Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏଥର ଐତିହାସିକ କଟକ ବାଲିଯାତ୍ରାରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବାରେ ପୁଣି ସଫଳ

ଭୁବନେଶ୍ଵର: ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ, ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପଡିଆରେ ‘ଜୀ ସାର୍ଥକ’ର ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ଦର୍ଶକଙ୍କ ସହିତ ତା’ର ସମ୍ପର୍କ ଆହୁରି ମଜବୁତ୍ କରିଛି। ବାଲିଯାତ୍ରା ଏଥର ଆହୁରି ବଡ ଆକାରରେ ହେଇଥିବା ବେଳେ ‘ଜୀ ସାର୍ଥକ’ର ଷ୍ଟଲ ମଧ୍ୟ ଓଡ଼ିଶାର ପରମ୍ପରା, ଡଙ୍ଗା ଭାଷା ତଥା କାର୍ତ୍ତିକ ପୂର୍ଣ୍ଣିମା ଥିମ୍ ରେ ହୋଇଥିଲା ଯାହା ଲୋକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିଥିଲା।

ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ମେଗା ଲକି ଡ୍ର ଓ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକମାନେ ଆକର୍ଷଣୀୟ ପୁରସ୍କାର ଜିତିବା ସହ ଜୀ ସାର୍ଥକର ଫିଲ୍ମ ଓ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନଙ୍କୁ ଭେଟି ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ।

ଗତ ୯ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ରିଆଲିଟି ସୋ “ସାରେଗାମାପା”ର କଣ୍ଠଶିଳ୍ପୀମାନେ ଏହି ଠାରେ ଆୟାଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବା ସହ ଏବଂ ଲୋକପ୍ରିୟ ସୋ “ଦିଦି ନମସ୍କାର” ଫର୍ମାଟରେ ଦର୍ଶକଙ୍କ ସହ କୌତୁହଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ମଧ୍ୟ ଭାଗ ନେଇଥିଲେ। ଦର୍ଶକ ନିଜ ପ୍ରିୟ କଳାକାରମାନଙ୍କୁ ପାଖରେ ଦେଖିବା ସହ ସେମାନଙ୍କ ସହ କଥା ମଧ୍ୟ ହୋଇଥିଲେ ଓ ଦର୍ଶକ ଢ଼େର ସାରା ମଜା ମସ୍ତି କରିଥିଲେ।

ଏହି ଷ୍ଟଲରେ ଜୀ ସାର୍ଥକର ସନ୍ଧ୍ୟା ରାଗିଣୀ, ତୁ ମୋ ସାଥିରେ, ସୁନା ଝିଅ, ଶକ୍ତି, ତୁ ଖରା ମୁଁ ଛାଇ ଓ ଖୁସିର ଛୁଙ୍କ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନେ ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ଓ ସେମାନଙ୍କ ବହୁତ ମନୋରଞ୍ଜନ କରିଥିଲେ। କିଛି ଦର୍ଶକ ଏହି କଳାକାର ମାନଙ୍କ ସହ ସେଲଫି ନେବ ସହ ନିଜର ପ୍ରିୟ ଧାରାବାହିକ ସମ୍ପର୍କରେ ମଧ୍ୟ କଥା ହୋଇଥିଲେ।

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, କଟକ ବାଲିଯାତ୍ରା ସାରା ବିଶ୍ବରେ ପରିଚିତ ଓ ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥାଏ ତେଣୁ ଏହି ବାଲିଯାତ୍ରା ଏକ ବଡ଼ ମାଧ୍ୟମ ହୋଇଥିଲା ଆମ ଦର୍ଶକ ସେମାନଙ୍କ ପ୍ରିୟ କଳାକାରଙ୍କ ସହ ଭେଟିବା ପାଇଁ। ଏହି କାର୍ଯକ୍ରମ ଦ୍ବାରା, ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହୋଇଥିଲା। ଆଗକୁ ମଧ୍ୟ ଆମେ ଏହିପରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଜାରି ରଖିବୁ ଯାହା ଜୀ-ସାର୍ଥକ ଓ ତାର ଦର୍ଶକଙ୍କ ସମ୍ପର୍କ ଅଧିକରୁ ଅଧିକ ମଜବୁତ କରିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଣିରେ ଏହି ଜିନିଷ ପକାଇ ଗାଧାନ୍ତୁ, ସଫଳ ହେବ ବ୍ରତ

ଭୁବନେଶ୍ଵର: କାର୍ତ୍ତିକ ମାସର ପୂର୍ଣ୍ଣିମା ବ୍ରତ ନଭେମ୍ବର 27 ତାରିଖରେ କରାଯିବ। କାର୍ତ୍ତିକ ପୂର୍ଣ୍ଣିମା ଶ୍ରେଷ୍ଠ ବୋଲି ବିବେଚନା କରାଯାଏ, କାରଣ ଏହି ମାସଟି ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏହି ଦିନ ପବିତ୍ର ନଦୀ, ପୋଖରୀରେ ସ୍ନାନ କରିବା ପରେ ଭଗବାନ ଶ୍ରୀ ହରିଙ୍କୁ ଜପ, ଧ୍ୟାନ, ଦାନ ପୂଜା ଇତ୍ୟାଦି କରାଯାଏ।

ବିଶ୍ବାସ କରାଯାଏ ଯେ, ଏହା ଦ୍ୱାରା ଜୀବନର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୁଏ। ଯଦି ନଦୀରେ ଗାଧୋଇବା ସମ୍ଭବ ନୁହେଁ, ତେବେ ଘରର ଏକ ପବିତ୍ର ନଦୀରୁ ପାଣି ମିଶାନ୍ତୁ। ଏହା ସହିତ, ଶାସ୍ତ୍ର ଅନୁଯାୟୀ, ଏହି ଦିନ ସ୍ନାନ ପାଣିରେ କିଛି ବିଶେଷ ଜିନିଷ ମିଶ୍ରଣ କରି ଗାଧୋଇବା ସମସ୍ତ ତ୍ରୁଟି ଦୂର କରିଥାଏ ଏବଂ ସଫଳତା ସହିତ ଆର୍ଥିକ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ’ଣ?

