Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଢେଙ୍କାନାଳ ଲୋକସଭା: ବିଜଦରେ ପ୍ରଶାସକ ଆଗରେ

ଭୁବନେଶ୍ୱର: ଅବିଭକ୍ତ ତେଙ୍କାନାଳ ଜିଲ୍ଲା ଢେଙ୍କାନଳ, କାମାକ୍ଷାନଗର, ପର୍ଜଙ୍ଗ, ହିନ୍ଦୋଳ, ଅନୁଗୁଳ, ତାଳଚେର ଓ ପାଲଲହଡ଼ା ବିଧାନସଭା ଆସନକୁ ନେଇ ଲୋକସଭା ଆସନ ଗଠିତ। ଏହି ଆସନରେ ୧୮ଥର ନିର୍ବାଚନ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ୭ଥର ବିଜୟୀ ହୋଇଥିବାବେଳେ ବର୍ତ୍ତମାନ ଶାସକ ବଜଦ ପ୍ରାର୍ଥୀମାନେ ୫ଥର ବିଜୟୀ ହୋଇଛନ୍ତି। ଏହି ଆସନରେ ପ୍ରଜାମଣ୍ଡଳ ନେତା ସାରଙ୍ଗଧର ଦାସ, ଗଣତନ୍ତ୍ର ପରିଷଦ ନେତା ସୁରେନ୍ଦ୍ର ମହାନ୍ତି ଓ ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ଭଳି ନେତାମାନେ ବିଜୟୀ ହୋଇ ସଂସଦର ଗାରିମାକୁ ବୃଦ୍ଧି କରିଛନ୍ତି। କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂହଦେଓ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ପରେ କଂଗ୍ରେସ ପ୍ରାର୍ଥୀଭାବେ ଏଠାରୁ ୬ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ହେଁ ୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ରହି ମାତ୍ର ୮୦, ୩୪୯ଖଣ୍ଡ ଭୋଟ (୭.୧୦ ପ୍ରତିଶତ) ପାଇଥିଲେ। ଏହାପରେ ଜିଲ୍ଲାର ଅତ୍ୟତମ ଟାଣୁଆ ନେତ୍ରୀ ନନ୍ଦିନୀ ଶତପଥିଙ୍କ ପରିବାରର ଦେବେନ୍ଦ୍ରନାଥ ଶତପଥି କଂଗ୍ରେସ ଓ ଜନତା ପାର୍ଟି ଟିକଟରେ ୨ ଥର ଓ ତାଙ୍କ ପୁତ୍ର ତଥାଗତ ସତପଥି ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଏହି ଲୋକସଭା ଆସନରେ କେବେବି ଭାଜପା ଜିତିପାରିନାହିଁ। କିନ୍ତୁ ବିଗତ ଦୁଇଟି ନିର୍ବାଚନରେ ଭାଜପା ତା’ର ଭୋଟ ହାର ବଢ଼ାଇ ଚାଲିଛି। ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ଦ୍ୱିତୀୟ ସ୍ଥାନରେ ରହି ଲଢ଼େଇ କରିବା ସହିତ ଦଳର ଭୋଟ ହାର ବଢ଼ାଇବାରେ ସଫଳ ହୋଇଥିଲେ। ସେ ମାତ୍ର ୩୫,୪୧୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ।

