ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି ।
(1) 08417 ବ୍ରହ୍ମପୁର–ପୁରୀ ପ୍ୟାସେଞ୍ଜର ବିଶେଷ ଟ୍ରେନ 04.11.2025 (ମଙ୍ଗଳବାର) ରାତି 8ଘ.35ମି.ରେ ବ୍ରହ୍ମପୁରରୁ ଛାଡି ମଧ୍ୟରାତ୍ରି ପରେ 01ଘ.30ମି.ରେ ପୁରୀ ଠାରେ ପହଞ୍ଚିବ ।
(2) 08418 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 05.11.2025 ବୁଧବାର ଭୋର 03 ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ ।
(3) ଅନ୍ୟ ଏକ ବିଶେଷ ଟ୍ରେନ 08448 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ 06.11.2025 (ଗୁରୁବାର) ସକାଳ 05 ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ ।
ଏହି ବିଶେଷ ଟ୍ରେନଗୁଡିକ ଯାତ୍ରୀମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ହବିଶ୍ୟା ଉତ୍ସବ ସମୟରେ ସୁବିଧାଜନକ ଯାତ୍ରା ପାଇଁ ସହାୟକ ହେବ ।
Fortified Rice Kernel: APEDA Facilitates First Export from Chhattisgarh to Costa Rica ( CLICK HERE TO READ)



