ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଦେଶର ଦୁଗ୍ଧ କ୍ଷେତ୍ରରେ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି। ସେ କହିଛନ୍ତି ଯେ ଏହା ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର। ମନ୍ତ୍ରୀ ଆଜି ରୋହତକ ଆଇଏମଟିରେ ସାବର ଡେରୀର ନବନିର୍ମିତ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି।
ଶ୍ରୀ ଶାହା କହିଛନ୍ତି ଯେ, ସାବର ଡେରୀ ୩୨୫ କୋଟି ଟଙ୍କା ବିନିଯୋଗରେ ସମଗ୍ର ଦେଶର ସର୍ବବୃହତ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ସମାପ୍ତ କରିଛି। ସେ କହିଛନ୍ତି ଯେ, ଏହା କ୍ଷୀର ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଏହା ସମଗ୍ର ଏନସିଆର ଅଞ୍ଚଳର ଆବଶ୍ୟକତା ପୂରଣ କରିବ। ସେ କହିଛନ୍ତି ଯେ ପ୍ରତିଦିନ କ୍ଷୀର ସଂଗ୍ରହ ୬୬୦ ଲକ୍ଷ ଲିଟର ଏବଂ ସରକାର ୨୦୨୮-୨୯ ସୁଦ୍ଧା ପ୍ରତିଦିନ କ୍ଷୀର ସଂଗ୍ରହକୁ ଏକ ହଜାର ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଶ୍ରୀ ଶାହା ସମବାୟ ସଂସ୍ଥାଗୁଡ଼ିକୁ ମଜବୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି ପ୍ଲାଣ୍ଟ ଖୋଲିବା ଦ୍ୱାରା ପ୍ରାୟ ଏକ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ।