Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ
ଆଜିର ଖବର

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

ଭୁବନେଶ୍ୱର :- ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ରୂପେ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ଜେନାଙ୍କ ନାମ ଘୋଷଣା ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସୀ ଏବଂ ଉତ୍ସାହ ଖେଳି ଯାଇଛି । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଶ୍ରୀ ଜେନା ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ପୂର୍ବତନ ଏଆଇସିସି ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଏହି ଗୁରୁ ଦାୟିତ୍ୱ ପାଇଁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ କହିଛନ୍ତି, ରାହୁଳ ଗାନ୍ଧୀଙ୍କ ଭୋଟ ଚୋରୀ ପର୍ଦାଫାଶ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ମୁହଁ କଳା କାଠ ହୋଇ ଗଲାଣି । ଭୋଟ ଚୋରୀ କରି କେମିତି ବିଜେପି କ୍ଷମାତାସୀନ ହୋଇଛି ଏହି ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ଏବଂ ଏହାକୁ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ।

ଅନ୍ୟ ଏକ ପ୍ରସଙ୍ଗରେ ଶ୍ରୀ ଜେନା କହିଛନ୍ତି ଯେ, ବିଗତ ୨୫ ବର୍ଷ ହେବ କେବଳ ରଙ୍ଗ ବଦଳା କାମ ଚାଲିଛି ବର୍ତ୍ତମାନର ସରକାର ମଧ୍ୟ ପୂର୍ବ ସରକାରର ଅନୁସରଣ କରି ରଙ୍ଗ ବଦଳାଇବାରେ ଲାଗିଛି । ଏନଆରଏଚଏମ ଠାରୁ ଆରମ୍ଭ କରି ଏମ୍ସ, ପାରାଦ୍ୱୀପ ବନ୍ଦର, ନାଲକୋ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ହାଲ, ହୀରାକୁଦ ଡ୍ୟାମ, ଇନ୍ଦ୍ରାବତୀ, କୋଲାବ ଆଦି କଂଗ୍ରେସ ସମୟରେ ହୋଇଥିଲା । ତାଲିକା ଯଦି ଲେଖାଯିବ କାଗଜ ଅଣ୍ଟିବନି ଏମାନେ କେବଳ ରଙ୍ଗ ବଦଳାରେ ବ୍ୟସ୍ତ ।

ରାଜ୍ୟରେ ଏପରିକି ଭୁବନେଶ୍ୱରରେ ନାରୀ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି, ହସ୍ପିଟାଲ ଅଛି ଡାକ୍ତର ନାହାନ୍ତି ସେଇଭଳି ସ୍କୁଲ କଲେଜରେ ଶିକ୍ଷକ ନାହାନ୍ତି, ଭୁବନେଶ୍ୱର ଅଳିଆ ଆବର୍ଜନାରେ ପରିପୂର୍ଣ, ଗୋଟିଏ ପଟେ ସମସ୍ତ ବଡ଼ ବଡ଼ କର୍ପୋରେଟ ହାଉସ ରାଜଧାନୀରେ ଥିବାବେଳେ ଅନ୍ୟ ପଟେ ବସ୍ତି ଅଞ୍ଚଳରେ ଲୋକେ ପୋକ ମାଛି ସଦୃଶ ରହିବାକୁ ବାଧ୍ୟ ହେଉଛନ୍ତି । ବେକାରୀ ସମସ୍ୟା ଏତେ ବୃଦ୍ଧି ପାଇଛି ଯେ ଶିକ୍ଷିତ ଯୁବକ ଯୁବତୀ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।

ଆମର ପ୍ରଥମ କର୍ତ୍ତବ୍ୟ ପ୍ରତ୍ୟେକ ୱାର୍ଡରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା । ଆଗାମୀ ମହାନଗର ନିର୍ବାଚନରେ ସମସ୍ତ ୱାର୍ଡରେ କର୍ପୋରେଟର ନିର୍ବାଚନ ଲଢ଼ିବା ସହ ମେୟର ପାଇଁ ଶକ୍ତିଶାଳୀ ପ୍ରାର୍ଥୀ ଦେଇ ନିର୍ବାଚନ ରଣାଙ୍ଗନରେ ଜୋରଦାର ଲଢେଇ କରି କଂଗ୍ରେସ ଜୟଯୁକ୍ତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

Bihar Gets 7 New Trains, Including 3 Amrit Bharat Express

ଓଡିଶା କଂଗ୍ରେସ କଂଗ୍ରେସ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025

ମା ତାରିଣୀ ମନ୍ଦିର ବିକାଶ ପାଇଁ ୨୨୬ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଂଜୁରୀ, ଜାଣନ୍ତୁ କିଏ ନେଲା କାମ

September 29, 2025
Latest News

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025

ମା ତାରିଣୀ ମନ୍ଦିର ବିକାଶ ପାଇଁ ୨୨୬ କୋଟି ଟଙ୍କା ଖର୍ଚ୍ଚକୁ କ୍ୟାବିନେଟ ମଂଜୁରୀ, ଜାଣନ୍ତୁ କିଏ ନେଲା କାମ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.