Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବାନାମ୍ବର ସରକାରୀ ହାଇସ୍କୁଲରେ ପ୍ରତିଭା ସମ୍ୱର୍ଦ୍ଧନା ସମାରୋହ
ଆଞ୍ଚଳିକ

ବାଣପୁର: ବାନାମ୍ବର ସରକାରୀ ହାଇସ୍କୁଲରେ ପ୍ରତିଭା ସମ୍ୱର୍ଦ୍ଧନା ସମାରୋହ

October 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମେଧାବୀ ଭାଇଭଉଣୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା
ମେଧାବୀ ଭାଇଭଉଣୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳ ଭୀମପୁର ଗ୍ରାମର ଦୁଇ ପ୍ରତିଭାସଂପର୍ଣ୍ଣ ମେଧାବୀ ଭାଇଭଉଣୀଙ୍କୁ ଗ୍ରାମର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୃଷ୍ଣଚନ୍ଦ୍ର ପାଠାଗାର ଓ ଗ୍ରାମବାସୀଙ୍କ ତରଫରୁ ମିଳିତ ଭାବରେ ବାନାମ୍ବର ସରକାରୀ ହାଇସ୍କୁଲ ପ୍ରାଙ୍ଗଣରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେଦୁଇ ସମ୍ବର୍ଦ୍ଧିତ ପ୍ରତିଭା ଡ଼କ୍ଟର ଅଂଶୁଲ୍ ଅଭିଜିତ୍ ନାୟକ ଓ ଆତ୍ୟା ଅନିଶା ନାୟକ ଭୀମପୁର ଗ୍ରାମ ନୁଆପାଟଣା ସାହି ନିବାସୀ ସାଧାରଣ କୃଷକ ପରିବାରର ପୁଅ ତଥା ବାଲୁଗାଁ ରେଳଷ୍ଟେସନର ତତ୍କାଳୀନ ଷ୍ଟେସନ୍ ମାଷ୍ଟର୍ ସ୍ୱର୍ଗତ କାର୍ତ୍ତିକ ନାୟକ ଓ ପୁଷ୍ପାଞ୍ଜଳି ନାୟକଙ୍କ ପୁତ୍ର ଓ କନ୍ୟା।

୨୦୦୩ ମସିହାରେ ପିତାଙ୍କ ଅକାଳ ମୃତ୍ୟୁସମୟରେ ଭାଇଭଉଣୀ ଦୁହେଁ ଅତି ଛୋଟ ଛୋଟ ଥିଲେ। ମା’ପୁଷ୍ପାଞ୍ଜଳିଙ୍କ କଠିନ ଶ୍ରମ ଓ ପ୍ରେରଣା ଏବଂ ନିଜନିଜର ପ୍ରଗାଢ଼ ଉଦ୍ୟମ ଓ ଅଧ୍ୟବସାୟ ବଳରେ ସେମାନେ ଆଜି ଏହି ସ୍ତରରେ ପହଞ୍ଚି ସମାଜର ଅନନ୍ୟ ଉଦାହରଣ ସାଜିଛନ୍ତି। ଡ଼ଃ ଅଂଶୁଲ ଅଭିଜିତ୍ ଚିଲିକାରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଶିକ୍ଷା ଶେଷକରି ରାଉରକେଲା ଏନ.ଆଇ.ଟିରେ ମେକାନିଲ୍ଇଂଞ୍ଜିନିଅରିଂରେ କୃତ୍ତିତ୍ଵର ସହିତ ସ୍ନାତକ ହାସଲ ପରେ ଯୁକ୍ତରାଷ୍ଟ୍ର ଆମେରିକା ଭେର୍ଜିନିଆ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ ସହିତ ପି.ଏଚ.ଡି ପରେ ସାଉଥ୍ କରୋଲିନାର କ୍ଲେମନସନ୍ ବିଶ୍ୱବିଦ୍ୟାଳରେ ଅଧୁନା ରିସର୍ଚ୍ଚ ଆସୋସିଏଟ୍ ଭାବରେ କାର୍ଯ୍ୟ କରୁଥିବା ବେଳେ ଭଉଣୀ ଆତ୍ୟା ଅନୀଶା କୃତିତ୍ଵର ସହିତ ମାଧ୍ୟମିକ ଶିକ୍ଷା ଶେଷ କରି ଓଡ଼ିଶା ରାଜ୍ୟ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲପରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଚଳିତବର୍ଷ ୧୭୭ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇ ସେବାରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତା ହୋଇଥିବାରୁ ଭୀମପୁର ଗାଁମାଟି ସେମାନଙ୍କ ଭଳି ଦୁଇଦୁଇଟି ପ୍ରତିଭାବାନ୍ ପୁଅଝୀଅକୁପାଇଁ ଆଜି ଗର୍ବ ଅନୁଭବ କରୁଛି।