ଗୁଜୁରାତି-କେଶର:

ଯଦି କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଥାଏ କିମ୍ବା ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ, ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପବିତ୍ର ନଦୀର ଜଳ ସହିତ ୨ଟି ଗୁଜୁରାତି ଏବଂ ଟିକେ କେଶର ମିଶାଇ ସ୍ନାନ କରନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଦୂର କରିବ ଏବଂ ଶୀଘ୍ର ଖରାପ ସମୟ ସମାପ୍ତ ହେ। ଶ୍ରୀ ହରିଙ୍କ ଅନୁଗ୍ରହରେ, ଆପଣଙ୍କର କାର୍ଯ୍ୟକୁ ସିଦ୍ଧ କରିବା ପାଇଁ ବରଦାନ ମିଳିବ। କେଶର ଢାଳି ସ୍ନାନ କରିବା ଦ୍ଵାରା ସୂର୍ଯ୍ୟଙ୍କର ଶୁଭକାମନା ମିଳିଥାଏ।

କ୍ଷୀର:

ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଉପରେ ପାଣିରେ କ୍ଷୀର ମିଶାଇ ସ୍ନାନ କରିବା ଦ୍ଵାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ। ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ ଏବଂ ସାଧକ ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିବାକୁ ସମର୍ଥ ହୁଏ। ସ୍ନାନ କରିବା ପରେ ଶ୍ରୀ ହରିଙ୍କୁ ଧ୍ୟାନ କରନ୍ତୁ ଏବଂ ବିଷ୍ଣୁ ସାହସ୍ରନାମା ପାଠ କରନ୍ତୁ।

ହଳଦୀ:

କଭଗବାନ ବିଷ୍ଣୁଙ୍କର ହଳଦୀ ପ୍ରିୟ ଅଟେ। କାର୍ତ୍ତିକ ପୂର୍ଣ୍ଣିମାରେ ଏକ ଚାମଚ ହଳଦୀ ଢାଳି ସ୍ନାନ କରିବା ବିବାହ ସମ୍ବନ୍ଧୀୟ ସମସ୍ୟାକୁ ସମାପ୍ତ କରିଥାଏ। ଏହା ସହିତ ବ୍ରହ୍ମସ୍ପତି ଦେବଙ୍କ କୃପା ପ୍ରାପ୍ତ ହୁଏ। ହଳଦୀ ସ୍ନାନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।

କଳା ରାଶି:

ଅର୍ଥର ଅଭାବ ଏବଂ ଟଙ୍କା ଆସିବା ପରେ ସବୁକିଛି ଖର୍ଚ୍ଚ ହୋଇଯାଏ, ତା’ପରେ କାର୍ତ୍ତିକ ପୂର୍ଣ୍ଣିମା ଉପରେ କଳା ରାଶି ମିଶାଇ ସ୍ନାନ କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବିସ୍ତାର କରେ, ଦାରିଦ୍ର ବହୁ ଦୂରକୁ ଚାଲିଯାଏ।

Categories
ଆଞ୍ଚଳିକ

ବାଲୁଗାଁ: ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକା କୂଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ଓ କଳିଙ୍ଗ ବୀର ସାଧବ ପୁଅମାନଙ୍କ ମହାନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣୀୟ କରିବାପାଇଁ ଆସନ୍ତା ୨୬ ତାରିଖରେ ବୋଇତ ବନ୍ଦାଣ ମହୋତ୍ସବ ସୁରୁଖୁରୁରେ ପାଳନ କରିବା ସହ ସଫଳ ରୂପାୟନ ପାଇଁ ଆଲୋଚନା କରାଯାଇଥିଲା।

ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱାଵଧାନରେ ପୁର୍ନବାର ଚଳିତ ବର୍ଷ ବହୁ ଧୁମଧାମରେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହେବା ନେଇ ସର୍ବ ସନମତି ପ୍ରକାଶ କରିଛନ୍ତି।ଏଥିସହିତ ମସ୍ୟଜୀବୀ ସଙ୍ଘ ଏବଂ ଏନଏସି ପକ୍ଷରୁ ମିଳିତ ଭାବେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ମହଲରୁ ସହଯୋଗ କରିବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ଅନୁରୋଧ କରିଛନ୍ତି।

ଅନୁଷ୍ଠିତ ବୈଠକରେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ, ମୋଟର ବୋଟ ସଙ୍ଘ ସଭାପତି ଲକ୍ଷ୍ମୀଧର ତରାଇ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ପୋଲିସ ପ୍ରଶାସନ, ଅଗ୍ନିଶମ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ଓ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍‌ଘାଟିତ ହୋଇଯାଇଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ।

ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍‌ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଆୟୋଜିତ କରାଯାଇଛି। ଏଥିରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ସହ ବର୍ତମାନର ପରିସ୍ଥିତି ଓ ଭବିଷ୍ୟତର ସମ୍ଭାବନା ଆଲୋଚନା କରାଯିବ।

ଏହି ୩ ଦିନିଆ ସମ୍ମିଳନୀର ଶେଷ ଦୁଇ ଦିନର କାର୍ଯ୍ୟକ୍ରମ କଟକ ଠାରେ ଅବସ୍ଥାପିତ ଓଡ଼ିଶା ସାମୁଦ୍ରିକ ସଂଗ୍ରାହାଳୟରେ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଜାହାଜ ନିର୍ମାଣ, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଆଇନ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଲେଖକ ଶ୍ରୀ ସଞ୍ଜୀବ ସାନ୍ୟାଲ୍‌, ଆଇକେଏସ୍ ଡିଭିଜ୍‌ନ୍‌ର ଜାତୀୟ ସଂଯୋଜକ ପ୍ରଫେସର ଜି.ଏସ୍‌. ମୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସାନ୍ୟାଲ୍ ନିଜ ଅଭିଭାଷଣରେ ଭାରତର ପୁରାତନ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ଏକ ମାତ୍ର ଦେଶ ଯାହାର ନାମରେ ଏକ ମହାସାଗର ନାମିତ କରାଯାଇଛି ବୋଲି କହିଥିଲେ। ବାଣିଜ୍ୟ, ସଂସ୍କୃତି, ଭୌଗୋଳିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ପୁରାତନ କାଳରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ପ୍ରଭାବ ବିସ୍ତାର କରିଥିଲା ବୋଲି ସେ କହିଥିଲେ। ଭାରତରେ ପ୍ରଚଳିତ ଜାହାଜର ନିର୍ମାଣ ପାଇଁ ପୁରାତନ ସିଲାଇ ଜ୍ଞାନକୌଶଳ ପୁନଃରୁଦ୍ଧାର ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।

