି. ଖୁରାନିଆ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଭୁବନେଶ୍ୱର-କଟକ ପୁଲିସ କମିଶନର ଦେବଦତ୍ତ ସିଂ,ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସୁରଞ୍ଜିତା ଜେନା, ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ରଙ୍କ ସମେତ ବିଭିନ୍ନ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଜାତୀୟ ମେଡ଼ିଏସନ୍ କର୍ମଶାଳା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦୀ ବିରୋଧୀ ଅଭିଯାନ: ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

September 23, 2025

ସେପ୍ଟେମ୍ବର ୨୩ ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ

September 23, 2025

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025
Latest News

“ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାରତ,” ଜୟଶଙ୍କରଙ୍କୁ ଭେଟିବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ

September 23, 2025

ମାଓବାଦୀ ବିରୋଧୀ ଅଭିଯାନ: ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ

September 23, 2025

ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ: ଉପରାଷ୍ଟ୍ରପତି

September 23, 2025

ଦ୍ୱିତୀୟ ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜାରେ ଏହି ଭୋଗ ଅର୍ପଣ କରନ୍ତୁ, ଜାଣନ୍ତୁ ତାଙ୍କର ପୂଜା ପଦ୍ଧତି ଓ କଥା

September 23, 2025

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଜାତୀୟ ମେଡ଼ିଏସନ୍ କର୍ମଶାଳା: ଆଇନ ମନ୍ତ୍ରୀ କଲେ ସମୀକ୍ଷା

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.