ବର୍ତ୍ତମାନର ବିଜଦ ସାଂସଦ ମହେଶ ସାହୁଙ୍କୁ ଦଳ ତରଫରୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯିବ କି ନାହିଁ ତାହା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । କାରଣ ସାଂସଦ ଶ୍ରୀ ସାହୁଙ୍କୁ ତାଙ୍କ ଅଞ୍ଚଳର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପାଲଲହଡ଼ାର ବିଜଦ ନେତା ମୁକେଶ ପାଲ ଦୃଢ଼ ବିରୋଧ କରୁଛନ୍ତି। ଫଳରେ ସାଂସଦ ଶ୍ରୀ ସାହୁ ଏହି ଦୁଇଟି ଅଞ୍ଚଳରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରିପାରୁନାହାନ୍ତି। କେବଳ ସେତିକି ନୁହେଁ ସେ ତାଳଚେରର ହୋଇଥିବାରୁ ଢେଙ୍କାନାଳର ବିଜଦ ନେତାମାନେ ମଧ୍ୟ ତାଙ୍କୁ ସହଯୋଗ କରୁନାହାନ୍ତି। ଏପରି କ୍ଷେତ୍ରରେ ତାଙ୍କୁ ଆଗାମୀ ଦିନରେ ବିଜଦ ପ୍ରାର୍ଥୀ କରିବ କି ନାହିଁ ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ମହେଶ ସାହୁଙ୍କୁ ଛାଡ଼ି ଦେଲେ ଜଣେ ପ୍ରଶାସନିକ ଅଧିକାରୀ, ପୂର୍ବତନ ସାଂସଦ ତଥାଗତ ସତପଥି ଓ ସଦର ବିଧାୟକ ସୁଧୀର କୁମାର ସାମଲଙ୍କ ନାମ ମଧ୍ୟ ଦଳୀୟ ମହଲରେ ଆଲୋଚନା ହେଉଛି। ଏସବୁ ସତ୍ତ୍ୱେ ଦଳର ଶୀର୍ଷ ନେତୃତ୍ୱ ପ୍ରାର୍ଥୀ ସ୍ଥିର କରିବେ ବୋଲି ଜିଲ୍ଲାର ନେତାମାନେ ମତ ଦେଉଛନ୍ତି।

ବିଗତ ୩ଟି ନିର୍ବାଚନରେ ଭାଜପା ନେତା ରୁଦ୍ରନାରାୟଣ ପାଣି ଦଳୀୟ ପ୍ରାର୍ଥୀ ହୋଇ ଦଳର ଭୋଟହାର ବଢ଼ାଇ ଚାଲିଛନ୍ତି। ସେ ୨୦୦୯ ନିର୍ବାଚନରେ ୨,୦୮୨୯୬ ଭୋଟ ପାଇଥିବାବେଳେ ୨୦୧୪ରେ ୩,୧୫,୯୩୭ ଭୋଟ ଓ ୨୦୧୯ରେ ୪,୮୭, ୪୭୨ ଖଣ୍ଡ ଭୋଟ ପାଇ ଦଳର ସ୍ଥିତିକୁ ବଢ଼ାଇଛନ୍ତି। ଜିଲ୍ଲା ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଇଚ୍ଛାପ୍ରକାଶ କରିଥିବା କୁହାଯାଉଛି । ଭାଜପାରେ ଥିବା ଦେବଗଡର ପୂର୍ବତନ ସାଂସଦ ତଥା ପାଲଲହଡ଼ାର ପୂର୍ବତନ ବିଧାୟକ ରବି ପାଣି ଏଥର ଦଳୀୟ ଟିକଟ ପାଇ ନିର୍ବାଚନ ଲଢ଼ିବା ପାଇଁ ଚେଷ୍ଠା ଜାରୀ ରଖିଛନ୍ତି। କିନ୍ତୁ ଭାଜପାରେ ସ୍ଥିର ହୋଇଥିବା ବୟସସୀମା ତାଙ୍କ ପାଇଁ ବାଧକ ସାଜିପାରେ। ଏପରି କ୍ଷେତ୍ରରେ ଅନ୍ୟଜଣେ କିଏ ଆସି ନିର୍ବାଚନ ଲଢ଼ିଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଜିଲ୍ଲାରେ ଆଲୋଚନା ହେଉଛି।