ସେହିପରି ପ୍ରଫେସର ମୂର୍ତୀ କହିଥିଲେ ଯେ ସମୁଦ୍ରମନ୍ଥନ କାର୍ଯ୍ୟକ୍ରମ ଭାରତର ପୁରାତନ ସାମୁଦ୍ରିକ ଇତିହାସ ଏବଂ ସଫଳତାକୁ ଗୁରୁତ୍ୱ ଦେବା ନିମନ୍ତେ ଆୟୋଜିତ। ଏହାକୁ ମାଧ୍ୟମ କରି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏକ ଭବିଷ୍ୟତ କାଯ୍ୟସୂଚୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ।

ସେ କହିଥିଲେ ଧାରା ଅଧିନରେ ଏ ପର୍ଯ୍ୟନ୍ତ ଗଣିତ ଶାସ୍ତ୍ରକୁ ଭାରତର ଅବଦାନ, ଭାରତୀୟ ପଞ୍ଜିକା, ଜ୍ୟୋର୍ତିବିଜ୍ଞାନ, ଆୟୁର୍ବେଦ ଓ ମାର୍ସିଆଲ୍ ଆର୍ଟ କ୍ଷେତ୍ର ଉପରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇସାରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚନ୍ଦ୍ର ଗ୍ରହଣ ବେଳେ ଖାଇବା, ବିଜ୍ଞାନ ନାମରେ ହେତୁବାଦୀଙ୍କ ଏକ ନାଟକ

ଭୁବନେଶ୍ବର: ଆଜି ଚନ୍ଦ୍ର ଗ୍ରହଣ ବେଳେ ତଥାକଥିତ ହେତୁବାଦୀମାନେ ଖାଦ୍ୟ ଭକ୍ଷଣ କରି ଦେଖାଇ ହେବା କାର୍ଯ୍ୟକୁ ପଣ୍ଡ କରିଛନ୍ତି ସାଧାରଣ ଜନତା। ପୂର୍ବରୁ ଏହି ବ୍ୟକ୍ତିଗଣ ଏହିପରି ବହୁ ଥର ଗ୍ରହଣ ଲାଗିଥିବା ବେଳେ ଖାଦ୍ୟ ଖାଇ ନିଜକୁ ବଡ ଜ୍ଞାନୀ ବୋଲାଉଛନ୍ତି । ସେମାନେ ଭାବନ୍ତି ଯେ, କେବଳ ବିଜ୍ଞାନ ବିଷୟରେ ତାଙ୍କର ଜ୍ଞାନ ଅଛି। ଗ୍ରହଣ କେବଳ ଛାଇ ଆଲୁଅର ଖେଳ ବୋଲି କେବଳ ସେମାନେ ଜାଣିଛନ୍ତି। ଆଉ କେହି ଜାଣି ନାହାଁନ୍ତି।

ଗ୍ରହଣ କେମିତି ହୁଏ କିପରି ହୁଏ ତାହା ସ୍କୁଲ ବେଳୁ ସମସ୍ତଙ୍କୁ ପଢାଯାଏ। ତେହେ ଏକ ଛାଇ ଆଲୁଅ ଖେଳ ବୋଲି ସମସ୍ତେ ଜାଣନ୍ତି। ଏଥିରେ କିଛି ସନ୍ଦେହ ନାହିଁ। ହେଲେ ତାହା ସହିତ ସମସ୍ତେ ଗ୍ରହଣ ବେଳେ ଖାଦ୍ୟ ଗ୍ରହଣ ନ କରିବା, ହାଣ୍ଡିଛାଡ କଥା ମଧ୍ୟ ରହିଛି। ହେଲେ ଏହି ପରଂପରା ବା ବିଶ୍ବାସକୁ ପୂର୍ବରୁ କୌଣସି ବୈଜ୍ଞାନିକ ଏହାକୁ ବିରୋଧ କରି ନାହାଁନ୍ତି। ଏହା କହିଛନ୍ତି ଯେ, ଗ୍ରହଣ ସହିତ ଖାଦ୍ୟର କୌଣସି ସଂପର୍କ ନାହିଁ ।

ସେମାନେ ଉଭୟ ବିଜ୍ଞାନ ଏବଂ ପରଂପରାକୁ ସମ୍ମାନ ଜଣାଇଛନ୍ତି। ହେଲେ ଓଡିଶାର ଏହି ବିଜ୍ଞ ପୁରୁଷମାନେ ଗତ କିଛି ବର୍ଷ ଧରି ରାସ୍ତାଘାଟର ଚିକେନ ବିରିୟାନୀ ଖାଇ ନିଜକୁ ବଡ ସଂସ୍କାରବାଦୀ ବୋଲି ଦେଖାଇ ହେଉଛନ୍ତି। କହି ହେଉଛନ୍ତି ଆମେ ଏତେ ବର୍ଷ ଧରି ଗ୍ରହଣରେ ଖାଉଛୁ ଆମର କିଛି ହେଉ ନାହିଁ। ଛାତିକୁ ହଲାଇ ହଲାଇ ଡିଣ୍ଡିମ ପିଟିବାରେ ଲାଗିଛନ୍ତି।

