ଭୁବନେଶ୍ବର: ଗତକାଲି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଆଜି ଉପକୂଳ ଓଡିଶା ସମେତ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଏହି ଲଘୁଚାପ ଆସନ୍ତାକାଲି ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ଲଘୁଚାପକୁ ଦୃଷ୍ଟିରେ ରଖି ମାଲକାନାଗିର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ପରେ ପୁଣି ଏକ ଳଗୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
Lisa Keightley Named Head Coach of Mumbai Indians Women’s Team