ରାଜ୍ୟର ସବୁ ଜିଲ୍ଲା ଭଳି ଢେଙ୍କାନାଳ ଲୋକସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ସମସ୍ୟା ରହିଛି। ନିର୍ବାଚନ ଜିତିଲା ଭଳି ନେତା ଏବେ କଂଗ୍ରେସରେ ନାହାନ୍ତି। ୨୦୧୪ ନିର୍ବାଚନରେ ୨ଲକ୍ଷରୁ ଅଧିକ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ସୁଧୀର କୁମାର ସାମଲ ଏବେ କଂଗ୍ରେସ ଛାଡ଼ି ବିଜଦରେ ବିଧାୟକ ହୋଇଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କେବଳ ଔପଚାରିକତା ଦୃଷ୍ଟିରୁ କଂଗ୍ରେସ ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ: ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ତଥା ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ହେବ ବୋଲି ଶୁକ୍ରବାର ଢେଙ୍କାନାଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)କୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତ ୨୦ ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ କରିବା ପରେ ଆଜି ଢେଙ୍କାନାଳରେ ଏହି ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ଆକାଂକ୍ଷା ଓ ରୁଚିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ର ସ୍ଥାପନା କରାଯାଇଛି । ଏହି କେନ୍ଦ୍ରରେ ଡିଜିଟାଲ ଦୁନିଆ ତଥା ସର୍ଭିସ ଇଣ୍ଡଷ୍ଟ୍ରିର ଆଧୁନିକ ସ୍କିଲିଂ ଟ୍ରେନିଂର ବ୍ୟବସ୍ଥା ଅଛି ।

ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱୀକୃତି ଦେଇ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଡିମଡ୍ ୟୁନିଭର୍ସିଟିର ମାନ୍ୟତା ଦିଆଯାଇଛି । ଆଜି ଉଦଘାଟିତ ସ୍କିଲ୍ ଇଣ୍ଡିଆ ସେଣ୍ଟର ଆଇଆଇଏମ ଢେଙ୍କାନାଳ ସହ ଯୋଡିହେଲେ ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହୋଇପାରିବ । ଅନେକ ଛାତ୍ରଛାତ୍ରୀ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲାଭ ନେଇପାରିବେ । ନୂଆପିଢିର ପିଲାମାନଙ୍କୁ ଦକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର । ନୂଆପିଢିର ଯୁବକ ଯୁବତୀମାନେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍- ସ୍କିଲିଂ ସହ ଯୋଡି ହୋଇ ନିଜକୁ ଦକ୍ଷ ବନାଇଲେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଢେଙ୍କାନାଳରେ ୬  ହଜାର ବର୍ଗଫୁଟ ପରିମିତ ଜାଗାରେ ପ୍ରତିଷ୍ଠିତ ଏହି ସ୍କିଲ୍ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ ଟି ଟ୍ରେନିଂ ହଲ ଅଛି, ଯେଉଁଥିରେ ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଢେଙ୍କାନାଳ ରାଜନୀତିରେ ନୂଆ ମୋଡ, ବିଜେଡିରେ ସାମିଲ ହେଲେ ଯୁବ ଉଦ୍ୟୋଗପତି ଅବିନାଶ ସାମଲ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗପତି ତଥା ଡାକ୍ତର ଅବିନାଶ ସାମଲ। ତାଙ୍କ ବାପା ଗଂଗାଧର ସାମଲ ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ଶିଳ୍ପପତି। ତାଙ୍କ ଦାଦା ସୁଧୀର ସାମଲ ହେଉଛନ୍ତି ବର୍ତ୍ତମାନ ଢେଙ୍କାନାଳ ବିଜେଡି ବିଧାୟକ।

ଆଜି ଶଙ୍ଖଭବନରେ ସାଂସଦ ମାନସ ମଙ୍ଗରାଜ, ବିଧାୟକ ସୁଧୀର ସାମଲ ଏବଂ ବିଜେଡି ନେତା ପ୍ରିୟବ୍ରତ ମାଝିଙ୍କ ଉପସ୍ଥିତିରେ ଅବିନାଶ ଦଳରେ ସାମିଲ ହୋଇଛନ୍ତି। ଏ ନେଇ ଅବିନାଶ କହିଛନ୍ତି ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯେପରି ଜନହିତକର କାମ କରି ଚାଲିଛନ୍ତି ସେଥିରେ ଉତ୍ସାହିତ ହୋଇ ଦଳରେ ସାମିଲ ହୋଇଛି। ତାଙ୍କ ଦାଦା ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପୁତୁରାଙ୍କ ରାଜନୀତି ପ୍ରବେଶକୁ ସ୍ବାଗତ କରିଛନ୍ତି।