ଏଠାରେ ଏକ ଉଦାହରଣ ନେବା ନିହାତି ଆବଶ୍ୟକ। ତାହା ହେଲା ଆମର ବୈଜ୍ଞାନିକ ବା ଡାକ୍ତରମାନେ ସିଗାରେଟ ଖାଇବା କ୍ଷତିକାରକ ବୋଲି କହିଛନ୍ତି। ହେଲେ ପୃଥିବୀରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ପଚାଶ ବର୍ଷ ଧରି ସିଗାରେଟ ଖାଉଛନ୍ତି। ସେମାନଙ୍କର କିଛି ହେଉ ନାହିଁ। ନା କ୍ୟାନସର ହେଉଛି ନା ହାର୍ଟ ଆଟକ।

ଯଦି ଭେଷଜ ବିଜ୍ଞାନୀମାନେ ଏପରି କହିବା ସତ୍ବେ ତାଙ୍କର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ରାସ୍ତା ଘାଟରେ ସେମାନେ ସିଗାରେଟ ଖାଇ ଦେଖାଇ ହେବ ମୋର କିଛି ହେଉ ନାହିଁ ମୋର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ସିଗାରେଟ ଖାଇଲେ କିଛି ଅସୁବିଧା ନାହିଁ। ସିଗାରେଟ ସ୍ବାସ୍ଥ୍ୟ ପକ୍ଷେ ନିଶ୍ଚିତ କ୍ଷତିକାରକ।

ଠିକ ସେହିପରି ଏହି ହେତୁବାଦୀଙ୍କର ଚିନ୍ତାଧାରା ସେହିପରି। ସେମାନେ ଗତ କିଛି ବର୍ଷ ଧରି ଗ୍ରହଣ ସମୟରେ ଖାଦ୍ୟ ଖାଇ ଦେଖାଇ ହେଉଛନ୍ତି। ବୋଲେଇ ହେଉଛନ୍ତି ଆମରି କିଛି ହେଉ ନାହିଁ, ଆମର କିଛି ହେଉ ନାହିଁ। ଠିକ୍ ଅଛି ଏବେ କିଛି ହେଉ ନାହିଁ, ହେଲେ ସମୟ ଆସିବ ସେମାନଙ୍କର କିଛି ହେବ ନାହିଁ ବୋଲି କେହି କହିପାରିବେ ନାହିଁ। ହେଲେ ବିଜ୍ଞାନ ନାମରେ ସେ ଭାରତୀୟ ପଂରପରାକୁ ବଳି ପକାଇପାରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କେବେ ବି କରନ୍ତୁ ନାହିଁ ଏହି କାମ, ସନ୍ତାନ ଉପରେ ପଡିବ ପ୍ରଭାବ

ଭୁବନେଶ୍ବର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଚନ୍ଦ୍ରଗ୍ରହଣ ଲାଗୁଛି। ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କିଛି ନିୟମ ପାଳନ କରିବା ଜରୁରୀ। ଅନ୍ୟଥା, ଉଭୟ ଶିଶୁ ଏବଂ ମା’ ଉପରେ ଖରାପ ପ୍ରଭାବ ପଡିଥାଏ। ଚନ୍ଦ୍ରଗ୍ରହଣର ସୂତକ କାଳ ପରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ। ଚନ୍ଦ୍ରଗ୍ରହଣର ଛାୟା ଶିଶୁର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏପରି କରିବା ଦ୍ୱାରା ଶିଶୁର ଶାରୀରିକ ତ୍ରୁଟି ହୋଇପାରେ।

ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଧାରୁଆ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ। ଯେପରି ପନିପରିବା କାଟନ୍ତୁ ନାହିଁ, ସିଲେଇ, କଇଁଚି, ଛୁରୀ ବ୍ୟବହାର କରନ୍ତୁ ନାହିଁ। ଏହା କରିବା ଅତ୍ୟନ୍ତ ଅଶୁଭ ଅଟେ। ଏହା ଦ୍ଵାରା ମା’ ସହିତ ପିଲା ଉପରେ ଖରାପ ପ୍ରଭାବ ପଡିଥାଏ।

ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ। କୁହାଯାଏ ଏହା ଶିଶୁର ବୁଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ପିଲାଟି ମାନସିକ ବିକାରଗ୍ରସ୍ତ ହୋଇପାରେ।

ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ଜଣେ ଗର୍ଭବତୀ ମହିଳା ପବିତ୍ର ପାଣିରେ ସ୍ନାନ କରିବା ଉଚିତ୍, କୁହାଯାଏ ଯେ, ଉଭୟ ଗର୍ଭସ୍ଥ ଶିଶୁ ଏବଂ ମା’ ଉପରେ ଗ୍ରହଣ ଦୋଷ ଲାଗିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

କାର୍ତ୍ତିକ ପୂର୍ଣ୍ଣିମା ଉପରେ ଏହି ୪ ଟି ଜିନିଷକୁ ପାଣିରେ ମିଶାଇ ସ୍ନାନ କରନ୍ତୁ, ଉଜ୍ଜ୍ୱଳ ହେବ ଭାଗ୍ୟ

ଭୁବନେଶ୍ଵର: କାର୍ତ୍ତିକ ମାସର ପୂର୍ଣ୍ଣିମା ବ୍ରତ ନଭେମ୍ବର ୮ ତାରିଖରେ ରଖାଯିବ। କାର୍ତ୍ତିକ ପୂର୍ଣ୍ଣିମା ଶ୍ରେଷ୍ଠ ବୋଲି ବିବେଚନା କରାଯାଏ, କାରଣ ଏହି ମାସଟି ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏହି ଦିନ ପବିତ୍ର ନଦୀ, ପୋଖରୀରେ ସ୍ନାନ କରିବା ପରେ ଭଗବାନ ଶ୍ରୀ ହରିଙ୍କୁ ଜପ, ଧ୍ୟାନ, ଦାନ ପୂଜା ଇତ୍ୟାଦିରେ ପୂଜା କରାଯାଏ।

ବିଶ୍ବାସ କରାଯାଏ ଯେ, ଏହା ଦ୍ୱାରା ଜୀବନର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୁଏ। ଯଦି ନଦୀରେ ଗାଧୋଇବା ସମ୍ଭବ ନୁହେଁ, ତେବେ ଘରର ଏକ ପବିତ୍ର ନଦୀରୁ ପାଣି ମିଶାନ୍ତୁ। ଏହା ସହିତ, ଶାସ୍ତ୍ର ଅନୁଯାୟୀ, ଏହି ଦିନ ସ୍ନାନ ପାଣିରେ କିଛି ବିଶେଷ ଜିନିଷ ମିଶ୍ରଣ କରି ଗାଧୋଇବା ସମସ୍ତ ତ୍ରୁଟି ଦୂର କରିଥାଏ ଏବଂ ସଫଳତା ସହିତ ଆର୍ଥିକ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ କ’ଣ?

