Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ
ବିଶେଷ ଖବର

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

October 10, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link
ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ
ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ପ୍ରତ୍ୟେକ ଫସଲ ଋତୁରେ ଭାରତୀୟ ଚାଷୀମାନେ କଠିନ ପରିଶ୍ରମ କରୁଥିଲେ ସୁଦ୍ଧା ଅସ୍ଥିର ପାଣିପାଗ ଏବଂ ବଜାର କାରଣରୁ ସେମାନେ ଲାଭରୁ ବଞ୍ଚିତ ହୋଇଥା’ନ୍ତି। ଏଭଳି ସ୍ଥିତିରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସେମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଯାହା ମାଧ୍ୟମରେ ସରକାର ପୂର୍ବ-ନିର୍ଦ୍ଧାରିତ ମୂଲ୍ୟରେ କୃଷକମାନଙ୍କର ଫସଲ କ୍ରୟ କରି ସେମାନଙ୍କୁ ସମର୍ଥନ କରନ୍ତି। ପ୍ରତିବର୍ଷ, ସରକାର ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗର ମତାମତ ବିଚାର କରିବା ପରେ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ 22ଟି ବାଧ୍ୟତାମୂଳକ କୃଷି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରନ୍ତି।

ଏମଏସପି ସୁପାରିସ କରିବା ସମୟରେ ସିଏସିପି ଉତ୍ପାଦନ ଖର୍ଚ୍ଚ, ଚାହିଦା-ଯୋଗାଣ, ଘରୋଇ ଓ ଅନ୍ତର୍ଜାତୀୟ ଦର, ଆନ୍ତଃଫସଲ ମୂଲ୍ୟ, କୃଷି ଓ ଅଣକୃଷି ବାଣିଜ୍ୟ, ଅର୍ଥବ୍ୟବସ୍ଥା ଉପରେ ଦର ନୀତି ଏବଂ ଉତ୍ପାଦନର ଅତିକମରେ 50 ପ୍ରତିଶତ ଲାଭ ପ୍ରଦାନ ଆଦି ଦିଗ ଉପରେ ବିଚାର କରିଥାଏ। ଆହୁରି ଉତ୍ପାଦନ ଖର୍ଚ୍ଚରେ ଶ୍ରମିକଙ୍କ ମଜୁରୀ, ବଳଦ ଓ ମେସିନ ଖର୍ଚ୍ଚ, ଜମି ଭାଗ ପାଉଣା, ବିହନ, ସାର,ଖତ ଜଳସେଚନ, ଆଦି ବାବଦରେ ହେଉଥିବା ଖର୍ଚ୍ଚ, ଅନ୍ୟାନ୍ୟ ବ୍ୟୟ ଏବଂ ପାରିବାରିକ ଶ୍ରମକୁ ସାମିଲ କରାଯାଇଥାଏ।

କେନ୍ଦ୍ର ବଜେଟ୍ 2018-19 ରେ ଉତ୍ପାଦନ ଖର୍ଚ୍ଚର ଅତି କମରେ 1.5 ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ଘୋଷଣା କରାଯାଇଥିଲା। ସେହି ବର୍ଷଠାରୁ, ସରକାର ସମସ୍ତ ବାଧ୍ୟତାମୂଳକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି। ଏହା ସମସ୍ତ ଫସଲ ପାଇଁ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବନିମ୍ନ 50% ଲାଭ ସୁନିଶ୍ଚିତ କରେ।

କ୍ୟାବିନେଟ 1 ଅକ୍ଟୋବର 2025ରେ 2026-27 ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର 2025-26 ଖରିଫ ବିପଣନ ଋତୁ ପାଇଁ ବାଧ୍ୟତାମୂଳକ ଫସଲର ଏମଏସପି ବୃଦ୍ଧି କରିଛନ୍ତି।

 

