ପୋଲିସ ବଳର ବଡ ସଫଳତା: ଆଜି ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୨୩ ଜଣ ମହିଳା ସମେତ ୧୦୩ ଜଣ ମାଓବାଦୀ ସୁରକ୍ଷା ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣ ମାଓବାଦୀଙ୍କ ମୁଣ୍ଡରେ ଏକ କୋଟି ଛଅ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିଲା। ସେମାନେ ବହୁ ବର୍ଷ ଧରି ବିଭିନ୍ନ ମାଓ ସଂଗଠନ ସହିତ ଜଡିତ ଥିଲେ।
ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ, ପ୍ରତ୍ୟେକ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପଚାଶ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା। ଏହି ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତ ଚାରିଶହ ଦଶ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହା ସହିତ, ପୃଥକ ଏନକାଉଣ୍ଟରରେ ଚାରିଶହ ଏକୋଇଶ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ ଏକଶହ ସତାଇଶ ଜଣ ନିହତ ହୋଇଛନ୍ତି।
Gandhi Jayanti: Home Minister Amit Shah Visits Khadi India Showroom