Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା
ଆଜିର ଖବର

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା

September 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha exports vegetables to Ireland
Odisha exports vegetables to Ireland

ଭୁବନେଶ୍ଵର: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି। ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଏବଂ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କଲିକତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୃଢ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମର ମିଳିତ ସମନ୍ୱୟରେ ଏହି ସଫଳତା ସମ୍ଭବ ହୋଇଛି।

ଏହି ସଫଳତାର ମଙ୍ଗ ଧରିଛି ଢେଙ୍କାନାଳର ‘ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ’, ଯାହା କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତିର ପ୍ରତୀକ ପାଲଟିଛି। ଏକ ସମୃଦ୍ଧ କୃଷି ଅର୍ଥନୀତି ଗଠନ, ଚାଷୀ ଭାଇଭଉଣୀଙ୍କୁ ନିଜ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହ ବିଶ୍ୱ ବଜାରରେ ଓଡ଼ିଶାର କୃଷିଜାତ ଦ୍ରଵ୍ୟର ଚାହିଦା ବୃଦ୍ଧି ଦିଗରେ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ ନିଜର ନିରନ୍ତର ଉଦ୍ୟମ ଜାରି ରଖିଛି।

ଚଳିତ ଥର ଅମୃତଭଣ୍ଡା ସହ ପ୍ରଥମ ଥର ଉଚ୍ଚ ଗୁଣବତ୍ତା ସମ୍ପନ୍ନ ତଥା ସ୍ୱାଦିଷ୍ଟ ସାରୁ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ କରି ଏହି କୃଷକ ଉତ୍ପାଦକ ସଂଗଠନ ନିଜ ସଫଳତାର ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ଏହା କେବଳ ଏକ ରପ୍ତାନୀ ନୁହେଁ, ବରଂ ଓଡ଼ିଶାର ଚାଷୀଙ୍କ ସ୍ୱପ୍ନକୁ ଏକ ବିଶ୍ୱସ୍ତରୀୟ ମଞ୍ଚ ଦେବାର ପ୍ରୟାସ। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ସହ କୃଷି ବିଭାଗ ନେତୃତ୍ୱରେ ପାଲାଡିୟମର ସମନ୍ୱୟରେ ୨୦୨୪ ଠାରୁ ଏ ପର୍ଯ୍ୟନ୍ତ ୧୪୦ ମେଟ୍ରିକ ଟନରୁ ଉର୍ଦ୍ଧ୍ବ ସତେଜ ପନିପରିବା ଓ ଫଳ ୧୦ ଟି ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ କରାଯାଇଛି।

ଏହି ରପ୍ତାନୀକରଣ ମାଧ୍ୟମରେ ସମ୍ପୃକ୍ତ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ୪୦% ରୁ ୬୨% ପର୍ଯ୍ୟନ୍ତ ବର୍ଦ୍ଧିତ ମୂଲ୍ୟ ପାଇବାରେ ସକ୍ଷମ ହେଇପାରିଛନ୍ତି। ଏହି ପଦକ୍ଷେପ ଚାଷୀମାନଙ୍କୁ କେବଳ ଉଚିତ୍ ମୂଲ୍ୟ ଦେବ ନାହିଁ, ବରଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ବିଶ୍ୱ ବଜାରର ଚାହିଦା ପୂରଣ ପାଇଁ ସକ୍ଷମ କରାଉଛି। ରପ୍ତାନୀର ଏହି ସଫଳତା ସାରା ରାଜ୍ୟର ଅନ୍ୟ କୃଷି ଉତ୍ପାଦକ ପୁଞ୍ଜ ଓ କୃଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

dhenkanal Ireland vegetables ଅମୃତଭଣ୍ଡା ଓଡ଼ିଶାର କୃଷି କ୍ଷେତ୍ର ଢେଙ୍କାନାଳ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ର ଇଂଜିନିୟର

September 25, 2025

ସୁନା ମୂଲ୍ୟ ଦର ବୃଦ୍ଧିରେ ଲାଗିଲା ବ୍ରେକ୍: ଜାଣନ୍ତୁ ଆଜିର ଦର

September 25, 2025
Latest News

ଘୋଷଣା ହେଲା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ବାଦ ପଡିଲେ କରୁଣ ନାୟାର

September 25, 2025

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ର ଇଂଜିନିୟର

September 25, 2025

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.