ଗୁଜୁରାତି-କେଶର:

ଯଦି କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଥାଏ କିମ୍ବା ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ, ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପବିତ୍ର ନଦୀର ଜଳ ସହିତ ୨ଟି ଗୁଜୁରାତି ଏବଂ ଟିକେ କେଶର ମିଶାଇ ସ୍ନାନ କରନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଦୂର କରିବ ଏବଂ ଶୀଘ୍ର ଖରାପ ସମୟ ସମାପ୍ତ ହେ। ଶ୍ରୀ ହରିଙ୍କ ଅନୁଗ୍ରହରେ, ଆପଣଙ୍କର କାର୍ଯ୍ୟକୁ ସିଦ୍ଧ କରିବା ପାଇଁ ବରଦାନ ମିଳିବ। କେଶର ଢାଳି ସ୍ନାନ କରିବା ଦ୍ଵାରା ସୂର୍ଯ୍ୟଙ୍କର ଶୁଭକାମନା ମିଳିଥାଏ।

କ୍ଷୀର:

ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଉପରେ ପାଣିରେ କ୍ଷୀର ମିଶାଇ ସ୍ନାନ କରିବା ଦ୍ଵାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ। ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଥାଏ ଏବଂ ସାଧକ ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିବାକୁ ସମର୍ଥ ହୁଏ। ସ୍ନାନ କରିବା ପରେ ଶ୍ରୀ ହରିଙ୍କୁ ଧ୍ୟାନ କରନ୍ତୁ ଏବଂ ବିଷ୍ଣୁ ସାହସ୍ରନାମା ପାଠ କରନ୍ତୁ।

ହଳଦୀ:

କଭଗବାନ ବିଷ୍ଣୁଙ୍କର ହଳଦୀ ପ୍ରିୟ ଅଟେ। କାର୍ତ୍ତିକ ପୂର୍ଣ୍ଣିମାରେ ଏକ ଚାମଚ ହଳଦୀ ଢାଳି ସ୍ନାନ କରିବା ବିବାହ ସମ୍ବନ୍ଧୀୟ ସମସ୍ୟାକୁ ସମାପ୍ତ କରିଥାଏ। ଏହା ସହିତ ବ୍ରହ୍ମସ୍ପତି ଦେବଙ୍କ କୃପା ପ୍ରାପ୍ତ ହୁଏ। ହଳଦୀ ସ୍ନାନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।

କଳା ରାଶି:

ଅର୍ଥର ଅଭାବ ଏବଂ ଟଙ୍କା ଆସିବା ପରେ ସବୁକିଛି ଖର୍ଚ୍ଚ ହୋଇଯାଏ, ତା’ପରେ କାର୍ତ୍ତିକ ପୂର୍ଣ୍ଣିମା ଉପରେ କଳା ରାଶି ମିଶାଇ ସ୍ନାନ କରନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବିସ୍ତାର କରେ, ଦାରିଦ୍ର ବହୁ ଦୂରକୁ ଚାଲିଯାଏ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ହେଲେ ଡଙ୍ଗାଭସାରେ କିଛି ହେବ ନାହିଁ ଅସୁବିଧା

ଭୁବନେଶ୍ବର: ଏଥର ଦୀପାବଳିରେ ଯେପରି ସୂର୍ଯ୍ୟ ପରାଗ ଲାଗିଥିଲା, ଠିକ ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଏଥର ଚନ୍ଦ୍ର ଗ୍ରହଣ ଲାଗୁଛି। ଫଳରେ ଏଥର କାର୍ତ୍ତିକ ପୂର୍ଣ୍ଣିମାର ପୂଜାପାଠ ଏବଂ ଡଙ୍ଗା ଭସାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ହେଲେ ଏହି ପବିତ୍ର ଦିନରେ ଗ୍ରହଣ ଲାଗୁଥିବାରୁ ଏହାର ପୂଜାପାଠ ତା ପୂର୍ବଦିନ ଭୋର ୫ ଟା ପୂର୍ବରୁ କରିବା ପାଇଁ କୁହାଯାଇଛି।

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୮ ତାରିଖ ମଙ୍ଗଳବାରରେ ପଡୁଛି। ସେହିଦିନ ମଧ୍ୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ପଞ୍ଜିକା ଅନୁସାରେ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ୨ ଟା ୩୯ ମିନିଟ ୧୪ ସେକେଣ୍ଡରେ ଲାଗୁଛି। ସେହିପରି ଏହି ଗ୍ରହଣ ୬ ଟା ୧୯ ମିନିଟ ୪ ସେକେଣ୍ଡରେ ସର୍ବମୋକ୍ଷ ହେବ ବା ଗ୍ରହଣ ଶେଷ ହେବ।

ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯାଇଥାଏ। ସେହି ହିସାବରେ ଦେଖିବାକୁ ଗଲେ ମଙ୍ଗଳବାର ଭୋର ୫ ଟା ୩୯ ମିନିଟରୁ ହାଣ୍ଡିଛାଡ କରାଯିବ। ତେଣୁ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ମଙ୍ଗଳବାର ଭୋର ୫ ଟା ୩୦ ମିନିଟ ପୂର୍ବରୁ ପୂର୍ଣ୍ଣିମା ରୀତିନୀତି ଶେଷ କରାଯିବ। ତେଣୁ ଡଙ୍ଗା ଭସା ଏବଂ ପୂଜାପାଠ ଭୋର ୫ ଟା ୩୦ ପୂର୍ବରୁ ଶେଷ କରିବା ପାଇଁ କୁହାଯାଇଛି।

ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ପୂର୍ବ ପୁରୁଷଙ୍କ ବ୍ୟବସାୟ କୀର୍ତ୍ତିକୁ ମନେପକାଇଥାନ୍ତି। ତେବେ ଏହି ଡଙ୍ଗାଭସା କାର୍ତ୍ତିକ ପୂର୍ଣ୍ଣିମାର ଭୋରରୁ କରାଯାଇଥାଏ। ସେଥିପାଇଁ ପୂର୍ଣ୍ଣିମାରେ ଗ୍ରହଣ ଲାଗିଲେ ମଧ୍ୟ ଡଙ୍ଗା ଭସା କାର‌୍ୟ୍ୟରେ କିଛି ଅସୁବିଧା ପରିଲକ୍ଷିତ ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ଗୁରୁ ପର୍ବ ଏବଂ କାର୍ତ୍ତିକ ପୂର୍ଣ୍ଣିମାର ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ତିନୋଟି ବିବାଦୀୟ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦେଶବାସୀଙ୍କୁ କ୍ଷମା ମାଗିବାବେଳେ ମୁଁ କହିବାକୁ ଚାହେଁ ଯେ, ଆମର ତାପସ୍ୟାରେ କିଛି ଅଭାବ ରହିଯାଇଥିବ। କିଛି ଚାଷୀ ଭାଇମାନଙ୍କୁ ଆମେ ବୁଝାଇପାରିଲୁ ନାହିଁ।

ଆଜି ଗୁରୁ ନାନକ ଦେବଙ୍କ ପବିତ୍ର ପର୍ବ। କାହାକୁ ଦୋଷ ଦେବା ପାଇଁ ଏହା ସମୟ ନୁହେଁ। ଆଜି ମୁଁ ସମଗ୍ର ଦେଶକୁ ଜଣାଇବାକୁ ଆସିଛି ଯେ, ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସୁଦ୍ଧା ଏହି ତିନି କୃଷି ଆଇନ ପ୍ରତ୍ୟାହାର କରିବାର ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିବେ। ଏଥିସହ ଆନ୍ଦୋଳନରେ ବସିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଧର୍ମ

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ବିରଳ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଏହାକୁ ପାଳନ କରାଯିବ କି ନାହିଁ

ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୧୯ ନଭେମ୍ବର ୨୦୨୧ ରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ ଯାହାକି ଭାରତରେ ଉପଛାୟା ଚନ୍ଦ୍ର ଗ୍ରହଣ ଭାବରେ ଗ୍ରହଣ କରାଯିବ। ଏହା ଏକ ବିରଳ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି।

ଏହି ଚନ୍ଦ୍ର ଗ୍ରହଣ ଦୀର୍ଘ ସମୟ ଧରି ସଂଗଠିତ ହେଉଥିବା ଆଂଶିକ ଚନ୍ଦ୍ର ଗ୍ରହଣ। ଜ୍ୟୋତିର୍ବିଜ୍ଞାନୀମାନେ ବିଶ୍ବାସ କରନ୍ତି ଯେ ୫୮୦ ବର୍ଷ ପରେ ପୁଣି ଏକ ଦୀର୍ଘ ଚନ୍ଦ୍ର ଗ୍ରହଣ ପୁନର୍ବାର ଦୃଶ୍ୟମାନ ହେବ। ଏହି ଦୀର୍ଘ ସମୟ ଚନ୍ଦ୍ର ଗ୍ରହଣ ପୂର୍ବରୁ ୧୮ ଫେବୃଆରୀ ୧୪୪୦ ରେ ଘଟିଥିଲା।

ଚନ୍ଦ୍ର ଗ୍ରହଣ ସମୟ

ଏହି ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ ଶୁକ୍ରବାର ଦିନ ଭାରତୀୟ ସମୟ ଦିନ ୧୧ ଟା ୩୪ ମିନଟ ରୁ ଆରମ୍ଭ ହୋଇ ଅପରାହ୍ନ ୫ ଟା ୩୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଛାୟା ଚନ୍ଦ୍ର ଗ୍ରହଣ ମୋଟ ୫ ଘଣ୍ଟା ୫୯ ମିନଟ ସଂଗଠିତ ହେବ।

ଚନ୍ଦ୍ର ଗ୍ରହଣ କେଉଁଠି ଦେଖାଯିବ

ଭାରତରେ ଏହି ଚନ୍ଦ୍ରଗ୍ରହଣ କେବଳ ଉତ୍ତର-ପୂର୍ବର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ ଜ୍ଝ ବିଶେଷକରି ଅରୁଣାଚଳ ପ୍ରଦେଶ ଏବଂ ଆସାମର କିଛି ଅଂଶରେ ଏହା ଦେଖାଯିବ। ଏହା ବ୍ୟତୀତ, ଏହି ଚନ୍ଦ୍ରଗ୍ରହଣ ଆମେରିକା, ଅଷ୍ଟ୍ରେଲିଆ, ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିବ।

ଏହି ଚନ୍ଦ୍ର ଗ୍ରହଣର ପାଳନ ହେବ ନାହିଁ

ଏହି ଚନ୍ଦ୍ରଗ୍ରହଣ ଭାରତରେ ଆଂଶିକ ହୋଇଥିବାରୁ ଏହାର ସୂତାକ ଅବଧି ବୈଧ ହେବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏଥର ଚନ୍ଦ୍ର ଗ୍ରହଣ ଏକ ଗ୍ରହଣ ଭାବରେ ବିବେଚନା କରାଯାଉ ନାହିଁ। ଏହି କାରଣରୁ ଏହାର ସୂତାକ ଅବଧି ବୈଧ ହେବ ନାହିଁ। ଫଳରେ ଭାରତରେ ଏହାର କୌଣସି ପ୍ରକାରର ପ୍ରତିବନ୍ଧକ ରହିବ ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଶିବାଳୟରେ ଲାଗିଲା ୧୪୪ ଧାରା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଶିବ ମନ୍ଦିରଗୁଡ଼ିକରେ ଆଜି ଠାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଧାରା ୧୪୪ ଜାରି କରାଯାଇଛି। ଆଗକୁ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଆସୁଥିବାରୁ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆଜି ନଭେମ୍ବର ୧୭ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବାଣପୁର ଓ ଚିଲିକା ତହସିଲର ସମସ୍ତ ଶିବାଳୟ ଗୁଡିକରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିପରି ଭାବେ ମନ୍ଦିରର ପୋଖରୀ ଗୁଡିକରେ ଡ଼ଙ୍ଗା ଭସାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି।