ଅବିନାଶ ବିଜେଡିରେ ଯୋଗଦେବା ପରେ ଢେଙ୍କାନାଳ ରାଜନୀତିରେ ବେଶ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଅବିନାଶ ଏବଂ ତାଙ୍କ ବାପାଙ୍କର ଜିଲ୍ଲାରେ ଯେପରି ପ୍ରତିପତି ରହିଛି ସେଥିରେ ସେ ନିଶ୍ଚିତ ଟିକେଟ ପାଇବେ ବୋଲି ଅନୁମାନ କରାଯାଇଛି। ତେବେ ସେ ବିଧାୟକ ଭାବେ ଲଢିବେ କି ସାଂସଦ ପ୍ରାର୍ଥୀ ହେବେ ସେ ନେଇ ଚାଲିଛି କଲ୍ପନା ଜଳ୍ପନା।

ଅନ୍ୟପଟେ ବିଜେଡି ପାଇଁ ଢେଙ୍କାନାଳ ଜିଲ୍ଲା ଏକ ଅଡୁଆ ପରିସ୍ଥିତିରେ ରହିଛି। କାରଣ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କର ଆଉ ଜିଲ୍ଲାରେ ଲୋକପ୍ରିୟତା ନାହିଁ। ଗତ ନିର୍ବାଚନରେ ତଥାଗତ ଶତପଥୀ ଛିଡା ହେବାକୁ ମନା କରିବା ପରେ ଦଳ ମହେଶଙ୍କ ଉପରେ ବାଧ୍ୟବାଧକତାରେ ଭରସା କରିଥିଲା। ହେଲେ ବର୍ତ୍ତମାନ ତାଙ୍କର ସ୍ଥିତି ଭଲ ନାହିଁ। ଢେଙ୍କାନାଳ ଲୋସକସଭା ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବା ଚିନ୍ତାରେ ଅଛି।

ସେହିପରି ଢେଙ୍କାନାଳ ବିଧାନସଭାରେ ମଧ୍ୟ ଦଳ ବିଧାୟକ ସୁଧୀର ସାମଲଙ୍କ ଉପରେ ଖୁସି ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳୀରେ ସେ ଯେପରି ସକ୍ରିୟ ହେବା କଥା ତାହା ହୋଇପାରୁ ନାହାଁନ୍ତି। ଲୋକସଂପର୍କରୁ ସେ ଦୂରେଇ ଯାଉଥିବାର ଦଳ ଅନୁଭବ କରିସାରିଲାଣି। ଅନ୍ୟପଟେ ସୁଧୀର କେତେକ ବିବାଦୀୟ ପରିସ୍ଥିତିରେ ଛନ୍ଧି ହୋଇ ରହିଛନ୍ତି ଯାହା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି। ତେଣୁ ଦଳ ଏଥର ସୁଧୀରଙ୍କ ଉପରେ ଭରସା କରିବ କି ନାହିଁ ଦ୍ବନ୍ଦରେ ଅଛି।