ଏହି ଦୁଇ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥାନୀୟ ବାନାମ୍ବର ହାଇସ୍କୁଲ୍ ପରିସରରେ ଗାଁର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କବି କୃଷ୍ଣଚନ୍ଦ୍ର ପାଠାଗାରର ସଭାପତି ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ସଭାପତିତ୍ଵରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣଗଡ଼ନାୟକ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ଏବଂ ପାଠାଗାରର କୋଷାଧ୍ୟକ୍ଷ ବିଭୂତି ଭୂଷଣ ନନ୍ଦଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଡ଼ଃ ଚାନ୍ଦକିଶୋର ତ୍ରିପାଠୀ, ମା’ଭଗବତୀ ମନ୍ଦିର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଆନନ୍ଦଚ଼ନ୍ଦ୍ରସେନାପତି, ଶିକ୍ଷାବିତ୍ ବୈରାଗୀରରଣ ବେହେରା, ଲକ୍ଷ୍ମୀଧର ସାହୁ, ରାସ ବିହାରୀ ସାହୁ, ସୁକାନ୍ତ ଜେନା, ବାଙ୍କ ନିଧି ନାୟକ, ସନ୍ତୋଷକୁମାର ସାହୁ, ଅଶୋକନନ୍ଦ, ନନ୍ଦକିଶୋର ବାରିକ, ଯୁଧିଷ୍ଠିର ବେହେରା, ବ୍ରଜକିଶୋର ଜେନା ପ୍ରମୁଖ ଯୋଗ ଦେଇ ଦୁଇ ପ୍ରତିଭାଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ଜୀବନରେ ଜଣେ ଜଣେ ସଚ୍ଚୋଟ ଅଧିକାରୀ ହୋଇ ସମାଜର ଅବହେଳିତ କୃଷକ, ଶ୍ରମିକ, ଦଳିତ ନିଷ୍ପେଷିତ,ଗରୀବ ଜନସାଧାରଣଙ୍କର ସେବାକରି ଭୀମପୁରଗାଁର ନାମ ରଖିବାକୁ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।

ପରେ ଦୁଇ ପ୍ରତିଭାଙ୍କୁ ପାଠାଗାର ତରଫରୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଓପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଦୁଇ ପ୍ରତିଭା ସେମାନଙ୍କ ବ୍ୟକ୍ତବ୍ୟରେ କବି, ସାହିତ୍ୟିକର ମାଟି ସଂସ୍କୃତି ସଂପର୍ଣ୍ଣ ଗାଁଭୀମପୁରରେ ଜନ୍ମ ଗ୍ରହଣ କରିଥିବାରୁ ନିଜକୁ ଧନ୍ୟ ମନେ କରିବା ସହିତ ଜୀବନରେ ଯେତେବେଳେ ଯେଉଁଠି ଥିଲେ ମଧ୍ୟ ନିଜର ପିତାମାତା ଓ ଗାଁମାଟିକୁ ନଭୁଲି ସେମାନଙ୍କ ସେବା ସହିତ ଉନ୍ନତି ସାଧନ କରିବାକୁ ସଂକଳ୍ପ କରିବା ଏବଂ ଆଜି ସେମାନଙ୍କୁ ଦୁଇ ଅନୁଷ୍ଠାନ ଓ ଗ୍ରାମବାସୀଙ୍କ ତରଫରୁ ଏ ଭଳି ସମ୍ୱର୍ଦ୍ଧିତ କରାଯାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ପାଠାଗାର ସଂପାଦକ ମଧୁସୂଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରତିଭା ସମ୍ୱର୍ଦ୍ଧନା ସମାରୋହ ବାଣପୁର ବାନାମ୍ବର ସରକାରୀ ହାଇସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ହର୍ମୁଜ୍ ଖୋଲିଲା ଇରାନ: ଧନ୍ୟବାଦ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

April 17, 2026

ଲୁଣା ଜଙ୍ଗଲ ସଂରକ୍ଷଣ ଓ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ଅନ୍ୟତମ ସଫଳ ମଡେଲ୍ ପାଲଟିଛି ‘ଓଡ଼ିଶା’

April 17, 2026

ଲୋକସଭାରେ ଖାରଜ ହେଲା ମହିଳା ସଂରକ୍ଷଣ ବିଲ୍: ସପକ୍ଷରେ ପଡିଲା ମାତ୍ର ୨୯୮ ଭୋଟ୍

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.