ଏହି ପରିପ୍ରେକ୍ଷୀରେ ବାଣପୁର ତହସିଲଦାର, ଚିଲିକା ତହସିଲଦାର, ବାଣପୁର ଆଇଆଇସି ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବା ସହ ସମସ୍ତ ଶିବ ମନ୍ଦିର ସମ୍ମୁଖରେ ସର୍ବସାଧାରଣଙ୍କ ନିମନ୍ତେ ନୋଟିସ ଜାରି କରାଯାଇଛି।

ଅନୁରୂପ ଭାବେ ପ୍ରମୁଖ ଶିବ ମନ୍ଦିରଗୁଡିକ ସମ୍ମୁଖରେ ପୋଲିସ ପ୍ରଶାସନ ଦ୍ୱାରା ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ତେବେ ଯଦି କୌଣସି ବ୍ୟକ୍ତି ଜିଲ୍ଲା ପ୍ରଶାସନର ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ଏସଡ଼ିପିଓ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନ କଣ କଲେ ଘରକୁ ମା ଲକ୍ଷ୍ମୀ ଆସିବେ, ଜାଣନ୍ତୁ ପୁରା ମାହାତ୍ମ

ଭୁବନେଶ୍ବର, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଚଳିତ ବର୍ଷର କାର୍ତ୍ତିକ ପୂର୍ଣ୍ଣିମା ବେଶ ଗୁରୁତ୍ବ ବହନ କରେ। କାରଣ ଚଳିତ ପୂର୍ଣ୍ଣିମାରେ ସର୍ବସିଦ୍ଧି ଯୋଗ ଏବଂ ବର୍ଦ୍ଧମାନ ଯୋଗ ରହିଛି। ଏହି ଯୋଗ ଯୋଗୁଁ କାର୍ତ୍ତିକ ପୂର୍ଣ୍ଣିମାଙ୍କର ମହତ୍ତ୍ୱ ଅନେକ ଗୁଣରେ ବୃଦ୍ଧି ପାଇଛି। ସେଥିପାଇଁ ଏହି ଦିନ ସ୍ନାନ ସହିତ ଦାନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଉଚିତ।

ଆସନ୍ତୁ ଜାଣିବା କାର୍ତ୍ତକ ପୂର୍ଣ୍ଣିମାର ଲୁକ୍କାୟିତ କାରଣ ଏବଂ ଧାର୍ମିକ ମହତ୍ତ୍ବ

1-କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଲସୀ ପୂଜନର ଧାର୍ମିକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ।

2-କାର୍ତ୍ତିକ ମାସର ଏକାଦଶୀ ଦିନ ତୁଳସୀ, ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ରୂପରେ ବିବାହ କରିଥିଲେ।

3-କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ପୂଜା ମଧ୍ୟ କରାଯାଇଥାଏ କାରଣ ବିଶ୍ୱାସ ଅନୁଯାୟୀ ତୁଳସୀ ଏହି ଦିନ ପୃଥିବୀକୁ ଆସିଥିଲେ।

4-ଏହା ସ୍ବୀକୃତ ହୋଇଛି ଯେ ଏହି ଦିନ ତୁଳସୀ ଗଛ ସମ୍ମୁଖରେ ଦୀପ ଜାଳି ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ମା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି।

ପୂର୍ଣ୍ଣିମା ତିଥି ଏବଂ ଶୁଭ ସମୟ

କାର୍ତ୍ତିକ ପୂର୍ଣ୍ଣିମା ଆରମ୍ଭ – 29 ନଭେମ୍ବର 2020 ରାତି 12:47 ରେ ।

କାର୍ତ୍ତିକ ପୂର୍ଣ୍ଣିମା ସମାପ୍ତ – ନଭେମ୍ବର 30, 2020 ରେ, ଏହା 2:00 ରୁ 59 ମିନିଟ୍ ଅଟେ। 29 ନଭେମ୍ବର ରାତିର ପୂର୍ଣ୍ଣିମା ତାରିଖ ଯୋଗୁଁ 30 ନଭେମ୍ବରରେ ଦିନ ସ୍ନାନ କରାଯିବ।

ତୁଳସୀ ପୂଜନ ପଛରେ ଲୁକ୍କାୟିତ କାରଣ

ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ତୁଲସୀ ଅଛନ୍ତି ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି। ତୁଳସୀ ଗଛ ଘର ଭିତରକୁ ନକାରାତ୍ମକ ଶକ୍ତିକୁ ରୋକିବାରେ ତଥା ରୋଗ ନଷ୍ଟ କରିବାରେ ସାହାଯ୍ୟ କରେ। ପୁରାଣ ଅନୁଯାୟୀ, ଯଦି ଘରେ ଦୁର୍ଭାଗ୍ୟ ଆସିବ ସେତେବେଳେ ସର୍ବ ପ୍ରଥମେ ତୁଳସୀ ଗଛ ମରିଯାଏ କିମ୍ବା ଶୁଖିଯାଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହା କେତେବେଳେ କରୁଛି ଗ୍ରାସ

ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଚଳିତ ନଭେମ୍ବର ମାସ 30 ଅଛି। ବିଶେଷ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି। ଏହି ଚନ୍ଦ୍ରଗ୍ରହଣ ଏକ ଛାୟା ଚନ୍ଦ୍ରଗ୍ରହଣ ହେବ। ଅର୍ଥାତ ଏଥର ଚନ୍ଦ୍ର କିଛି ସମୟ ପାଇଁ ଲୁଚିଯିବେ। ପୂର୍ଣ୍ଣିମାରେ ଚନ୍ଦ୍ର ପୁରା ଉଜ୍ଜଳ ଏବଂ ପୂର୍ଣ୍ଣ ଭାବେ ପ୍ରତିୟମାନ ହୁଅନ୍ତି। ହେଲେ ଏଥର କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ର କିଛି ଘଣ୍ଟା ପାଇଁ ଲୁଚିଯିବେ।