ଏପରି ପରିସ୍ଥିତିରେ ଅବିନାଶଙ୍କ ଆର୍ବିଭାବ ଉଭୟ ମହେଶ ଏବଂ ସୁଧୀରଙ୍କ ପାଇଁ ନିଶ୍ଚିତ ଅଡୁଆ ସୃଷ୍ଟି କରିଛି। ବିଶେଷ ସୁତ୍ର ଅନୁସାରେ ବିଜେଡି ଅବିନାଶଙ୍କୁ ବିଧାୟକ ହେଉ କିମ୍ବା ସାଂସଦ, ଯୁବ ଚେହେରା ଭାବେ ଟିକେଟ ଦେବା ନିଶ୍ଚିତ। ଫଳରେ ଦଳ ଯଦି ଗୋଟିଏ ପରିବାରରୁ ଜଣେ ନୀତିକୁ ଲାଗୁ କରିବ ତେବେ ଏପରି ପରିସ୍ଥିତିରେ ସୁଧୀର ଏଥର ରାଜନୀତିରୁ ସନ୍ୟାସ ନେବାକୁ ବାଧ୍ୟ ହୋଇପାରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୭ କେନ୍ଦ୍ର ମନ୍ତ୍ରୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିନାହିଁ ବିଜେପି, ଲୋକସଭା ପାଇଁ କେଉଁଠି ଲଢିବେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟସଭାର ୫୬ ଟି ଆସନ ପାଇଁ ୨୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥର ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ନୂଆ ଚେହେରା ଦେଇଛି। ଏଥର ୭ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ଆଉ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଏହି କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ କିଛି ନେତା ଏଥର ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ତାଲିକାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ମାନସୁଖ ମାଣ୍ଡଭିୟା, ରାଜୀବ ଚନ୍ଦ୍ରଶେଖର, ପୁରୁଷୋତ୍ତମ ରୂପାଲା, ନାରାୟଣ ରାଣେ ଏବଂ ଭି ମୁରଲୀଧରନଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ।

ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ?:

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ବାସିନ୍ଦା। ଏଭଳି ପରିସ୍ଥିତିରେ ସେ ଢେଙ୍କାନାଳ କିମ୍ବା ସମ୍ବଲପୁର ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ବିଜୁ ଜନତା ଦଳ ଗତ ଚାରିଥର ଢେଙ୍କାନାଳରେ ଜିତି ଆସୁଛି। ଗତ ଦୁଇଥର ବିଜେପି ଏଠାରେ ଦ୍ୱିତୀୟ ସ୍ଥାନରେ ରହିଛି। ସମ୍ବଲପୁର ଆସନରୁ କେବଳ ବିଜେପି ସାଂସଦ ଅଛନ୍ତି। ଏଠାରେ ଉଭୟ ଆସନରେ ବିଜେପି ପାଇଁ କଡା ପ୍ରତିଯୋଗିତା ଚାଲିଛି।

Categories
ଫଟୋ ଖବର

ଆଜି ଶହୀଦ ବାଜି ରାଉତଙ୍କ ପୂଣ୍ୟ ତିଥିରେ ସମ୍ମାନ ଜଣାଉଛନ୍ତି ଢେଙ୍କାନାଳ ଜିଲ୍ଲାପାଳ

Collector, Dhenkanal pays tribute to the youngest Martyr of India and proud of Dhenkanal “SAHEED_BAJI_ROUT ” at his birth place Nilakanthapur, Bhuban and at Saheed Minar, Bajichowk, Dhenkanal on the eve of his Birth Anniversary.

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏଲ୍‌ଟିଟିଇ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ । ଢେଙ୍କାନାଳର ମହାଦିଆ ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଟ୍ରାକ୍‌ ଭାଙ୍ଗିଯାଇଥିଲା । ରେଳବିଭାଗ କର୍ମଚାରୀ ସମ୍ପୃକ୍ତ ଟ୍ରାକ୍‌କୁ ଦେଖିବାରୁ ଏକ ସମ୍ଭାବ୍ୟ ଦୁର୍ଘଟଣା ଏଡେଇ ହୋଇ ଯାଇଥିଲା । ଏହା ପରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରକ୍‌ର ମରାମତି କରାଯାଇଥିଲା । ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ଟ୍ରାକ୍‌ ମରାମତି କରାଯାଇଥିଲା ଏବଂ ସମସ୍ତ ଟ୍ରେନ୍‌ ସୁରୁଖୁରୁରେ ଯାତ୍ରା କରିଥିଲେ ।