RABI CROPS
S.N. Crops MSP 2026-27 (₹/quintal) Cost of Production 2026-27 (₹/quintal) Margin Over Cost (%) MSP 2025-26 (₹/quintal) Increase in MSP (Absolute)
1 Wheat 2,585 1,239 109% 2,425 160
2 Barley 2,150 1,361 58% 1,980 170
3 Gram 5,875 3,699 59% 5,650 225
4 Lentil (Masur) 7,000 3,705 89% 6,700 300
5 Rapeseed & Mustard 6,200 3,210 93% 5,950 250
6 Safflower 6,540 4,360 50% 5,940 600
S.N. Crops MSP 2025-26 (₹/quintal) Cost of Production 2025-26 (₹/quintal) Margin Over Cost (%) MSP 2024-25 (₹/quintal) Increase in MSP (Absolute)
KHARIF CROPS
1 Paddy Common 2,369 1,579 50% 2,300 69
Grade A 2,389 — — 2,320 69
2 Jowar Hybrid 3,699 2,466 50% 3,371 328
Maldandi 3,749 — — 3,421 328
3 Bajra 2,775 1,703 63% 2,625 150
4 Ragi 4,886 3,257 50% 4,290 596
5 Maize 2,400 1,508 59% 2,225 175
6 Tur/Arhar 8,000 5,038 59% 7,550 450
7 Moong 8,768 5,845 50% 8,682 86
8 Urad 7,800 5,114 53% 7,400 400
9 Groundnut 7,263 4,842 50% 6,783 480
10 Sunflower seed 7,721 5,147 50% 7,280 441
11 Soyabean (Yellow) 5,328 3,552 50% 4,892 436
12 Sesamum 9,846 6,564 50% 9,267 579
13 Nigerseed 9,537 6,358 50% 8,717 820
14 Cotton Medium Staple 7,710 5,140 50% 7,121 589
Long Staple 8,110 — — 7,521 589
COMMERCIAL CROPS
1 Jute 5,650 3,387 67% 5,335 315
S.N. Crops MSP 2025 (₹/quintal) Cost of Production 2025 (₹/quintal) Margin Over Cost (%) MSP 2024 (₹/quintal) Increase in MSP (Absolute)
2 Copra Milling 11,582 7,721 50% 11,160 422
Ball 12,100 — — 12,000 100

 

2025-26  ଖରିଫ ଫସଲ ଋତୁ ପାଇଁ କଳାରାଶି ଉପରେ ସର୍ବାଧିକ ଏମଏସପି କ୍ୱିଣ୍ଟାଲ ପିଛା 820 ଟଙ୍କା ବୃଦ୍ଧି କରାଯାଇଥିଲା। ସେହିପରି ମାଣ୍ଡିଆ ଉପରେ 596 ଏବଂ କପା ଉପରେ 589 ଟଙ୍କା ଏମଏସପି ବୃଦ୍ଧି କରାଯାଇଥିଲା। ଚାଷୀମାନଙ୍କୁ ବାଜରା ଉପରେ 63%, ମକା ଉପରେ 89%, ହରଡ଼ ଉପରେ 59% ଏବଂ ବିରି ଉପରେ 53% ଲାଭ ମିଳିଥିଲା।

2026-27 ରବି ବିପଣନ ଋତୁ ଲାଗି କୁସୁମ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟରେ ସର୍ବୋଚ୍ଚ ବୃଦ୍ଧି ଘୋଷଣା କରାଯାଇଛି ଯାହା ପ୍ରତି କ୍ୱିଣ୍ଟାଲ 600 ଟଙ୍କା ଏବଂ ଏହା ପଛକୁ ମସୁର (ମସୁର) 300 ଟଙ୍କା ବୃଦ୍ଧି ପାଇଛି। ରେପସିଡ୍ ଏବଂ ସୋରିଷ, ଚଣା, ଯଅ ଏବଂ ଗହମ ପାଇଁ ଯଥାକ୍ରମେ 250, 225, 170 ଏବଂ 160 ଟଙ୍କା ବୃଦ୍ଧି ହୋଇଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ସର୍ବାଧିକ ପ୍ରତ୍ୟାଶିତ ଲାଭ ଗହମ ପାଇଁ 109%, ଏହାପରେ ରେପସିଡ୍ ଏବଂ ସୋରିଷ ପାଇଁ 93%; ମସୁର ପାଇଁ 89%; ଚଣା ପାଇଁ 59%; ଯଅ ପାଇଁ 58%; ଏବଂ କସୁର ପାଇଁ 50% ରହିଛି । ରବି ଫସଲର ଏହି ବୃଦ୍ଧି ଏମଏସପି ଚାଷୀମାନଙ୍କୁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରେ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରେ। ରବି ବିପଣନ ଋତୁ 2026-27 ସମୟରେ, ପ୍ରାୟ 297 ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ ଆକଳନ କରାଯାଇଛି, ଯାହା ପାଇଁ ଚାଷୀମାନେ ପ୍ରସ୍ତାବିତ ଏମଏସପିରେ ପ୍ରାୟ 84,263 କୋଟି ଟଙ୍କା ମିଳିବାର ଆଶା କରାଯାଉଛି।

