ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଛନ୍ତି ଜଣେ ଓଡିଆ। ସେ ହେଲେ ଶ୍ରୀ ଶିରୀଶ ଚନ୍ଦ୍ର ମୁର୍ମୁ। ସେ ବର୍ତ୍ତମାନ RBI ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି। ତାଙ୍କର ନିଯୁକ୍ତିକୁ ଆଜି କ୍ୟାବିନେଟ ନିଯୁକ୍ତି କମିଟ ଅନୁମେଦନ କରିଛି। ସେ ଆସନ୍ତା ଅକ୍ଟୋବର ନଅ ତାରିଖରେ ଏହି ଦାୟିତ୍ବ ଗ୍ରହଣ କରିବେ। ବର୍ତ୍ତମାନ ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି ରାଜେଶ୍ବର ରାଓ। ତାଙ୍କର କାର୍ଯ୍ୟକାଳ ଅକ୍ଟୋବର ଆଠ ତାରିଖରେ ଶେଷ ହେଉଛି। ମୟୁରଭଂଜ ଜିଲ୍ଲା ବେତନଟୀ ବାସିନ୍ଦା ହେଉଛନ୍ତି ଶିରୀଶ ଚନ୍ଦ୍ର ମୁର୍ମୁ।
ତାଙ୍କ ନିଯୁକ୍ତି ଘୋଷଣା ପରେ ବିଭିନ୍ନ ମହଲରେ ତାଙ୍କୁ ସ୍ବାଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶ୍ରୀ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। RBI ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ଆଗାମୀ କାର୍ଯ୍ୟକାଳ ଓ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ସଫଳତା କାମନା କରୁଛି।