ଭୁବନେଶ୍ଵର: ଜାତୀୟ ସୁନାମୀ ପ୍ରସ୍ତୁତ ବୋର୍ଡ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନାସେବା କେନ୍ଦ୍ରର ଦୁଇ ଜଣିଆ ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ୍ ଅନ୍ତର୍ଗତ ବାଘମାରୀ ପଂଚାୟତର ସୁନାମୀ ପ୍ରବଣ ଶୈଳେନ୍ଦ୍ର ସରାଇ ଗ୍ରାମ ପରିଦର୍ଶନ କରିଛନ୍ତି। ଜାତୀୟ ସମୁଦ୍ର ସୂଚନାସେବା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଜେ ପଦ୍ମନାଭନ ଏବଂ ବୈଜ୍ଞାନିକ ଏଚ ଶିବକୁମାରକୁ ଏହି ଅଞ୍ଚଳ ପରିଦର୍ଶନ କରି ଗ୍ରାମବାସୀମାନଙ୍କ ସହ ସୁନାମୀ ମୁକାବିଲା ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ଗ୍ରାମବାସୀଙ୍କ ପ୍ରସ୍ତୁତି ସଂପର୍କରେ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ କରିଛି।