ସରକାର ଏମଏସପି ଦରରେ ଫସଲ କିଣିବା ଲାଗି ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଏବଂ ରାଜ୍ୟସ୍ତରରେ ଏହାର ମାନ୍ୟତାପ୍ରାପ୍ତ ସଂସ୍ଥାଗୁଡ଼ିକ ଶସ୍ୟ ଏବଂ ଖଦଡ଼ ଶସ୍ୟ କ୍ରୟ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ବା ପିଏମ ଆଶା ଜରିଆରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏହା ଅଧୀନରେ ମୂଲ୍ୟ ସମର୍ଥନ ଯୋଜନା କାର୍ଯ୍ୟକାରୀ କରାଯାଇ ନାଫେଡ ଓ ଏନସିସିଏଫ ଆଦି ମାଧ୍ୟମରେ ଡାଲି, ତୈଳବୀଜ ଓ ଗୋଟା ନଡ଼ିଆର କ୍ରୟ କରାଯାଉଛି। କପା ଏବଂ ଝୋଟ ଯଥାକ୍ରମେ ଭାରତୀୟ କପା ନିଗମ (ସିସିଆଇ) ଏବଂ ଭାରତୀୟ ଝୋଟ ନିଗମ (ଜେସିଆଇ) ମାଧ୍ୟମରେ ଏମଏସପିରେ କ୍ରୟ କରାଯାଉଛି।

ଚାଷୀଙ୍କ ସହଯୋଗରେ ଭାରତ ଡିସେମ୍ବର 2027 ପୂର୍ବରୁ ଡାଲି କ୍ଷେତ୍ରରେ ‘ଆତ୍ମନିର୍ଭର’ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଏହା ହାସଲ କରିବା ପାଇଁ, ସରକାର 2025 ବଜେଟରେ ଘୋଷଣା କରିଥିଲେ ଯେ ରାଜ୍ୟର ଉତ୍ପାଦନର 100% ହରଡ଼, ବିରି ଏବଂ ମସୁର ଚାରି ବର୍ଷ ପାଇଁ 2028-29 ପର୍ଯ୍ୟନ୍ତ ସଂଗ୍ରହ କରାଯିବ। ଏହି ପ୍ରତିଶ୍ରୁତି ଅନୁଯାୟୀ, ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ଡାଲି ସଂଗ୍ରହ ପାଇଁ ପିଏମ ଆଶା ଗ୍ୟାରେଣ୍ଟିକୁ 45,000 କୋଟି ଟଙ୍କାରୁ 60,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। 25 ମାର୍ଚ୍ଚ 2025 ସୁଦ୍ଧା, ପାଞ୍ଚଟି ରାଜ୍ୟ (ଆନ୍ଧ୍ର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା)ର ଚାଷୀଙ୍କଠାରୁ ମୋଟ 2.46 ଲକ୍ଷ ମେଟ୍ରିକ୍ ଟନ୍ ତୁର (ଅର୍ହର) ସଂଗ୍ରହ କରାଯାଇଛି, ଯାହା 1,71,569 ଚାଷୀଙ୍କୁ ଲାଭ ଦେଇଛି। ଏମଏସପିରେ ଡାଲି ସଂଗ୍ରହରେ ଉଲ୍ଲେଖନୀୟ 7,350% ବୃଦ୍ଧି ଘଟିଛି, ଯାହା 2009–14ରେ 1.52 ଲକ୍ଷ ମେଟ୍ରିକ୍ ଟନ୍ ଥିଲା ଏବଂ 2020–25  ସମୟରେ ଏହା 82.98 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ସେହିପରି, ଗତ 11 ବର୍ଷ ମଧ୍ୟରେ ଏମଏସପିରେ ତୈଳବୀଜ ସଂଗ୍ରହରେ 1500% ରୁ ଅଧିକ ବୃଦ୍ଧି ଘଟିଛି।

