ନୂଆଦିଲ୍ଲୀ: ଯେତେବେଳେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ “ସମସ୍ତଙ୍କ ପାଇଁ ଏଆଇ” ପାଇଁ କହିଥିଲେ, ସେତେବେଳେ କେହି ଭବିଷ୍ୟବାଣୀ କରିପାରି ନ ଥିଲେ ଯେ ଜିଓ ମାତ୍ର କିଛି ମାସ ମଧ୍ୟରେ ଏଆଇ କ୍ଲାସରୁମ୍ ଫାଉଣ୍ଡେସନ୍ କୋର୍ସ ଆରମ୍ଭ କରିବ। ଏହି ଚାରି ସପ୍ତାହର ପାଠ୍ୟକ୍ରମ ସମ୍ପୂର୍ଣ୍ଣ ମାଗଣା ଏବଂ ଏଆଇରେ ନିଜ ପକ୍ଷରୁ ଚେଷ୍ଟା କରିବାକୁ ଚାହୁଁଥିବା ଯେକୌସି ବ୍ୟକ୍ତିଙ୍କ ପାଇଁ ଉନ୍ମୁକ୍ତ ରହିଛି। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ ର ଉଦଘାଟନୀ ଦିନରେ ଏହି ଶୁଭାରମ୍ଭ ଘୋଷଣା କରାଯାଇଛି।
କମ୍ପାନୀ ଅନୁଯାୟୀ, ଭାରତକୁ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଏକ ସୁପରପାୱାର କରିବା ମିଶନକୁ ଆଗକୁ ବଢ଼ାଇବା ପାଇଁ ଜିଓ ପିସି ଏବଂ ଜିଓ ଇନଷ୍ଟିଚ୍ୟୁଟ୍ ଏଆଇ କ୍ଲାସରୁମ୍ ଆରମ୍ଭ କରିଛନ୍ତି। ବ୍ୟକ୍ତିଗତ କମ୍ପ୍ୟୁଟର, ଡେସ୍କଟପ୍ କିମ୍ବା ଲାପଟପ୍ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏହି କୋର୍ସର ଲାଭ ନେଇପାରିବେ। ତେବେ, ପ୍ରମାଣପତ୍ର (ସାର୍ଟିଫିକେଟ) କେବଳ ଜିଓ ପିସି ବ୍ୟବହାର କରି କୋର୍ସ ସମାପ୍ତ କରୁଥିବା ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟମାନଙ୍କୁ ଏକ ସମାପ୍ତି ବ୍ୟାଜ୍ ପ୍ରଦାନ କରାଯିବ। ଏହି ପାଠ୍ୟକ୍ରମଟି http://www.jio.com/ai-classroom ରେ ଉପଲବ୍ଧ।
ଏଆଇ କ୍ଲାସରୁମ୍ ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଏଆଇ (AI) ଉପକରଣ ଶିଖିବା ଏବଂ ବୁଝିବାର ସୁଯୋଗ ପ୍ରଦନ କରିବ। ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଏଆଇର ମୌଳିକ ତତ୍ତ୍ୱଗୁଡ଼ିକୁ ବୁଝିବା, ସେମାନଙ୍କର ଜ୍ଞାନ ଏବଂ ଅଧ୍ୟୟନକୁ ସଂଗଠିତ କରିବା, ଡିଜାଇନ୍, କାହାଣୀ ଏବଂ ଉପସ୍ଥାପନା ସୃଷ୍ଟି କରିବା ଏବଂ ସମସ୍ୟା ସମାଧାନ ପାଇଁ ଏଆଇ ବ୍ୟବହାର କରିବା ପାଇଁ ସୁଯୋଗ ଦେବ।
ଶୁଭାରମ୍ଭ ଅବସରରେ, ରିଲାଏନ୍ସ ଜିଓର ମୁଖପାତ୍ର କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ପ୍ରଯୁକ୍ତିର ପ୍ରକୃତ ଶକ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବାର କ୍ଷମତାରେ ରହିଛି। ଜିଓ ଏଆଇ କ୍ଲାସରୁମ୍ ଆରମ୍ଭ ହେବା ସହିତ, ଆମେ ଯୁବ ପିଢ଼ି ତଥା ଛାତ୍ରଛାତ୍ରୀମାନଙ୍କୁ ଏଆଇ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ। ଏହି ପଦକ୍ଷେପ ସ୍କୁଲ ପିଲାମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ସହିତ ପରିଚିତ କରାଇବ। ଆମେ ଏଆଇ ଶିକ୍ଷାରେ ଜିଓ ପିସି ଏବଂ ଜିଓ ଇନଷ୍ଟିଚ୍ୟୁଟର ଉପଲବ୍ଧତା ଏବଂ ଶୈକ୍ଷିକ ଉତ୍କର୍ଷତାକୁ ବ୍ୟବହାର କରିବାକୁ ପ୍ରତିବଦ୍ଧ। ଏହି ପଦକ୍ଷେପ ଏଆଇ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିବ ଏବଂ ଏଆଇ ବିପ୍ଳବରେ କେହି ଯେପରି ପଛରେ ନପଡ଼ିବେ ତାହା ସୁନିଶ୍ଚିତ କରିବ।”
ଜିଓ ପିସି ଉପଭୋକ୍ତାମାନେ ହୋମ୍ ସ୍କ୍ରିନରେ ଏକ ଡେସ୍କଟପ୍ ସର୍ଟକଟ୍ ମାଧ୍ୟମରେ ପାଠ୍ୟକ୍ରମକୁ ପ୍ରବେଶ କରିପାରିବ। ଏହି ପାଠ୍ୟକ୍ରମ ମୋବାଇଲ୍ ଡିଭାଇସରେ କାମ କରିବ ନାହିଁ। ଯେଉଁମାନେ ଜିଓ ପିସି ମାଧ୍ୟମରେ ପାଠ୍ୟକ୍ରମ ନେବେ ସେମାନେ ଉନ୍ନତ ଏଆଇ ଟୁଲ୍ସ୍ ଗୁଡ଼ିକର ବ୍ୟବହାର ସୁଯୋଗ ପାଇବେ ଏବଂ ପାଠ୍ୟକ୍ରମ ସମାପ୍ତ ହେବା ପରେ ଜିଓ ଇନଷ୍ଟିଚ୍ୟୁଟରୁ ଏକ ସାର୍ଟିଫିକେଟ ପାଇବେ।
L&T Finance Launches ‘Pitch Point’ for AI Startups Ahead of RAISE 2025