ନୂଆଦିଲ୍ଲୀ: ଅକ୍ଟୋବର ମାସ ଆସିଲେ ମନରେ ଛନକା ପଶେ ଯେ, ବାତ୍ୟା ହେବ। ସତକୁ ସତ ଏକ ବାତ୍ୟା ଦାନା ବାନ୍ଧୁଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି। ସୂଚନା ଅନୁସାରେ ଆରବ ସାଗରରେ ଏହି ବାତ୍ୟା ସୃଷ୍ଟି ହେବ। ଯାହାର ନାମ ଶକ୍ତି ରଖାଯାଇଛି। ବର୍ତ୍ତମାନ ଆରବ ସାଗରର ଉତ୍ତରପୂର୍ବ ଦିଗରେ ଏକ ଅବପାତ ସୃଷ୍ଟି ହୋଇଛି। ଏହା ଭୀଷଣ ରୂପ ଧାରଣ କରି ଆସନ୍ତା 24 ଘଣ୍ଟାରେ ବାତ୍ୟା ଶକ୍ତିରେ ପରିଣତ ହେବ।
ପାଣପାଗ ବିଭାଗ ଅନୁସାରେ ବର୍ତ୍ତମାନ ଅବପାତ ଦ୍ବାରିକା ଏବଂ ପୋରବନ୍ଦରର ପଶ୍ଚିମ ଦିଗରେ ଘନିଭୂତ ହୋଇଛି। ଏହା ପରବର୍ତ୍ତି ସମୟରେ ଆରବ ସାଗରର ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଫଳରେ ଏହା ଭାରତ ମୁହାଁ ହେବ ନାହିଁ ବୋଲି ଆଶଙ୍କା କରାଯାଇଛି। ଯଦି ଏହା ବାତ୍ୟା ରୂପ ନିଏ ତେବେ ଏହା ଆରବ ସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ହେବ।
Deep Depression intensified into a cyclonic storm #Shakhti over NE Arabian Sea and lay near latitude 21.7N and longitude 66.8E,about 250 km west-southwest of Dwarka. To move west-southwestwards and intensify further into a severe cyclonic storm in next 24 hrs. pic.twitter.com/iaHbaQF8hP
— India Meteorological Department (@Indiametdept) October 3, 2025
IIT Bhubaneswar Study Flags Hidden Dangers of Small Mountain Lakes