ଧାନ ସଂଗ୍ରହ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। 2004–14, ମଧ୍ୟରେ 4,590 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା, ଯାହା 2014–25 ମଧ୍ୟରେ 7,608 ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ଚାଷୀମାନଙ୍କୁ ଦିଆଯାଇଥିବା ଏମଏସପି ଦେୟରେ ପ୍ରତିଫଳିତ ହୋଇଛି, ଯାହା କେବଳ ଧାନ ପାଇଁ 2004-14 ମଧ୍ୟରେ 4.44 ଲକ୍ଷ କୋଟି ଟଙ୍କାରୁ 2014-25 ମଧ୍ୟରେ 14.16 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। 14ଟି ଖରିଫ ଫସଲ ପାଇଁ ମିଳିତ କ୍ରୟ, 2004–14 ସମୟରେ 4,679 ଲକ୍ଷ ମେଟ୍ରିକ୍ ଟନ୍ ରୁ 2014–25 ମଧ୍ୟରେ 7,871 ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଏହାର ଏମଏସପି ଦେୟ 4.75 ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ 16.35 ​​ଲକ୍ଷ କୋଟି ଟଙ୍କା ହୋଇଛି। ସେହିପରି 2024-25 ରବି ବିପଣନ ଋତୁରେ 266 ଲକ୍ଷ ମେଟ୍ରିକ ଟନ ଗହମ କିଣାଯାଇଥିଲା। ଏହା ମାଧ୍ୟମରେ 61 ଲକ୍ଷ କୋଟି ଟଙ୍କାରୁ ଅଧିକ ଏମଏସପି ସିଧାସଳଖ 22 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା।

ସାମଗ୍ରିକ ଭାବରେ, ଖାଦ୍ୟଶସ୍ୟ ସଂଗ୍ରହ ସ୍ଥିର ଭାବରେ ବୃଦ୍ଧି ପାଇଛି, ଯାହା 2014–15 ରେ 761.40 ଲକ୍ଷ ମେଟ୍ରିକ୍ ଟନ୍ ରୁ 2024-25 (ଜୁଲାଇ ରୁ ଜୁନ୍ ପର୍ଯ୍ୟନ୍ତ) ରେ 1,175 ଲକ୍ଷ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି। ଏହି ସମ୍ପ୍ରସାରଣ 1.84 କୋଟି ଚାଷୀଙ୍କୁ ଲାଭ ଦେଇଛି। ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ପାଇଁ ହୋଇଥିବା ଖର୍ଚ୍ଚ ତିନିଗୁଣରୁ ଅଧିକ ହୋଇଛି, ଯାହା ସେହି ସମୟ ମଧ୍ୟରେ 1.06 ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ 3.33 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଏମଏସପି ହସ୍ତାନ୍ତର ଯୋଗୁ 2024-25ରେ ପ୍ରାୟ 1.84 କୋଟି ଚାଷୀ ଉପକୃତ ହୋଇଛନ୍ତି। ଏମଏସପି କ୍ରୟରେ ସ୍ୱଚ୍ଛତା ଆଣିବା ଲାଗି ସରକାର ଇ-ସମୃଦ୍ଧି, କପାସ କିଷାନ ଆପ୍‌ ଭଳି ଯୋଜନା ଏବଂ ଉପକ୍ରମର ଶୁଭାରମ୍ଭ କରିଛନ୍ତି। ଏମଏସପି ବ୍ୟବସ୍ଥା ଚାଷୀଙ୍କ ଆୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଅତିକମରେ ଉତ୍ପାଦନ ଖର୍ଚ୍ଚ 50%ରୁ ଅଧିକ ଲାଭ ଦେଉଛି।

ଆତ୍ମନିର୍ଭରଶୀଳତା ରବି ବିପଣନ ଋତୁ ସର୍ବନିମ୍ନ ସହାୟକ ମୂଲ୍ୟ ସୁରକ୍ଷା କବଚ
Share. Facebook Twitter LinkedIn Email WhatsApp Copy Link

Related Posts

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାରିଆ କୋରିନା ମାଚାଡୋ କିଏ, ସେ କେତେ ଶିକ୍ଷିତ?

October 10, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.