Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା
ଆଜିର ଖବର

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

September 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ମନ୍ଦିରରେ "ନବାନ୍ନ" ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ

ବାଣପୁର: ଓଡ଼ିଶାର ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର “ମା” ଭଗବତୀ ପୀଠ ଅନ୍ୟତମ। ଏଠାକାର ପାର୍ବଣ ରୀତିନୀତି ସ୍ୱତନ୍ତ୍ର ନିଆରା। ପୂଜକ ବାମନ ଚନ୍ଦ୍ର ଦାଶଙ୍କ କହିବା କଥା ଅନୁସାରେ ଏଠାରେ ଅମାବାସ୍ୟା ତିଥିରେ ଆରମ୍ଭ ହୋଇଥିବା “ନବରାତ୍ର”ପୂଜା ଅତ୍ୟନ୍ତ ଦୁର୍ଲ୍ଲଭ ଭାବରେ କରାଯାଇଥାଏ ଯଥା :- ପ୍ରଥମ ଦିନ ଦେବୀଙ୍କୁ “ଶୈଳପୁତ୍ରୀ” ଭାବରେ ବେଶ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଏ। ଏହି ପୂଜାର ଲକ୍ଷ ସମାଜରେ ଭକ୍ତ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ।

ଦିତୀୟ ଦିନ ଦେବୀଙ୍କୁ “ବ୍ରହ୍ମଚାରିଣୀ”ବେଶ କରାଯାଇ ୩୨ ଉପଚାର କରାଯାଇଥାଏ।ଏହାର ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତି ଓ ସୌମ୍ୟ ପ୍ରତିଷ୍ଠା କରିବା। ଭକ୍ତ ମାନଙ୍କର ପ୍ରୀତି ଏବଂ ସୁଖ ସ୍ଥାପନାର୍ଥେ ତୃତୀୟ ଦିନ ଦେବୀଙ୍କୁ “ଚନ୍ଦ୍ରଘଣ୍ଟା” ବେଶରେ ସଜ୍ଜିତ କରାଯାଇ ବୈଦିକ ପୂଜା କରାଯାଏ। ବିଶ୍ୱରେ ମହାମାରୀ ଆଦି ରୋଗର ନିରାକରଣାର୍ଥେ ଚତୁର୍ଥ ଦିନ ଦେବୀଙ୍କୁ “କୁଷ୍ମାଣ୍ଡା”ବେଶରେ ବେଶ କରାଯାଇ ପାଣିକଖାରୁ ରେ ପୂଜା ହୋମ କରାଯାଏ।

ବିଶ୍ୱରେ ଐକ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚମ ଦିନ “ସ୍କନ୍ଦମାତା”ବେଶରେ ବେଶ କରାଯାଇ ମହାପୂଜା ଏବଂ ହୋମ କରାଯାଏ। ଭକ୍ତ ମାନଙ୍କର ଦୀର୍ଘାୟୁ କାମନା ପାଇଁ ଷଷ୍ଠ ଦିନ ଦେବୀଙ୍କୁ “କାତ୍ୟାୟନି”ରୂପରେ ବେଶ କରାଯାଇ ତ୍ରିକାଳ ପୂଜା କରାଯାଏ। ଭକ୍ତ ମାନଙ୍କର ପରିବାର ମଙ୍ଗଳ ପାଇଁ ସପ୍ତମ ଦିନ ଦେବୀଙ୍କୁ “କାଳରାତ୍ରୀ”ବେଶରେ ସଜ୍ଜାଯାଇ ଦ୍ରବ୍ୟପୂଜା ଓ ହୋମ କରାଯାଏ। ଭକ୍ତ ମାନଙ୍କର ହୃଦୟରୁ ସଡ଼ରିପୁ ନାଶନ ପାଇଁ ଅଷ୍ଟମ ଦିନ ଦେବୀଙ୍କୁ “ଗୌରୀ”ବେଶରେ ବେଶ କରାଯାଇ ଫଳ ପୂଜା ଏବଂ ହୋମ କରାଯାଏ।

ଶେଷରେ ବିଶ୍ୱର ପ୍ରତ୍ୟେକ ଜୀବର ମଙ୍ଗଳ କାମନା ପାଇଁ ନବମ ଦିବସରେ ଦେବୀଙ୍କୁ “ମହାମାୟା” ବେଶରେ ସଜ୍ଜାଯାଇ ମତ୍ସ୍ୟ, ମାଂସ, ମଦ, ମୁଦ୍ରା ଓ ମୈଥୁନ ଆଦି ପଞ୍ଚ ‘ମ’ କାରରେ ପୂଜା କରାଯାଏ।

ନବରାତ୍ର ପୂଜା ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026
Latest News

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026

ଫାଇଲ୍‌ ଚୋରି ମାମଲା: ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.