Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର
ଆଜିର ଖବର

ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର

October 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର
ଓମ୍ଫେଡକୁ ମିଳିଲା “ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ବ୍ରାଣ୍ଡ” ପୁରଷ୍କାର

ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମବାୟ ସଂସ୍ଥା ଓମ୍ଫେଡ୍ କୁ ଓଟିଭି ବିଜିନେସ୍ ଆଓ୍ୱାର୍ଡ-୨୦୨୫ ପକ୍ଷରୁ (ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ) ପୁରଷ୍କୃତ କରାଯାଇଛି। ଓଡିଶାର ସବୁଠାରୁ ବିଶ୍ୱସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଓମ୍ଫେଡ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାର ଗୁଣାତ୍ମକମାନ ଯୋଗୁଁ, ଓଡିଶାର ଘରେ ଘରେ ପରିଚିତ ହୋଇପାରିଛି। ପ୍ରତିଦିନ ସକାଳୁ ଉଠିଲେ ଲକ୍ଷ ଲକ୍ଷ ଗ୍ରାହକ ଓମ୍ଫେଡକୁ ହିଁ ଖୋଜିଥାନ୍ତି। କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ସହ ହଜାର ହଜାର ବିତରକ ଓ ଖୁଚୁରା ବ୍ୟବସାୟୀଙ୍କୁ ରୋଜଗାରର ବାଟ ଦେଖାଇଛି। ଅର୍ଥାତ୍ ରାଜ୍ୟର ଆର୍ଥିକ ବିକାଶରେ ଓମ୍ଫେଡ୍ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ହଜାର ହଜାର ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି। ସେଥିପାଇଁ ଓମ୍ଫେଡକୁ ଚୟନ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଜୁରୀଥିବା ବରିଷ୍ଠ ଚାର୍ଟାଜ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ, ପଦ୍ମଶ୍ରୀ ଡକ୍ଟର ପ୍ରଫେସର ଅଶୋକ ପଟ୍ଟନାୟକ ଓ ନାଲକୋର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦେଶକ ତପନ ଚାନ୍ଦ ଓମ୍ଫେଡକୁ ବ୍ୟବସାୟୀକ ପ୍ରତିଷ୍ଠାନ ଭାବେ ଚୟନ କରିଥିଲେ। ଓମ୍ଫେଡର ବିପଣନ ପରିବ୍ୟାପ୍ତି, ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି, ଉତ୍ପାଦ, ଗୁଣବତ୍ତା, କାରବାର ଇତ୍ୟାଦିକୁ ନେଇ ବିଚାର କରିଥିଲେ। ପରେ ଅନଲାଇନ୍ ଭୋଟିଂ ମଧ୍ୟ କରାଯାଇଥିଲା। ତେବେ ଭୋଟିଂରେ ମଧ୍ୟ ଓମ୍ଫେଡ୍ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲା।

ଆଜି ସଂଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓମ୍ଫେଡର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଓ ସାଧାରଣ ପରିଚାଳକ (ଅର୍ଥ) ସୁରେଶ କୁମାର ଅଲଟିଆ, ମାନ୍ୟବର ଆଇନ, ଅବକାରୀ ଓ ଓ୍ୱାର୍କ୍ସ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ପରିଚାଳନା ନିର୍ଦେଶକ ନିତିଶା ମଙ୍ଗତ ପଣ୍ଡାଙ୍କ ଉପସ୍ଥିତିରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁଙ୍କଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି।

ଏହି ସମ୍ମାନ ଓଡିଶାର ସମସ୍ତ ଓମ୍ଫେଡ୍ ଦୁଗ୍ଧଚାଷୀ, ଗ୍ରାହକ ଓ କର୍ମଚାରୀଙ୍କର। ସେହିମାନଙ୍କର ଶ୍ରମ ଓ କର୍ମ ଯୋଗୁଁ ଓମ୍ଫେଡ ଦୀର୍ଘ ୪୫ ବର୍ଷ ହେଲା ତାର କାର୍ଯ୍ୟଧାରା ଜାରି ରିଖିଛି। ଆଗାମୀ ଦିନରେ ଏହି ପୁରଷ୍କାର ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ପୁରଷ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ଓମ୍ଫେଡର ସଭାପତି ଶ୍ରୀ ପ୍ରଧାନୀ।

omfed ଓଟିଭି ବିଜିନେସ୍ ଆଓ୍ୱାର୍ଡ-2025 ଦୁଗ୍ଧ ବ୍ୟବସାୟ
Share. Facebook Twitter LinkedIn Email WhatsApp Copy Link

Related Posts

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025
Latest News

Nuapada Byelection: ବିଜେଡି ଛାଡି କଂଗ୍ରେସରେ ସାମିଲ ହେଲେ ନୂଆପଡା ଏନଏସିର ପୂର୍ବତନ ଅଧ୍ୟକ୍ଷ

October 10, 2025

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.