ଭାରତରେ ଏହି ଚନ୍ଦ୍ରଗ୍ରହଣ ଅପରାହ୍ନ 1ଟା 4 ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟା 22 ମିନଟରେ ଶେଷ ହେବ। ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ହେବ। ତେବେ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ଅଂଶରେ ଦେଖାଯିବ।

ସାଧାରଣତଃ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର 9 ଘଣ୍ଟା ପୂର୍ବରୁ, ବିଭିନ୍ନ ନିଷେଧ ପାଳନ କରାଯାଇଥାଏ। ମାତ୍ର ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେଉ ନ ଥିବାରୁ, ଭାରତ ପାଇଁ ଏହି ନିଷେଧ ଲାଗୁ କରାଯିବ ନାହିଁ। ଶାସ୍ତ୍ରରେ ଏହି ଚନ୍ଦ୍ରଗ୍ରହଣକୁ ଗ୍ରହଣ କରାଯାଉ ନାହିଁ। ତେଣୁ, ଭାରତରେ କୈଣସି କାର୍ଯ୍ୟ ଉପରେ ପ୍ରତିବନ୍ଧକ ବା ନିଷେଧ ଲଗାଯିବ ନାହିଁ। ତଥାପି, ନକ୍ଷତ୍ର ଏବଂ ରାଶର ନିଶ୍ଚିତ ଭାବରେ ପ୍ରଭାବିତ କରିବ। ବୃଷ ରାଶିର ଲୋକଙ୍କୁ ଚନ୍ଦ୍ରଗ୍ରହଣ ସମୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ସଂପର୍କରେ ଜାଣନ୍ତୁ ଛଅଟି କଥା

ନୂଆଦିଲ୍ଲୀ, ଚଳିତ କାର୍ତ୍ତିକ ପୂର୍ଣ୍ଣିମୀରେ ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ସଂପର୍କରେ ଜାଣନ୍ତୁ ଛଅଟି କଥା।

୧-ଭାରତରେ ଚନ୍ଦ୍ରଗ୍ରହଣ ରାତି ୧:୦୪ ରୁ ଆରମ୍ଭ ହୋଇ ଅପରାହ୍ନ ୫:୨୨ ରେ ଶେଷ ହେବ।

୨- ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ କାରଣ ଚନ୍ଦ୍ର ସମାନ୍ତରଳର ତଳେ ରହିବେ।

୩- ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ଏବଂ ଆଟଲାଣ୍ଟିକର ଅଧିକାଂଶ ସ୍ଥାନରେ ପାଗ ଠିକ ଥିଲେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।

୪-ପେରୁ ରାଜଧାନୀ ଲିମାରେ ନଭେମ୍ବର ୩୦ ତାରିଖରେ ସ୍ଥାନୀୟ ସମୟ ରାତି ୨:୩୨ ମିନଟରେ ଏହା ପ୍ରଥମେ ଦୃଶ୍ୟମାନ ହେବ।

୫- ଏହି ଚନ୍ଦ୍ରଗ୍ରହଣ ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ପୂର୍ବରୁ ତିନୋଟି ଚନ୍ଦ୍ରଗ୍ରହଣ ପଡିଥିଲା। ଶେଷ ତିନୋଟି ଜାନୁଆରୀ ୧୦, ଜୁନ୍ ୫, ଜୁଲାଇ ୪ ରେ ହୋଇଥିଲା।

୬-ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ୨୬ ମଇ ୨୦୨୧ ବୁଧବାର ଦିନ ଘଟିବ। ଏହା ପୂର୍ଣ୍ଣାଙ୍ଗ ଚନ୍ଦ୍ରଗ୍ରହଣ ହେବ, ଅଷ୍ଟ୍ରେଲିଆ, ପଶ୍ଚିମ ଆମେରିକାର କିଛି ଅଂଶ, ପଶ୍ଚିମ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆରେ ଏହା ଦୃଶ୍ୟମାନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ଭସାଇ ପାରିବେ ନାହିଁ ଡଙ୍ଗା, କରୋନା ପାଇଁ କଟକଣା ଜାରୀ କଲେ ରାଜ୍ୟ ସରକାର

ଭୁବନେଶ୍ବର, ଚଳିତ ବର୍ଷ ଶୁଭିବ ନାହିଁ ଆ କା ମା ବୈ । କାରଣ କରୋନା ପାଇଁ ଏଥର କୌଣସି ନଦୀ ପଠାରେ ଭକ୍ତମାନେ ଏକାଠି ହୋଇପାରିବେ ନାହିଁ। ଏ ନେଇ ରାଜ୍ୟ ସରକାର ଜାରୀ କରିଛନ୍ତି କଟକଣା। କରୋନା ଭାଇରସ ସଂକ୍ରାମଣ ଆଶଙ୍କା କରି ଏହି ନିଷ୍ପତି ନିଆଯାଇଛି। ଏପରିକି ପାରାଦ୍ବୀପ, କଟକ ପରି ବିଭିନ୍ନ ସ୍ଥାନରେ ହେଉଥିବା ବାଲିଯାତ୍ରା ମଧ୍ୟ ବନ୍ଦ କରି ଦିଆଯାଇଛି।

ସେହିପରି ବୋଇତ ବନ୍ଦାଣ ଉତ୍ସବ, ବଡଓଷା ପରି ବିଭିନ୍ନ ସାମୁହିକ ଯାନିଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏସବୁ କାର୍ଯ୍ୟକ୍ରମରେ କେହି ଏକାଠି ହୋଇପାରିବେ ନାହିଁ। ଆସନ୍ତା 30 ତାରିଖରେ ପଡୁଥିବା କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଡଙ୍ଗା ଭସା ଉତ୍ସବ ଏବଂ ବୋଇତ ବନ୍ଦାଣ ଆୟୋଜିତ ହୋଇ ଥାଆନ୍ତା।