ଭୁବନେଶ୍ବର: ଆଜି ପୁଣି ଥରେ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଶ୍ରୀମୟୀ ଆଜି ଲେଖିଛନ୍ତି…
କର୍ମୀ ବସିଛନ୍ତି ଅନାଇ
ଦିଲ୍ଲୀ ରେ ୟରବକ୍ଷ କରିଦେଲେ କହ୍ନେଇ
ଦଳ ପାଇଁ ଭଣ୍ଡସନ୍ନ୍ୟାସୀ
ନୁହଁ ଶୁଭଙ୍କର
ଭାରି ଭୟଂକର !
କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ
ବୁଝିଯିବେ…………….
ଏହାର ଅର୍ଥ ଶ୍ରୀମୟୀ କିଛି ଲେଖି ନ ଥିଲେ ମଧ୍ୟ ତାହା ରାଜ୍ୟ ରାଜନୀତିରେ ସମସ୍ତେ ଅଳ୍ପ ବହୁତି ବୁଝିପାରୁଛନ୍ତି। ତାହା ହେଲା ବିଜେଡିରୁ ନୂଆପଡା ପାଇଁ ପ୍ରାର୍ଥୀ ହେବାକୁ ଥିବା ଜୟ ଢୋଲକିଆ ବିଜେପି ମିଶିବେ। ଆଉ ବିଜେପି ପ୍ରାର୍ଥୀ ଭାବେ ସେ ନୂଆପଡା ଉପନିର୍ବାଚନରେ ଲଢେଇ କରିବେ।
ତେଣୁ ଶ୍ରୀମୟୀଙ୍କ କହିବା କଥା ଏହା ବିଜେପି ସହିତ ଏକ ଡିଲ ହୋଇଛି। ଆଉ ସେହି କହ୍ନେଇ ହେଉଛନ୍ତି ଖୋଦ ଭି କେ ପାଣ୍ଡିଆନ। କାରଣ ସେ ନବୀନଙ୍କ ସହିତ ଦିଲ୍ଲୀରେ ଏକ ମାସ ଧରି ଥିଲେ। ସେଠାରେ ସେ ବିଜେପି ସହିତ ଡିଲ କରିଛନ୍ତି ବୋଲି ଶ୍ରୀମୟୀ ପରୋକ୍ଷରେ କହିଛନ୍ତି।
ଏହାପରେ ସେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭଣ୍ଡ ସନ୍ୟାସୀ ଭାରୀ ଭୟଙ୍କର। ଏଠାରେ ମଧ୍ୟ ସନ୍ୟାସୀ ଅର୍ଥ ସେହି ପାଣ୍ଡିଆନଙ୍କୁ ବୁଝାଉଛି। କାରଣ ସେ ରାଜନୀତିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି। ତେଣୁ ତାଙ୍କୁ ସେ ଭଣ୍ଡ ସନ୍ୟାସୀ ବୋଲି ଆଖ୍ୟା ଦେଇଛନ୍ତି। ଶ୍ରୀମୟୀଙ୍କର ଏହି ପୋଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।
Paradip Port Among Three Recognised Green Hydrogen Hubs under NGHM