ମୁମ୍ବାଇ/ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁମ୍ବାଇଠାରେ ଆୟୋଜିତ ଭାରତ ସାମୁଦ୍ରିକ ସପ୍ତାହ ଅବସରରେ ସାମୁଦ୍ରିକ ଐତିହ୍ୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉଦବୋଧନ ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତର ସମୃଦ୍ଧ ସାମୁଦ୍ରିକ ଇତିହାସର ଗୌରବମୟ ଦିନ ପୁଣିଥରେ ଫେରୁଛି। ଓଡ଼ିଶାରେ ନୌବାଣିଜ୍ୟ ଏବଂ ସାମୁଦ୍ରିକ ପରିବହନ କ୍ଷେତ୍ରରେ ରହିଥିବା ବ୍ୟାପକ ସମ୍ଭାବନାକୁ ବାସ୍ତବରୂପ ଦେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।





