Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋକାନରୁ ମୋବାଇଲ ଚୋରି ମାମଲା: ଅଭିଯୁକ୍ତ ଗିରଫ, ୨୧ ଫୋନ ଜବତ
ଆଜିର ଖବର

ଦୋକାନରୁ ମୋବାଇଲ ଚୋରି ମାମଲା: ଅଭିଯୁକ୍ତ ଗିରଫ, ୨୧ ଫୋନ ଜବତ

October 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଢାଖୋଲ
ଦୋକାନରୁ ମୋବାଇଲ ଚୋରି ମାମଲା: ଅଭିଯୁକ୍ତ ଗିରଫ, ୨୧ ଫୋନ ଜବତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରର ୨ ଟି ଦୋକାନରୁ ରାତିରେ ମୋବାଇଲ ଚୋରି ଅଭିଯୋଗରେ ରେଢ଼ାଖୋଲ ଥାନା ରଥସାହିର ରାମ ଚନ୍ଦ୍ର ବନ୍ଦ୍ରଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ହରିଜନପଡ଼ାର ହିମାଂଶୁ ନାଗ ଓ ମନମୋହନ ବେହେରା ରେଢ଼ାଖୋଲ ସହରରେ ମୋବାଇଲ ଦୋକାନ ଦେଇଛନ୍ତି। ଗତ ଏପ୍ରିଲ ମାସ ୩୦ ତାରିଖରେ ଏବଂ ସେପ୍ଟେମ୍ବର ମାସ ୭ତାରିଖରେ ଦୋକାନ ଘରର ଆଜବେଷ୍ଟର ଓ ସ୍କାଇଲାଇଟ ଭାଙ୍ଗି ଅଭିଯୁକ୍ତ ରାମ ଚନ୍ଦ୍ର ବନ୍ଦ୍ର ମଧ୍ୟ ରାତିରେ ଚୋରି କରି ଫେରାର ହୋଇ ଯାଇଥିଲା। ହିମାଂଶୁ ନାଗ ଙ୍କ ଗତ ମଇ ମାସ ୧ତାରିଖରେ ଓ ମନ ମୋହନ ବେହେରା ସେପ୍ଟେମ୍ବର ମାସ ୭ତାରିଖରେ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ରେଢ଼ାଖୋଲ ପୋଲିସ ଫୋନ୍ ଟ୍ରାକିଙ୍ଗ କରି ଅଭିଯୁକ୍ତକୁ ନିଜ ଘରୁ ଗିରଫ କରିଥିଲା। ତା ନିକଟରୁ ୨୧ଟି ମୋବାଇଲ ଫୋନ୍ ଓ ୪ଟି ମୋବାଇଲ ଚାର୍ଜର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି। ଚୋର ୩୦ଟି ମୋବାଇଲ ଚୋରି କରି ନେଇଥିବା ବେଳେ ଆଉ ୯ଟି ମୋବାଇଲ ଜବତ କରି ପାରି ନ ଥିବା ଜଣାପଡିଛି।

ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ଆଜି ରେଢ଼ାଖୋଲ ପୋଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ରେଢ଼ାଖୋଲ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେର ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଅଭିଯୁକ୍ତ ଗିରଫ ଫୋନ ଜବତ ମୋବାଇଲ ଚୋରି ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026
Latest News

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.